TRAFFIC - The Sakala

ଭାରସାମ୍ୟ ହରାଇ ପୋଲରେ ଝୁଲି ରହିଛି ଆମ୍ବୁଲାନ୍ସ, ଅଟକାଇ ଦେଲା ଗଛ
ବାରିପଦା : ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ, ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଛି ଆମ୍ବୁଲାନ୍ସ। କପ୍ତିପଦା ଥାନା ସୋନ ପୋଲରେ ଘଟିଛି ଏଭଳି ଘଟଣା।

ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ କୁଆମରା ଅଞ୍ଚଳରୁ ରୋଗୀ ନେଇ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲା। ବିଳମ୍ବିତ ରାତି ୨ଟାରେ ବାଲେଶ୍ୱରରେ ରୋଗୀଙ୍କୁ ଛାଡି ନୀଳଗିରି – କପ୍ତିପଦା ହୋଇ ଶ୍ରୀଦାମଚନ୍ଦ୍ରପୁର ଫେରୁଥିବା ବେଳେ ଭୋର ସମୟରେ ଭାରସାମ୍ୟ ହରାଇ ସୋନ ପୋଲରୁ ତଳକୁ ଖସି ଯାଇଥିଲା ଆମ୍ବୁଲାନ୍ସ। ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ ତଳକୁ ଖସୁଥିବା ବେଳେ ଏକ ବଡ଼ ଗଛରେ ବାଡେଇ ହୋଇ ଅଟକିବା ସହିତ ଝୁଲି ରହିଛି ଆମ୍ବୁଲାନ୍ସ। ଯାହାକି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆମ୍ବୁଲାନ୍ସର ୩ କର୍ମଚାରୀ। ଆମ୍ବୁଲାନ୍ସରେ ଡ୍ରାଇଭର ମଙ୍ଗଲ ଚରଣ ଟୁଡୁ, ହେଲ୍ପର ଏବଂ ଫାର୍ମାସିଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇନାହିଁ।

ଦୂର ହେବ ଟ୍ରାଫିକ ସମସ୍ୟା, ହଟିବ ରେଡ୍ ଲାଇଟ: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର: ଦୂର ହେବ ଟ୍ରାଫିକ ସମସ୍ୟା। ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତି ନିଆଯିବ।  ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଟ୍ରାଫିକ ସମସ୍ୟା ଦୂର ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏଣେ ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହେବନି ବୋଲି ବି ମନ୍ତ୍ରୀ କହିଛନ୍ତି। ଟ୍ୱିନ୍‌ ସିଟିରେ ଚାଲୁ ରହିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ବୋଲି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ଏଣିକି ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକଙ୍କୁ କୋର୍ଟରୁ ହେବାକୁ ପଡ଼ିବ ଜାମିନ
ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଯାଇଲା ଟ୍ରାଫିକ ପୁଲିସ । ବିକଟାଳ ଶବ୍ଦ କରୁଥିବା ଗାଡିକୁ ଜବତ କଲା ପୁଲିସ । ଏଥର ଫାଇନ ନୁହେଁ, କୋର୍ଟରୁ ପିଆର ବଣ୍ଡରେ ହେବାକୁ ପଡ଼ିବ ଜାମିନ। ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ପୁଲିସ ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ  ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା  ଦେଇଛନ୍ତି।

ବାମ ପାର୍ଶ୍ବ ଫାଙ୍କା ନ ରଖିଲେ ଜରିମାନା ଛାଟ: ସରିଲା ସଚେତନତା, ଏଣିକି କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର:ରାଜଧାନୀର ଟ୍ରାଫିକ୍‌‌ ସ୍ଥିତିରେ ଆହୁରି ସୁଧାର ଆସିବ। ଟ୍ରାଫିକ୍‌‌ ଛକଗୁଡିକରେ ‘ଫ୍ରି ଲେଫ୍ଟ’ ଅବା ବାମ ପାର୍ଶ୍ବ ଫାଙ୍କା ରଖିବା ଲାଗି ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ପୁଲିସର ଅଧିକାରୀମାନେ ଛକଗୁଡ଼ିକରେ ଉପସ୍ଥିତ ରହି ବାମ ପାର୍ଶ୍ବରେ ଗାଡ଼ି ରଖୁଥିବା ଚାଳକଙ୍କୁ ବୁଝାଇବା ସହ ସଚେତନ କରିଥିଲେ। ଟ୍ରାଫିକ ଛକ ଗୁଡ଼ିକରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ବଃ ରାସ୍ତାରେ ତଥା ଫ୍ରି ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ। କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗ୍‌‌ନାଲକୁ ଅପେକ୍ଷା କରିବେ ବୋଲି କୁହାଯାଇଥିଲା। ମାସ ମାସ ଧରି ଏବିଷୟରେ ଗାଡ଼ି ଚାଳକଙ୍କୁ ସଚେତନ କରାଯାଇଥିଲା। କିନ୍ତୁ ରାଜଧାନୀର ଗାଡ଼ି ଚାଳକ ଏଥିରେ ସୁଧୁରି ନ ଥିଲେ। ଏପରିକି ଯାନବାହନଗୁଡ଼ିକ ପୂରା ରାସ୍ତାକୁ ମାଡି ବସି ଛିଡ଼ା ହେଉଛନ୍ତି। ଫଳରେ ବାମପଟକୁ ଯିବାକୁ ଚାହୁଁଥିବା ଲୋକମାନେ ଅଟକି ରହୁଛନ୍ତି। ସିଗନାଲ୍‌‌ ବାମପଟକୁ ଯିବାକୁ ସୂଚନା ଦେଇଥିଲେ ବି ଗାଡ଼ିମୋଟର ଜାମ୍‌‌ ଯୋଗୁଁ ଆଗକୁ ବଢ଼଼ି ପାରୁନାହାନ୍ତି। ଏଣୁ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଣ୍ଟା ଭିଡ଼ିଛି ପୁଲିସ।

ପ୍ରଥମ କରି ବାମପାର୍ଶ୍ବ ରାସ୍ତାରେ ଗାଡ଼ି ରଖି ଛିଡ଼ା ହେଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଏଭଳି ଭାବେ ୧୫୦ ଅମାନିଆ ଚାଳକଙ୍କଠାରୁ ଜରିମାନା ଆଦାୟ ହୋଇଛି। ସହରର ନାଲ୍‌‌କୋ, ଏଜି, କଳ୍ପନା ଭଳି ଛକରେ ଅମାନିଆ ଫସି ଜରିମାନା ଦେଇଛନ୍ତି। ପ୍ରତ୍ୟେକ ଗାଡ଼ି ଚାଳକ ୫୦୦ ଟଙ୍କା ଲେଖାଏଁ ତଣ୍ଡ ଗଣିଛନ୍ତି। ଆଗାମୀ ଦିନରେ ଏହି ଧରପଗଡ଼କୁ ଜୋରଦାର କରାଯିବ। ଏପରିକି ଗାଡ଼ି ଚାଳକ ନସୁଧୁରିଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଗାଡ଼ିଗୁଡିକୁ ଜବତ କରାଯିବ ବୋଲି ଟ୍ରାଫିକ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଟ୍ରାଫିକ୍‌‌ ଡିସିପି ଭାବେ ଯୋଗ ଦେଇଥିବା ଏସ୍‌‌.ସୁଶ୍ରୀ ଏହାକୁ କାର୍ଯ୍ୟକାରୀ କରିଥିଲେ। ସେ ନବରଙ୍ଗପୁର ଏସ୍‌‌ପି ଭାବେ ବଦଳି ହେବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଏହି ନୂଆ ବ୍ୟବସ୍ଥାକୁ ତଦାରଖ କରିବା ସହ କାର୍ଯ୍ୟକ୍ଷମ କରାଯାଉଛି।

ଫ୍ରି ଲେଫ୍ଟ ପାସେଜ୍‌‌ କ’ଣ

ଟ୍ରାଫିକ୍‌‌ ସିଙ୍ଗନାଲ ବନ୍ଦ ଥିବା ବେଳେ ସିଧା ଯାଉଥିବା ଗାଡି ଚାଳକ ବାମ ପାର୍ଶ୍ବରେ ଗାଡ଼ି ରଖି ଛିଡ଼ା ହୋଇଥାନ୍ତି। ଏତ୍‌‌ଦଦ୍ୱାରା ବାମ ପାର୍ଶ୍ବକୁ ଯାଉଥିବା ଗାଡ଼ି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଆମ୍ୱୁଲାନ୍ସ ଅବା ଜରୁରିକାଳୀନ ଗାଡ଼ିଗୁଡିକ ଏଥିରେ ଫସିବା ସହ ଘଣ୍ଟା ଘଣ୍ଟା ଏଥିରେ ଫସିରହିଥାନ୍ତି। ତେଣୁ ଜରୁରିକାଳୀନ ଗାଡ଼ିଗୁଡିକ ରାସ୍ତା ଅତିକ୍ରମ କରିବାରେ ବିବିଧ ସମସ୍ୟା ଭୋଗିଥାନ୍ତି। ଏଭଳି ସମସ୍ୟାକୁ ସୁଧାରିବା ଲାଗି କମିସନରେଟ୍‌‌ ପୁଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା।