ସବୁ ପୁରାତନ ମନ୍ଦିରର ହେବ ଜିଓ ଟ୍ୟାଗିଙ୍ଗ୍‌ : ଜଗନ୍ନାଥ ସଂସ୍କୃତି ଓ ବୌଦ୍ଧ କୀର୍ତ୍ତିରାଜିକୁ ପ୍ରାଥମିକତା

ଭୁବନେଶ୍ୱର : ଲୋକଲୋଚନ ଆଢ଼ୁଆଳରେ ରହିଥିବା ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍‌ ପ୍ରସ୍ତୁତ କରାଯିବ। ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ସାଙ୍ଗକୁ ପୁରାତନ ଐତିହ୍ୟ ଓ କିର୍ତ୍ତୀକରାଜିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଯିବ। ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ଐତିହ୍ୟ ବହୁ ପୁରୁଣା। ଐର ଖାରବେଳଙ୍କ ସମୟ, ବୌଦ୍ଧ କୀର୍ତ୍ତିରାଜି, ଖଣ୍ଡଗିରି ଓ ଉଦୟଗିରି […]

ଭୁବନେଶ୍ୱର : ଲୋକଲୋଚନ ଆଢ଼ୁଆଳରେ ରହିଥିବା ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିକୁ ଖୋଜି ବାହାର କରିବା ସହ ସେସବୁର ଡାଟାବେସ୍‌ ପ୍ରସ୍ତୁତ କରାଯିବ। ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ସାଙ୍ଗକୁ ପୁରାତନ ଐତିହ୍ୟ ଓ କିର୍ତ୍ତୀକରାଜିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରାଯିବ। ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ଐତିହ୍ୟ ବହୁ ପୁରୁଣା। ଐର ଖାରବେଳଙ୍କ ସମୟ, ବୌଦ୍ଧ କୀର୍ତ୍ତିରାଜି, ଖଣ୍ଡଗିରି ଓ ଉଦୟଗିରି ଏବଂ ପାଇକ ବିଦ୍ରୋହ ସମୟର ପ୍ରାୟ ୩ ହଜାରରୁ ଅଧିକ ଐତିହ୍ୟସ୍ଥଳ ଲୁକ୍କାୟିତ ହୋଇ ପଡ଼ିରହିଛି। ଏଥିରୁ ୮୨ଟି କୀର୍ତ୍ତିରାଜିକୁ ଭାରତୀୟ ପ୍ରନିତତ୍ତ୍ୱିକ ସଂସ୍ଥା ରକ୍ଷଣାବେକ୍ଷଣ କରୁଥିବାବେଳେ ୨୧୨ଟି ରାଜ୍ୟ ପ୍ରନିତାତ୍ତ୍ୱିକ ସଂସ୍ଥା ହାତରେ ରହିଛି। ତେବେ ବାକି ଥିବା ଐତିହ୍ୟ ସ୍ଥଳର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟଟନ, ସଂସ୍କୃତି ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ଏକ ଟାସ୍କଫୋର୍ସ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା, ପାରିପାଶ୍ୱର୍କ ବିକାଶ ଓ ଭଲ ସଡ଼କ ଯୋଗାଯୋଗ ବ୍ୟବସ୍ଥା, ଲୋକଲୋଚନ ଆଢ଼ୁଆଳରେ ଥିବା ଐତିହ୍ୟସ୍ଥଳୀକୁ ବିଶ୍ୱର ସବୁ ସ୍ଥାନରୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ସୁଗମ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ପୁରାତନ ମନ୍ଦିରର ଜିଓ ଟ୍ୟାଗିଂ କରାଯିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କ୍ଷେତ୍ରର ଉନ୍ନତିକରଣ, ରାଜ୍ୟରେ ଥିବା ସବୁ ଶକ୍ତିପୀଠକୁ ଯୋଡ଼ି ଏକ କରିଡର ନିର୍ମାଣ କରିବାକୁ ପୁରାତନ ଐତିହ୍ୟ ସ୍ଥଳୀଗୁଡ଼ିକର ପ୍ରୋଫାଇଲ୍‌ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟର ୭୫ଟି ଐତିହ୍ୟ ସ୍ମାରକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଛି। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ, ପର୍ଯ୍ୟଟନ ବିଭାଗ କମିଶନର ବଲବନ୍ତ ସିଂ, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ.କେ. ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

About The Author: The Sakala