Biju Expressway odisha - The Sakala

‘ବିଜୁ ଏକ୍ସପ୍ରେସ୍‌‌ ୱେ’ ରାସ୍ତା ପାର୍ଶ୍ବରେ ସ୍ଥାପନ ହେବ ୨୫ରୁ ଊର୍ଦ୍ଧ୍ବ ଶିଳ୍ପପୁଞ୍ଜ, ଉପକୃତ ହେବେ ୧୦ ଜିଲ୍ଲାର ସାଧାରଣ ଜନତା
ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ ଲୋକାର୍ପିତ ହେବା ପରେ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ତାହାର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ନବ ନିର୍ମିତ ‘ବିଜୁ ଏକ୍ସପ୍ରେସ୍‌‌ ୱେ’ କଡ଼ରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯିବ। ଅଧିକରୁ ଅଧିକ ଶିଳ୍ପ ସଂସ୍ଥାକୁ ଏହି ଏକ୍ସପ୍ରେସ୍‌‌ ୱେ ପାର୍ଶ୍ବରେ କାରବାର ଆରମ୍ଭ ଲାଗି ପ୍ରୋତ୍ସାହନ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୨୫ରୁ ଅଧିକ ଶିଳ୍ପପୁଞ୍ଜର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଏଥିପାଇଁ ୫ ହଜାର ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି।

ବିଜୁ ଏକ୍ସପ୍ରେସ୍‌‌ ୱେ କେବଳ ରାଜ୍ୟ ପାଇଁ ଏକ ବହୁମୂଖୀ ପ୍ରକଳ୍ପ। ଏହା ରାଜ୍ୟର ଉତ୍ତମ ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ କରିବ ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାର ପ୍ରମୁଖ ମାଧ୍ୟମ ସାଜିବ। ଏହି ଲକ୍ଷ୍ୟ ନେଇ ବିଜୁ ଏକ୍ସପ୍ରେସ୍‌‌-ୱ ପାର୍ଶ୍ବରେ ଶିଳ୍ପପୁଞ୍ଜ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ସୁନ୍ଦରଗଡ଼ର ରାଉରକେଲାର ଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲାର ମୋଟୁ ପର୍ଯ୍ୟନ୍ତ ଏକ ଅର୍ଥନୈତିକ ଧାରା ସୃଷ୍ଟି ହେବ। ୧୦ରୁ ଅଧିକ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ। ବିଶେଷକରି ଆଦିବାସୀ, ପଛୁଆ ବର୍ଗର ଲୋକଙ୍କୁ ରୋଜଗାର ମିଳିବ। ଲୋକଙ୍କୁ ରୋଜଗାର ମିଳିବ ଆଉ ଶିଳ୍ପ ସଂସ୍ଥାଙ୍କୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା। ଦେଶ ଓ ରାଜ୍ୟର ସମୃଦ୍ଧି ହାସଲ ପାଇଁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ। ଏହି କ୍ରମରେ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ବିଜ୍ଞପିତ ଶିଳ୍ପାଞ୍ଚଳରେ ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଆରମ୍ଭରୁ ଶିଳ୍ପ ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛନ୍ତି।

ବିଜୁ ଏକ୍ସପ୍ରେସ ୱେର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା। ଲୁହାପଥର, କୋଇଲା, ବକ୍ସାଇଟ୍‌‌ ଏବଂ ମାଙ୍ଗାନିଜ୍‌‌ ପରି ପ୍ରାକୃତିକ ସମ୍ପଦରେ ଏହି ଅଞ୍ଚଳ ପ୍ରଚୁର ପରିମାଣରେ ରହିଛି ଏବଂ ଇସ୍ପାତ କାରଖାନା, ଆଲୁମିନିୟମ୍‌‌ ସ୍ମେଲ୍‌ଟର୍‌ ଏବଂ ସିମେଣ୍ଟ କାରଖାନା ପରି ଅନେକ ବୃହତ ଶିଳ୍ପ ମଧ୍ୟ ରହିଛି। ଭିତ୍ତିଭୂମିର ଅଭାବ ଯାହା କ୍ଷେତ୍ରୀୟ ବିକାଶରେ ବାଧା ଥିଲା, ଏହି ଅତ୍ୟାଧୁନିକ ଚାରି-ଲେନ୍‌ ଏକ୍ସପ୍ରେସ ୱେ ଦ୍ୱାରା ଦୂର ହୋଇଛି। ଏହି ଏକ୍ସପ୍ରେସ ୱେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ଼ ପରି ପଡ଼ୋଶୀ ରାଜ୍ୟର ପ୍ରମୁଖ ବନ୍ଦର, ବିମାନବନ୍ଦର ଏବଂ ଶିଳ୍ପ ହବ୍‌‌ ସହିତ ଏହି ଅଞ୍ଚଳକୁ ସଂଯୋଗ କରିବ। ଏହା ସାମଗ୍ରୀ ଏବଂ କଞ୍ଚାମାଲ୍‌ର ଗତିକୁ ସହଜ କରିବ। ଏହାଦ୍ୱାରା ପରିବହନ ମୂଲ୍ୟ ହ୍ରାସ ହେବ, ଦକ୍ଷତା ବୃଦ୍ଧି ଘଟିବ ଏବଂ ଏହା ଖଣି ଉତ୍ପାଦ, କୃଷି କ୍ଷେତ୍ର ଏବଂ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ସୁବିଧା ବୃଦ୍ଧି କରିବ, ଯାହା ସାମାଜିକ ସୁରକ୍ଷାରେ ସହାୟକ ହେବ ଏବଂ ସାମାଜିକ ଗତିଶୀଳତାକୁ ଉନ୍ନତ କରିବ। ଏହା ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଉତ୍ସାହିତ କରିବ। ଏହା ଉଭୟ ସ୍ଥାନୀୟ, ଆଞ୍ଚଳିକ ଏବଂ ଜାତୀୟ ପର୍ଯ୍ୟଟନକୁ ମଧ୍ୟ ଉତ୍ସାହିତ କରିବ। ଜଙ୍ଗଲ, ହ୍ରଦ, ନଦୀ ଏବଂ ପର୍ବତ ସହିତ ଜଡ଼ିତ ଏହି ପ୍ରକଳ୍ପ ସରକାରଙ୍କର ଏକ ସମୟାନୁବର୍ତ୍ତୀ ହସ୍ତକ୍ଷେପ ଅଟେ।

ଏହା ହୃଦୟଙ୍ଗମ କରି ଏହି କରିଡର୍‌କୁ ବିଜୁ ଅର୍ଥନୈତିକ କରିଡର୍‌ ଭାବରେ ନାମିତ କରାଯାଇଛି, ଯାହା ଉଭୟ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାକୁ ଏକୀଭୂତ କରିବ। ବିଜୁ ଏକ୍ସପ୍ରେସ ୱେ ରାଜ୍ୟର ଏକ ଖଣିଜ ସମୃଦ୍ଧ ଅଞ୍ଚଳ ଦେଇ ଯାଇଛି, ଯାହା ରାଜ୍ୟର ୨୮ ପ୍ରତିଶତ ଲୁହା, ୮୦ ପ୍ରତିଶତ ଚୂନପଥର ଏବଂ ୨୦ ପ୍ରତିଶତ ମାଙ୍ଗାନିଜ୍‌ରେ ସମୃଦ୍ଧ। ଏହା ଇସ୍ପାତ, ଆଲୁମିନିୟମ ପ୍ରକ୍ରିୟାକରଣ ଯଥା ଟିଏମ୍‌ଟି, ମିଶ୍ରଧାତୁ ଦ୍ରବ୍ୟ ଇତ୍ୟାଦି ବିଭାଗରେ ଉତ୍ପାଦନର ଅନୁରୂପ ବିକାଶରେ ସହାୟକ ହେବ। ଏହି ରାସ୍ତା କପା ଉତ୍ପାଦନ କରୁଥିବା ଅଞ୍ଚଳ ଏବଂ ଧାନ ଉତ୍ପାଦନ କେନ୍ଦ୍ର ଯଥା ହୀରାକୁଦ ଓ ଇନ୍ଦ୍ରାବତୀ କମାଣ୍ଡ ଅଞ୍ଚଳ ଦେଇ ଯାଇଛି। ଏହି ଅର୍ଥନୈତିକ କରିଡର୍‌ ପଶ୍ଚିମ ଓଡ଼ିଶା ଜିଲ୍ଲାର ମେରୁଦଣ୍ଡ ହେବ, ଯାହାକି ରାଉରକେଲା, ଝାରସୁଗୁଡ଼ା, ଛତିଶଗଡ଼ର ରାୟପୁର, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌‌ ଭଳି ପ୍ରମୁଖ ଶିଳ୍ପ କ୍ଷେତ୍ର ସହିତ ଯୋଗାଯୋଗ କରିବ।

ଗୀତଗୋବିନ୍ଦ ସଦନରେ ଶିଳ୍ପ ବିଭାଗର ବଜେଟ୍‌‌ ଅନୁଦାନ ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଢ଼େଙ୍କାନାଳର ନେଉଳପୋଇ, ଗଜମରା, କାମାକ୍ଷାନଗର ଓ କଟକର ନରାଜ ଠାରେ ମଧ୍ୟ ଶିଳ୍ପ ପୁଞ୍ଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜିଲ୍ଲା ସ୍ତରରେ ସଂଯୁକ୍ତ ଭିତ୍ତିଭୂମି ସୁବିଧାଗୁଡିକର ଶୀଘ୍ର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇ ଶୀଘ୍ର ପୁଞ୍ଜି ବିନିଯୋଗ ପାଇଁ ପଥ ପରିଷ୍କାର କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଶିଳ୍ପର ବିକାଶ ପାଇଁ ନୂତନ ପଦକ୍ଷେପ ସ୍ୱରୂପ ଆଗାମୀ ବର୍ଷରେ ଶିଳ୍ପ ବିଭାଗ ୧୩ଟି ସ୍ଥାନରେ ୧୬୦୦୦ କ୍ଷମତା ବିଶିଷ୍ଟ ଶ୍ରମିକ ହଷ୍ଟେଲ ନିର୍ମାଣ କରାଯିବ। କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପାଇଁ ଶ୍ରମିକ ହଷ୍ଟେଲ ନିର୍ମାଣ ପ୍ରସ୍ତାବ ରହିଛି।

ସେହିପରି ଜମି ବ୍ୟାଙ୍କ ସୃଷ୍ଟି ପାଇଁ ବଜେଟରେ ୨୦୦ କୋଟି ଟଙ୍କା ଦିଆଯାଇଛି। ଏହି ଅର୍ଥରେ ସରକାରୀ ଓ ଘରୋଇ ଜମି କ୍ରୟ କରାଯିବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାର ବଜେଟରେ ଶିଳ୍ପ ବିଭାଗକୁ ୭୧୦.୨୦ କୋଟି ଟଙ୍କା ଦେଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଏହା ୨୫% ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ଅନୁରୂପ ଭାବରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି, ଶିଳ୍ପ ଅଭିବୃଦ୍ଧି ଲାଗି ସରକାର ୧୫ଟି ଜିଲ୍ଲରେ ଜିଲ୍ଲା ଶିଳ୍ପ ଉନ୍ନୟନ ସଂସ୍ଥା (ଡିଆଇପିଏ) ସ୍ଥାପନ କରି ସାରିଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ଅବଶିଷ୍ଟ ୧୫ଟି ଜିଲ୍ଲାକୁ ସନ୍ତୁଳିତ କରିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ବରଗଡ : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ ହେଉଛି ଏ ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ । ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ । ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ ।

ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ।ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା । ଏ ମାଟି, ଏ ମାଟିର ମଣିଷର ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହେଇ ରହିଥିଲେ। ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ। ସେହି ମହାନାୟକଙ୍କ ଜନ୍ମଦିନରେ ଆଜି ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଡେଡିକେଟ୍ କରି ମୁଁ ବହୁତ ଖୁସି।

ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ-ସାମାଜିକ-ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଦେବ। ଏହି ଏକ୍ସପ୍ରେସ ୱେ ଦ୍ୱାରା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସମ୍ପ୍ରତି ସୁନ୍ଦରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ୫୪୬ କିଲୋମିଟର ଲମ୍ୱା ଏହି ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧି କ୍ଷେତ୍ରରେ ଏକ ନୂଆ ଉଚ୍ଚତା ପ୍ରଦାନ କରିବ।

ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ୱପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ। ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ୍‌‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛନ୍ତି। ଏକ୍ସପ୍ରେସ ୱେର ନିର୍ମାଣ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାକୁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହ ପଶ୍ଚିମ ଓଡ଼ିଶାରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି।

ଅନ୍ୟପକ୍ଷରେ ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରୀନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡି ହେବେ। ପ୍ରାକୃତିକ ସମ୍ପଦର ସୁବିନିଯୋଗ ସାଙ୍ଗକୁ ବର୍ତ୍ତମାନର କାର୍ଯ୍ୟକ୍ଷମ ହୋଇଥିବା ଶିଳ୍ପ ପାଇଁ ଆନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବିଜୁ ଅର୍ଥନୈତିକ କରିଡରର ଦୁଇ ପାଖରେ ପ୍ରାୟ ୧୧ଟି ଶିଳ୍ପ ସଂସ୍ଥା ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ।

ଏଥିପାଇଁ ଶିଳ୍ପନୀତି ୨୦୨୨ରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ଦ୍ରୁତ ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି। ରାଜ୍ୟର ଭାତ ହାଣ୍ଡି ବୋଲି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଭିତ୍ତିକ ଶିଳ୍ପ ସହ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ। ଯାହାଫଳରେ ଅର୍ଥନୈତିକ ଅଭିବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ବିଜୁ ଏକ୍ସପ୍ରେସ ୱେ ଯୋଡ଼ିହେବାକୁ ଥିବାରୁ ବ୍ୟାପକ ଢଙ୍ଗରେ ଓଡ଼ିଶା ଏହାର ଲାଭ ପାଇବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।