ଫେବ୍ରୁଆରୀରୁ ସୁନା ମହଙ୍ଗା, ଦୀପାବଳି ସୁଦ୍ଧା ୧ ଲକ୍ଷ ଛୁଇଁବ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାେବ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୧,୧୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ର ମୂଲ୍ୟ ୭୪,୩୫୦ରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ। ଏପରିକି ଚଳିତବର୍ଷ ଦୀପାବଳି ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁଯାଇପାରେ। ସେୟାର […]

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାେବ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୧,୧୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ର ମୂଲ୍ୟ ୭୪,୩୫୦ରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ। ଏପରିକି ଚଳିତବର୍ଷ ଦୀପାବଳି ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁଯାଇପାରେ।

ସେୟାର ବଜାର ତଳମୁହାଁ ହେବାର ଫାଇଦା ସୁନା କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏଥିପାଇଁ ବର୍ତ୍ତମାନ ସୁନା ନିବେଶକଙ୍କ ଲାଗି ଏକ ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିଛି। ଆସନ୍ତା ଫେବୃଆରୀ ପହିଲାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ। ବଜେଟରେ ସରକାର ସୁନା ଉପରେ ସୀମା ଶୁଳ୍କରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି। ଯଦି ଏହା ହୁଏ ତେବେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ବୋଲି ବିଶ୍ୱାସ କରାଯାଉଛି।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ବଜେଟରେ ସରକାର ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି କଲେ ସୁନା ଆମଦାନୀ ମହଙ୍ଗା ହୋଇଯିବ। ଏହା ସୁନା ମୂଲ୍ୟକୁ ଆହୁରି ବୃଦ୍ଧି କରିବ। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ବଜେଟରେ ସରକାର ସୁନା ଉପରୁ ସୀମା ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ। ଏହାପରେ ଘରୋଇ ବଜାରରେ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଥିଲା। ବଜାରରେ ସୁନା ମୂଲ୍ୟ ସ୍ଥିର ରଖିବା ଏବଂ ନିରନ୍ତର ମୁଦ୍ରାସ୍ଫୀତି ମଧ୍ୟରେ ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ସୁନା ଉପରେ ସୀମା ଶୁଳ୍କ ହ୍ରାସ କରିଥିଲେ। ମୂଲ୍ୟ ବଢ଼ୁଥିଲେ ସୁଦ୍ଧା ସୁନାର ଉପଯୋଗିତାରେ ବୃଦ୍ଧି ବଡ଼ ଚିନ୍ତାର ବିଷୟ ପାଲଟିଛି, ଯାହା ବାଣିଜ୍ୟ ନିଅଣ୍ଟକୁ ବୃଦ୍ଧି କରିପାରେ। ଏପରି ପରିସ୍ଥିତିରେ, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କ୍ଷତିକୁ ରୋକିବା ପାଇଁ ସରକାର ବଜେଟରେ ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି ଘୋଷଣା କରିପାରନ୍ତି।

About The Author: The Sakala