ଅଶୋଧିତ ତୈଳ ଦର ୬୭ ଡଲାରକୁ ହ୍ରାସ; ତଥାପି କମୁନି ପେଟ୍ରୋଲ, ଡିଜେଲ ଦର…

ନୂଆଦିଲ୍ଲୀ: ଖସୁଛି ଅଶୋଧିତ ତୈଳ ଦର। ଅନ୍ତର୍ଜାତୀୟ ବଜାରରେ ତେଲ ଦର ଏବେ ବ୍ୟାରେଲ ପିଛା ୭୦ରୁ ଖସି ୬୭ ଡଲାରରେ ପହଞ୍ଚିଲାଣି। ବିଭିନ୍ନ ବୈଶ୍ବିକ କାରଣ ଯୋଗୁ ଅଶୋଧÒତ ତୈଳ ମୂଲ୍ୟରେ ଏଳି ହ୍ରାସ ଧାରା ଜାରି ରହିଛି। ବିଦେଶ ବଜାରରେ ତେଲ ଦସର କମୁଥିଲେ ସୁଦ୍ଧା ଘରୋଇ ବଜାରରେ ଏବେ ବି ପେଟ୍ରୋଲ ଏବଂ ଡିଜେଲ ଦର ଖୁବ୍‌ ଉପରେ ରହିଛି। ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୬୭ ଡଲାରକୁ ଖସିଆସିଥିଲେ ସୁଦ୍ଧା […]

ନୂଆଦିଲ୍ଲୀ: ଖସୁଛି ଅଶୋଧିତ ତୈଳ ଦର। ଅନ୍ତର୍ଜାତୀୟ ବଜାରରେ ତେଲ ଦର ଏବେ ବ୍ୟାରେଲ ପିଛା ୭୦ରୁ ଖସି ୬୭ ଡଲାରରେ ପହଞ୍ଚିଲାଣି। ବିଭିନ୍ନ ବୈଶ୍ବିକ କାରଣ ଯୋଗୁ ଅଶୋଧÒତ ତୈଳ ମୂଲ୍ୟରେ ଏଳି ହ୍ରାସ ଧାରା ଜାରି ରହିଛି। ବିଦେଶ ବଜାରରେ ତେଲ ଦସର କମୁଥିଲେ ସୁଦ୍ଧା ଘରୋଇ ବଜାରରେ ଏବେ ବି ପେଟ୍ରୋଲ ଏବଂ ଡିଜେଲ ଦର ଖୁବ୍‌ ଉପରେ ରହିଛି। ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୬୭ ଡଲାରକୁ ଖସିଆସିଥିଲେ ସୁଦ୍ଧା ଖୁଚୁରା ବଜାରରେ ସାଧାରଣ ଲୋକଙ୍କ କଷ୍ଟ ଦୂର ହେଉନାହିଁ। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୩୭ ପଇସା ଏବଂ ଡିଜେଲ ଲିଟର ପିଛା ୯୨ ଟଙ୍କା ୮୬ ପଇସା ରହିଛି। କେନ୍ଦ୍ର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀ ଦର କମାଇ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଦେବାକୁ ଏବେ ସର୍ବସାଧାରଣରରେ ଜୋରେ ଦାବି ଉଠିଲାଣି।

ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରେ ଖାଉଟି ଅଣନିଶ୍ବାସୀ। ବିଗତ ମାସେ ହେବ ଅଶୋଧିତ ତୈଳ ଦର ତଳକୁ ଖସିବାରେ ଲାଗିଛି। ଏବେ ବ୍ୟାରେଲ ୬୭ ଡଲାର ଥିବା ସତ୍ତ୍ବେ କମୁନି ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର। ବିଜେପି ସରକାର ବିରୋଧୀରେ ଥିବାବେଳେ ଭାଟ୍ କମାଇବାକୁ ହୋ ହ ଲ୍ଲା କରୁଥିଲେ। ଏବେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଭାଟ୍‌ କମାଇବାକୁ ଭୁଲିଯାିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ପେଟ୍ରୋଲ ଉପରେ ଲିଟର ପିଛା ରାଜ୍ୟ ସରକାର ୨୧ ଟଙ୍କା ୮୫ ପଇସା ଓ ଡିଜେଲ ଲିଟର ପିଛା ୧୭ ଟଙ୍କା ୯୨ ପଇସା ଭାଟ୍ ନେଉଛନ୍ତି। ଭାଟ୍‌ କମ୍‌ କଲେ ଲୋକେ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଇପାରନ୍ତେ। ଅନ୍ତର୍ଜାତୀୟ ବଜାରରେ ଯେପରି ଭାବେ ଅଶୋଧିତ ତୈଳ ଦର ଶସ୍ତା ହୋଇଛି ଯଦି କେନ୍ଦ୍ର ସରକାର ଓ ବିପଣନ କମ୍ପାନୀ ଚାହାଁନ୍ତେ ତା’ହେଲେ ପେଟ୍ରୋଲ-ଡିଜେଲର ଖୁଚୁରା ଦର ୭୦ ଟଙ୍କାକୁ ଖସିଆସିପାରନ୍ତା। ଦେଶର ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକୁ ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକ ସୁଦ୍ଧା ଅପର୍ଯ୍ୟାପ୍ତ ଲାଭ କରୁଛନ୍ତି। ହେଲେ ବିଦେଶ ବଜରାରରେ ଦର କମିଲେ ଘରୋଇ ବଜାରରେ ଦର କମ୍‌ କରୁନାହଁାନ୍ତି, ଯାହା କି ଏକ ବିଡ଼ମ୍ବନାର ବିଷୟ।

ସମ୍ପ୍ରତି ଲୋକେ ମହଙ୍ଗା ବଜାର ଦରକୁ ମୁକାବିଲା କରି ନୟାନ୍ତ ହେଲେଣି। ପେଟ୍ରୋଲ-ଡିଜେଲ ଖୁଚୁରା ମୂଲ୍ୟ ଅଧିକ ଯୋଗୁଁ ପରିବହନ ଖର୍ଚ୍ଚ ବି ମହଙ୍ଗା ହେଉଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଓଲଟା ଯୁକ୍ତି ଦେଶର ବିକାଶ ପାଇଁ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମ୍‌ କରାଯାଉନି। ଲୋକେ ମହଙ୍ଗା ମାଡ଼ରେ ଷଢ଼ୁଛନ୍ତି। ଦେଶ ବିକାଶର ନାରା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି।

About The Author: The Sakala