CORONA GUIDELINE - The Sakala

କରୋନା କଟକଣା: ବ୍ରହ୍ମପୁରରେ ମାସ୍କ ବାଧ୍ଯତାମୂଳକ, ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ପରାମର୍ଶ
ବ୍ରହ୍ମପୁର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ପୁଣି ରାଜ୍ଯସରକାର ଅଣ୍ଟା ଭିଡିଛନ୍ତି।  ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକଙ୍କୁ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ଜାରି କରାଯାଇଛି ନିର୍ଦ୍ଦେଶନାମା ।

ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମ୍‌ରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି । ସପିଂ ମଲ୍ ଓ ଦୋକାନରେ ଷ୍ଟାଫ୍ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ମଲକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍ ପ୍ରବେଶ ପଥରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ୍‌ସ ଲେଖିବେ । ଏହାଛଡ଼ା ପେଟ୍ରୋଲ ପମ୍ପରେ ବିନା ମାସ୍କରେ ମିଳିବନି ପେଟ୍ରୋଲ କି ଡିଜେଲ । ସବୁ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା କଟକଣା ନମାନିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ବୁଷ୍ଟର ଡୋଜକୁ ଗୁରୁତ୍ବ: ଉଚ୍ଚ ଶିକ୍ଷାନୁଷ୍ଠାନ ସହ ୱାର୍ଡ଼ ଓ ପଞ୍ଚାୟତୱାରୀ ଦିଆଯିବ କରୋନା ଟିକା
ଭୁବନେଶ୍ୱର: ରାଜ୍ଯରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ପୁଣି ରୋକିବା ପାଇଁ ରାଜ୍ଯସରକାର ଅଣ୍ଟା ଭିଡିଛନ୍ତି। ଆଜି କୋଭିଡ ସ୍ଥିତର ସମୀକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ବଢିଥିବା କୋରନା ମାମାଲା ପାଇଁ କଲ୍ ସେଣ୍ଟରକୁ ୨୪ x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଯିବ।  ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସମୀକ୍ଷାରୁ ଜଣାପଡିଥିଲା ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଳ୍ ଏବଂ ବେଡ୍ ସଂଙ୍ଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ ବର୍ଗଙ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ଦିଆଯିବ। ଏଥି ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି ।

ଆଜିର ଏହି ବୈଠକରେ, ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ ।

ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା, ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି
କଟକ: କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । କଟକରେ ରହୁଥିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୨୦୦ ଉପରେ ରହୁଛି । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡା କରିଛି ସିଏମସି । ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଥିଲା ବିଏମସି ।

କିଛି ଦିନର ବ୍ୟବଧନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଓ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରହି ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି ।

ରାଜ୍ୟରୁ ହଟିନି ମାସ୍କ ପିନ୍ଧିବା କଟକଣା, ସମସ୍ତେ କୋଭିଡ୍ ନିୟମ ପାଳନ କଲେ ସ୍ଥିତି ନିୟନ୍ତ୍ରଣରେ ରହିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି କି, ରାଜ୍ୟରୁ ମାସ୍କ ପିନ୍ଧିବା କଟକଣା ହଟିନାହିଁ। ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଦରକାର । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଓଡ଼ିଶାରେ ସ୍ଥିତି ଭଲ ଅଛି । ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ । ସେ ଆହୁରି ମଧ୍ୟ କହିଛନ୍ତି କି, ଯେଉଁଠି ଆବଶ୍ୟକ ଅଛି ସେଠାରେ ନୂଆ ରଣନୀତି ଆପଣେଇବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଏହା ସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

ମାର୍ଚ୍ଚ ମାସ ପାଇଁ ଜାରି ହେଲା ଗାଇଡଲାଇନ୍: ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଓ ଶେଷକୃତ୍ୟରେ ୨୫୦ ଜଣଙ୍କୁ ଅନୁମତି
ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ସମ୍ପୂର୍ଣ୍ଣ କଟକଣା ହଟିଛି। ଏଥିସହ ରାଜ୍ୟରୁ  ନାଇଟ୍ କର୍ଫ୍ୟୁ  ହଟିଯାଇଛି।

ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ ଅନୁମତି ମିଳିଛି । ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ ହୋଇ ପାରିବେ । କୋଭିଡ କଟକଣା ଭିତରେ ପାଳନ କରାଯାଇପାରିବ ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ । ସର୍ବସାଧାରଣ ସାଧାରଣ ସ୍ଥାନରେ ହୋଲି ଭଳି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି ।

ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର: ସାରା ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠୁ ଆଉ ଲାଗୁ ହେବନି ନାଇଟ କର୍ଫ୍ୟୁ । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଲିଫ କମିଶନର । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା । ରାଜ୍ୟରେ ତୃତୀୟ ଲହର ପରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରଥମେ ରାତି ୯ରୁ ସକାଳ ୫ ଓ ପରେ ରାତି ୧୦ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ସମସ୍ତ ସହରାଞ୍ଚଳ ରେ ଲଗାଇଥିଲେ । ଏବେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ ଥିବାରୁ ସରକାର ଧୀରେଧୀରେ କଟକଣାରେ କୋହଳ କରୁଛନ୍ତି।

ଭୁବନେଶ୍ୱରରେ ଆମାନିଆଙ୍କ ଉତ୍ପାତ; ନାଇଟ କର୍ଫ୍ୟୁରେ ପାଳନ କରୁଥିଲେ ଜନ୍ମଦିନ, ୧୨ ଗାଡି ଜବତ କଲା ପୁଲିସ
ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ସମୟରେ ଜନସାଧାରଣ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ମାନି ରାତି ୯ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ନାଇଟ କର୍ଫ୍ୟୁ ସମୟରେ ଭୁବନେଶ୍ୱରର କିଛି ଅମାନିଆ ଯୁବକ କରୋନା ଗାଇଡଲାଇନକୁ ଭଙ୍ଗ କରି ପାଳନ କରୁଥିଲେ ଜନ୍ମଦିନ ।

ନାଇଟ କର୍ଫ୍ୟୁ ସମୟରେ ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟ ନିକଟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ବାର୍ଥ ଡେ’ ପାଳନ କରୁଥିବା ସମୟରେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ନାଇଟ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ରୁ ଅଧିକ ଗାଡିକୁ ଜବତ କରିଛି ।

ଗହଳି ଏଡାଇବା ପାଇଁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର
ଭୁବନେଶ୍ୱର: କାୟା ବିସ୍ତାର କରି ଚାଲିଛି କରୋନା । ପ୍ରତିଦିନ ୧୦ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ହରାଇ ପାଇଁ ଟିକା କରଣ ଓ କୋଭିଡ ଗାଇଡଲାଇନକୁ ପାଳନ କରାଯାଉଛି। ଏଥିସହିତ ଗହଳି ଏଡାଇବା ପାଇଁ ବିଭିନ୍ନ ବଡବଡ ହାଟଗୁଡିକୁ ସ୍ଥାନାନ୍ତର କରାଯାଉଛି। ରାଜଧାନୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି।

କରୋନା ପାଇଁ ଜାରି ହେଲା ନୂଆ ଗାଇଡଲାଇନ: ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ବନ୍ଦ ରହିବ ଅଫଲାଇନ୍ ପାଠପଢ଼ା
ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଏହାର ନୂଆ ଭାରିଆଣ୍ଟ ଓମିକ୍ରନ କ୍ଷୀପ୍ର ଗତିରେ ସଂକ୍ରମଣ ବୃଦ୍ଧି କରୁଛି।   ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯସରକାରଙ୍କ ପକ୍ଷରୁ ଆଗୁଆ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।  ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ସେ ଆହୁରି ମଧ୍ଯ କହିଛନ୍ତି ଯେ…

-ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।

– ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

-୧୦୦ ଲୋକଙ୍କୁ ନେଇ ହେବ ବାହାଘର, ବ୍ରତଘର

-ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

-ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ଯକ୍ରମକୁ ଅନୁମତି ନାହିଁ ।

-ଶୁଦ୍ଧିକାର୍ଯ୍ଯରେ ୫୦ ଜଣଙ୍କୁ ଅନୁମତି ।

-ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।

-ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ କ୍ଲାସ ବନ୍ଦ ରହିବ ।

-କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।

-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।

-ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ଯକ୍ରମରେ ୧୦୦ ଲୋକ ରହିପାରିବେ ।

– ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ।

-ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ।

-ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ।

-ପର୍ଯ୍ଯଟନ ସ୍ଥାନରେ ପିକ୍‌ନିକ୍‌ ସଂପୂର୍ଣ୍ଣ ବାରଣ କରାଯାଇଛି ।

-କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ଯକ୍ରମ କରାଯାଇ ପାରିବନି ।

-ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ ।

-ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ ।

କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସରକାର ମିନି କ୍ଲାସ କରିବେ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଏନେଇ କାର୍ଯ୍ଯକ୍ରମ କରାଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ଆସିଲା ଜାନୁଆରୀ ମାସ ପାଇଁ ଗାଇଡଲାଇନ: ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ୍‌ କର୍ଫ୍ୟୁ
ଭୁବନେଶ୍ୱର: ଓଡିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ । ଓମିକ୍ରନ୍‌ର ଭୟାବହତା ଏବଂ ନୂଆ ବର୍ଷ ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପୁଣି ଫେରିଛି ନାଇଟ୍‌ କର୍ଫ୍ୟୁ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ୍‌ କର୍ଫ୍ୟୁ । ଜାନୁଆରୀ ପହିଲା ସକାଳ ୫ଟାରୁ କଟକଣା କାର୍ଯ୍ୟକାରୀ ହେବ । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍ । ସେହିପରି୧୦୦ ଲୋକଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ ।

ସେହିପରି ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ।

କୋଭିଡ କଟକଣାକୁ ଫୁ: ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ
ଭୋଗରାଇ: ବଡ଼ଦିନ ଅବସରରେ ଆଜି ଭୋଗରାଇ ବ୍ଲକର ମନୋରମ ବେଳାଭୂମି ଉଦୟପୁର, ତାଳସାରୀ ତଥା ବିଚିତ୍ରପୁର ଇକୋ ଟୁରିଜିମ ଆଦି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବେଳା ଭୂମିରେ ମଜା ନେଇଥିବା ବେଳେ ଭୋଜିଭାତ ଆସର ଜମି ଥିଲା। ତେବେ ସରକାର ଓମିକ୍ରମ କରୋନା ଭୁତାଣୁ ସଂକ୍ରମଣ କାରଣରୁ ବଡ଼ଦିନ ଓ ନୂଆବର୍ଷରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ କଟକଣା ଲଗାଇଥିବା ବେଳେ ଏଠାରେ କଟକଣାକୁ ପର୍ଯ୍ୟଟକ ମାନେ ଫୁ କରି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଆଜି ବଡ଼ଦିନ ଅବସରରେ ତାଳସାରୀ ବେଳାଭୂମି ସଂଲଗ୍ନ ସୁବର୍ଣ୍ଣ ଦୀପ ଝାଉଁ ଜଙ୍ଗଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବଣଭୋଜି କରିଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ସମୁଦ୍ରରେ ଦୀର୍ଘ ସମୟ ଗାଧୋଇବା ସହିତ ଏକତ୍ର ବଶି ଭୋଜି ଖାଇବାର ବଡ଼ଦିନ ପର୍ବର ଅସଲ ମଜା ବୋଲି କେତେକ ପର୍ଯ୍ୟଟକ ପ୍ରକାଶ କରିଛନ୍ତି l ଉଦୟପୁର ଠାରୁ ତାଳସାରୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ସମୁଦ୍ର ତଟ ରେ ବହୁ ସଂଖ୍ୟାର ଲୋକ ବଣ ଭୋଜି କରିଥିଲେ। ଅନ୍ୟପକ୍ଷରେ ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ଚନ୍ଦନେଶ୍ୱର, ଉଦୟପୁର,ତାଳସାରିରେ ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡା କଡ଼ି ତାଗିଦ କରାଯାଉଥିବା ଦେଖି ବାକୁ ମିଳିଥିଲା l ପର୍ଯ୍ୟଟକଙ୍କ ଭିଡ଼ କୁ ଲକ୍ଷ୍ୟ ରଖି ଦୋକାନି ମାନେ ଛେଳି, ଓ କୁକୁଡ଼ା ମାଂସ ଦରକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି l ଭୋଜି ନିମନ୍ତେ ବେଳାଭୂମିରେ ପାନୀୟ ଜଳର ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ଘୋର ଦୁର୍ଦଶା ଭୋଗିବାକୁ ପଡିଥିଲା। ତେବେ ପଶ୍ଚିମବଙ୍ଗ ଦିଘା ସହର ପବିତ୍ର ବଡ଼ଦିନ ପାଇଁ ସଜେଇ ହୋଇଥିବା ବେଳେ ଉଦୟପୁର, ତାଳସାରୀ ବେଳାଭୂମିରେ ପର୍ଯ୍ୟଟକ ମାନଙ୍କ ପାଇଁ ଏପର୍ଯ୍ୟନ୍ତ କୋୖଣସି ସୁବିଧା ନ ଥିବାରୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବାର ଦେଖିବାକୁ ମିଳିଛି।

ଡରାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌: ପୁଣି ଚିହ୍ନଟ ହେଲେ ଆଉ ୨ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ୨୫କୁ ବୃଦ୍ଧି
ଅହମଦାବାଦ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି  ଆଉ ୨ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗୁଜରାଟର ଜାମନଗରରୁ ଜଣେ ଜିମ୍ବାୱେ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଭାରତରେ ମୋଟ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।

ଡିସେମ୍ବର ୪ରେ ଜିମ୍ବାୱେରୁ ଫେରିଥିବା ବ୍ୟକ୍ତି ଓମିକ୍ରାନରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରୁ ଓମିକ୍ରନ ଠାବ ହୋଇଛି। ଜେନୋମ ସିକ୍ୱେନ୍ସିଂ ପରେ ଏପରି ରିପୋର୍ଟ ଆସିଛି। ଏବେ ପ୍ରଶାସନ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେଇଛି। ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି। ଭାରତ ସରକାର ମଧ୍ୟ  ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖା ଯାଉଛି।