mobele phone - The Sakala

ପୁଣି ଥରେ ମହାନତାର ପରିଚୟ ଦେଲେ ସୋନୁ ସୁଦ୍, ଅନଲାଇନ୍ କ୍ଲାସରୁ ବଞ୍ଚିତ ଥିବା ୩୦୦ ଛାତ୍ରୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ୍‌
ନୂଆଦିଲ୍ଲୀ: କରୋନା ମହାମାରୀ  ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ପୁଣି ଥରେ ମହାନତାର ପରିଚୟ ଦେଇଛନ୍ତି ସୋନୁ ସୁଦ। ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ସୋନୁ। ଏ ନେଇ ସେ ଟ୍ବିଟ କରି ଜଣାଇଛନ୍ତି।

କରୋନା ଦ୍ୱାରା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେଉଛି। ଅଧିକାଂଶ ବିଦ୍ୟାଳୟ ଅନଲାଇନ୍ କ୍ଲାସେସ୍‌ ମାଧ୍ୟମରେ ପିଲାମାନଙ୍କ ପାଠପଢା ଜାରି ରଖିଛନ୍ତି। ଗୋଟିଏ ପଟେ ଧନୀ ପରିବାରର ପିଲାମାନେ ଅନଲାଇନ୍ କ୍ଲାସ୍‌ର ସୁବିଧା ପାଉଥିବାବେଳେ ଅନ୍ୟ ପଟେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ। ଏହି କାରଣରୁ, ଏହି ପିଲାମାନଙ୍କ ପାଇଁ କ୍ଲାସ୍ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ଏହି ସମସ୍ୟା ହେତୁ ଉତ୍ତରପ୍ରଦେଶର ଏକ ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ୩୦୦ ଛାତ୍ରୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି ସୋନୁ ସୁଦଙ୍କୁ ଟ୍ବିଟ୍ କରି ଲେଖିଛନ୍ତି। ପୁରା ଲକଡାଉନରେ ମୋବାଇଲ୍ ଫୋନ୍ ଅଭାବ ହେତୁ ଏହି ଝିଅମାନେ ଅଧ୍ୟୟନ କରିପାରିଲେ ନାହିଁ। ଆପଣଙ୍କ ସାହାଯ୍ୟରେ, ୟୁପିର ଏହି ଗାଁରେ ୩୦୦ ପରିବାରର ଭବିଷ୍ୟତ ବଦଳିପାରେ। ଦୟାକରି ସାହାଯ୍ୟ କରନ୍ତୁ  ବୋଲି ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା।

300 परिवारों की इन बच्चियों की ऑनलाइन क्लास अब से कभी मिस नहीं होगी।

इनके मोबाइल फोन इस सप्ताह पहुंच जायेंगे। @SoodFoundation https://t.co/Wcmrw9IpUZ

— sonu sood (@SonuSood) March 23, 2021

ଏହି ପୋଷ୍ଟ ପଢିବା ପରେ ସୋନୁ ସୁଦ ଲେଖିଛନ୍ତି ଯେ, ୩୦୦ ପରିବାରର ଏହି ଝିଅମାନଙ୍କର ଅନଲାଇନ୍ କ୍ଲାସ ବର୍ତ୍ତମାନଠାରୁ ଆଉ ବଞ୍ଚିତ ହେବ ନାହିଁ। ଏହି ସପ୍ତାହରେ ସେମାନଙ୍କ ପାଖରେ ମୋବାଇଲ୍ ପହଞ୍ଚିବ।