୫୬ ବର୍ଷରେ ପାଦ ଥାପିଲେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କର ଆଜି ଜନ୍ମଦିନ। ଶାହାରୁଖ ଆଜି ୫୬ ବର୍ଷରେ ପାଦ ଦେଇଛନ୍ତି। ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଷ୍ଟାରଙ୍କ ମଧ୍ୟରେ ଶାହାରୁଖ ଖାନ୍‌ ଅନ୍ୟତମ। ‘କୁଛ କୁଛ ହୋତା ହେ’ ଠୁ ଆରମ୍ଭ କରି ‘ଦିଲ ବାଲେ ଦୁଲହନିଆ ଲେ ଜାୟେଙ୍ଗ’ ପର୍ଯ୍ୟନ୍ତ, ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି ଶାହାରୁଖ। ତାଙ୍କର ଦମଦାର ଅଭିନୟ ପାଇଁ ସେ ବଲିଉଡରେ ପାଇଛନ୍ତି ବାଦଶାହର ପରିଚୟ । ବୟସ ୫୬ ଛୁଇଁଥିଲେ […]

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କର ଆଜି ଜନ୍ମଦିନ। ଶାହାରୁଖ ଆଜି ୫୬ ବର୍ଷରେ ପାଦ ଦେଇଛନ୍ତି। ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଷ୍ଟାରଙ୍କ ମଧ୍ୟରେ ଶାହାରୁଖ ଖାନ୍‌ ଅନ୍ୟତମ। ‘କୁଛ କୁଛ ହୋତା ହେ’ ଠୁ ଆରମ୍ଭ କରି ‘ଦିଲ ବାଲେ ଦୁଲହନିଆ ଲେ ଜାୟେଙ୍ଗ’ ପର୍ଯ୍ୟନ୍ତ, ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି ଶାହାରୁଖ। ତାଙ୍କର ଦମଦାର ଅଭିନୟ ପାଇଁ ସେ ବଲିଉଡରେ ପାଇଛନ୍ତି ବାଦଶାହର ପରିଚୟ । ବୟସ ୫୬ ଛୁଇଁଥିଲେ ମଧ୍ୟ ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଆଜି ତାଙ୍କ ଜନ୍ମଦିନରେ  ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା।

ଦିଲ୍ଲୀରେ ୨ ନଭେମ୍ବର ୧୯୬୫ରେ ଶାହାରୁଖ ଖାନ୍‌ ଏକ ସାଧାରଣ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। ସଙ୍ଘର୍ଷରୁ ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିଅର । ଶାହାରୁଖ ଟେଲିଭିଜନ ସିରିଏଲ ମାଧ୍ୟମରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ ଆଡକୁ ମୁହାଁଇଥିଲେ ଏବଂ ରୂପାଲି ପରଦାରେ ଫିଲ୍ମ ଦିୱାନା ସହିତ ବଲିଉଡରେ ଡେବ୍ୟୁ କରିଥିଲେ । କମେଡି, ଟ୍ରାଜେଡି, ରୋମାଣ୍ଟିକ, ଆକ୍ସନ ସବୁପ୍ରକାର ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଛନ୍ତି ସେ । ଆଜିସୁଦ୍ଧା ଶାହାରୁଖ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ସବୁ ବର୍ଷ ଶାହାରୁଖ ତାଙ୍କ ଜନ୍ମଦିନ ବେଶ ଧୁମଧାମରେ ପାଳନ କରୁଥିବା ବେଳେ ଚଳିତ ବର୍ଷ ତାଙ୍କ ପାଇଁ ଖାସ୍‌ ରହିବ। କାରଣ ଗତ କିଛି ଦିନ ହେବ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ଯୋଗୁ ଶାହାରୁଖ ଖୁବ୍‌ ଚିନ୍ତାରେ ଥିଲେ। ଆର୍ଯ୍ୟନ ଡ୍ରଗ୍ସ କେସ୍‌ରେ ଜେଲ୍‌ ଯିବା ପରେ ଶାହାରୁଖ ଖାନ୍‌ ନିଜର ସମସ୍ତ କାମକୁ ଅଧାରୁ ଛାଡ଼ି ମୁମ୍ବାଇ ଫେରିଆସିଥିଲେ। କିନ୍ତୁ ଗୁରୁବାର ଦିନ ଆର୍ଯ୍ୟନଙ୍କୁ ବେଲ୍‌ ମିଳିବା ପରେ ଶାହାରୁଖ ଟିକେ ଆଶ୍ୱସ୍ତ ହୋଇଛନ୍ତି। ଏଣୁ ଆଜି ସେ ନିଜ ଜନ୍ମଦିନକୁ ପୂରା ପରିବାର ସହ ସେଲିବ୍ରେଟ୍‌ କରିବାକୁ ଯୋଜନା କରିଥିବା ଜଣାଯାଇଛି।

ଅନ୍ୟପଟେ ଗତକାଲିଠୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଙ୍ଗ୍‌ ଶହାରୁଖଙ୍କ ବିଳାସମୟ ରାଜମହଲ ମନ୍ନତ। ଏହା ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ମିଳିବା ପରେ ଶାହରୁଖ ଫ୍ୟାନମାନେ ଖୁସୀର ନାଚଗୀତ କରିବା ସହିତ ତାଙ୍କ ଘର ମନ୍ନତ ବାହାରେ ଉତ୍ସବ ପାଳନ କରିଥିଲେ। ମନ୍ନତର ପ୍ରତିଟି ମହଲାକୁ ଲାଇଟ୍‌ରେ ସଜାଯାଇଛି, ସତରେ ଯେମିତି ଦୀପାବଳି ପାଳିତ ହେଉଛି। ଜଣେ ଫ୍ୟାନ୍‌ ଶାହାରୁଖଙ୍କ ଜନ୍ମଦିନ ଅବସରରେ ‘ମନ୍ନତ’ର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

About The Author: The Sakala