Education Odisha - The Sakala
ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା ୧୦୦୦ଟି ଉଚ୍ଚ ବିଦ୍ୟାଳୟରେ ସାମାଜିକ ସମୀକ୍ଷା କରାଯିବ । ‘ମୋ ସ୍କୁଲ’ର ସାମାଜିକ ସମୀକ୍ଷକ ଭାବେ ପ୍ରକଳ୍ପର ଅଂଶୀଦାର, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଇଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ/ଏବିଇଓ/ସିଆର୍‌ସିସି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ କରାଯାଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଲୋକସେବା-ଭବନଠାରେ ‘ମୋ ସ୍କୁଲ ଅଭିଯାନ’ର ୪୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଏହାସହ ବୈଠକରେ ଅନେକ କାର୍ଯ୍ୟକ୍ରମ ଓ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚ ବିଦ୍ୟାଳୟର ଉତ୍ତମ ପରିଚାଳନା ସହ ଶୈକ୍ଷିକ ବିକାଶ ପାଇଁ ଚଳିତ ମାସରୁ ବ୍ଲକ୍‌ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ ଆରମ୍ଭ ହୋଇଛି । ପ୍ରଥମ ମାସରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉକ୍ତ ବ୍ଲକ୍‌ର ସମସ୍ତ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ- ସ୍କୁଲ କ୍ଲବ୍‌, ହାଉସ୍ ସିଷ୍ଟମ୍‌ର ପରିଚାଳନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ବିକାଶ ଦିଗରେ ଦିଗଦର୍ଶନ ଦେଇଥିଲେ । ବୈଠକର ବିବରଣୀ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷା, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ନିଜ ବିଦ୍ୟାଳୟ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫କୋଟି ୪୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ୯୨୬ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ଲକ୍ଷ, ବଲାଙ୍ଗୀରରୁ ୪୧ଲକ୍ଷ, ଭଦ୍ରକରୁ ୨୯ଲକ୍ଷ ଓ ଗଞ୍ଜାମରୁ ୬୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି କରିବାକୁ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ବୈଠକ ଅନୁମୋଦନ । ଏହି ସହଭାଗିତାରେ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ ।
ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ । ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ରତିକାନ୍ତ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗେବଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଓସେପାର ବିତ୍ତ ପରାମର୍ଶଦାତା ଶ୍ରୀମତୀ ସୁଦେଷ୍ଣା କର , ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
‘ଇ-ରିସୋର୍ସେସ୍‌‌’ ଭଳି ଅଭିନବ ପଦକ୍ଷେପ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ମିଳିଲା ‘ସ୍କଚ୍‌‌’ ସ୍ୱର୍ଣ୍ଣ ସମ୍ମାନ
ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ‘ସ୍କଚ୍‌‌’ ସ୍ୱର୍ଣ୍ଣ ସମ୍ମାନ ମିଳିଛି। ‘ଇ-ରିସୋର୍ସେସ୍‌‌’ ଭଳି ଅଭିନବ ପଦକ୍ଷେପ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଶିକ୍ଷା ବର୍ଗରେ ‘ସ୍କଚ୍‌‌’ ଏହି ସମ୍ମାନ ପ୍ରଦାନ କରିଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଗବେଷଣା ପ୍ରକ୍ରିୟାକୁ ସଂଗଠିତ କରିବା ଓ ଗବେଷଣାର୍ଥୀଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଇ-ଜର୍ଣ୍ଣଲ୍‌‌, ମେଗାଜିନ୍‌‌, ଇ-ବୁକ୍‌‌ ତଥା ବିଭିନ୍ନ ନିବନ୍ଧର ଡିଜିଟାଲ୍‌‌ ପ୍ରକାଶନ ପାଇଁ ‘ଇ-ରିସୋର୍ସେସ୍‌‌’ ଭଳି ଅଭିନବ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ବିଗତ ବର୍ଷ ଆରମ୍ଭ କରିଥିଲା। ଫଳରେ ‘ଇ-ରିସୋର୍ସେସ୍‌‌’ ପୋର୍ଟାଲ ଦ୍ୱାରା ଗୋଟିଏ କ୍ଲିକ୍‌‌ରେ ଛାତ୍ରଛାତ୍ରୀ ଓ ଗବେଷଣାର୍ଥୀ ବିଭିନ୍ନ ପ୍ରକଳ୍ପର ନିବନ୍ଧ ସହଜରେ ପାଇ ପାରୁଛନ୍ତି।
Higher Education Department has been awarded with the prestigious SKOCH Gold Award for the programme “E-Resources” developed for the Universities and Autonomous Colleges@rohitpujaribjd @BPSethi @skochgroup pic.twitter.com/ZdWYyUp9td
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) March 10, 2023
ଏଥିପାଇଁ ଏକ ପୋର୍ଟାଲ ବିକଶିତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକ ପାଇଁ ଅଲଗା ଅଲଗା ପଞ୍ଜୀକରଣ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ତେବେ ଏହି ଅଭିନବ ପଦକ୍ଷେପ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଶିକ୍ଷା ବର୍ଗରେ ୨୦୨୨ ମସିହା ପାଇଁ ସ୍ୱର୍ଣ୍ଣ ସ୍କଚ୍‌‌ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ଇ-ରିସୋର୍ସେସ୍‌‌’ର ପ୍ରସ୍ତୁତି କରାଯାଇଥିବା ବେଳେ ରାଜ୍ୟ ସରକାର ଏଥି ପାଇଁ ପ୍ରାୟ ୧୨କୋଟି ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି।