ବଢ଼ିଲା ଆଧାର ଅପଡେଟ୍ ଅବଧି : ମାଗଣାରେ ବଦଳାଇ ପାରିବେ ଠିକଣା ଓ ମୋବାଇଲ ନମ୍ବର

ନୂଆଦିଲ୍ଲୀ :  ଆଧାର କାର୍ଡରେ ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ନାମର ବନାନ ସଂଶୋଧନ କରିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ ଭଲ ଖବର। କାରଣ ମାଗଣା ଆଧାର ଅପଡେଟ୍ ସମୟ ସୀମା ବଢ଼ିଛି। ମଙ୍ଗଳବାର କେନ୍ଦ୍ର ସରକାର ଅପଡେଟ୍ ନେଇ ରହିଥିବା ସମୟସୀମାକୁ ଆଜି ବୃଦ୍ଧି କରିଛନ୍ତି। ଏହି ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ। ଏହି ଅବଧି ଶେଷ ହେବା ପୂର୍ବରୁ ଆଜି […]

ନୂଆଦିଲ୍ଲୀ :  ଆଧାର କାର୍ଡରେ ଠିକଣା କିମ୍ବା ମୋବାଇଲ୍ ନମ୍ବର ବଦଳାଇବାକୁ କିମ୍ବା ନାମର ବନାନ ସଂଶୋଧନ କରିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ ଭଲ ଖବର। କାରଣ ମାଗଣା ଆଧାର ଅପଡେଟ୍ ସମୟ ସୀମା ବଢ଼ିଛି। ମଙ୍ଗଳବାର କେନ୍ଦ୍ର ସରକାର ଅପଡେଟ୍ ନେଇ ରହିଥିବା ସମୟସୀମାକୁ ଆଜି ବୃଦ୍ଧି କରିଛନ୍ତି।

ଏହି ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ। ଏହି ଅବଧି ଶେଷ ହେବା ପୂର୍ବରୁ ଆଜି ଏହାକୁ ଆଉ କିଛି ଦିନ ଯାଏ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଆଉ ତିନି ମାସ ଅର୍ଥାତ୍ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରାଯାଇପାରିବ।

ଏ ନେଇ ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ ଗତ କିଛି ମାସ ମଧ୍ୟରେ ଆଧାର ଅପ୍‌ଡେଟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ଆଧାର ମାଗଣା ଅପଡେଟ୍ କରିବାର ତାରିଖ ବୃଦ୍ଧି କରାଯାଇଛି। ଆଗାମୀ ତିନି ମାସ ଅର୍ଥାତ୍ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଉପଭୋକ୍ତାମାନେ ଆଧାର ଅପଡେଟ୍ କରିପାରିବେ। ଆଧାର ବିବରଣୀ ଅପଡେଟ୍ କରିବାକୁ ମାଗଣା ସେବା ପାଇଁ ମାଇଁ ଆଧାର ପୋର୍ଟାଲ ଉପଲବ୍ଧ ରହିଛି।

About The Author: The Sakala