ହୁ ହୁ ହୋଇ ବଢ଼ୁଛି ସୁନା ଦର: ୧୦ ଗ୍ରାମକୁ ୨୪ କ୍ୟାରେଟ୍ ୯୦ ହଜାର ଛୁଇଁଲା…

ଭୁବନେଶ୍ୱର: ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି […]

ଭୁବନେଶ୍ୱର: ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି । ସେହିପରି ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କାରେ ପହଞ୍ଚିଛି।

About The Author: The Sakala