state-cabinet - The Sakala
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।
ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି।
ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ।
ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ।
ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ୮୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା ପ୍ରୋସେସିଙ୍ଗ ଦେବାକୁ ପଡିବ ନାହିଁ। ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ମୋହର, ଗୋପାଳପୁରରେ ହେବ ଶିଳ୍ପ କରିଡର
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି।
ଏଥି ସହିତ ଆଜିର କ୍ୟାବିନେଟ୍ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଂଜୁରୀ ମିଳିଛି। ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି। ଭୁବନେଶ୍ବର, ଜଟଣୀ ତହସିଲରେ ଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା।
ପୂର୍ବ ବ୍ୟବସ୍ଥା ଅନୁଯାୟୀ ଏସବୁ ଭୂମିହୀନ ପୁରୀ ପୌରସଂସ୍ଥା ଅଧୀନରେ ଲିଜ୍ ସୂତ୍ରରେ ଜମି ପାଇଥିଲେ । ସେହିପରି ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ। ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ହେବ ସଂଶୋଧନ । ଏଥିସହ MSME ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ହେବ ସଂଶୋଧନ। ଓଡ଼ିଶା ଜିଲ୍ଲା ଦେଓ୍ବାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ। ମୋଟ୍ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି ।
ସେହିପରି ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ କରାଯିବା ନେଇ ପରିବହନ ବିଭାଗ ଏକ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ସ୍କ୍ରାପ୍‌ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ।  ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସକୋହଳ ହେବ ବୋଲି ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ବପୁର୍ଣ୍ଣ କ୍ୟାବିନେଟ ବୈଠକ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଛି। ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ମୋ ଘର ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି।  ଏହି ସହିତ ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ,ମିଶନ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡିଛି।
ଅନ୍ୟପଟେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଥିବା କାରଣରୁ ନବୀନ ସରକାର ଏହି ଘୋଷଣା କରିଛନ୍ତି। ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।
ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।
ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଏହା ଅଧିକ ମାତ୍ରାରେ ପ୍ରତିଫଳିତ ହେବ। ଆଜି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟିର ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରାଯିବ।
ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍‌‌ସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାରକୁ ବୃଦ୍ଧି କରିବେ।
ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍‌‌ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା ୧୨୫ ଓଏଏସ୍ ପଦବୀ, ଭେଟେନାରୀ ସର୍ଭିସ ରୁଲର ସଂଶୋଧନକୁ ମଞ୍ଜୁରୀ
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ୨ ଜଣ ଡେପୁଟି କଲେକ୍ଟର ରହିବେ। ସେହିପରି ପ୍ରତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଡେପୁଟି କଲେକ୍ଟର ପଦବି ସୃଷ୍ଟି କରାଯାଇଛି। ନୂଆ ୧୨୫ ସୃଷ୍ଟି କରାଯିବା ପରେ ରାଜ୍ୟରେ ଓଏଏସ୍‌ ପଦବି ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇଛି।
State Cabinet Committee meeting held under the Chairmanship of Hon’ble CM Sri Naveen Patnaik today took 6 imp decisions pertaining to @farddept, Law, @rdmodisha, @OdishaWater and @PWD_Odisha.
Click the link to watch: https://t.co/sGLiga1779 pic.twitter.com/0coK3ILvhn
— I & PR Department, Odisha (@IPR_Odisha) October 21, 2022
ଅନ୍ୟପଟେ କ୍ୟାବିନେଟ ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ।
Cabinet approved the Amendment of Pani Panchayat Act for inclusion of Mega lift irrigation projects in it and inclusion of the spouses of the members of landowners in the Pani Panchayats for enhancing women participation and Pay Revision of the Judicial officers etc.
— I & PR Department, Odisha (@IPR_Odisha) October 21, 2022
ସେହିପରି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।
୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ
ଭୁବନେଶ୍ୱର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରୁ ଚୁକ୍ତଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ପ୍ରାବଧାନ କରିବାର ପ୍ରସ୍ତାବ ସମେତ ୪ଟି ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଟେଣ୍ଡର ଓ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ୟୁଟ୍‌ମେଂଟ୍ ପରୀକ୍ଷା ରୁଲସ-୨୦୨୨ ଆଦି ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
୪ଟି ଜିଲ୍ଲାରେ ୧୫୫୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ନୟାଗଡ଼, କଳାହାଣ୍ଡି, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଏସବୁ ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ଥୁଆମୂଳ ରାମପୁର ଓ କୋକସରା ବ୍ଲକର ମୋଟ ୩୬ଟି ପଂଚାୟତର ୧୫୫ଟି ଗାଁରେ ବାସ କରୁଥିବା ୧.୨୬ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୨୪୮.୯୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
ଏହାସହ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୮ ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସେହିପରି ଓଡ଼ିଶା ଗ୍ରୁପ-ବି, ସି, ଡି ପଦବୀ(ଉଚ୍ଛଦ ଓ ସ୍ୱତନ୍ତ୍ର ପ୍ରାବଧାନ)-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ରାଜ୍ୟର ୯ଟି ଜିଲ୍ଲା ପାଇଁ ମୋଟ ୪୦ଟି ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ
ଭୁବନେଶ୍ୱର: ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଗୁରୁବାର ୯ଟି ଜିଲ୍ଲା ପାଇଁ ମୋଟ ୪୦ଟି ଉଠା ଉଠାଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୧୭୩୯ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୧୫ ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ବାବଦକୁ ମୋଟ ୧୪୦ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି । ଏହି ୪୦ଟି ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାର ୫୭ ହଜାର ୭୯୩ ହେକ୍ଟର ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ହୋଇପାରିବ । ଆସନ୍ତା ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦୁଝର ଜିଲ୍ଲାରେ ୧୪ଟି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ୫୧୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ମଧ୍ୟ ସମ୍ଭବପର ହେବ ।
କଟକ ଓ ଅନୁଗୁଳ ଜିଲ୍ଲାରେ ୪୩୧ କୋଟି ଟଙ୍କାର ୯ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୧୪୩୩୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୬୬କୋଟି ଟଙ୍କାର ୯ଟି ମେଗା ଉଠାଜଳସେଚନ ପ୍ରକଳ୍ପରେ ୧୨୯୧୪ ହେକ୍ଟର ଜମିକୁ ଜଳସେଚନ, ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ୧୮ନମ୍ବର କ୍ଲଷ୍ଟର ଅନ୍ତର୍ଗତ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ଗଜପତି ଜିଲ୍ଲାରେ ୧୩୫୪୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ନିମନ୍ତେ ୪୩୦କୋଟି ଟଙ୍କା ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ବଲାଙ୍ଗିର ଲୋଏର ସୁକତେଲ ବାମ କେନାଲରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ମାଧ୍ୟମରେ ୧୩ହଜାର ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ୬୩୪କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
ଯାଜପୁର ଜିଲ୍ଲାର କୋଚଳୀ ନଦୀ ଓ ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ଏଥିଯୋଗୁ ଧାମନଗର ଓ ଦଶରଥପୁର ବ୍ଲକରେ ବନ୍ୟା ସମସ୍ୟା ଓ ଜଳ ସମସ୍ୟା ଦୂର କରାଯାଇପାରିବ ।
ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ୪ ଜିଲ୍ଲାରେ ହେବ ବାତ୍ୟା ନିରୋଧୀ ଲୁଣାବନ୍ଧ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ସନ୍ଧ୍ୟା ୫.୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ ବୈଠକ। ଏହି ବୈଠକରେ ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ କରାଯିବା କୁ ନିଷ୍ପତ୍ତି ହୋଇଥିବା ବେଳେ ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି।
ଏଥି ସହିତ କ୍ୟାବିନେଟ୍‌ ବୈଠକରେ ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି। ସଂପ୍ରସାରିତ ହେବ ମିଲେଟ ମିଶନ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ
ଭୁବନେଶ୍ବର : ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହି ବୈଠକରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ଚାକିରୀ ପାଇଁ ଆବେଦନର ବୟସ ସୀମାକୁ ବୃଦ୍ଧି ପାଇଁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି। ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗ ମାନେ ୪୩ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ।  ସେହିପରି ମହିଳାଙ୍କ ପାଇଁ  ମଧ୍ୟ ୫ ବର୍ଷ କୋହଳ କରାଯାଇଛି । ଅର୍ଥାତ୍‌ ମହିଳାମାନେ ୪୩ ବର୍ଷ ପର୍ଯ୍ୟନ୍ତ ଚାକିରୀ ପାଇଁ ଆବେଦନ କରିପାରିବେ ।ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ନିଷ୍ପତ୍ତି।
ଅନ୍ୟପଟେ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାନୀୟ ପ୍ରକଳ୍ପକୁ କ୍ୟାବିନେଟ ମାରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପକୁ ମୋହର ବାଜିଛି।ଏହା ଦ୍ବାରା ମୟୁରଭଞ୍ଜ, ଶ୍ୟାମାଘୁଣ୍ଟା ଓ ବାରିପଦାର ୨୨୨ଟି ଗାଁର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୯୦ କୋଟି ଖର୍ଚ୍ଚ ହେବ । ୨ବର୍ଷରେ କାମ ସାରିବାକୁ ନିର୍ଦ୍ଦେଶ ରହିଛି।
ଏଥି ସହିତ ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ ଟି ପ୍ରସ୍ତାବକୁ ମଞ୍ଜୁରୀ : ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ହେବ ୨ରୁ ୪ ଲେନ୍
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଅର୍ଥ, ମତ୍ସ୍ୟ ଓ ପଶୁସଂପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୭୪ କିଲୋମିଟର ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ କରିବା ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ, ବାଗଚୀ ଦମ୍ପତ୍ତି ଦେବେ ୨ଶହ ୧୦ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ବର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ଯାବିନେଟ୍ ବୈଠକରେ ୯ ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ଯମନ୍ତ୍ରୀ। ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨ଶହ ୧୦ କୋଟି ଟଙ୍କା ଅନୁାଦନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।। କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକର ଜମି ପ୍ରଦାନ କରିବେ ସରକାର।
୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କର୍କଟରୋଗ ଚିକିତ୍ସାଳୟ ଆରମ୍ଭ ହେବ। ପରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ ।
ସେହିପରି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ ।
ଆଜି ରାଜ୍ଯ କ୍ୟାବିନେଟ୍‍, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ୧୨ଟା ୩୦ ମିନିଟ୍‍ରେ ଏହି ବୈଠକ ଆହ୍ୱାନ କରାଯାଇଛି। ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ନିର୍ମାଣ, ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ପରି ବିଭାଗର ଏକାଧିକ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଏଥିପାଇଁ ନିର୍ଦିଷ୍ଟ ଭାବରେ କେତେକ ପ୍ରସ୍ତାବ ଆସିବ ଜଣା ପଡ଼ି ନ ଥିଲେ ହେଁ ପାଖାପାଖି ଦେଢ଼ ଡ଼ଜନ ପ୍ରସ୍ତାବ ଆଗତ ହୋଇପାରେ ବୋଲି ସୂଚନା ମିଳିଛି।