Ground Water - The Sakala

ଶୁଷ୍କ ହେଉଛି ରାଜଧାନୀ: ପାଣି ଟାଣୁଛି ଅଟ୍ଟାଳିକା, ୧୫ ବର୍ଷରେ ସ୍ଥିତି ସଂକଟାପନ୍ନ
ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ଏଥିପାଇଁ ଲୋକଙ୍କ ଭିତରେ ଜନ ସଚେତନତା ଆଦୌ ନାହିଁ। ସରକାର ବି ସବୁ ଜାଣି ଚୁପ୍‌‌ ବସି ଯାଇଛନ୍ତି। ଜଳ ବ୍ୟବହାର ନେଇ କଟକଣା ନାହିଁ କି ରୋକିବା ଦିଗରେ ପଦକ୍ଷେପ ନେଉନାହାନ୍ତି। ଏହା ଆଗାମୀ ୧୦ରୁ ୧୫ବର୍ଷ ଭିତରେ ସଙ୍କଟଜନକସ୍ଥିତି ସୃଷ୍ଟି କରିବ। ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ଭୁବନେଶ୍ୱର ଏବେ ସେମି-କ୍ରିଟିକାଲ ଜୋନ୍‌‌ରେ ଅଛି। ଜଳର ଅପଚୟ ଏଭଳି ଲାଗି ରହିଲେ, ଖୁବ୍‌‌ଶୀଘ୍ର ଏହା କ୍ରିଟିକାଲ୍‌‌ ଜୋନ୍‌‌ରେ ପରିଣତ ହେବ ନେଇ ପରିବେଶବିତ୍‌‌ମାନେ ଆଶଙ୍କା ପ୍ରକାଶ କଲେଣି। ରାଜଧାନୀରେ ମାଳମାଳ ନଭଶ୍ଚୁମ୍ବୀ ଆପର୍ଟମେଣ୍ଟ୍‌‌ ଓ ଉପକଣ୍ଠରେ ଗଢ଼ି ଉଠୁଥିବା ନୂଆ ନୂଆ ଘର ମନଇଚ୍ଛା ଜଳ ଶୋଷିବାରେ ଲାଗିଛନ୍ତି। ଏ ନେଇ ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ କେହି ତାହାକୁ ମାନୁନାହାନ୍ତି। ଆଉ ନିୟମ ମାନୁ ନ ଥିବା ସଂସ୍ଥା ବିରୋଧରେ ଜରିମାନା କି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ସୂଚନାନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ ଜଳସ୍ତର ୫ ବର୍ଷ ପୂର୍ବେ ୫.୧୩ ମିଟର ଜଳସ୍ତର ରହିଥିବାବେଳେ ଏବେ ଏହା ଖସି ୪.୦୭ ମିଟର ରହିଛି। ସେହିଭଳି ନୂଆପଲ୍ଲୀ ଅଞ୍ଚଳରେ ୫.୪୧ ମିଟର ଥିବାବେଳେ ଏବେ ୪.୯୪ ମିଟର ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବରୁ ଜଳସ୍ତର ଭଲସ୍ଥିତିରେ ଥିଲା। ଅର୍ଥାତ୍‌‌ ୬.୯୦ ମିଟର ଥିବାବେଳେ ଏବେ ହ୍ରାସ ପାଇ ୪.୧୫ ମିଟରକୁ ଖସି ଆସିଛି। ଖଣ୍ଡଗିରି ଅଞ୍ଚଳରେ ଗୁରୁତର ଭାବେ ପାଖାପାଖି ୩ ମିଟର ହ୍ରାସ ପାଇଛି। ଏହାଠାରୁ ଉଦ୍‌‌ବେଗଜନକ ସ୍ଥାନ ହେଉଛି ସାମନ୍ତରାପୁର। ଏଠି ଜଳସ୍ତର ପ୍ରତିବର୍ଷ ଭୟଙ୍କର ଭାବେ ଖସିବାରେ ଲାଗିଛି। ଏଥିସହ ପୁରୁଣା ଭୁବନେଶ୍ୱର, ରାଜଧାନୀର ୟୁନିଟ୍‌‌ ଏରିଆ ଓ ସୁନ୍ଦରପଦା ଅଞ୍ଚଳରେ ଜଳସ୍ତର କିଛି ବର୍ଷ ଧରି ସ୍ଥିର ରହିଥିବାବେଳେ ଗତ ଦୁଇ ବର୍ଷ ହେଲା ହ୍ରାସ ପାଇବାରେ ଲାଗିଛି। ଏବେ ବି ଏହା ନିୟନ୍ତ୍ରଣାଧୀନ ସ୍ଥିତିରେ ଥିବାବେଳେ ଆଗାମୀ ଦିନରେ ହ୍ରାସ ପାଇବାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଲ୍ଡରମାନେ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିବାରୁ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ହ୍ରାସ ପାଉଛି। ଏଥିପାଇଁ କୋଠା ନିର୍ମାଣ ପାଇଁ ସ୍ୱୀକୃତି ଦେଉଥିବା ବିଏମ୍‌‌ସି, ବିଡିଏ, ସିଏମ୍‌‌ସି ପ୍ରଭୃତି ସ୍ୱୀକୃତି ଦେବା ପୂର୍ବରୁ ଭୂତଳ ଜଳ ବ୍ୟବହାର ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ଠାରୁ ସ୍ୱୀକୃତି ନେବା ବାଧ୍ୟତାମୂଳକ କରିବେ। ଏ ବାବଦରେ ରେରା ମଧ୍ୟ ଆଦେଶନାମା ଜାରି କରିଛି। ଏହା ପରେ କିଛି ହାତଗଣତି ବିଲ୍‌‌ଡର ଅନୁମତି ନେଉଛନ୍ତି। କିନ୍ତୁ ଅଧିକାଂଶ ବିଲ୍ଡର ଏହାକୁ ମାନୁନାହାନ୍ତି। ମନଇଚ୍ଛା ଖୋଳି ପାଣି ବ୍ୟବହାର କରୁଛନ୍ତି। ଯାହା ଭୂତଳ ଜଳକୁ ପ୍ରଭାବିତ କରୁଛି। ଗୃହ ନିର୍ମାଣ ସମୟରେ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଡିଏ ଲେ-ଆଉଟ୍‌‌ ପ୍ଲାନ୍‌‌ରେ ରହୁଛି। ହେଲେ ଏହାକୁ ପରବର୍ତ୍ତୀ ସମୟରେ କେହି ପାଳନ କରୁନାହାନ୍ତି। ଗୃହ ନିର୍ମାଣ ପୂର୍ବରୁ ବିଜୁଳି ଓ ପାଣି ସଂଯୋଗ ମିଳିଯାଉଥିବାରୁ ଅକୁପାନ୍ସି ସାର୍ଟିଫିକେଟ୍‌‌ର ମଧ୍ୟ ଆବଶ୍ୟକତା ପଡ଼ୁନି। ତେଣୁ ଲୋକେ ମାନୁନଥିବା ଅଭିଯୋଗ ହେଉଛି।

ପରିବେଶବିତ୍‌‌ ବିଜୟ କୁମାର ମହାପାତ୍ର କହିଛନ୍ତି, ରାଜଧାନୀରେ କୋଠା ନିର୍ମାଣ ପାଇଁ ହଜାର ହଜାର ଲିଟର ପାଣିର ବ୍ୟବହାର ହେଉଛି। ମାତ୍ର ଅନ୍ୟ ଦେଶ ଗୁଡ଼ିକରେ ପାଣିର ପରିବର୍ତ୍ତେ କେମିକାଲ ବ୍ୟବହାର କରୁଛନ୍ତି। ଆମର ଏଠି ପାଣି ସହଜରେ ମିଳିଯାଉଛି, ତେଣୁ ବିଲ୍ଡର ଓ ଗୃହ ନିର୍ମାତାମାନେ ସେ ଦିଗରେ ଦୃଷ୍ଟି ଦେଉନାହାନ୍ତି। ମାତ୍ର ଏବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଯେତିକି ରିଚାର୍ଜ ହେଉଛି, ତା’ଠାରୁ ବହୁ ପରିମାଣରେ ଉତ୍ତୋଳନ ହେଉଛି। ତେଣୁ ପାଣିର ବ୍ୟବହାର କମ କରିବା ଦିଗରେ ଆଇନ ଆସିବା ଦରକାର। ସେହିଭଳି ମନଇଚ୍ଛା ପାଣି ବ୍ୟବହାର ଉପରେ ମଧ୍ୟ ରୋକିବା ଆବଶ୍ୟକ। ପରିବାରରେ ଯେତିକି ଜଣ ସଦସ୍ୟ ସେହି ଅନୁସାରେ ପରିବାର ପାଣି ବ୍ୟବହାର ନେଇ କଟକଣା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନଚେତ ଆଗାମୀ ଦିନରେ ପାଣି ପାଇଁ ହା’ହା’ କରି ସ୍ଥିତିକୁ କେହି ଏଡ଼ାଇ ପାରିବେନି ବୋଲି ସେ ଚେତାବନୀ ଦେଇଛନ୍ତି।

ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳ ପାନୀୟ ଅନୁପଯୋଗୀ; ଚିନ୍ତାପ୍ରକଟ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର: ରାଜ୍ୟର ୨୬ ପ୍ରମୁଖ ସହରର ଭୂତଳ ଜଳର ମାନ ପାନୀୟ ଯୋଗ୍ୟ ହୋଇନାହିଁ। ଭୂତଳ ଜଳର ପିଏଚ୍‌‌ ସ୍ତର, କ୍ୟାଲିସିୟମ୍‌‌, ମାଗନେସିୟମ୍‌‌, କ୍ଲୋରାଇଡ୍‌‌, ନାଇଟ୍ରେଟ୍‌‌, ଆଇରନ୍‌‌, ଆମୋନକଲ୍‌‌ ନାଇଟ୍ରୋଜେନ୍‌‌, ସୀସା , ଫ୍ଲୋରାଇଡ୍‌‌ର ମାତ୍ରା ସଠିକ ନ ଥିବା କ୍ୱାଲିଟି ମନିଟରିଂ ଷ୍ଟେସନର ଯାଞ୍ଚରୁ ଜଣାପଡ଼ିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ ସୂଚନା ମିଳିଛି। ଏହି ସହରଗୁଡ଼ିକର ତାଲିକାରେ ରହିଛନ୍ତି, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ସୁକିନ୍ଦା, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଅନୁଗୁଳ, ବାଲେଶ୍ୱର, ପାରାଦୀପ, ଭଦ୍ରକ, ଭବାନୀପାଟଣା, ବରଗଡ଼, ପାରଳଖେମୁଣ୍ଡି, ଦେବଗଡ଼, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼, ସୋନପୁର, ରାୟଗଡ଼ା, ଫୁଲବାଣୀ ଓ ନୂଆପଡ଼ା ଭଳି ସହର ସାମିଲ ରହିଛନ୍ତି।

ଓଏସପିସିବି ପକ୍ଷରୁ ଗତ ନଭେମ୍ବର ଓ ଅକ୍ଟୋବର ମାସରେ ୩୦ ଜିଲ୍ଲାର ୯୦ଟି ସହରାଞ୍ଚଳରେ ଏଭଳି ଭୂତଳ ଜଳର ମାନ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକର ମାନ କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିବା ପରେ ଗତ ମାସରେ ଏନେଇ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଅବଗତ କରାଯାଇଛି। ପାନୀୟ ଜଳର ମାନ ଅନୁଯାୟୀ, ପ୍ରତି ଲିଟର ପାଣିରେ ସର୍ବାଧିକ ୦.୦୧ ମିଲିଗ୍ରାମର ସୀସା ରହିବା ଆବଶ୍ୟକ। ଏହାଠାରୁ ଅଧିକ ରହିଲେ, ଜଳ ପାନୀୟ ଉପଯୋଗୀ ନୁହେଁ। ଅପରପକ୍ଷରେ ଲିଟର ପିଛା ଜଳରେ ଭୁବନେଶ୍ୱରର ଖଣ୍ଡଗିରିରେ ୦.୦୧୮ ମିଲିଗ୍ରାମ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ୦.୦୧୫ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୦.୧୧ ରହୁଛି। ସେହିଭଳି ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସୀସାର ମାତ୍ରା ଅଧିକ। ସେହିଭଳି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, କଟକ, ଦେବଗଡ଼ ଓ ବ୍ରହ୍ମପୁର ଭଳି ଅନେକ ସହରର ଭୂତଳ ଜଳରେ ସୀସାର ମାତ୍ରା ଅଧିକ।

ଅନ୍ୟପକ୍ଷରେ ପାନୀୟ ଜଳର ପିଏଚ୍‌‌ ସ୍ତର ୬.୫ରୁ ୮.୫ ମଧ୍ୟରେ ରହିବା ଆବଶ୍ୟକ। ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ପିଏଚ୍‌‌ ସ୍ତର ୬.୫ରୁ କମ୍‌‌ ରହିଛି। ଝାରସୁଗୁଡ଼ା, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଭଳି ଜିଲ୍ଲାରେ ଆଇରନ୍‌‌ର ମାତ୍ରା ଅଧିକ ରହିଛି। ବାଲେଶ୍ୱର ଜିଲ୍ଲାର ଭୂତଳ ଜଳରେ ଫ୍ଲୋରାଇଡ ମାତ୍ରା ଅସ୍ୱାଭାବିକ ରହୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଓଡ଼ିଶା ଜଳ ନିଗମର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାନୀୟ ଜଳ ଯୋଗାଣ ପାଇଁ ନଦୀ ଜଳକୁ ବ୍ୟବହାର କରାଯାଉଥିବା ବେଳେ ଅଧିକାଂଶ ସହରରେ ବେଆଇନ ବୋରିଂର ମାତ୍ରା ନିୟନ୍ତ୍ରଣକୁ ଆସୁନାହିଁ। ତେବେ ଜଳ ସମ୍ପଦ ବିଭାଗ ବେଆଇନ ବୋରିଂ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। ଭୂତଳ ଜଳର ମାତ୍ରାଧିକ ବ୍ୟବହାରକୁ ରୋକାଗଲେ, ପ୍ରାକୃତିକ ପ୍ରକ୍ରିୟାରେ ଜଳର ସ୍ୱାଭାବିକ ମାନ ଫେରିପାରିବ।