Karnataka BJP - The Sakala

୪୦ ଲକ୍ଷ ଟଙ୍କା ଲାଞ୍ଚନେବା ବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ, ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ
ବେଙ୍ଗାଲୁରୁ: ଲାଞ୍ଚନେବା ବେଳେ ଧରାପଡିଲେ କର୍ଣ୍ଣାଟକର ବିଜେପି ବିଧାୟକଙ୍କ ପୁଅ । କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଦଲଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ । ଏହା ପରେ ସନ୍ଦେହ ହେବାରୁ ପୁଅ ପ୍ରଶାନ୍ତ ମଦଲଙ୍କ ଘରେ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ଯେତେବେଳେ ଚଢାଉ କରାଗଲା ସେତେବେଳେ ଘରେ ନଗଦ କ୍ୟାସ ଦେଖି ଅବାକ ହୋଇଯାଇଥିଲେ । ଟଙ୍କା ଗଣି ଗଣି ଥକି ଯାଇଛନ୍ତି ଲୋକାୟୁକ୍ତ ଅଧିକାରୀ । ଘର ଓ ଅଫିସରୁ ପ୍ରାୟ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ବିଜେପି ବିଧାୟକ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ଉତ୍ପାଦନ ସଂସ୍ଥାରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ବିଜେପି ନେତାଙ୍କ ପୁଅଙ୍କ ଏଭଳି କାରନାମା ସାମ୍ନାକୁ ଆସିବା ପରେ ଶାସକ ବିଜେପିକୁ ୪୦ ପ୍ରତିଶତ କମିସନ ସରକାର କହି ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର ।

ପ୍ରଶାନ୍ତଙ୍କ ବାପା ମଦଲ ବିରୁପକ୍ଷପ୍ପା କର୍ଣ୍ଣାଟକ ସୋପସ୍ ଆଣ୍ଟ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଥିଲେ । ବାପାଙ୍କ ଲାଗି ପୁଅ ଏହି ଟଙ୍କା ଲାଞ୍ଚ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବଡ଼କଥା ହେଉଛି ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ ଏହି କାରନାମା ଦଳ ପାଇଁ ଅଡୁଆ ସ୍ଥିତି ଉପୁଜାଇଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଛନ୍ତି ବିଜେପି ବିଧାୟକ ବିରୁପକ୍ଷପ୍ପା ।