ହାତୀ ମୃତଦେହ ଠାବ, କାଦୁଅରେ ପୋତି ହୋଇ ଚାଲିଗଲା ଜୀବନ

ମୋରଡ଼ା: ହାତୀ ମୃତଦେହ ଠାବ। ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ଅନ୍ତର୍ଗତ ସୁନାହଜା ଗ୍ରାମ ନିକଟରେ ଏକ ବିଲରେ ବୁଧୁବାର ଦିନ ୬ବର୍ଷ ବୟସର ଏକ ଅଣ୍ଡିରା ହାତୀ କାଦୁଅରେ ପୋତି ହୋଇ ମୃତ୍ୟୁବରଣ କରିଥିବାର ଦେଖିବାକୁ ମିଳିଛି। ଏସସିଏଫ ରବିନାରାୟଣ ମହାନ୍ତିଙ୍କ ସୂଚନା ମୁତାବକ,  ଦୀର୍ଘଦିନ ହେବ ୧୧ ଟିକିଆ ହାତୀପଲ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ଥିବାବେଳେ ତିନିଦିନ ହେବ ହାତୀ ମାନେ ନିଜନିଜ ମଧ୍ୟରେ ଲଢେଇ ଲାଗୁଥିବାର ଦେଖିବାକୁ ମିଳୁଥିବାବେଳେ ସୁନାହଜା […]

ମୋରଡ଼ା: ହାତୀ ମୃତଦେହ ଠାବ। ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ଅନ୍ତର୍ଗତ ସୁନାହଜା ଗ୍ରାମ ନିକଟରେ ଏକ ବିଲରେ ବୁଧୁବାର ଦିନ ୬ବର୍ଷ ବୟସର ଏକ ଅଣ୍ଡିରା ହାତୀ କାଦୁଅରେ ପୋତି ହୋଇ ମୃତ୍ୟୁବରଣ କରିଥିବାର ଦେଖିବାକୁ ମିଳିଛି।

ଏସସିଏଫ ରବିନାରାୟଣ ମହାନ୍ତିଙ୍କ ସୂଚନା ମୁତାବକ,  ଦୀର୍ଘଦିନ ହେବ ୧୧ ଟିକିଆ ହାତୀପଲ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ଥିବାବେଳେ ତିନିଦିନ ହେବ ହାତୀ ମାନେ ନିଜନିଜ ମଧ୍ୟରେ ଲଢେଇ ଲାଗୁଥିବାର ଦେଖିବାକୁ ମିଳୁଥିବାବେଳେ ସୁନାହଜା ଗ୍ରାମର ଗଜସାଥୀ ତଥା ବନସୁରକ୍ଷା ସମିତି ସଭାପତି ମହେଶ୍ୱର ମହାନ୍ତଙ୍କ କହିବା ମୁତାବକ ସେ ସକାଳୁ ବିଳକୁ ପାଣି ଛାଡିବା ପାଇଁ ଆସିଥିବା ସମୟରେ ହାତୀ ଟିକୁ କାଦୁଅରେ ପୋତି ହୋଇ ଫସି ରହିଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ବନବିଭାଗକୁ ଖବର ଦେବାପରେ ଘଟଣାସ୍ଥଳରେ ଏସସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ମନୱାର ଖାଁ, ଫୋରେଷ୍ଟର ପ୍ରଶାନ୍ତ କୁମାର ସିଂ ସାମନ୍ତ,ଦୀପକ କୁମାର ପାତ୍ର, ଫୋରେଷ୍ଟ ଗାର୍ଡ ବିଜୟ କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ଦିନ ଶବ ବ୍ୟବଚ୍ଛେଦ କରାଯାଇ ହାତୀଟିର ଶବ ସତ୍କାର କରାଯିବ ବୋଲି ଜଣାପଡିଛି।

About The Author: The Sakala