Karmi Mata - The Sakala

ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ମୂଷାଙ୍କୁ ଦିଆଯାଏ ଭୋଗ
ଭାରତବର୍ଷର ସବୁଆଡେ ଦେବାଦେବୀ ମନ୍ଦିର ଅଛି। ମନ୍ଦିରଗୁଡ଼ିକରେ ମାନସିକ ପୂରଣ ପାଇଁ ବିଭିନ୍ନ ପ୍ରଥା ସବୁ ପ୍ରଚଳିତ। ରାଜସ୍ଥାନର ବିକାନେରଠାରୁ ୩୦ କିଲୋମିଟର ଦୂରରେ ଥିବା ଦେଶନୋକ ଅଞ୍ଚଳରେ କର୍ଣ୍ଣି ମାତାଙ୍କ ମନ୍ଦିର ରହିଛି। ଏହି ମନ୍ଦିର ସମ୍ପର୍କରେ ବଡ଼ କଥା ହେଉଛି ଏଠାରେ ଦେବୀ ମାତାଙ୍କୁ ଖୁସି କରିବା ପାଇଁ ମୂଷାମାନଙ୍କୁ ନୈବେଦ୍ୟ ଦେବାକୁ ପଡ଼ିଥାଏ। ମନ୍ଦିରରେ ଥିବା ମୂଷାଙ୍କ ସଂଖ୍ୟା ୨ ହଜାରରୁ ଅଧିକ ହେବ । କୁହାଯାଏ ଯେ, ଏହି ମୂଷା କର୍ଣ୍ଣିମାତାଙ୍କ ପରିବାରର ସଦସ୍ୟ ଏବଂ ଏହି ମୂଷାଙ୍କୁ ଭୋଗ ଖାଇବାକୁ ଦେଲେ ମା’ଖୁସି ହୁଅନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। କୁହାଯାଏ ଯେ କର୍ଣ୍ଣି ମାତା ହେଉଛନ୍ତି ବିକାନେର ରାଜ ପରିବାରର କୁଳଦେବୀ ଏବଂ ତାଙ୍କ ଆଶୀର୍ବାଦରେ ବିକାନେର ଏବଂ ଯୋଧପୁର ଅସ୍ତିତ୍ବକୁ ଆସିଥିଲା।

ରାଜସ୍ଥାନର କର୍ଣ୍ଣିମାତାଙ୍କ ଏହି ମନ୍ଦିର ମଧ୍ୟ ମୂଷାଙ୍କ ମନ୍ଦିର ଭାବରେ ପ୍ରସିଦ୍ଧ। ଏହି ମନ୍ଦିରର ଖ୍ୟାତି ସମଗ୍ର ଭାରତରେ ବ୍ୟାପିଛି। ଏଠାରେ ଅଧିକାଂଶ ମୂଷା କଳାରଙ୍ଗର ଅଟନ୍ତି, କିନ୍ତୁ ଆପଣ ଯଦି ଧଳା ମୂଷା ଦେଖନ୍ତି ତେବେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଧଳା ମୂଷା ଦେଖୀଲେ ଶୀଘ୍ର ମନୋସ୍କାମନା ପୁର୍ଣ୍ଣ ହୁଏ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି। ମୂଷାମାନଙ୍କୁ ସୁରକ୍ଷା ଦେବା ପାଇଁ ମନ୍ଦିର ପରିସରରେ ଲୁହା ଜାଲ ଲଗାଯାଇଛି। ମନ୍ଦିରରେ, ଏକ ବଡ଼ ରୁପା ଥାଳିରେ ମୂଷାମାନଙ୍କୁ କ୍ଷୀର, ମିଠା ଇତ୍ୟାଦି ଅର୍ପଣ କରାଯାଏ। କୁହାଯାଏ ଯେ, ମୂଷାଙ୍କର ଏହି ଉଚ୍ଚିଷ୍ଠ ଭୋଗ ଖାଇଲେ ମାତା ଖୁସି ହୁଅନ୍ତି।