Dream - The Sakala
ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱଭାବ। ମନୋବୈଜ୍ଞାନିକଙ୍କ ମତାନୁସାରେ ଜଣେ ମଣିଷ ମନରେ ଯାହା ଭାବୁଥାଏ, ସେସବୁକୁ ସ୍ବପ୍ନରେ ଦେଖିଥାଏ। ସେଥି ମଧ୍ୟରୁ କିଛି ସ୍ବପ୍ନ ଭଲ ଓ କିଛି ଖରାପ ହୋଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ଥାଏ। ଯାହା ଆମେ ସ୍ବପ୍ନରେ ଦେଖିଥାଉ ତାହା ଭବିଷ୍ୟତର ବାର୍ତ୍ତା ଦେଇଥାଏ। ତେବେ ମଣିଷ ଦେଖୁଥିବା କିଛି ସ୍ବପ୍ନ ଶୁଭଦାୟକ ହୋଇଥିବା ବେଳେ ଆଉ କିଛି ଅଶୁଭ ସୂଚନା ପ୍ରଦାନ କରିଥାଏ ବୋଲି ସ୍ବପ୍ନଶାସ୍ତ୍ର କହିଥାଏ। ତେବେ କେଉଁ ସ୍ବପ୍ନଗୁଡ଼ିକ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା…
ବିଲେଇ
ଯଦି ଜଣେ ସ୍ବପ୍ନରେ ବିଲେଇ ଦେଖୁଛନ୍ତି, ତେବେ ଏହା ଅଶୁଭ ହୋଇଥାଏ। ନିକଟ ଭବିଷ୍ୟତରେ କାହାଠାରୁ ଧୋକା ଖାଇ ପାରନ୍ତି ବୋଲି ଏହା ସୂଚାଇଥାଏ। ଏହାବାଦ୍‌ ଏହା ଦୁର୍ଭାଗ୍ୟ ଆଣିଥାଏ ବୋଲି କୁହାଯାଏ।
ସାପ
କୌଣସି ଗାତ ମଧ୍ୟରେ ଏକାଧିକ ସାପ ଥିବା ସ୍ବପ୍ନ ଦେଖି ଜଣେ ଡରିଯିବା ସ୍ବାଭାବିକ। ତେବେ ଏହି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଜଣକ ଭବିଷ୍ୟତରେ ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଏହା ସୂଚାଇଥାଏ।
କାନ୍ଦିବା
ଯଦି ଜଣେ ସ୍ବପ୍ନରେ ନିଜକୁ କାନ୍ଦୁଥିବାର ଦେଖୁଛନ୍ତି ତେବେ ତାଙ୍କ ଜୀବନରେ ବହୁତ ଜଲ୍‌ଦି କିଛି ସମସ୍ୟା ଆସିପାରେ ବୋଲି ଏହା ସୂଚାଇଥାଏ।
ତଳକୁ ପଡ଼ୁଥିବାର ଦେଖିବା
ଜଣେ ନିଜକୁ ସ୍ବପ୍ନରେ ତଳକୁ ପଡ଼ୁଥିବାର ଦେଖିଲେ ଭବିଷ୍ୟତରେ କିଛି ଅସୁବିଧାକୁ ସାମ୍ନା କରିବାକୁ ଯାଉଛନ୍ତି ବୋଲି ଏହା କହିଥାଏ।
ମୂଷା
ଯଦି ଜଣେ ସ୍ବପ୍ନରେ ମୂଷା ତାଙ୍କ ଉପରେ ଖେଳୁଥିବାର ଦେଖୁଛନ୍ତି ତେବେ ଜଣେ ସତର୍କ ହେବା ଆବଶ୍ୟକ। ଏହି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଜଣକ କୌଣସି ଦୁର୍ନୀତି ଜାଲରେ ଛନ୍ଦି ହୋଇପାରନ୍ତି କିମ୍ବା ଦୁର୍ଭାଗ୍ୟକୁ ସାମ୍ନା କରିପାରନ୍ତି ବୋଲି ସ୍ବପ୍ନଶାସ୍ତ୍ର କହିଥାଏ।
ମୃତ ବ୍ୟକ୍ତି
ସ୍ବପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବା ଅଶୁଭ ବୋଲି କୁହାଯାଏ। କେବଳ ସେତିକି ନୁହେଁ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସ୍ବପ୍ନରେ ଦେଖିବା ଅଶୁଭ କୁହାଯାଏ।
ଗାଢ଼ ନିଦରେ ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସେଥି ମଧ୍ୟରୁ କିଛି ସ୍ବପ୍ନ ଭଲ ଓ କିଛି ଖରାପ ହୋଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ଥାଏ। ଯାହା ଆମେ ସ୍ବପ୍ନରେ ଦେଖିଥାଉ ତାହା ଭବିଷ୍ୟତର ବାର୍ତ୍ତା ଦେଇଥାଏ। ଏହି ଧାରାରେ କିଛି ଲୋକ ସ୍ବପ୍ନରେ ବାରମ୍ବାର ନିଜ ବିବାହ ଦେଖିଥାନ୍ତି। ଏହାର ଅର୍ଥ କ’ଣ ହୋଇଥାଏ ଆସନ୍ତୁ ଜାଣିବା।
ବିବାହ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଭାଗ ହୋଇଥିଲେ ମଧ୍ୟ, ନିଜ ବିବାହର ସ୍ବପ୍ନ ନିଜେ ଦେଖିଲେ ଅଶୁଭ ହୋଇଥାଏ।
ସ୍ବପ୍ନଶାସ୍ତ୍ର ଅନୁସାରେ, ନିଜ ବିବାହ କୌଣସି ସାଙ୍ଗସାଥୀ ବା ପ୍ରିୟଜନଙ୍କ ସହ ହେଉଥିବାର ଦେଖୁଥିଲେ, ଏହା କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିଥାଏ।
ନିଜେ ପୁନଃଶ୍ଚ ବିବାହ କରୁଥିବାର ସ୍ବପ୍ନ ଦେଖିବାର ଅର୍ଥ ଆପଣ ଦାମ୍ପତ୍ୟ ଜୀବନରେ ଖୁସି ନାହାନ୍ତି ଏବଂ ଏହି ସ୍ବପ୍ନ ବିବାହ ବନ୍ଧନ ଭାଙ୍ଗିବାର ସୂଚନା ଦେଇଥାଏ।
କୌଣସି ମହିଳାକୁ ବିବାହ ଯୋଡ଼ିରେ ଦେଖିବା ଅର୍ଥ ଜୀବନରେ ବହୁତ ଶୀଘ୍ର ଖୁସି ଆସିବାକୁ ସୂଚାଇ ଥାଏ।
ସ୍ବପ୍ନରେ ନିଜ ବିବାହରେ ଆସୁଥିବା ବରଯାତ୍ରୀମାନଙ୍କୁ ଦେଖିବା ଶୁଭ ହୋଇଥାଏ। ଏହି ସ୍ବପ୍ନର ଅର୍ଥ ସମାଜରେ ମାନସମ୍ମାନ ବୃଦ୍ଧି ପାଇବା। ଭବିଷ୍ୟତ ଉଜ୍ଜ୍ବଳମୟ ରହିବାର ସୂଚନା ମିଳିଥାଏ।