Adenovirus - The Sakala

ବାଲେଶ୍ୱର ସୀମାବର୍ତ୍ତି ପଶ୍ଚିମବଙ୍ଗ ଅଞ୍ଚଳରେ ବ୍ୟାପୁଛି ଆଡେନୋ ଭୁତାଣୁ ସଂକ୍ରମଣ
ବାଲେଶ୍ୱର : ଆଡେନୋ ଭୁତାଣୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆତଙ୍କ ଖେଳାଉଛି। ଏହି ଭୁତାଣୁର ସଂକ୍ରମଣ ବାଲେଶ୍ୱର ଜିଲ୍ଲାର ପଶ୍ଚିମବଙ୍ଗ ସୀମାବର୍ତ୍ତି ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ପ୍ରାୟ ଦଶ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଭୁତାଣୁ ଅଧିକ ସଂକ୍ରମିତ କରୁଥିବା ଜଣାଯାଇଛି।ତେବେ ପଡୋଶୀ ରାଜ୍ୟର ସୀମାବର୍ତ୍ତି ଅଞ୍ଚଳରେ ଏହାର ସଂକ୍ରମଣ ବୃଦ୍ଧି ପାଉଥିବା ଯୋଙ୍ଗୁ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଚେତନ ଓ ପ୍ରସ୍ତୁତ ରହିଥିବା ଜଣାଯାଇଛି। ଆଡେନୋ ଭୁତାଣୁ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧା କିଛି ନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଦଶ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂକ୍ରମିତ କରିପାରେ ଆଡେନୋ ଭାଇରସ। ସଠିକ ସମୟରେ ଓ ଠିକ୍ ଭାବରେ ଚିକିତ୍ସା ନକଲେ ଜୀବନ ନେଉଛି ଏହି ଭୁତାଣୁ। ସଠିକ୍ ସମୟରେ ଚିକିତ୍ସା କଲେ କୌଣସି ଅସୁବିଧା ହେବ ନାହିଁ। ପଶ୍ଚିମବଙ୍ଗରେ ସମ୍ପ୍ରତି ଆଡେନୋ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଙ୍ଗୁ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏହି ଭୁତାଣୁ ବ୍ୟାପିବାର ସମ୍ଭାବନା ରହିଛି। ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାର ସହ ନଜର ରଖାଯାଇଛି। ମୁଖ୍ୟତଃ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଡେନୋ ଭୁତାଣୁରେ କେହି ସଂକ୍ରମିତ ନହେଇଥିଲେବି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିଲାଗି ହସ୍ପିଟାଲ ଗୁଡିକରେ ଅଧିକ ବେଡ ବ୍ୟବସ୍ଥା କରାଯାଇଛି।

ଆଡେନୋ ଭୁତାଣୁ ସଂକ୍ରମଣରେ କୋରନା ଭଳି ଲକ୍ଷଣ ଦେଖାଦେଉଥିବା ବେଳେ ଏହାର ଚିକିତ୍ସାରେ କୌଣସି ଅସୁବିଧା ହେବନନାହିଁ ବୋଲି ଏଡିଏମଓ ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି। ତେବେ ଆଡେନୋ ଭାଇରସର ଲକ୍ଷଣ କଣ ?ଏବଂ ଏହାର ସଂକ୍ରମଣକୁ ନେଇ କାହିଁକି ଭୟ ରହୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଗୋଟିଏ ଭୁତାଣୁ ଜନିତ ରୋଗ। ଏହି ଭୁତାଣୁ ସଂକ୍ରମିତ ରୋଗୀଙ୍କୁ ସାଧାରଣ ଜ୍ବର ଓ ଥଣ୍ଡା ହେଇଥାଏ। ଆଖି ଲାଲ ପଡ଼ିଗଲା ପରି ଦେଖା ହେବା, ଗଳା ବ୍ୟଥା ହେବା ଭଳି ଲକ୍ଷଣ ପ୍ରକାଶ ପାଏ। ଯେଉ ଛୋଟ ପିଲା ମାନଙ୍କ ପାଖରେ ରୋଗ ପ୍ରତଷେଧକ ଶକ୍ତି କମ୍ ଥାଏ, ସେହି ମାନଙ୍କୁ ହି ଏହି ଭାଇରସ ଶୀଘ୍ର ସଂକ୍ରମଣ କରିଥାଏ। ଚିକିତ୍ସାରେ ଅବହେଳା କଲେ ଯକୃତ କୁ ସଂକ୍ରମଣ କରେ ଓ ଶ୍ଵାସକ୍ରିୟାରେ ମଧ୍ୟ ଅସୁବିଧା ସୃଷ୍ଟି କରିଥାଏ। ଅଧିକ ସମସ୍ୟା ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିଥାଏ।

ଋତୁ ପରିବର୍ତ୍ତନ ସମୟ ରେ ଆଡେନୋ ଭୁତାଣୁ ଛୋଟ ପିଲା ମାନଙ୍କୁ ଅଧିକ ସଂକ୍ରମଣ କରିଥାଏ । ଆଗୁଆ ସତର୍କ ସଜାଗ ରହିଲେ ସହଜରେ ଭଲ ହୋଇଯାଉ ଥିବା ଜଣାଯାଇଛି। ଓଡ଼ିଶାରେ ଆଡେନୋଭୁତାଣୁକୁ ନେଇ ସେଭଳି ଚିନ୍ତାଜନକ ସ୍ଥିତି ନଥିଲେ ମଧ୍ୟ ତଥାପି ଆମକୁ ସତର୍କ ରହିବାକୁ ପଡିବ।କାରଣ ବାଲେଶ୍ୱର ସୀମାବର୍ତ୍ତି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଅଞ୍ଚଳରେ ଏହି ଭୁତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି।ଏବାବଦରେ ବାଲେଶ୍ୱର ସିଡିଏମଓ ଦୁଲାଳସେନ ଜଗଦେବ କୁହନ୍ତି, ବାଲେଶ୍ଵର ଜିଲ୍ଲାର ପଶ୍ଚିମବଙ୍ଗ ସୀମାବର୍ତ୍ତି ଅଞ୍ଚଳରେ ଏହି ଭୁତାଣୁ ସଂକ୍ରମଣ ବ୍ୟାପୁଥିବାକୁ ନେଇ ଭୋଗରାଇ, ଜଳେଶ୍ବର, ବାଲିଆପାଳ ଓ ବସ୍ତା ବ୍ଲକରେ ଥିବା ସିଏଚସି ଓ ପିଏଚସି ର ଡାକ୍ତର ଓ ମେଡ଼ିକାଲ ଷ୍ଟାଫ ମାନଙ୍କୁ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତର ଜଗଦେବ କହିଛନ୍ତି।

ପଶ୍ଚିମବଙ୍ଗରେ ‘ଆଡେନୋଭାଇରସ୍‌’ ଆତଙ୍କ: ୯ ଦିନରେ ଗଲାଣି ୪୦ ଶିଶୁଙ୍କ ଜୀବନ
କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ ଶିଶୁଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୯ ଦିନ ମଧ୍ୟରେ ୪୦ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି।

ଆଡେନୋଭାଇରସ୍‌’ ଭୂତାଣୁ ଯେକୌଣସି ସମୟରେ ଏବଂ ଛୋଟ ଠାରୁ ବୟସ୍କ ଲୋକଙ୍କୁ ସଂକ୍ରମିତ କରିପାରେ। ତେବେ ପଶ୍ଚିମବଙ୍ଗରେ ବିଗତ ଦୁଇ ସପ୍ତାହ ମଧ୍ୟରେ ସର୍ବାଧିକ ଶିଶୁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ଶିଶୁ ବିଭାଗକୁ ସତର୍କ କରିଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୌଣସି ଫ୍ଲୁ ଦେଖାଯାଇ ନଥିବା କୁହାଯାଇଥିଲେ ହେଁ ଶିଶୁମାନଙ୍କ ଠାରେ ଏହି ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଚିନ୍ତାଜନକ ହୋଇପଡ଼ିଛି। ଯେଉଁ ଶିଶୁମାନଙ୍କ ନିକଟରେ ଏହି ଭୂତାଣୁର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଥଣ୍ଡା ଏବଂ ଜ୍ବର ଲାଗି ରହିବା ସହିତ ଗଳାରେ ପୀଡ଼ା ଏବଂ ଦରଜ ରହିବ। ଏହାବ୍ୟତୀତ ନିଶ୍ବାସ ପ୍ରଶ୍ବାସରେ ମଧ୍ୟ କଷ୍ଟ ଅନୁଭବ ହେବ। ଚର୍ମ ସ୍ପର୍ଶ ଦ୍ବାରା ଏହା ସଂକ୍ରମିତ ହେବା ସହିତ ବାୟୁରେ କାଶ କିମ୍ବା ଛିଙ୍କ ଦ୍ବାରା ମଧ୍ୟ ଏହି ଭୂତାଣୁ ଅନ୍ୟକୁ ବ୍ୟାପିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।