ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା ଏବଂ ସବୁ ଠିକଠାକ ଥିବା ଜଣାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି  । ସେ ସୁସ୍ଥ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, […]

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା ଏବଂ ସବୁ ଠିକଠାକ ଥିବା ଜଣାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି  । ସେ ସୁସ୍ଥ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୪୭ ବର୍ଷୀୟ ଶ୍ରେୟସ ଗୁରୁବାର ସନ୍ଧ୍ୟାରେ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ । ସେତେବେଳେ ସେ ସ୍ୱାଭାବିକ ଥିଲେ । ମାତ୍ର ସୁଟିଂ ସରିବା ପରେ ହୃତଘାତର ଶିକାର ହୋଇଥିଲେ । ଏହାପରେ ସେ ତଳେ ପଡି ଯାଇଥିଲେ ।

About The Author: The Sakala