ବନ୍ଦ ହେଲା ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନୀଙ୍କୁ ଘାଇଲା କରୁଥିବା ହିଣ୍ଡେନ୍‌ବର୍ଗ

ନୂଆଦିଲ୍ଲୀ: ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଟ୍ ଡାଉନ୍‌। ଯେଉଁ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟର ନାମ ଶୁଣିବା ମାତ୍ରେ ପୁଞ୍ଜି ବଜାରରେ ହେଉଥିଲା ହଲଚଲ, ଆଉ କମ୍ପାନୀମାନଙ୍କ ମଧ୍ୟରେ ପଶୁଥିଲା ଛନକା। ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନୀଙ୍କୁ ଘାଇଲା କରୁଥିବା ହିଣ୍ଡନବର୍ଗର ବନ୍ଦ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥନ୍‌ ଆଣ୍ଡରସନ୍‌। ସୋସିଆଲ୍ ମିଡିଆ ଏକ୍ସରେ ଏକ ଭାବ ବିହ୍ୱଳ ପୋଷ୍ଟ ଜରିଆରେ ଆଣ୍ଡରସନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ […]

ନୂଆଦିଲ୍ଲୀ: ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଟ୍ ଡାଉନ୍‌। ଯେଉଁ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟର ନାମ ଶୁଣିବା ମାତ୍ରେ ପୁଞ୍ଜି ବଜାରରେ ହେଉଥିଲା ହଲଚଲ, ଆଉ କମ୍ପାନୀମାନଙ୍କ ମଧ୍ୟରେ ପଶୁଥିଲା ଛନକା। ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନୀଙ୍କୁ ଘାଇଲା କରୁଥିବା ହିଣ୍ଡନବର୍ଗର ବନ୍ଦ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥନ୍‌ ଆଣ୍ଡରସନ୍‌। ସୋସିଆଲ୍ ମିଡିଆ ଏକ୍ସରେ ଏକ ଭାବ ବିହ୍ୱଳ ପୋଷ୍ଟ ଜରିଆରେ ଆଣ୍ଡରସନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ବଡ ସର୍ଟ ସେଲିଂ କମ୍ପାନୀ ରାତାରାତି କାହିଁକି ବନ୍ଦ ହେଲା। କମ୍ପାନୀ ଉପରେ ବନ୍ଦ ନେଇ କାହାର ଚାପ ପଡିନାହିଁ ତ ?
ହିଣ୍ଡେନ୍‌ବର୍ଗର ରିସର୍ଚ୍ଚ ରିପୋର୍ଟରେ ଫସିଛନ୍ତି ବହୁ ବିଦେଶୀ କମ୍ପାନୀ। ହେଲେ ନିଜ ରିସର୍ଚ୍ଚର ବୁଡ଼ିଆଣୀ ଜାଲରେ ଅନ୍ୟକୁ ଛନ୍ଦୁଥିବା ଏହି ସର୍ଟ ସେଲିଂ କମ୍ପାନୀରେ ପଡ଼ିବାକୁ ଯାଉଛି ସଟ୍ଟର। ହିଣ୍ଡେନ୍‌ବର୍ଗ ସେୟାର ବଜାରରେ ଠକେଇର ଗୁମର ଖୋଲିବା ସହ ସାମ୍ନାକୁ ଆଣୁଥିଲା ଆର୍ଥିକ ହେରଫେରର କଳା ଚିଠା।

କେବଳ ଛୋଟ କମ୍ପାନୀ ନୁହେଁ ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ଭଳି ବଡ଼ ବଡ଼ ଭାରତର ପ୍ରତିଷ୍ଠିତ ବ୍ୟକ୍ତି ହିଣ୍ଡେନ୍‌ବର୍ଗର ଶିକାର ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ରେ ଆମେରିକାରେ ପ୍ରତିଷ୍ଠା ହୋଇଥିଲା ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ। ସଂସ୍ଥାପକ ନାଥନ ଆଣ୍ଡରସର ଏହାର ନାଁ ରଖିଥିଲେ ହିଣ୍ଡନବର୍ଗ ରିସର୍ଚ୍ଚ। ପୁଞ୍ଜି ବଜାରରେ ହେଉଥିବା ବଡ଼ ବଡ଼ ଠକେଇ ଏବଂ କୁପରିଚାଳନାକୁ କମ୍ପାନୀ ଅନେକ ତଥ୍ୟ ଖୁଲାସା କରୁଥିଲା। ଏକ୍ସରେ ଆଣ୍ଡରସନ୍‌ କହିଛନ୍ତି ଯେ, ଆମର ପ୍ରତିଶ୍ରୁତିବଦ୍ଧତା ପୂର୍ଣ୍ଣ ହୋଇଛି। ଏବେ କମ୍ପାନୀକୁ ବନ୍ଦ କରିବାର ସମୟ ଆସିଯାଇଛି। ହିଣ୍ଡନବର୍ଗ ରିସର୍ଚ୍ଚ ଜାଲରେ ଛନ୍ଦି ହୋଇଥିଲା ଆଦାନୀ ଗ୍ରୁପ୍‌। ୨୦୨୩ ଜାନୁଆରୀରେ ଆଦାନୀ ଗ୍ରୁପର ଷ୍ଟକ୍ ସର୍ଟ ସେଲିଂ କରିଥିଲା। ହେଲେ କମ୍ପାନୀ ନିଜ ଷ୍ଟକକୁ ଉଚିତ୍ ମୂଲ୍ୟାଙ୍କନ ଅପେକ୍ଷା ୮୫ ପ୍ରତିଶତ ମହଙ୍ଗାରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଥିଲା ହିଣ୍ଡେନ୍‌ବର୍ଗ।

About The Author: The Sakala