ଦୁନିଆକୁ ଘାରିଛି ‘ଷ୍ଟୁଟିଓ ଘିବିଲୀ’ ନିଶା, ହଜିଲା ଚାଟ୍‌ ଜିପିଟି ନିଦ

The Sakala Picture
Published On

ନୂଆଦିଲ୍ଲୀ:  ଓପନ ଏଆଇର ଚାଟ୍ ଜିପିଟି ଇଣ୍ଟରନେଟରେ ଏକ ନୂଆ ଝଡ଼ ସୃଷ୍ଟି କରିଛି। ଇଣ୍ଟରନେଟ୍ ୟୁଜର କମ୍ପାନୀର ଏକ ନୂଆ ସୁବିଧା ‘ଷ୍ଟୁଡିଓ ଘିବିଲୀ’ ପ୍ରତି ବେଶ ଆକର୍ଷିତ ହୋଇଯାଇଛି। ଏଥିପାଇଁ ଓପନ ଏଆଇର ସର୍ଭର ଉପରେ ଏତେ ଚାପ ସୃଷ୍ଟି ହୋଇଛି ଯେ କମ୍ପାନୀର ସିଇଓ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଏଥିରୁ କ୍ଷାନ୍ତ ହେବାକୁ ନିବେଦନ କରିଛନ୍ତି। ଚାଟ୍‌ ଜିପିଟି ଇମେଜ ଜେନେରେସନ ଟୁଲର ବ୍ୟାପକ ବ୍ୟବହାର ପରେ ଓପନ ଏଆଇ ସିଇଓ […]

ନୂଆଦିଲ୍ଲୀ:  ଓପନ ଏଆଇର ଚାଟ୍ ଜିପିଟି ଇଣ୍ଟରନେଟରେ ଏକ ନୂଆ ଝଡ଼ ସୃଷ୍ଟି କରିଛି। ଇଣ୍ଟରନେଟ୍ ୟୁଜର କମ୍ପାନୀର ଏକ ନୂଆ ସୁବିଧା ‘ଷ୍ଟୁଡିଓ ଘିବିଲୀ’ ପ୍ରତି ବେଶ ଆକର୍ଷିତ ହୋଇଯାଇଛି। ଏଥିପାଇଁ ଓପନ ଏଆଇର ସର୍ଭର ଉପରେ ଏତେ ଚାପ ସୃଷ୍ଟି ହୋଇଛି ଯେ କମ୍ପାନୀର ସିଇଓ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଏଥିରୁ କ୍ଷାନ୍ତ ହେବାକୁ ନିବେଦନ କରିଛନ୍ତି। ଚାଟ୍‌ ଜିପିଟି ଇମେଜ ଜେନେରେସନ ଟୁଲର ବ୍ୟାପକ ବ୍ୟବହାର ପରେ ଓପନ ଏଆଇ ସିଇଓ ସାମ ଅଲ୍ଟମ୍ୟାନ ନିଜେ ଟ୍ୱିଟ୍ କରିଛନ୍ତି।  ସେ ଲେଖିଛନ୍ତି ଆପଣମାନେ ଇମୋଜି ତିଆରିରେ ଟିକେ ବିରତି ନେଇ ପାରିବେ କି? ଏହା ଆପଣମାନଙ୍କ ପାଗଳାମୀ ହୋଇପାରେ ହେଲେ ଆମ ଟିମ୍‌ ଟିକେ ଶାନ୍ତିରେ ଶୋଇବାକୁ ଚାହୁଁଛୁ। ତାଙ୍କର ଏହି ଟ୍ୱିଟ ଏବେ ଭାଇରାଲ ହେଉଥିବାବେଳେ ଲୋକେ କିନ୍ତୁ ଇମୋଜି ତିଆରିରୁ ନିଜକୁ ରୋକି ପାରୁନାହାନ୍ତି। ୟୁଜର ବିଭିନ୍ନ ପ୍ରକାରର ଇମୋଜି ସୃଷ୍ଟି କରି ନିଜ ନିଜ ସୋସିଆଲ ମିଡିଆ ସାଇଟରେ ଅପ୍‌ଲୋଡ କରିବାରେ ଲାଗିଛନ୍ତି। ଏଥିରେ ଦେଶ ଦୁନିଆର ନେତା ହୁଅନ୍ତୁ କି ପର୍ବପର୍ବାଣୀ ସବୁର ଏବେ ଇମୋଜି ତିଆରି ଚାଲିଛି।

ଆହୁରି ପଢ଼ନ୍ତୁ: ବିରଳ ବେଙ୍ଗ: ପାଟିରେ ଦେଖେ ଦୁନିଆ

କିପରି କରିବେ ଘିବିଲୀ ଇମେଜ ?

ଆହୁରି ପଢ଼ନ୍ତୁ: ଦୁନିଆର ଏଭଳି ଏକ ଗାଁ ଯେଉଁଠି ନା ରାସ୍ତା ଅଛି ନା ଯାନବାହନ....

  • ଏଥିପାଇଁ ଆପଣଙ୍କୁ ଚାଟ୍‌ ଜିପିଟି ଆପ୍ ଅଥବା ୱେବସାଇଟ୍‌କୁ ଯିବାକୁ ପଡିବ।
  • ଏଥିରେ ତଳେ ଦିଆଯାଇଥିବା ‘ପ୍ଲସ୍’ ଆଇକନରେ କ୍ଲିକ୍ କରି ନିଜର ଫଟୋ ଅପଲୋଡ କରନ୍ତୁ।
  • ଲେଖନ୍ତୁ ଘିବଲୀଫାଇ କର ନଚେତ ଏହି ଫଟୋକୁ ଷ୍ଟୁଡିଓ ଘିବଲୀ ଥିମ୍‌ରେ ବଦଳାନ୍ତୁ।
  • କିଛି ସମୟର ଅପେକ୍ଷା ପରେ ଆପଣଙ୍କୁ ମିଳିବ ଖୁସି କରିଦେବା ଭଳି ଘିବଲୀ ଷ୍ଟାଇଲ ଇମେଜ।
  • ଚାଟ ଜିପିଟି ବ୍ୟବହାର କରୁଥିବା ଲୋକଙ୍କ ନିମନ୍ତେ ପ୍ରତିଦିନ ମାଗଣାରେ ୩ଟି ଫଟୋ ଏଡିଟ୍‌ ସୁବିଧା ଦିଆଯାଉଛି।
Join Us @ WhatsApp

About The Author

Google News
Join Us @ WhatsApp