ଭୁବନେଶ୍ବର : ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରତିବର୍ଷ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଆଗମୀ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଇଛି । ଜନସାଧାରଣ, ନାଗରିକ ସମାଜ, ଅର୍ଥନୀତିଜ୍ଞଙ୍କଠାରୁ ମତାମତ ଲୋଡା ଯାଇଛି।
ଟୁଇଟର୍, ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ତଥା ହ୍ବାଟ୍ସଆପ- ୯୪୩୮୧୬୧୧୧୧ କିମ୍ବା ଇ-ମେଲ୍ : odisha.budget@gov.in ମାଧ୍ୟମରେ ପରାମର୍ଶ ଗ୍ରହଣ କରାଯିବ।Twitter(@FdOdisha), Facebook(@FinanceOdisha)ରେ ବି ମତାମତ ଦେଇପାରିବେ । ଆଜି ଏହି ପ୍ରକ୍ରିିୟା ଆରମ୍ଭ କରାଯାଇଥିବା ବେଳେ ଚଳିତ ମାସ ୩୧ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଯେକେହିବି ୨୦୨୨-୨୩ ବଜେଟ୍ ପାଇଁ ପରାମର୍ଶ ଦେଇପାରିବେ ।