ପତଞ୍ଜଳି ଟୁଥ୍‌ପେଷ୍ଟରେ ନନ୍‌-ଭେଜ୍‌, ରାମଦେବଙ୍କୁ ଜବାବ୍‌ ମାଗିଲେ କୋର୍ଟ

ନୂଆଦିଲ୍ଲୀ : ବାବା ରାମଦେବଙ୍କ ଦ୍ବାରା ପ୍ରତିଷ୍ଠିତ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳିର ଟୁଥ୍‌ପେଷ୍ଟରେ ରହିଛି ନନ୍‌-ଭେଜ୍‌। ଏଭଳି ସଂଘାତିକ ଅଭିଯୋଗ ଆସିଛି ପତଞ୍ଜଳି ଦ୍ବାରା ପ୍ରସ୍ତୁତ ଟୁଥ୍‌ପେଷ୍ଟ ‘ଦିବ୍ୟ ଦନ୍ତ ମଞ୍ଜନ୍‌’ ବିରୁଦ୍ଧରେ। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ଏହି ଟୁଥ୍‌ପେଷ୍ଟରେ ନନ୍‌-ଭେଜ୍ ଉପାଦନ ରହିଛି। ଆବେଦନକାରୀ ଆଡଭୋକେଟ୍ ଯତୀନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ କମ୍ପାନୀ ‘ଦିବ୍ୟ ଦନ୍ତ ମଞ୍ଜନ’ରେ (କମନ୍‌ କଟେଲ ଫିସ୍‌)ନାମକ ଏକ […]

ନୂଆଦିଲ୍ଲୀ : ବାବା ରାମଦେବଙ୍କ ଦ୍ବାରା ପ୍ରତିଷ୍ଠିତ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳିର ଟୁଥ୍‌ପେଷ୍ଟରେ ରହିଛି ନନ୍‌-ଭେଜ୍‌। ଏଭଳି ସଂଘାତିକ ଅଭିଯୋଗ ଆସିଛି ପତଞ୍ଜଳି ଦ୍ବାରା ପ୍ରସ୍ତୁତ ଟୁଥ୍‌ପେଷ୍ଟ ‘ଦିବ୍ୟ ଦନ୍ତ ମଞ୍ଜନ୍‌’ ବିରୁଦ୍ଧରେ। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ଏହି ଟୁଥ୍‌ପେଷ୍ଟରେ ନନ୍‌-ଭେଜ୍ ଉପାଦନ ରହିଛି। ଆବେଦନକାରୀ ଆଡଭୋକେଟ୍ ଯତୀନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ କମ୍ପାନୀ ‘ଦିବ୍ୟ ଦନ୍ତ ମଞ୍ଜନ’ରେ (କମନ୍‌ କଟେଲ ଫିସ୍‌)ନାମକ ଏକ ମାଂସାସୀ ପଦାର୍ଥ ବ୍ୟବହାର କରାଯାଉଛି।

ଏଥିରେ ମଧ୍ୟ କୁହାଯାଇଛି ଯେ ଅଣ-ଶାକାହାରୀ ବା ନନ୍‌-ଭେଜ୍‌ ଉପାଦାନ ବ୍ୟବହାର ସତ୍ତ୍ବେ ଉତ୍ପାଦକୁ ସବୁଜ ଅର୍ଥାତ୍ ଶାକାହାରୀ ଲେବଲ୍ ଦିଆଯାଇଛି। ଏହା ଉପରେ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ କମ୍ପାନୀକୁ ଜବାବ୍‌ ତଲବ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା ମଧ୍ୟ ଏହି ଉତ୍ପାଦ ପ୍ରସ୍ତୁତ କରୁଥିବା କେନ୍ଦ୍ର ସରକାର ଏବଂ ପତଞ୍ଜଳିର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ ରେ ହେବ।

ଆବେଦନକାରୀ ଯତୀନ୍‌ ଦାବି କରିଛନ୍ତି ଯେ ଯୋଗଗୁରୁ ରାମଦେବ ନିଜେ ଏକ ଭିଡିଓରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଉତ୍ପାଦରେ କଟଫିସ୍ ବ୍ୟବହାର କରାଯାଏ। ଏହା ସତ୍ତ୍ବେ କମ୍ପାନୀ ଭୁଲ ବ୍ରାଣ୍ଡିଂ କରୁଛି ଏବଂ ଦନ୍ତ ମଞ୍ଜନଙ୍କୁ ଶାକାହାରୀ ବୋଲି କହୁଛି। କୋର୍ଟ କହିଛନ୍ତି ଯେ ଆବେଦନକାରୀ ଏବଂ ତାଙ୍କ ପରିବାର ଅସନ୍ତୁଷ୍ଟ ହେବାର କାରଣ ସେମାନେ କେବଳ ଶାକାହାରୀ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଯେବେଠାରୁ ସେ ଜାଣିବାକୁ ପାଇଲେ ଯେ, ହାଇକୋର୍ଟରେ ‘ଦିବ୍ୟ ଦନ୍ତ ମଞ୍ଜନ୍‌’ ଟୁଥପେଷ୍ଟରେ ସାମୁଦ୍ରିକ ମାଛର ବ୍ୟବହାର ହୋଇଛି, ତାହା ତାଙ୍କର ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି।

ପତଞ୍ଜଳି ୱେବସାଇଟ୍ ଅନୁଯାୟୀ ‘ଦିବ୍ୟ ଦନ୍ତ ମଞ୍ଜନ୍‌’ ଦାନ୍ତ ପାଇଁ ସବୁଠାରୁ ଶକ୍ତିଶାଳୀ ଔଷଧୀୟ ଉତ୍ପାଦ। ଏହି ଦନ୍ତ ପେଷ୍ଟ ବ୍ୟବହାର କରି ଦାନ୍ତ ଅଧିକ ଶକ୍ତିଶାଳୀ ହୁଏ। ଏହି କାରଣରୁ ପାଇରିଆ (ଦାନ୍ତରୁ ରକ୍ତ ପ୍ରବାହ) ଭଳି ଦାନ୍ତ ସମସ୍ୟା ଦୂର ହୋଇଯାଏ। ଉତ୍ତରପ୍ରଦେଶ ସରକାର ୧୭ ମେ’ରେ ଏକ ଆଦେଶ ଜାରି କରିଥÒଲେ ଯେଉଁଥିରେ ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟା ଫାର୍ମାସୀର ୧୪ଟି ଉତ୍ପାଦର ଲାଇସେନ୍ସ ବାତିଲ କରାଯାଇଛି। ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ପ୍ରାଥମିକ ତଦନ୍ତ ରିପୋର୍ଟ ଉପସ୍ଥାପିତ ହେବା ପରେ ସରକାର ଏହାର ଆଦେଶ ରଖିଛନ୍ତି।

About The Author: The Sakala