ରେକର୍ଡ ସ୍ତରରେ ସୁନା ମୂଲ୍ୟ, ଦୀପାବଳି ପୂର୍ବରୁ ସୁନା ଛୁଇଁବ ୮୦ ହଜାର…

ନୂଆଦିଲ୍ଲୀ:  ସମ୍ପ୍ରତି ଦେଶରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୮୦ ହଜାର ନିକଟତର ହୋଇ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚଛି। ସେହିପରି ରୁପା ଦର ୧ ଲକ୍ଷ ଟଙ୍କା ଉପରେ ରହିଛି। ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଚମକିବାରେ ଲାଗିଛି। ସୁନା ଚାହିଦାରେ ବୃଦ୍ଧି ଯୋଗୁ ଦର ଦୈନିକ ବଢ଼ିବାରେ ଲାଗିଛି। ସୁନା ମୂଲ୍ୟରେ ଲଗାତାର ରେକର୍ଡ ସ୍ତରରେ ପହଞ୍ଚୁଛି। […]

ନୂଆଦିଲ୍ଲୀ:  ସମ୍ପ୍ରତି ଦେଶରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୮୦ ହଜାର ନିକଟତର ହୋଇ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚଛି। ସେହିପରି ରୁପା ଦର ୧ ଲକ୍ଷ ଟଙ୍କା ଉପରେ ରହିଛି।

ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ସୁନା ଚମକିବାରେ ଲାଗିଛି। ସୁନା ଚାହିଦାରେ ବୃଦ୍ଧି ଯୋଗୁ ଦର ଦୈନିକ ବଢ଼ିବାରେ ଲାଗିଛି। ସୁନା ମୂଲ୍ୟରେ ଲଗାତାର ରେକର୍ଡ ସ୍ତରରେ ପହଞ୍ଚୁଛି। ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୨,୭୯୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୯,୪୧୦ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯,୬୪୦ ଟଙ୍କାରେ ପହଞ୍ଚି ୮୦ ହଜାର ସ୍ତର ଛୁଇଁବାକୁ ବସିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩ ହଜାର ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଆଜି ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ଘଟିଛି।

କୌତୂହଳର ବିଷୟ ହେଉଛି ଯେ, ମାତ୍ର କିଛି ଦିନ ମଧ୍ୟରେ ବଜାରରେ ସୁନା ମୂଲ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। ଅପରପକ୍ଷେ ରୁପା ମୂଲ୍ୟ କିଲୋ ପିଛା ୧ ଲକ୍ଷ ଟଙ୍କା ଛୁଇଁଛି। ଭୁବନେଶ୍ବରରେ ରୁପା କିଲୋ ପିଛା ୧,୦୦,୧୦୦ ଟଙ୍କାରେ ପହଞ୍ଚିଛି। ଏହା ମଧ୍ୟ ରୁପା ମୂଲ୍ୟରେ ଆଉ ଏକ ବଡ଼ ରେକର୍ଡ। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ହୋଇପାରେ। ପାର୍ବଣରେ ସୁନା ଦରରେ ଏଭଳି ବୃଦ୍ଧି ଏବେ ଲୋକଙ୍କ ଚିନ୍ତା ବଢାଉଛି। କାରଣ ଆଗକୁ ବିବାହ ଋତୁ ରହିଛି। ଯଦି ଦର ଏଭଳି ଭାବେ ବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ବିବାହ ଖର୍ଚ୍ଚ ବଢିଯିବ। ଆଗକୁ ଦୀପାବଳୀ ଆସୁଥିବାବେଳେ ଅନେକ ଗ୍ରାହକ ସୁନା କିଣିବା ପାଇଁ ମନ ବଳାଇଥିବେ, କିନ୍ତୁ ସୁନାର ଏହି ଦର ଗ୍ରାହକଙ୍କ ମନରେ ସଙ୍କୋଚ ଆଣି ଦେଇଛି।

About The Author: The Sakala