ଭାଇରାଲ ହେଉଛି ରାଜୁ ଶ୍ରୀବାସ୍ତବଙ୍କ ଭିଡିଓ: ଯେଉଁଥିରେ ସେ ଯମରାଜ ଓ ମୃତ୍ଯୁକୁ ନେଇ କହିଥିଲେ କିଛି ଏଭଳି କଥା….

ନୂଆଦିଲ୍ଲୀ:  ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ସେ ଅଗଷ୍ଟ ୧୦ରେ ହୃଦଘାତରେ ଶିକାର ହୋଇଥିଲେ। ପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା । ରାଜୁଙ୍କଙ୍କ ମସ୍ତିଷ୍କ ଫୁଲିଯାଇଥିବା ସୂଚନା ମିଳିଛି। ମସ୍ତିଷ୍କର ଚିକିତ୍ସା ପାଇଁ ଦିଆଯାଇଥିବା ଔଷଧ କାମ କରୁନାହିଁ ବୋଲି ଡାକ୍ତର କହିଛନ୍ତି।  ହୃଦୟ ଏବଂ ନାଡ଼ି ଭେଣ୍ଟିଲେଟର ସାହାଯ୍ୟରେ ପରିଚାଳିତ ହେଉଛ। ଶ୍ରୀବାସ୍ତବଙ୍କୁ ଟ୍ୟୁବ୍ ମାଧ୍ୟମରେ କ୍ଷୀର ଏବଂ ଫଳରସ ଦିଆଯାଉଛି । ରାଜୁଙ୍କ ପରିବାର କିନ୍ତୁ ଆଶା […]

ନୂଆଦିଲ୍ଲୀ:  ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ରହିଛି। ସେ ଅଗଷ୍ଟ ୧୦ରେ ହୃଦଘାତରେ ଶିକାର ହୋଇଥିଲେ। ପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା । ରାଜୁଙ୍କଙ୍କ ମସ୍ତିଷ୍କ ଫୁଲିଯାଇଥିବା ସୂଚନା ମିଳିଛି। ମସ୍ତିଷ୍କର ଚିକିତ୍ସା ପାଇଁ ଦିଆଯାଇଥିବା ଔଷଧ କାମ କରୁନାହିଁ ବୋଲି ଡାକ୍ତର କହିଛନ୍ତି।  ହୃଦୟ ଏବଂ ନାଡ଼ି ଭେଣ୍ଟିଲେଟର ସାହାଯ୍ୟରେ ପରିଚାଳିତ ହେଉଛ। ଶ୍ରୀବାସ୍ତବଙ୍କୁ ଟ୍ୟୁବ୍ ମାଧ୍ୟମରେ କ୍ଷୀର ଏବଂ ଫଳରସ ଦିଆଯାଉଛି । ରାଜୁଙ୍କ ପରିବାର କିନ୍ତୁ ଆଶା ଛାଡ଼ି ନାହାନ୍ତି। ରାଜୁ ହିରୋ ସେ ପୁଣିଥରେ ସୁସ୍ଥ ହୋଇଯିବେ ବୋଲି ପରିବାର ଲୋକେ କହିଛନ୍ତି। ପ୍ରଶଂସକ ଏବଂ ପରିବାର ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ରାଜୁ ଶ୍ରୀବାସ୍ତବ ଲୋକଙ୍କୁ ହସାଇବା ପାଇଁ ଜଣାଶୁଣା । ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାଜୁ ଯମରାଜ ଓ ମୃତ୍ୟୁ ବିଷୟରେ କିଛି କହୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ରାଜୁ ଶ୍ରୀବାସ୍ତବ ତାଙ୍କ ଅନ୍ଦାଜରେ କଥାବାର୍ତ୍ତା କରୁଛନ୍ତି। ରାଜୁ କହୁଛନ୍ତି, ‘ନମସ୍କାର, କିଛି ନାହିଁ ବାସ ବସିଛି। ଜୀବନରେ ଏପରି କାର୍ଯ୍ୟ କର ଯେ, ଯମରାଜ ଆସିଲେ ମଧ୍ୟ ସେ ତୁମକୁ ଭାଇସାହାବ କହି ମଇଁଷି ଉପରେ ବସିବାକୁ କହିବେ। ତୁମେ ଜଣେ ଭଲ ମଣିଷ ଚାଲିକି ଗଲେ ଭଲ ଲାଗିବନି ତେଣୁ ବସ ବୋଲି ଯମରାଜ କହିବେ।  ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Raju Srivastava (@rajusrivastavaofficial)

About The Author: The Sakala