Parikrama project - The Sakala
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବିରୋଧ ପ୍ରସଙ୍ଗ, ଆବେଦନକାରୀଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ
ପୁରୀ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବିରୋଧ ପ୍ରସଙ୍ଗ। ଆବେଦନକାରୀଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ। ଆବେଦନକାରୀଙ୍କ ଆୟ ସମ୍ପର୍କରେ ତଥ୍ୟ ମାଗିଲେ ହାଇକୋର୍ଟ। ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି। ଭାରତୀୟ ବିକାଶ ପରିଷଦ ଏବଂ ଜଗନ୍ନାଥ ସେନା ପକ୍ଷରୁ ଦାୟର ହୋଇଥିଲା ମାମଲା
ଆଉମାତ୍ର ଗୋଟିଏ ଦିନର ଅପକ୍ଷୋ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଶ୍ରୀକ୍ଷେତ୍ର ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇରହିବ। ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏହି ଦିନ ଅଭୁଲା ରହିବ। କାରଣ ଏହିଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପରିକ୍ରମା ପ୍ରକଳ୍ପ ନୁହେଁ, ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାଧିକ ପ୍ରକଳ୍ପ ନେବ ବାସ୍ତବରୂପ। ଏଥିପାଇଁ ପୁରୀ ଭଳି ଏକ ଛୋଟ ସହରରେ ତିଆରି ହୋଇଛି ଅନେକ ବଡ଼ ବଡ଼ ପ୍ରକଳ୍ପ, ଯାହାକି ଶ୍ରୀକ୍ଷେତ୍ରର ବିକାଶକୁ ଆହୁରି ଗତି ହେବ। ହେଲେ ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ସବୁଠି ଉତ୍ସାହ ଆଉ ବ୍ୟଗ୍ରତା। ଏହାର ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ। ଭାବଭକ୍ତିରେ ଉଚ୍ଛୁଳୁଛି ସିଂହଦ୍ୱାରରୁ ଶରଧାବାଲି। ସମସ୍ତେ ଏବେ ପରିକ୍ରମା ପ୍ରକଳ୍ପ ମନସ୍କ। ଚା’ ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା। ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।
ମନଛୁଆଁ ଚିତ୍ରକଳା
କେବଳ ଆଲୋକୀକରଣ ନୁହେଁ, ସହରର ବିଭିନ୍ନ ରାସ୍ତାପାର୍ଶ୍ବ କାନ୍ଥ ପ୍ରାଚୀରରେ ଅତ୍ୟନ୍ତ ଆକର୍ଷଣୀୟ ଚିତ୍ରକଳା ସମସ୍ତଙ୍କ ମନ ଟାଣୁଛି। ବିଶେଷକରି ସହରର ପ୍ରମୁଖ ପ୍ରବେଶ ପଥ ପାଚେରୀରେ ରଙ୍ଗତୂଳୀରେ ଶିଳ୍ପୀ ଆଙ୍କିଛନ୍ତି ମନଛୁଆଁ ଚିତ୍ରକଳା। ଶ୍ରୀସେତୁର ଉଭୟ ପାର୍ଶ୍ବ କାନ୍ଥ, ମେଡିକାଲ ଛକ, ଭିଆଇପି ରୋଡ, ସିଟି ରୋଡ, ବଡ଼ଦାଣ୍ଡ, ଶରଧାବାଲି ଯେଉଁଠି କାନ୍ଥ, ପ୍ରାଚୀର ଫାଙ୍କା ଥିଲା ସେଠି ଏବେ ଉତ୍କଳୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି ଚିତ୍ରକଳାରେ। ଏତେ ସୂକ୍ଷ୍ମ ଭାବେ ଏହି ଚିତ୍ରଗୁଡ଼ିକ କରାଯାଇଛି ଯେ, ତାହା ବାସ୍ତବ ବାସ୍ତବ ପରିଲାଗୁଛି। ଏହି କଳାକୃତି ମଧ୍ୟରେ ପୁରୀର କଳା ସଂସ୍କୃତି ଓ ପରମ୍ପରା ବିଶେଷକରି ସାହିଯାତ, ସୌନ୍ଦର୍ଯ୍ୟରାଣୀ ଚିଲିକା, ପଶୁ, ପକ୍ଷୀ, ସାମୁଦ୍ରିକ ଜୀବ, କୋଣାର୍କ ସ୍ଥାନ ଦିଆଯାଇଛି।
ଭକ୍ତଙ୍କୁ ବିଶୁଦ୍ଧ ପାନୀୟ ପାଇଁ ଲାଗିଛି ଡ୍ରିଙ୍କ୍‌ ଫ୍ରମ୍‌‌ ଟ୍ୟାପ୍‌
ଦେଶ ବିଦେଶରୁ ଆସୁଥିବା ଭକ୍ତ ବିଶୁଦ୍ଧ ପାନୀୟ ଟିକେ ପିଇବା ପାଇଁ ପୂର୍ବରୁ ବହୁ ଅସୁବିଧା ସାମ୍ନା କରୁଥିଲେ। କିନ୍ତୁ, ଏବେ ତାହା ଦୂର ହୋଇସାରିଛି। ଶ୍ରୀମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ଏବେ ଉପଲବ୍ଧ ହେଲାଣି। ଦେଶ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ବିଶୁଦ୍ଧ ପାନୀୟ ଟିକେ ପିଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି। ସ୍ନାନ ମଣ୍ଡପରୁ ଭକ୍ତ କହୁଛି କେଡେ ସୁନ୍ଦର ବଡ଼ଦାଣ୍ଡ ଓ ବଡ଼ ଦେଉଳ ଯଜ୍ଞ ମଣ୍ଡପରେ କାଳିଆ ଠାକୁର ପାଇଁ ଯଜ୍ଞ, ପୂଜାଚର୍ଚ୍ଚନା ଚାଲିଛି। ଆଉ ସ୍ନାନମଣ୍ଡପ ଉପରୁ ଭକ୍ତ ଦର୍ଶକ ସାଜି ଏହାର ସାନ୍ନିଧ୍ୟ ପାଉଛି। ତାହା ସହ ପତିତପାବନ ବାନାକୁ ଦେଖି ତା ଚକ୍ଷୁ ସେଠି ଲାଖି ଯାଉଛି। ଆଉ ତଳେ ଅନ୍ୟ ଭକ୍ତ ଶ୍ରୀମନ୍ଦିର ଅଭିମୁଖେ ଜଗା ଦର୍ଶନ ପାଇଁ ଯାଉଛନ୍ତି। ଭକ୍ତ, ଭକ୍ତି ଓ ସଂସ୍କୃତିର ଏକ ଅପୂର୍ବ ମିଳନରେ ବଡ଼ଦାଣ୍ଡ କେତେ ଯେ ସୁନ୍ଦର ସୁନ୍ଦର ଦିଶୁଛି। ଲାଗୁଛି କାଳିଆ ସାଆନ୍ତର ରଥ ଯାତ୍ରା ଚାଲିଛି। ହେଲେ ପରେ ଭକ୍ତ ଭଗବାନ ପାଖରୁ କୃପା ଲାଭ କରି କହୁଛି ଏ ଯାତରା ଜଗାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର। ଯଜ୍ଞ ମଣ୍ଡପ ପାଖରେ ଚତୁର୍ଦ୍ଧାମୂର୍ତ୍ତି ସମସ୍ତଙ୍କ ମନ ମୋହୁଛି। ଭକ୍ତ କହୁଛି ଚକାଡୋଳା କରୁଛି ଲୀଳା।
ଶୁଭୁଛି ମନ୍ତ୍ର, ବାଜୁଛି ଢୋଲ… ଗୁଞ୍ଜରିତ ହେଉଛି ହରିବୋଲ ହୁଳହୁଳି ଲୋକାର୍ପଣ ଉତ୍ସବ ପାଇଁ ଏକା ସାଙ୍ଗେ ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ମନ୍ତ୍ର ଶୁଭୁଛି। ତାହା ସହ ଢୋଲ, ମୃଦଙ୍ଗ, ଗିନିରେ କୀର୍ତ୍ତନ ଆକାଶକୁ ଗୁଞ୍ଜରିତ କରି ଦେଉଛି। ମହିଳାଙ୍କ ହୁଳହୁଳି ଓ ପୁରୁଷଙ୍କ ହରିବୋଲ ସହ ଶ୍ରୀକ୍ଷେତ୍ରରେ ସୃଷ୍ଟି ହେଉଛି ରଥଯାତ୍ରା ଭ୍ରମ। ଆହୁରି ମଧ୍ୟ ସିଂହଦ୍ୱାର ଅରୁଣସ୍ତମ୍ଭ ନିକଟରେ ଯଜ୍ଞ ରୂପକ ଅଗ୍ନିରୁ ଭକ୍ତ କାଳିଆ ଠାକୁରକୁ ଦେଖୁଛି। ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଯେମିତି ଲାଗୁଛି ସ୍ୱର୍ଗରୁ ଦେବତା, ନର କିନ୍ନର ସମସ୍ତେ ଜଗା ଉପରେ ପୁଷ୍ପ ବୃଷ୍ଟି କରି କହୁଛନ୍ତି ଏ ଯାତ ଜଗା ପାଇଁ।
ଭିତ୍ତିଭୂମି ଉନ୍ନତି ପାଇଁ ୮.୫୦ କୋଟି
ସେ ବାହୁବଳୀ ସେବାୟତ ହୁଅନ୍ତୁ ବା ଅନ୍ୟ ସେବକ। ପୁରୀରେ ଜାଗା ଆଖଡାକୁ ନେଇ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ମାତ୍ର ଉନ୍ନତ ଭିତ୍ତିଭୂମି ଅଭାବରୁ ସେହି ବାହୁବଳୀ ସେବାୟତମାନେ ଓ ପୁରୀର ଅନ୍ୟ ସେବକ ଜିମ୍‌‌ ମୁହାଁ ହେବାରେ ଲାଗିଛନ୍ତି। ରାଜ୍ୟ ସରକାର ଏହାକୁ ଲକ୍ଷ୍ୟ କରି ତାହାର ଭିତ୍ତିଭୂମିର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ଜାଗା ଆଖଡ଼ାର ଭିତ୍ତିଭୂମି ସହ ତାର ପାରିପାର୍ଶ୍ବିକୁ ନୂଆ ରୂପ ଦିଆଯିବ। ସେଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ପ୍ରାୟ ୮.୫୦କୋଟି ଟଙ୍କା। ଏହିକ୍ରମରେ ଆହୁରି ୩୫ ଟି ଜାଗା ଘର ଯୋଡ଼ିହେବ। ଜାଗା ଆଖଡ଼ାରେ ଏବେ ବି ପାରମ୍ପରିକ ସରଞ୍ଜାମରେ ଯୁବକମାନେ ବ୍ୟାୟାମ କରୁଛନ୍ତି। ସେଥିପାଇଁ ସେମାନେ ପୁରୀରେ ଥିବା ଅନ୍ୟ ଜିମକୁ ଯାଉଛନ୍ତି। ଏହି ଜିମ ଯାଉଥିବା ପିଲାଙ୍କୁ ପୁଣି ଜାଗା ଆଖଡାମନସ୍କ କରିବା ପାଇଁ ଜାଗା ଘର ଗୁଡ଼ିକୁ ଆଧୁନିକତାର ଛାପ ଦେବାକୁ ସ୍ଥିତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ମୋଟ ୩୫ ଟି ଜାଗା ଘରକୁ ଏଥି ପାଇଁ ମନୋନୟନ କରାଯାଇଛି। ଏହି ଆଖଡ଼ାରେ କସରତ ପାଇଁ ତିଆରି ହେବ ଉନ୍ନତ ଭିତ୍ତିଭୂମି। ତାହା ସହ ଆଖଡ଼ାରେ ପ୍ରସ୍ତୁତ ହେବ ଜିମ ହଲ। ପିଲା ରେସଲିଂ ମାଟରେ କରିବେ କୁସ୍ତି। ପୁରୀରେ ଜାଗା ଆଖଡ଼ା ସଂସ୍କୃତିକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି।ସେଥି ପାଇଁ ମୋଟ ୩୫ ଟି ଜିମ ହଲ୍‌‌ରେ ଜିମ ହଲ୍‌‌ର ନିର୍ମାଣ ହେବ। ଜିମ୍‌‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା। ଜିମ ମଧ୍ୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ଉପଲବ୍ଧ ହେବ। ପୁରୀର ବିଶୁନି, ଗୋପାଳବଲ୍ଲଭ, ରାଜ ବଲ୍ଲଭ, ବଡ଼ ଆଖଡ଼ା, ପାଣ୍ଡ, ସାତ ବଖରା, ମକରଧ୍ୱଜ, ମାଜଣା, ରାହାସ ମହାନ୍ତି, ସୁନ୍ଦରା, ହିଞ୍ଜଳ, ପଞ୍ଚାୟତ, ଗୁରୁଜଙ୍ଗ, ଦୁବେଇ ଭଳି ମୋଟ ୩୫ ଟି ଜାଗାରେ ଜିମ ନିର୍ମାଣ କରାଯିବ। ଏଥି ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟ ଆର୍ଥିକ ସହଯୋଗ କରିବ। ପ୍ରତ୍ୟେକ ଜାଗା ଘର ପାଇଁ ମୋଟ ୨୩ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଜିମ ଘରର ନିର୍ମାଣ କାମ ଆଗେଇ ଚାଲିଛି। ଦୁଇ ମାସ ମଧ୍ୟରେ ଏହା ଶେଷ ହେବାର ଲକ୍ଷ୍ୟ ରଖା ଯାଇଛି।
ଗାଡ଼ି କହୁଛି ବୀରଙ୍କ ଗାଥା
ପୁରୀ ବଡ଼ଦାଣ୍ଡରେ ଏମିତି ଗୋଟିଏ ଗାଡ଼ି ଆଜି ଠିଆ ହୋଇଥିଲା ଯେ କେହି ତାକୁ ଦେଖି ଖୁସି ହେଉଥିଲେ। ପୁରୀ ନବ ଗଠିତ ପୂଜ୍ୟ ପୂଜା ଅଭିଯାନର ଏହି ଗାଡ଼ି ଆମ ରାଜ୍ୟର ଓ ଦେଶର ବୀରଙ୍କ ଗାଥା ଗାଉଛି। ଗାଡ଼ିରେ ଲାଗିଛି ଉତ୍କଳର ମଉଡମଣି ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ, ଜାତିର ପିତା ମହ।।ା ଗାନ୍ଧୀ, ଆକାଶର ଇଗଲ କୁହାଯାଉଥିବା ବିଜୁ ବାବୁ, ସ୍ୱାମୀ ବିବେକାନନ୍ଦ, ପୁରୀର ଚନ୍ଦନ ହଜୁରୀ ଚାଖିଖୁଣ୍ଟିଆଙ୍କ ପରି ଅନେକ ବୀରଙ୍କ କାହାଣୀ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବହୁ ଭକ୍ତ, ଅନୁଷ୍ଠାନ ଓ ସଂଗଠନ ଭିନ୍ନ ଭିନ୍ନ ବାର୍ତ୍ତା ନେଇ ପୁରୀ ଆସୁଛନ୍ତି। ସେପଟେ ପୁରୀ ବସ୍‌‌ ଷ୍ଟାଣ୍ଡରେ ମଧ୍ୟ ଭକ୍ତଙ୍କ ଭିଡ଼ ଅଧିକ ଦେଖାଯାଉଛି। ଲୋକେ ବସିବା ପାଇଁ ବସ୍‌‌ ରେ ମଧ୍ୟ ଆଉ ଯାହା ହେଉନାହିଁ।
ବିଦେଶୀଙ୍କ ଗୀତା ଭାଗବତ
ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ପ୍ରଚାର ପ୍ରସାର ହେଉଛି। ଯାହାର ଝଲକ୍‌‌ ପୁରୀରେ ମଧ୍ୟ ଦେଖିବାକୁ ମିଳୁଛି। ଆଜି ବଡ଼ଦାଣ୍ଡ ଏସି ଟନେଲ୍‌‌ ପାଖରେ ବିଦେଶର ଜଣେ ଭକ୍ତ ସନ୍ନ୍ୟାସୀ ବେଶରେ ଗୀତା ଭାଗବତ ଲୋକଙ୍କୁ ମାଗଣାରେ ବଣ୍ଟନ କରି ନୀଳାଚଳଙ୍କ କୃପା ଲାଭ କରିଛନ୍ତି। ତାହା ସହ ଭକ୍ତ ଜଣକ ଜୟ ଜଗନ୍ନାଥ କହି ଲୋକଙ୍କୁ ପ୍ରଣାମ ମଧ୍ୟ କରୁଥିଲେ। ଯାହା ଲୋକଙ୍କୁ ବେଶ୍‌‌ ପସନ୍ଦ ଆସିଥିଲା। ଲୋକେ ମଧ୍ୟ ମାଗଣାରେ ଓ କିଛି ଟଙ୍କା ଦେଇ ତାଙ୍କଠୁ ଗୀତା ଓ ଭାଗବତ ସହ ଅନ୍ୟ ପୁସ୍ତକ କିଣୁଥିଲେ। ସାଧାରଣରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। ଲୋକେ କହୁଥିଲେ, ଭକ୍ତ ହେବ ତ ଏମିତି।
ସବୁଜ ସବୁଜ ‘ଶ୍ରୀମାର୍ଗ’
ଜଗନ୍ନାଥ ବଲ୍ଲଭ ପିଲୀଗ୍ରୀମ ସେଣ୍ଟର (ଜେବିପିସି)ରୁ ଏକ ନୂତନ ରାସ୍ତା ‘ଶ୍ରୀମାର୍ଗ’ ଦୋଳବେଦୀକୁ ସଂଯୋଗ କରୁଛି। ପ୍ରାୟ ୮୦୦ ମିଟର ଏହି ରାସ୍ତାକୁ ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ଏହି ରାସ୍ତା ଲାଗୁଛି ସବୁଜ ସବୁଜ। ଏହାର ଦୁଇପାର୍ଶ୍ବରେ ଗଛର କୁଣ୍ଡ ସ୍ଥାପନ କରାଯାଇଛି। ସେହିପରି ରାସ୍ତା ପାର୍ଶ୍ବରେ ପଥର କଳାକୃତି ମଧ୍ୟ ଶୋଭାପାଉଛି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀସେତୁ ଦେଇ ଜେବିପିସିରେ ପହଞ୍ଚିବେ। ସେଠାରୁ ଏହି ନୂତନ ରାସ୍ତା ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟକୁ ଆସିବେ।
ଅତିଥିଙ୍କ ଆଗମନ
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେଶର ପ୍ରମୁଖ ୬୦ ଓ ରାଜ୍ୟର ପ୍ରମୁଖ ମନ୍ଦିର କର୍ମକର୍ତ୍ତାଙ୍କ ସହ ୯୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଶ୍ରୀକ୍ଷେତ୍ର ଆସି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସମ୍ମତି ପ୍ରକାଶ କରିଥିବା ବେଳେ ଅନେକ ଆଗୁଆ ବି ଆସିଗଲେଣି। ତେବେ ପ୍ରମୁଖ ଅତିଥି ୧୭ ତାରିଖ ସକାଳେ ପହଞ୍ଚିବେ। ତେଣୁ ଅତିଥିମାନଙ୍କୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ପୁରୀ। ଏଥିପାଇଁ ସହରର ପ୍ରବେଶ ପଥଠୁ ଆରମ୍ଭ କରି ସାହିଗଳିରେ ଲୋକାର୍ପଣ ଉତ୍ସବର ଛିଟା ଦେଖିବାକୁ ମିଳୁଛି। ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲି ସବୁ କିଛି ଲାଗୁଛି ନୂଆ ନୂଆ। ବଡ଼ଦାଣ୍ଡର ଉଭୟ ପାର୍ଶ୍ବ କୋଠାକୁ ଗୋଟିଏ ରଙ୍ଗ (ଫିକା ଗୋଲାପୀ) ରଙ୍ଗ ଦିଆଯାଇଥିବା ବେଳେ ନାମଫଳକ ଏକାପ୍ରକାର କରାଯାଇଛି।
ଆଲୋକ ନଗରୀ
ଆଖି ଝଲସାଇବା ଦେବାଭଳି ଆଲୋକୀକରଣ ଶ୍ରୀକ୍ଷେତ୍ରକୁ ଏକ ନୂତନ ରୂପରେ ଉଦ୍‌‌ଭାସିତ କରୁଛି। ଶ୍ରୀକ୍ଷେତ୍ରର ପ୍ରତି ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସଞ୍ଜ ନଇଁଲେ କୋଠାବାଡ଼ିଠୁ ଆରମ୍ଭ କରି ଗଛପତ୍ର ବି ରଙ୍ଗୀନ ଆଲୋକରେ ଝଲସିଉଠୁଛି। ଗଛରେ ଚାନ୍ଦୁଆ ଲାଇଟ୍‌‌ ସାଙ୍ଗକୁ ରଙ୍ଗବେରଙ୍ଗର ଲିଚୁ ଖଞ୍ଜି ଦିଆଯାଇଛି। ବଡ଼ଦାଣ୍ଡର ମାର୍କେଟ କମ୍ପେ୍ଲକ୍ସ ଛକଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲାଇଟ୍‌‌ ଲାଗିଛି। ଏହି ଲାଇଟ୍‌‌ ଦୁଇପାର୍ଶ୍ବ କୋଠାରେ ପଡ଼ିବା ବେଳେ ଏହା ବଡ଼ଦାଣ୍ଡର ଶୋଭାକୁ ଦ୍ୱିଗୁଣିତ କରୁଛି। ରାତି ଏଠି ଲାଗୁଛି ଦିନଭଳି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ମହାନ୍‌‌ କ୍ଷଣର ସାକ୍ଷୀ ରହିବ ସାରା ଓଡ଼ିଶା
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ। ପୂରା ଓଡ଼ିଶା ଯେପରି ଏହି ମହାନ୍‌‌ କ୍ଷଣର ସାକ୍ଷୀ ରହିବ, ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରୁ ଶ୍ରଦ୍ଧାଳୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ଚଳିତ ମାସ ୨୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ଯୋଜନା ଅନୁସାରେ ୪୦୫୭ ବସ୍‌‌ରେ ସମୁଦାୟ ୧, ୮.୨୫୦ ଜଣ ଶ୍ରଦ୍ଧାଳୁଙ୍କୁ ପୁରୀ ଆସିବେ। ସହରାଞ୍ଚଳ ଓ ପୌରାଞ୍ଚଳର ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ଭିନ୍ନ ତାରିଖ ଧାର୍ଯ୍ୟ କରାଯାଇଛି। କିଛି ଜିଲ୍ଲାର ଲୋକ ପୁରୀ ବୁଲିବା ପରେ ସେହି ଦିନ ନିଜ ଜିଲ୍ଲାକୁ ଫେରିଯିବେ। ସେହିପରି ଦୂରାନ୍ତ ଜିଲ୍ଲାର ଲୋକଙ୍କ ପାଇଁ ଦର୍ଶନ ପରେ ରାତି ରହଣି ବ୍ୟବସ୍ଥା କରାଯାଇଛି। କେଉଁ ଜିଲ୍ଲାରୁ କେଉଁ ଦିନ କେତେ ସଂଖ୍ୟକ ଶ୍ରଦ୍ଧାଳୁ କେତେ ସଂଖ୍ୟକ ବସ୍‌‌ରେ ଆସିବେ, କେଉଁଠି ରହିବେ, ଭୋଜନ କରିବେ ତାହାର ବିବରଣୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଶ୍ରଦ୍ଧାଳୁଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଛନ୍ତି।
ପ୍ରଥମ ଦିନ ଅର୍ଥାତ୍‌‌ ଜାନୁଆରୀ ୨୧ ତାରିଖ‌ରେ କେନ୍ଦୁଝରରୁ ଶ୍ରଦ୍ଧାଳୁମାନେ ପୁରୀ ଆସିବେ। ଏହା ପରେ ଗଞ୍ଜାମ, ବଲାଙ୍ଗିର, ଭଦ୍ରକ, ନୟାଗଡ଼, ଅନୁଗୁଳ, ଝାରସୁଗୁଡ଼ା, କଟକ, ଢ଼େଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲାରୁ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚିବେ। ରାତିରେ ଯେଉଁ ଶ୍ରଦ୍ଧାଳୁମାନେ ରହିବେ, ସେମାନଙ୍କ ପାଇଁ ଖୋର୍ଦ୍ଧା ଓ ପୁରୀରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜଟଣୀ ନିକଟସ୍ଥ କାରମେଲ୍‌‌ ସ୍କୁଲ ଓ ପୁରୀ ସିଉଳାଠାରେ ରାତି ରହଣି ବ୍ୟବସ୍ଥା କରାଯାଇଛି। ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ପୁରୀ ଆସି ନିଜ ଘରକୁ ଫେରିବେ, ସେନେଇ ଗତ ୧୨ତାରିଖରେ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ପରିବହନ ପାଇଁ ଜିଲ୍ଲାସ୍ତରରେ ୪୦/୫୦ଟି ବସ୍‌‌ ବୁକ୍‌‌ ରହିବ। ପୂରା ପ୍ରକ୍ରିୟାର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ। ସେହିପରି ସବୁ ବସ୍‌‌ରେ ଜଣେ ଲେଖାଏଁ ସରକାରୀ ଅଧିକାରୀ ଉପସ୍ଥିତ ରହିବେ। ଏଥିସହ ଜିଲ୍ଲାସ୍ତରରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ 5T ଅଧ୍ୟକ୍ଷ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ, ପରିଚାଳନା କମିଟି ସଦସ୍ୟ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ବୈଠକରେ ଉପସ୍ଥିତି ହୋଇଛି ବିସ୍ତୃତ ଆଲୋଚନା । ଲୋକାର୍ପଣ ଉତ୍ସବ ପୂର୍ବରୁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଲୋକାର୍ପଣ ସମାରୋହରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁ ସନ୍ଥ ଆସିବେ । ଶୃଙ୍ଖଳିତ ଦର୍ଶନ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।
ଆଜି ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି: ଜଗନ୍ନାଥବଲ୍ଲଭରେ ଅତିଥି ଦେଖିବେ ପ୍ରଦର୍ଶନୀ, ସନ୍ଧ୍ୟାରେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ୍‌ ଶୋ’
ପୁରୀ: ବହୁ ବାଦବିବାଦ ପରେ ଏବେ ବାସ୍ତବତାର ରୂପ ନେଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆସନ୍ତା ୧୭ ତାରିଖରେ ଏହା କୋଟି କୋଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସି ଶୁକ୍ରବାର ଏହାକୁ ପ୍ରଶାସନକୁ ହସ୍ତାନ୍ତର କରିବ। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଆସୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ୧୪ ତାରିଖରେ ପୂରା ପ୍ରକଳ୍ପକୁ ପୁଲିସକୁ ହସ୍ତାନ୍ତର କରିବ। ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପ ଲୋକାର୍ପଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ଏହାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାମ ପ୍ରାୟ ଶେଷ ହୋଇଯାଇଛି, ଯାହା ବି ଛୋଟମୋଟ କାମ ବାକି ରହିଛି, ତାହାକୁ ସମ୍ପୂର୍ଣ୍ଣ କରି ଶୁକ୍ରବାର ଓବିସିସି ହସ୍ତାନ୍ତର କରିବ। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲ୍ୟାଣ୍ଡସ୍କେପ୍‌‌, ବଫର୍‌ ଜୋନ୍‌ ସମେତ ଅନ୍ୟ ସମସ୍ତ କାମ ପ୍ରାୟ ସରିଥିବା ଓବିସିସି ଅଧିକାରୀ ଜଣାଇଛନ୍ତି। ଏବେ ପ୍ରକଳ୍ପ ପରିସର ସଫା କରାଯାଉଛି। ଅଗ୍ନିଶମ ବିଭାଗ ଓ ପୌରସଂସ୍ଥା ପକ୍ଷରୁ ଯେଉଁଠି ଯାହା ଆବର୍ଜନା ପଡ଼ିଥିଲା, ତାହା ସଫା କରାଯିବା ସହ ପାଣି ସିଞ୍ଚନ ହେଉଛି। ଶୁକ୍ରବାର ସୁଦ୍ଧା ଓବିସିସି ହସ୍ତାନ୍ତର କରିଦେବ।
ଜଗନ୍ନାଥବଲ୍ଲଭରେ ଅତିଥି ଦେଖିବେ ପ୍ରଦର୍ଶନୀ
ଲୋକାର୍ପଣ ଉତ୍ସବରେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଅନେକ ଅତିଥି ସେମାନଙ୍କ ଗସ୍ତକୁ ନିଶ୍ଚିତ କରିଥିବା ବେଳେ ଏବେ ଅନେକ ସେମାନଙ୍କ ଆଗମନ ସଂପର୍କରେ ଜଣାଉଛନ୍ତି। ତେବେ ଅତିଥିମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର (ଶ୍ରୀସେତୁ)ରେ ପହଞ୍ଚିବେ। ସେଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ, ତିନିରଥ, ବସ୍ତ୍ର, ଅବ୍ୟବହୃତ ସାମଗ୍ରୀ ଇତ୍ୟାଦିକୁ ନେଇ ହେଉଥିବା ପ୍ରଦର୍ଶନୀ ବୁଲିବେ। ଅତିଥିଙ୍କୁ ଯୋଡ଼ିଶଙ୍ଖ, ଲଉଡ଼ି ଖେଳ ଆଦି ମାଧ୍ୟମରେ ସ୍ୱାଗତ କରାଯିବ। ସେଠାରୁ ସେମାନେ ଶ୍ରୀଦାଣ୍ଡ ଦେଇ ପ୍ରକଳ୍ପସ୍ଥଳରେ ପହଞ୍ଚିବେ। ଯେଉଁମାନଙ୍କୁ ଯଜ୍ଞମଣ୍ଡପକୁ ନିମନ୍ତ୍ରଣ କରାଯାଇଥିବ, ସେମାନେ ମଣ୍ଡପ ନିକଟରେ ବସିବେ। ସେହିପରି ଯେଉଁମାନଙ୍କୁ ସଭାସ୍ଥଳକୁ ନିମନ୍ତ୍ରିତ କରାଯାଇଥିବ, ସେମାନେ ସଭାସ୍ଥଳରେ ବସିବେ। ସଭାସ୍ଥଳରେ ଯେଉଁମାନେ ବସିଥିବେ, ସେମାନେ ଏଲ୍‌‌ଇଡି ମାଧ୍ୟମରେ ଲୋକାର୍ପଣର ସିଧା କାର୍ଯ୍ୟକ୍ରମ ଦେଖିପାରିବେ। ଯଜ୍ଞସ୍ଥଳରେ ଛତିଶା ନିଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏବଂ ଅନ୍ୟ ଅତିଥିଙ୍କ ପାଇଁ ଉତ୍ତର ପାର୍ଶ୍ବ ମଠ ନିକଟରେ ବସିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୯୦୦ ଅତିଥି ଯୋଗଦେଉଥିବା ସୂଚନା ମିଳିଛି।
ସନ୍ଧ୍ୟାରେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ୍‌ ଶୋ’
୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ସନ୍ଧ୍ୟାରେ ପ୍ରକଳ୍ପ ପରିସରରେ ଆକର୍ଷଣୀୟ ଲାଇଟ୍‌‌ ଆଣ୍ଡ ସାଉଣ୍ଡ ଶୋ’ କରାଯିବ। ବିଭିନ୍ନ କାହାଣୀକୁ ନେଇ ହେବାକୁ ଥିବା ଏହି ଶୋ’କୁ ଅତିଥି ଓ ଭକ୍ତମାନେ ଏହା ଦେଖିପାରିବେ। ସେହିପରି ରାତି ୮ଟା ପରଠାରୁ ପ୍ରକଳ୍ପ ପରିସର ବିଭିନ୍ନ ଛୋଟ ଛୋଟ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଓଡ଼ିଶୀ, ସମ୍ବଲପୁରୀ ଡାଲ୍‌‌ଖାଇ, ପାଇକ୍‌‌ ନୃତ୍ୟ, ବନାଟି, ସାହିଯାତ, ମାହାରୀ ସମେତ ବିଭିନ୍ନ ପ୍ରକାର ନୃତ୍ୟ ହେବ। ତେବେ ଲାଇଟ୍‌‌ ଆଣ୍ଡ ସାଉଣ୍ଡ ଶୋ’ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ପରିଚାଳନା କମିଟି ବୈଠକରେ କୁହାଯାଇଛି। ଏତଦ୍‌‌ବ୍ୟତୀତ ଇଭେଣ୍ଟ ମ୍ୟାନେଜମେଣ୍ଟ ମଧ୍ୟ ବୈଠକରେ ତାଙ୍କର ଉପସ୍ଥାପନ ରଖିଥିଲେ। ମୋଟାମୋଟି ଭକ୍ତ, ଦର୍ଶନାର୍ଥୀ ଯେପରି ଭଲ ଅନୁଭୂତି ନେଇ ଫେରିବେ, ତା’ ଉପରେ ଫୋକସ ଦିଆଯାଉଛି ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
ଶୁଭେଚ୍ଛା ବାର୍ତ୍ତା ପଠାଇଲେ ଶଙ୍କରାଚାର୍ଯ୍ୟ
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବା ଲାଗି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦୁଇଥର ନିମନ୍ତ୍ରଣ କରାଯାଇଛି। ମାତ୍ର କାର୍ଯ୍ୟବ୍ୟସ୍ତତା ଭିତରେ ଗୁରୁଜୀ ରହିଥିବାରୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଗୁରୁଜୀ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଯୋଗଦେଇ ନ ପାରନ୍ତି ସେଥିପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।
‘ପରିକ୍ରମା’ ଲୋକାର୍ପଣ ଉତ୍ସବକୁ ଆଉ ୧୦ ଦିନ: ଅତିଥି ଦେଖିବେ ରାଜା ପୁରୁଷୋତ୍ତମ ଦେବ ଓ କାଞ୍ଚି ରାଜକନ୍ୟାଙ୍କ ପ୍ରେମ କାହାଣୀ
ପୁରୀ: ଶ୍ରୀମନ୍ଦିର ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଏକାଠି ହେବେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ। ପୁଣି ଧର୍ମଗୁରୁ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ବି ଯୋଗଦେବେ। ବିଗତ ଦିନରେ ସବୁ ଧର୍ମ ଓ ମତବାଦର ବ୍ୟକ୍ତିଙ୍କୁ ଆପଣାଇ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇ ଶ୍ରୀଜଗନ୍ନାଥଙ୍କ ଧାମ ଏବେ ପୁଣିଥରେ ସମସ୍ତଙ୍କୁ ଆପଣାଇବା ଲାଗି ନିଜକୁ ପ୍ରସ୍ତୁତ କରୁଛି। ପରିକ୍ରମା ଲୋକାର୍ପଣରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ଆତିଥେୟତାକୁ ବେଶ୍‌‌ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହି ସାଜସଜ୍ଜା ଭିତରେ ସହରର ବିଭିନ୍ନ ପ୍ରମୁଖ ଜାଗାର କାନ୍ଥ, ପ୍ରାଚୀରରେ ଅଙ୍କାଯାଉଛି ଆକର୍ଷଣୀୟ ଚିତ୍ରକଳା। ଓଡ଼ିଆ ଶିଳ୍ପୀଙ୍କ କଳା, ଚାତୁର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଫୁଟିଉଠୁଛି ଏହି ଚିତ୍ରରେ। ଯିଏ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦେଉଳକୁ ଯାଉଛନ୍ତି, ସେମାନଙ୍କ ନଜର ଏବେ ଅଟକି ଯାଉଛି ଗଡ଼ନ୍ତି ଛକର ପୁରୁଣା ପାଣିଟାଙ୍କି ଉପରେ। ବ୍ରିଟିଶ୍‌ ଅମଳର ଏହି ପାଣିଟାଙ୍କି ପରିକ୍ରମା ପ୍ରକଳ୍ପ ଭିତରେ ଛିଡ଼ା ହୋଇଥିବା ବେଳେ ଏହାକୁ ଆକର୍ଷଣୀୟ ପରିପାଟୀରେ ସଜ୍ଜା ଯାଉଛି। ଏହି ପାଣିଟାଙ୍କିଙ୍କୁ ସମ୍ପୂର୍ଣ୍ଣ ଭାବେ ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ଏହା ଉପରେ ସୁନ୍ଦର ଭାବେ କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ କାହାଣୀ ଅଙ୍କାଯାଉଛି। ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ଆକର୍ଷଣୀୟ ଭାବେ ଫୁଟିଉଠୁଛି ଏହି ଚିତ୍ରକଳା। ପରିକ୍ରମା ପ୍ରକଳ୍ପକୁ ଯୋଗଦେବା ପାଇଁ ଆସୁଥିବା ଅତିଥିମାନେ ଏହି ବ୍ରିଟିଶ୍‌ ଅମଳର ପାଣିଟାଙ୍କି ଉପରେ ଦେଖିପାରିବେ ରାଜା ପୁରୁଷୋତ୍ତମ ଦେବ ଏବଂ କାଞ୍ଚି ରାଜକନ୍ୟାଙ୍କ ପ୍ରେମ କାହାଣୀ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଲାଗି ପୁରୀ ସହରର ୨୭ଟି ସ୍ଥାନର କାନ୍ଥ, ପ୍ରାଚୀରରେ ପାରମ୍ପରିକ ଚିତ୍ରକଳା କରାଯାଉଛି। ଏଥିପାଇଁ ୧୪ଟି ସଂସ୍ଥାର ପ୍ରାୟ ୧୦୦ ଶିଳ୍ପୀ ନିୟୋଜିତ ରହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ ପରିସର ବ୍ରିଟିଶ ଅମଳର ପାଣିଟାଙ୍କି ଉପରେ ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ପଦ୍ମାବତୀ ଉପାଖ୍ୟାନ ଅଙ୍କନ କରୁଛନ୍ତି ଐତିହ୍ୟ ଗ୍ରାମ ରଘୁରାଜପୁରର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା। ତାଙ୍କ ସହ ଆଉ ୬ଜଣ ଏଥିରେ ସାମିଲ ଅଛନ୍ତି। ଏଥିରେ ଅଙ୍କାଯାଉଥିବା ଚିତ୍ରକଳା ସମ୍ପର୍କରେ ଶିଳ୍ପୀ ୟୁନିଭର୍ସ କହିଛନ୍ତି, ୮ଟି ଭାଗରେ କାଞ୍ଚି ରାଜ୍ୟର ରୂପସୀ ରାଜଜେମା ପଦ୍ମାବତୀ ଏବଂ ସୂର୍ଯ୍ୟବଂଶୀ ରାଜା ଗଜପତି ପୁରୁଷୋତ୍ତମ ଦେବଙ୍କ ବିବାହକୁ ସେମାନ ଚିତ୍ରଣ କରିଛନ୍ତି। ଏଥିରେ ଏକ ନଦୀକୂଳରେ ପୁରୁଷୋତ୍ତମ ଦେବ ରାଜଜେମା ପଦ୍ମାବତୀଙ୍କୁ ସାକ୍ଷାତ କରିବା, ଦୁହେଁ ପରସ୍ପରକୁ ପସନ୍ଦ କରି ବିବାହ ପାଇଁ ମନସ୍ଥ କରିବା, କାଞ୍ଚି ରାଜା ଜାଣିବା ପରେ ସହମତି ପ୍ରକାଶ କରି ତାଙ୍କର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦେଖିବା ପାଇଁ ପଠାଇବାକୁ ଅତି ନିଚ୍ଛକ ଭାବେ ଅଙ୍କାଯାଇଛି। ସେହିପରି ପୁରୁଷୋତ୍ତମଦେବ ରଥ ଉପରେ ଛେରାପହଁରା କରୁଥିବା ଖବର ପାଇ କାଞ୍ଚି ରାଜା ଅମଙ୍ଗ ହେବା, ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେବା, ଯୁଦ୍ଧରେ ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର କଳା, ଧଳା ଘୋଡାରେ ଚଢ଼ି ଯିବା, ଗଜପତି ପୁରୁଷୋତ୍ତମଦେବ ଯୁଦ୍ଧରେ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିବା; ଏହି ସବୁକୁ ଅତି ନିଖୁଣ ଭାବେ ଚିତ୍ରକଳାରେ ସ୍ଥାନ ଦିଆଯାଇଛି ବୋଲି ଶିଳ୍ପୀ ୟୁନିଭର୍ସ କହିଛନ୍ତି। ଏଥିରେ ମଧୁସୂଦନ ସ୍ୱାଇଁ, ସୁରେଶ ମହାରଣା, ସୁକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ଚରଣ ନାୟକ, ହେମନ୍ତ ବରାଳ ପ୍ରମୁଖ ଶିଳ୍ପୀ ଓ ସହଯୋଗୀ କାମ କରିଛନ୍ତି। ବନ୍ଧା ଯାଇଥିବା ଭାରାରେ ଚଢ଼ି ଚିତ୍ର ଆଙ୍କିବା ବେଶ୍‌‌ କଷ୍ଟକର। କିନ୍ତୁ ମହାପ୍ରଭୁଙ୍କୁ ଆଶୀର୍ବାଦ ଥିବାରୁ ସେମାନେ ଏତେ ଉଚ୍ଚରେ ଚଢ଼ି କାମ କରୁଛନ୍ତି ବୋଲି କହିଛନ୍ତି ୟୁନିଭର୍ସ।
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ 5T ଅଧ୍ୟକ୍ଷ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ପରିକ୍ରମାମାର୍ଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଶ୍ରୀମନ୍ଦିର ଚାରିପଟ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସମ୍ପର୍କରେ ଅବଗତ ହୋଇଥିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ପରେ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ଚଲାପଥ ଓ ବିଶ୍ରାମସ୍ଥଳ ବୁଲି ଦେଖିଥିଲେ। ଶୀତ ତାପ ନିୟନ୍ତ୍ରିତ ଚଲାପଥ ବୁଲି ଦେଖିବା ସହ ଏଥିରେ ଥିବା ବାରିକେଡ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ବୁଲି ଦେଖିଥିଲେ।
ଶ୍ରୀମନ୍ଦିର କାର୍ଯ୍ୟଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ସେ ଶ୍ରୀ ମାର୍ଗ ନିର୍ମାଣ ରାସ୍ତା ଦେଇ ଶ୍ରୀ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖି ଥିବା ବେଳେ ସେଠାରୁ ଶ୍ରୀସେତୁ ରାସ୍ତା ଦେଇ ସମୀକ୍ଷା କରି ପ୍ରତ୍ୟାବର୍ତ୍ତନ କରିଥିଲେ। ପୁରୀ ଜିଲ୍ଲାପାଳ,ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି ୫ଟି ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ପୂର୍ଣ୍ଣିମାରୁ ଦେବନିମନ୍ତ୍ରଣ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦିଆଯିବ ପ୍ରଥମ ନିମନ୍ତ୍ରଣପତ୍ର
ଭୁବନେଶ୍ୱର : ପବିତ୍ର ମାଘସପ୍ତମୀ ଅର୍ଥାତ୍‌ ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ପୁରୀଠାରେ ରବିବାର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖ (ମାର୍ଗଶିର ପୂର୍ଣ୍ଣିମା)ରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଚନ୍ଦ୍ର ଏହି ଦିନ ବୃଷ ରାଶିରୁ ମିଥୁନ ରାଶିକୁ ଗମନ କରୁଥିବାରୁ ଦେବନିମନ୍ତ୍ରଣ ନିମନ୍ତେ ଏହି ତାରିଖ ଶୁଭଙ୍କର ବୋଲି ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି।
ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୬ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧି ଓ ସେବାୟତମାନେ ଯାତ୍ରା ଆରମ୍ଭ କରିବେ। ୧୩ଟି ଟିମ୍‌ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ଯାତ୍ରା କରିବେ ଓ ରାଜ୍ୟ ବାହାରକୁ ୧୭ଟି ଟିମ୍‌ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ ପାଇଁ ଯାତ୍ରା କରିବ। ସବୁ ପ୍ରତିନିଧି ଦଳ ଓ ସେବାୟତ ଭୁବନେଶ୍ୱରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପତ୍ର ଏକାମ୍ର ପୀଠାଧୀଶ୍ବର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରି ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ।
ରାଜ୍ୟମଧ୍ୟରେ ବିଭିନ୍ନ ଜିଲ୍ଲାର ଧାର୍ମିକ ପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗଠିତ ୧୩ଟି ଟିମ୍‌କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମ ଟିମ୍‌ଟି ଚିଲିକା, ଖଲ୍ଳିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ । ୨ୟ ଟିମ୍‌ ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା, ୩ୟ ଟିମ୍‌ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ୫ମ ଦଳ ଢେ଼ଙ୍କାନାଳ, ଅନୁଗୋଳ, ଦେବଗଡ଼, ୬ଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ୭ମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ୮ମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ୯ମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ୧୦ମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍‌ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍‌ ଦାରୁକ୍ଷେତ୍ର ପୁରୀ,କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍‌ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢେ଼ଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ ।
ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍‌ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍‌ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍‌ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍‌, ଥିରୁବନନ୍ତପୁରମ୍‌ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍‌ ବିଭିନ୍ନ ଅଧିକାରୀ ଓ ସେବାୟତଙ୍କୁ ନେଇ ଗଠିତ ହୋଇଥିବା ସୂଚନା ମିଳିଛି ।
ଦିନକ ତଳେ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ପରିଚାଳନା କମିଟିର ସଦସ୍ୟ ଅଶୋକ ମହାପାତ୍ର, ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ଉଜ୍ଜୟିନୀରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ପ୍ରକଳ୍ପର ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରଭାବିତ ୧୮ଟି ମଠ ଓ ୨ଟି ମନ୍ଦିରର କରାଯିବ ବିକାଶ
ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଏବଂ ଶ୍ରଦ୍ଧାଳୁଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଆସନ୍ତା ଅକ୍ଟୋବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ ହେବ। ମଙ୍ଗଳବାର ଅନୁଷ୍ଠିତ ଅବଢ଼଼ା ଯୋଜନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଅବଢ଼଼ା ଯୋଜନାରେ ଅନେକଗୁଡ଼ିଏ ମେଗା ପ୍ରକଳ୍ପ କାମ କରାଯାଉଛି। ଇତିମଧ୍ୟରେ ଏକାଧିକ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବହୁ ପ୍ରକଳ୍ପ କାମ ଜାରିରହିଛି। ଅବଢ଼଼ା ଯୋଜନାରେ ବର୍ତ୍ତମାନ ଚାଲିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ ରହିଛି ଏବଂ ଏହାର ଅଗ୍ରଗତି ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କ ସୁବିଧା ପାଇଁ ତିଆରି ଚାଲିଛି ପରିକ୍ରମା ପ୍ରକଳ୍ପ। ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌‌ ମାଧ୍ୟମରେ ଓବିସିସି ଏହି କାମ କରୁଛି। ଏଥିରେ ଭିତର ପରିକ୍ରମା ପଥ, ସବୁଜ ବଳୟ, ବାହାର ପରିକ୍ରମା ପଥ, ସାଧାରଣ ସୁବିଧାକୁ ନେଇ ବିଭିନ୍ନ ଜୋନ୍‌‌ କରାଯାଉଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଭକ୍ତଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ। ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ, ବୃକ୍ଷ ଆଦି ସ୍ଥାନିତ ହେବ। ତେବେ ଅକ୍ଟୋବର ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରି ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ୱରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଗୋପାଳତୀର୍ଥ ମଠ, ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିର ଏବଂ ଚାରିଆଶ୍ରମର ପୁନରୁଦ୍ଧାର କରାଯିବ। ଅନ୍ୟପକ୍ଷରେ ଦୀର୍ଘଦିନ ହେଲା ଭୁଶୁଡ଼ି ପଡ଼ିଥିବା ଆଲାମଚଣ୍ଡୀ ମନ୍ଦିର ସମ୍ମୁଖ ପଥର ପୁଷ୍କରିଣୀର ପଶ୍ଚିମ ପାର୍ଶ୍ବ ପାଚେରିର ପୁନରୁଦ୍ଧାର ଏବଂ ମରାମତି କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲଗାଇବା ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ଏତଦ୍‌‌ବ୍ୟତୀତ ପରିକ୍ରମା ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବ। ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ କେନ୍ଦ୍ରରୁ ଏକ ଅଡିଟ୍‌‌ ଟିମ୍‌‌ ଆସି ଅନୁଧ୍ୟାନ କରି ଯାଇଛନ୍ତି। ଅକ୍ଟୋବର ସୁଦ୍ଧା ର‍୍ୟାମ୍ପ କାମ ଆରମ୍ଭ ହୋଇ ୨/୩ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା, ଜେଟିପିଙ୍କ ପାଇଁ ବ୍ୟାରାକ୍‌‌ ନିର୍ମାଣ, ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବା ନେଇ ତର୍ଜମା ହୋଇଛି। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ନିମନ୍ତେ ପଥରରେ ର‍୍ୟାମ୍ପ ନିର୍ମାଣ କରାଯିବ। ସେମାନେ ଯେପରି ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରିବେ ତା’ ଉପରେ ଆଲୋଚନା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଉନ୍ନୟନ ପ୍ରଶାସକ (ଓଏସ୍‌‌ଡି) ଅଜୟ କୁମାର ଜେନା, ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ
ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। 5T ସଚିବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ଏହାପରେ ମା’ ବିମଳାଙ୍କ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଛନ୍ତି। 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସାଥିରେ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।