ବଢିଛି ଦୁଇ ଚକିଆ ଯାନର ବିକ୍ରି, ମେ’ ରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଗାଡ଼ି ବିକ୍ରି କରିଛି ହିରୋ

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅର୍ଥାତ ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶ ବୃଦ୍ଧି ପାଇଛି। ପୂର୍ବ ବର୍ଷ ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି […]

ନୂଆଦିଲ୍ଲୀ: ବଢିଛି ୨ ଚକିଆ ଯାନର ବିକ୍ରି । ପୂର୍ବ ବର୍ଷ ଅର୍ଥାତ ୨୦୨୨ ମେ’ ତୁଳନାରେ ଚଳିତ ବର୍ଷର ମେ’ ରେ ବୃଦ୍ଧି ପାଇଛି ୨ ଚକିଆ ଯାନର ବିକ୍ରି । ଯାହାକି ୯.୨୩ ପ୍ରତିଶ ବୃଦ୍ଧି ପାଇଛି। ପୂର୍ବ ବର୍ଷ ମେ’ ରେ ୧୩ ଲକ୍ଷ ୬୫ ହଜାର ୯୨୪ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ମେ’ରେ ୧୪ ଲକ୍ଷ ୯୩ ହଜାର ୨୩୪ ଟି ଦୁଇ ଚକିଆ ଯାନର ବିକ୍ରି ହୋଇଛି।

ହିରେ ମୋଟୋରର ୫ ଲକ୍ଷ ୩୦ ହଜାର ୬୫୮ ଲକ୍ଷ ଗାଡି ବିକ୍ରି ହୋଇଥିବା ବେଳେ ହୋଣ୍ଡାର ୨ ଲକ୍ଷ ୬୯ ହଜାର ୫୫୭ଟି ଦୁଇ ଚକିଆ ଗାଡି ବିକ୍ରି ହୋଇଛି। ସେହିପରି ଟିଭିଏସ ମୋଟରର କମ୍ପାନୀର ୨ ଲକ୍ଷ ୫୨ ହଜାର , ବାଜାଜ  ୧ ଲକ୍ଷ ୮୬ ହଜାର, ରୟାଲ୍ ଏନଫିଲ୍ଡର ୬୮ ହଜାର ୫୭୦ଟି ଗାଡି ବିକ୍ରି ହୋଇଛି। ସୁଜୁକି ୬୧ ହଜାର ୪୪୨, ୟମହା ୪୪ ହଜାର ୩୮୬, ଓଲା ଇଲେକଟ୍ରିକ ୨୮ ହଜାର ୪୬୯, ଆଥର ୧୫ ହଜାର ୨୬୬ ଓ  ଅନ୍ୟାନ କମ୍ପାନୀର ଗାଡ଼ି ୩୬ ହଜାର ୪୮୯ ଟି ଗାଡି ବିକ୍ରି ହୋଇଛି।

About The Author: The Sakala