Womens Premier League 2023 - The Sakala

ପ୍ରଥମ ମହିଳା ପ୍ରିମିୟର ଲିଗ୍‌‌ କ୍ରିକେଟ, ଦିଲ୍ଲୀକୁ ହରାଇ ମୁମ୍ବାଇ ଚାମ୍ପିଅନ
ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ୫ଟି ଦଳକୁ ନେଇ ମାର୍ଚ୍ଚ ୪ରୁ ମୁମ୍ବଇରେ ଚାଲିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍‌‌ କ୍ରିକେଟ ଆଜି ଶେଷ ହୋଇଛି। ବ୍ରାବର୍ଣ୍ଣ ଷ୍ଟାଡିୟମ୍‌‌ରେ ରବିବାର ଅନୁଷ୍ଠିତ ଫାଇନାଲରେ ମ୍ୟାଚ୍‌‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌‌ ଆଖ୍ୟା ଅର୍ଜନ କରିଛି। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ବିନିମୟରେ ୧୩୧ ରନ୍‌‌ କରିଥିଲା। ଜବାବରେ ମୁମ୍ବାଇ ୩ଟି ବଲ ବାକିଥାଇ ଓ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ପ୍ରଥମ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛି।

ଏହି ଦିଲ୍ଲୀ ପ୍ରଦତ୍ତ ୧୩୨ ରନ୍‌‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବଇ ଚତୁର୍ଥ ଓଭରରେ ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ୱିକେଟ ଭାଗୀଦାରିରେ ଦୁଇ ଅଭିଜ୍ଞ ବ୍ୟାଟର ନାତାଲି ସିଭର-ବ୍ରଣ୍ଟ ଓ ଅଧିନାୟିକା ହରମନପ୍ରୀତ୍‌‌ କୌର ଲଢୁଆ ଖେଳ ପ୍ରଦର୍ଶନ କରି ୭୪ ବଲରୁ ୭୨ ରନ୍‌‌ ଉଠାଇ ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ହରମନପ୍ରୀତ୍‌‌ ୩୯ ବଲ୍‌‌ରୁ ୫ ଚୌକା ସହ ୩୭ ରନ୍‌‌ କରିଥିଲେ। କିନ୍ତୁ ନାତାଲି ୫୫ ବଲ୍‌‌ରୁ ୭ ଚୌକା ସହ ୬୦ ରନ୍‌‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳ ପ୍ରତିପକ୍ଷ ମୁମ୍ବଇ ବୋଲରଙ୍କୁ ଉଚିତ ମୁକାବିଲା କରିବାରେ ସମର୍ଥ ହୋଇ ନଥିଲା। ଏପରିକି ଦଳ ୧୬ ଓଭର ଶେଳ ଶେଷବେଳକୁ ୯ ୱିକେଟରେ ୭୯ ରନ କରି ଏକ ଲୋ ସ୍କୋର କରିବାକୁ ଯାଉଥିଲା। କିନ୍ତୁ ଶିଖା ପାଣ୍ଡେ ଓ ରାଧା ଯାଦବ ଅବିଭକ୍ତ ୧୦ମ ୱିକେଟ ଭାଗୀଦାରିରୁ ୨୪ ବଲ୍‌‌ରେ ୫୨ ରନ୍‌‌ ସଂଗ୍ରହ କରିବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶିଖା ୧୭ ବଲ୍‌‌ରେ ୩ ଚୌକା ଓ ୧ଛକା ସହ ୨୭ ଓ ରାଧା ୧୨ ବଲ୍‌‌ରେ ୨ ଚୌକା ଓ ୨ଛକା ସହ ମଧ୍ୟ ସମାନ ୨୭ ରନ୍‌‌ କରି ଅପରାଜିତ ରହିଥିଲେ। ଅଧିନାୟିକା ମେଗ ଲାନିଂ ୨୯ ବଲ୍‌‌ରେ ୩୫, ମାରିଜାନ କାପ୍‌‌ ୧୮ ଓ ଶେଫାଳୀ ବର୍ମା ୧୧ ରନ୍‌‌ କରିଥିଲେ ମୁମ୍ବାଇ ପକ୍ଷରୁ ଇଶି ୱଙ୍ଗ ଓ ହେଲୀ ମାଥ୍ୟୁସ ୩ଟି ଲେଖାଏଁ, ଅାମେଲିଆ କେର ୨ଟି ୱିକେଟ ପାଇଥିଲେ।

WPL ଦେଶର ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବା ଓ କ୍ରୀଡା କ୍ଷେତ୍ରରେ ଆଗକୁ ଆସିବାକୁ ପ୍ରେରଣା ଯୋଗାଇବ- ନୀତା ଅମ୍ବାନୀ
ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ଲିଗ୍‌‌ ଆଇପିଏଲ୍‌‌ ଢାଞ୍ଚାରେ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଆରମ୍ଭ  ହୋଇଯାଇଛି। ଭାରତୀୟ କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ  ଡବ୍ଲ୍ୟୁପିଏଲ୍‌‌ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍‌‌ ୨୨ଟି ମ୍ୟାଚ୍‌‌ ଖେଳାଯିବ। ତେବେ ଏହାରି ଉଦଘାଟନୀ ମ୍ୟାଚରେ ବହୁସଂଖ୍ୟକ ଉଭୟ ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତଥିଲେ। ଏହାରି ମଧ୍ଯରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଓନର ନୀତା ଅମ୍ବାନୀ ମଧ୍ୟ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହ ବଢାଇଥିଲେ। ସେ କହିଥିଲେ ଯେ, WPL ର ଉଦଘାଟନୀ ଦିନ ଏକ ସ୍ମରଣୀୟ ଦିବସ। WPL ର ଅଂଶ ହେବା ଅତ୍ୟନ୍ତ ରୋମାଞ୍ଚକର ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ ଆଶା କରିଥିଲେ ଯେ, ଡବ୍ଲୁପିଏଲ୍ ଅଧିକ ମହିଳାଙ୍କୁ କ୍ରୀଡା ନେବାରେ ଏବଂ କ୍ରୀଡ଼ାରେ କ୍ୟାରିୟର କରିବାରେ ସାହାଯ୍ୟ କରିବ। ଏହା ପରିବେଶକୁ ଏକ ଭଲ ବାର୍ତ୍ତା ଦେବ। ମୁଁ ଆଶା କରୁଛି ଏହା ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ। ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କୁ ସାହସ ଯୋଗାଇବ। କ୍ରୀଡା କ୍ଷେତ୍ରରେ ଆଗକୁ ଆସିପାରିବେ ।

ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଅଭିଜ୍ଞ ତଥା ଯୁବ ଖେଳାଳିମାନେ ରହିଛନ୍ତି। ସେମାନଙ୍କର ପ୍ରଥମ ମ୍ୟାଚ୍ ଭଲ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକାରର କ୍ରିକେଟ୍ ଖେଳିବାକୁ ନେଇ ଜଣାଶୁଣା। ନିର୍ଭୟରେ ଏବଂ ରୋମାଞ୍ଚକର କ୍ରିକେଟ ଖେଳିଆଥାଏ। ଆମର ଝିଅମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ଯେଉଁଭଳି ଭାବେ ଖେଳିଛନ୍ତି ସେଥିପାଇଁ ମୁଁ ଅତ୍ୟଧିକ ଗର୍ବିତ । ଏହା ଏକ ଭଲ ପ୍ରଦର୍ଶନ ଥିଲା। ଆମର ଅଧିନାୟକ ହରମନ ଏକ ସ୍ୱତନ୍ତ୍ର ଇନିଂସ ଖେଳିଥିଲେ। ଆମେଲିଆ କେର୍ ମଧ୍ଯ ଚମତ୍କାର ଖେଳ ପଦର୍ଶନ କରିଥିଲେ, ସେ ଉଭୟ ଭଲ ବ୍ୟାଟିଂ ଓ ବୋଲିଂ କରିଥିଲେ।

ଷ୍ଟାଡିୟମରେ ଏତେ ସଂଖ୍ୟକ ଲୋକ ମହିଳା ଦଳକୁ ସମର୍ଥନ କରିବାକୁ ଆସିଥିଲେ। ଏହା ଆଶ୍ଚର୍ଯ୍ୟଜନକ ଥିଲା।  ଏହି ଉଦଘାଟନୀ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଉଛି ବୋଲି ନୀତା ଅମ୍ବାନୀ କହିଛନ୍ତି।