ନୂଆଦିଲ୍ଲୀ: ଚୀନ୍ ଏପ୍ରିଲ୍ ୨୦ରେ ଏକ ୧୦ଜି ବ୍ରଡବ୍ୟାଣ୍ଡ ନେଟୱାର୍କ ଶୁଭାରମ୍ଭ କରିଛି। ଏହା ବିଶ୍ୱର ପ୍ରଥମ କମର୍ସିଆଲ୍ ୱାୟର୍ଡ ବ୍ରଡବ୍ୟାଣ୍ଡ ନେଟୱାର୍କ, ଯାହା ପ୍ରତି ସେକେଣ୍ଡରେ ୧୦ ଗିଗାବିଟ୍ ପର୍ଯ୍ୟନ୍ତ ସ୍ପିଡ୍ ଦେବ। ଏହା ୫ଜି କିମ୍ବା ୬ଜି ପରି ୱୟାରଲେସ୍ ମୋବାଇଲ୍ ନେଟୱାର୍କ ସହ ଜଡ଼ିତ ନୁହେଁ, ଏହା ଆଡ୍ଭାନ୍ସଡ ଫାଇବର-ଅପ୍ଟିକ୍ ଟେକ୍ନୋଲୋଜୀ ୫୦ଜି ପ୍ୟାସିଭ୍ ଅପ୍ଟିକାଲ୍ ନେଟୱାର୍କ ବ୍ୟବହାର କରେ।
୨୦ ସେକେଣ୍ଡ ମଧ୍ୟରେ ଡାଉନଲୋଡ୍ ହେବ ୨୦ଜିବି ସାଇଜର ୪କେ ସିନେମା ଏଥିରେ ୩ ମିଲିସେକେଣ୍ଡ ଲାଟେନ୍ସି ସହିତ ୯,୮୩୪ ଏମବିପିଏସ୍ ଡାଉନଲୋଡ୍ ସ୍ପିଡ୍ ଏବଂ ୧,୦୦୮ ଏମ୍ବିପିଏସ୍ ଅପଲୋଡ୍ ସ୍ପିଡ୍ ମିଳିବ। ୧୦ଜି ବ୍ରଡବ୍ୟାଣ୍ଡ ନେଟୱାର୍କର ଶୁଭାରମ୍ଭ ଚୀନକୁ ବିଶ୍ୱ ବ୍ରଡବ୍ୟାଣ୍ଡ ଟେକ୍ନୋଲୋଜିରେ ଅଗ୍ରେତା ବନାଇ ଦେଇଛି। କାରଣ ଚୀନ ୟୁଏଇ ଏବଂ କତାର ଭଳି ଦେଶର ବର୍ତ୍ତମାନର କମର୍ସିଆଲ ବ୍ରଡବ୍ୟାଣ୍ଡ ସ୍ପିଡକୁ ପାର୍ କରିଛି। ଯେଉଁଠାରେ ହାରାହାରି ସ୍ପିଡ ଯଥାକ୍ରମେ ୫୪୩ ଏମବିପିଏସ୍ ଏବଂ ୫୨୧ ଏମବିପିଏସ୍ ରହିଛି। ୨୦୨୫ ମାର୍ଚ୍ଚରେ ଭାରତର ହାରାହାରି ଫିକ୍ସଡ ବ୍ରଡବ୍ୟାଣ୍ଡ ସ୍ପିଡ୍ ଡାଉନଲୋଡ୍ ପାଇଁ ୫୮.୬୨ ଏମବିପିଏସ ଏବଂ ଅପଲୋଡ୍ ପାଇଁ ୫୦.୪୨ ଏମବିପିଏସ ଥିଲା। ଏହା ବିଶ୍ୱରେ ୮୭ତମ ସ୍ଥାନରେ ଥିଲା। ଚୀନର ୧୦ଜି ନେଟୱାର୍କ ଭାରତର ରିୟର-ୱାର୍ଲ୍ଡ ବ୍ରଡବ୍ୟାଣ୍ଡ ସ୍ପିଡ୍ (୯,୮୩୪ ଏମବପିଏସ ବନାମ ୭୭.୨ ଏମବିପିଏସ ତୁଳନାରେ ୧୦୦ ଗୁଣ ଅଧିକ ସ୍ପିଡ୍ ଦେଉଛି।