Sunrise Hospital - The Sakala

BSKY କାର୍ଡ ବନ୍ଧା ରଖିବା ପଡିଲା ମହଙ୍ଗା, ସିଲ ହେଲା ସନରାଇଜ ହସ୍ପିଟାଲ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ କଲେଜ ରୋଡ଼ ଠାରେ ସ୍ଥାପିତ “ସନରାଇଜ ହସ୍ପିଟାଲ” ନାମକ ଏକ ଘରୋଇ ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବନ୍ଧା ରଖିବା ମହଙ୍ଗା ପଡିଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲ୍ଲାପାଳ ଆଶୀଷ ଠାକରେଙ୍କ ନିର୍ଦେଶ ଅନୁସାରେ ପ୍ରଶାସନ ପକ୍ଷରୁ ଗୁରୁବାର ସମ୍ପୃକ୍ତ ଘରୋଇ ହସ୍ପିଟାଲକୁ ସିଲ କରାଯାଇଥିବାବେଳେ ହସ୍ପିଟାଲ ପଞ୍ଜିକରଣ ବାତିଲ କରାଯାଇଛି। ସୂଚନା ଅନୁସାରେ ଯୋଡ଼ା ବ୍ଲକ ଦଡୁଆଁ ବିସ୍ଥାପିତ ଗ୍ରାମର ଜଣେ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସା କରାଇଦେବ କହି କେନ୍ଦୁଝର କଲେଜ ରୋଡ଼ ସ୍ଥିତ ସନରାଇଜ ହସ୍ପିଟାଲ ସମ୍ପୃକ୍ତ ବ୍ୟକ୍ତିଙ୍କର (ବିଏସକେୱାଇ) କାର୍ଡକୁ ବନ୍ଧକ ରଖି ଫେରାଉ ନଥିବା ବ୍ୟକ୍ତିଜଣକ ଗତ ୨୭ ତାରିଖ ଯୋଡ଼ାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଆଶୀଷ ଠାକରେ କେନ୍ଦୁଝର ପୋୖରାଞ୍ଚଳ ନିର୍ବାହୀ ଅଧିକାରୀ ଏବଂ ସଦର ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତକରିବାକୁ ନିର୍ଦେଶ ଦେଇଥିଲେ। ଏଥିସହିତ ସମ୍ପୃକ୍ତ ଘରୋଇ ହସ୍ପିଟାଲର ପଞ୍ଜୀକରଣ ବାତିଲ କରିବାକୁ ସିଡ଼ି ଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଗୁରୁବାର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସନରାଇଜ ହସ୍ପିଟାଲକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି। ହସ୍ପିଟାଲ ସିଲ ସମୟରେ ଏ ଡି ଏମ ଓ, ସଦର ତହସିଲଦାର, ଟାଉନ ଥାନା ପୋଲିସ ଅନ୍ୟ କର୍ମଚାରୀମନେ ଉପସ୍ଥିତ ଥିଲେ।