ନୂଆଦିଲ୍ଲୀ : ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଆୟକର ବିଭାଗ ପକ୍ଷରୁ ଆୟକରଦାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା କରଦାତାଙ୍କ ପାଇଁ ଆଶ୍ୱସ୍ତି ଖବର ହୋଇଛି। ଏହା ଅନୁସାରେ, ଏବେ କରଦାତାମାନେ ୩୧ ଜୁଲାଇ ୨୦୨୫ ପରିବର୍ତ୍ତେ ୧୫ ସେପ୍ଟେମ୍ବର ୨୦୨୫ ସୁଦ୍ଧା ସେମାନଙ୍କର ଆଇଟିଆର୍ ଦାଖଲ କରିପାରିବେ।