Iind vs eng - The Sakala

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୩୧୮ରନର ଟାର୍ଗେଟ ଦେଲା ବିରାଟ୍ ବାହିନୀ
ପୁଣେ: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୫ ୱିକେଟ୍ ହାରାଇ ୩୧୭ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ମ୍ଯାଚ ଜିତିବାକୁ ହେଲେ ୩୧୮ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱାନ ଓପନିଂ କରିଥିଲେ। ପ୍ରଥମେ ରୋହିତ ଶର୍ମା ୨୮ ରନ କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ ଓ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରିବାପରେ ୫୬ ରନ କରି ଆଉଟ ହୋଇଥିଲେ। ଗୋଟେିଏ ପଟେ ଶିଖର ଲଢୁଆ ବ୍ଯାଟିଂ ଜାରି ରଖିଥିଲେ। ଶ୍ରେୟାସ ଆୟର ୬ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱନ ଶତକରୁ ୨ ରନରେ ପଛରେ ରହି ଯାଇ ୯୮ ରନ କରି ଆଉଟ ହୋଇଥିଲେ। ଏହାପରେ ଲୋକେଶ ରାହୁଲ ଓ ହାର୍ଦିକ ପାଣ୍ଡ୍ଯା ପାରିକୁ ସମ୍ଭାଳିଥିଲେ। ହାର୍ଦିକ ପାଣ୍ଡ୍ଯା ୧ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ଯା ଓ ରାହୁଲ ଶେଷ ଓଭର ପର୍ଯ୍ଯନ୍ତ ରହି ବିସ୍ଫୋରକ ବ୍ଯାଟିଂ କରିଥିଲେ। କୃନାଲ  ୩୧ ବଲରେ ୫୮ ରନ୍ ଓ ରାହୁଲ ୪୩ ବଲରେ ୬୧ ରନ କରି ଅପରାଜିତ ରହିଥିଲେ।

ସେହିପରି ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଛନ୍ତି।