1st OD - The Sakala

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ; ଭାରତର ଦମଦାର ବିଜୟ, ୧-୦ରେ ସିରିଜ୍ ଆଗୁଆ
ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ ହୋଇଛି। ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡ ବାହିନୀ ହାର ମାନିଛି। ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରି ୩୧୭ ରନ କରି ଇଂଲଣ୍ଡକୁ ୩୧୮ ରନର ଟାର୍ଗେଟ ଦେଇଥିଲା। ଇଂଲଣ୍ଡକୁ ବିଜୟ ପାଇଁ ୩୧୮ ରନର ଆବଶ୍ୟକତା ଥିବା ବେଳେ ୨୫୧ ରନ୍ କରି ଅଲ ଆଉଟ ହୋଇଥିଲା। ଫଳରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡ ଠାରୁ ୬୬ ରନରେ ବିଜୟୀ ହୋଇଛି ।

ଇଂଲଣ୍ଡ ପକ୍ଷରୁ ଜାସନ ରୟ ଓ ଜନି ବେୟାରଷ୍ଟୋ ଓପନିଂ କରିଥିଲେ। ଇଂଲଣ୍ଡ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ରୟ ୩୫ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ବେୟାରଷ୍ଟୋ ୬୬ ବଲରେ ୯୪ ରନ କରି ଆଉଟ ହୋଇଥିଲେ। ଏହାପରେ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ରହି ପାରି ନ ଥିଲେ। ବେନ ଷ୍ଟୋକ୍ସ ୧ ରନ, ଅଧିନାୟକ ଇୟନ ମୋର୍ଗାନ ୨୨ ରନ ଓ ଜୋସ ବଟଲର ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସାମ ବିଲିଙ୍ଗ୍‌ସ, ମୋଇନ ଅଲି ସମ୍ଭାଳିଥିଲେ। ସାମ ବିଲିଙ୍ଗ୍‌ସ ୨୨ ବଲରେ ୧୮ ଓ ମୋଇନ ଅଲି ୩୭ ବଲ ୩୦ ରନ କରି ଆଉଟ ହୋଇଥିଲେ। ସେହିପରି ସାମ କୁରାନ ୧୨, ଟମ କୁରାନ ୧୧ , ଆଦିଲ ରସିଦ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ।

ଅନ୍ଯପକ୍ଷରେ, ଟିମ ଇଣ୍ଡିଆର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସର୍ବାଧିକ ୪ ୱିକେଟ ମିଳିଛି। ସର୍ଦୁଲ ଠାକୁରଙ୍କୁ ୩ଟି ୱିକେଟ, ଭୁବନେଶ୍ବର କୁମାରଙ୍କୁ ୨ଟି ୱିକେଟ ଓ କୃନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ୱିକେଟ ମିଳିଛି।