NAC - The Sakala

ଘୋଷଣା ହେଲା ନୂଆ ଏନଏସି ଓ ମ୍ୟୁନିସିପାଲିଟି
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି।

5T ଅଧ୍ୟକ୍ଷଙ୍କ  କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଆଜିଠୁ ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ, ନାକ୍‌‌ ମାନ୍ୟତା ନେଇ ସମୀକ୍ଷା କରିବ ଦଳ
ଭୁବନେଶ୍ୱର: ଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା। ନାକ୍‌‌ ଟିମ୍‌‌ ତିନିଦିନିଆ ଗସ୍ତକରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟରେ ନାକ୍‌‌ ମାନ ହ୍ରାସ ଘଟିବା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ୨୮ ତାରିଖ ପର୍ଯ୍ୟନ୍ତ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିବେ।

ଉତ୍କଳ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ମାନ ଯାଞ୍ଚ କରିବାକୁ ପୁଣିଥରେ ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌‌ କାଉନସିଲ୍‌‌(ନାକ୍‌‌)ର ପ୍ରତିନିଧି ଦଳ ଶୁକ୍ରବାରଠୁ କ୍ୟାମ୍ପସ ଆସିବେ। ପ୍ରଥମ ଦିନରେ ନାକ୍‌‌ ଟିମ ବିଭିନ୍ନ ବିଭାଗ ବୁଲି ପାଠପଢ଼଼ା ଏବଂ ଶିକ୍ଷାଦାନର ମାନ ଯାଞ୍ଚ କରିବେ। ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ ହେବାକୁ ଥିବାବେଳେ ତୃତୀୟ ଦିନ ନାକ୍‌‌ ଟିମ ବିଭିନ୍ନ ହଷ୍ଟେଲ ପରିଦର୍ଶନ କରିବେ। ୩ ଦିନ ଧରି ଏହି ପ୍ରତିନିଧି ଦଳର ସଦସ୍ୟମାନେ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ପୁନଃମୂଲ୍ୟାୟନ କରିବେ। ଗତ ଏପ୍ରିଲ ମାସରେ ଆସିଥିବା ପ୍ରତିନିଧି ଦଳ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ସମୀକ୍ଷା କରିବେ। ସେମାନେ ଯେଉଁ ରିପୋର୍ଟ ଦେବେ ତାହାରି ଆଧାରରେ ବିଶ୍ୱବିଦ୍ୟାଳୟକୁ ନାକ୍‌‌ ଗ୍ରେଡ୍‌‌ ମିଳିବ। ତେବେ ନାକ୍‌‌ ଟିମ୍‌‌ ଆସିବା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପ୍ରସ୍ତୁତିକୁ ଜୋର୍‌‌ଦାର କରିଛନ୍ତି।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏକାଧିକ କମିଟି ଏବେ ପୂର୍ବ ତଥ୍ୟଗୁଡ଼ିକୁ ଯାଞ୍ଚ କରିବା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ୫ ମାସ ପରେ ନାକ ଟିମ୍‌‌ ଆସୁଥିବାରୁ ଯେଉଁ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପଛରେ ପଡ଼ିଥିଲା ସେଥିରେ ସୁଧାର ଅଣାଯାଇଛି। କ୍ୟାମ୍ପସ୍‌‌ ଭିତରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ୍‌‌କୁ କାର୍ଯ୍ୟକ୍ଷମ କରାଯାଇଛି। ଗୋଟିଏ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଏହି ପୁରାତନ କ୍ୟାଣ୍ଟିନ୍‌‌ର ନବୀକରଣ କରାଯାଇଛି। ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୋମବାର ଅପରାହ୍ଣରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌‌ ମାନ୍ୟତା ମିଳିଥିବାରୁ ଏଥର ପୁନଃମୂଲ୍ୟାୟନ ସମୟରେ ସମାନ ଗ୍ରେଡ୍‌‌ ବଜାୟ ରଖିବା ଲାଗି ଉଦ୍ୟମ ହୋଇଛି।

ହିନ୍ଦୋଳ ଓ ଅତାବିରାରେ ଚାଲିଛି ଏନଏସି ନିର୍ବାଚନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରାରେ ଚାଲିଛି ଏନଏସି ନିର୍ବାଚନ । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛୁଛନ୍ତି ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ କରାଯାଇଛି।

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପାଇଁ ୩ ଜଣ ପ୍ରାର୍ଥୀ ଅଛନ୍ତି । ସେହିପରି ଅତାବିରା ଏନଏସିରେ ୧୨ଟି ଓ୍ବାର୍ଡ ରହିଛି । ଭୋଟ୍ ଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି ୧୩ ହଜାର ୨୦ ଜଣ ଭୋଟର । ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଂଧ୍ୟା ୫ଟା ପର୍ଯ୍ଯନ୍ତ ଚାଲିବ ମତଦାନ । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ହିନ୍ଦୋଳ ଓ ଅତାବିର NAC ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିର କାର୍ଯ୍ଯକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍‌ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। ଏହା ସହିତ ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ଯନ୍ତ ସଂପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ସୂଚନା ଅନୁଯାୟୀ, ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ଆଶାୟୀମାନେ ନାମାଙ୍କପତ୍ର ମାର୍ଚ୍ଚ ୧୫ ତାରିଖ ପର୍ଯ୍ଯନ୍ତ ଦାଖଲ କରିପାରିବେ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ତା’ପରେ ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ହେବ ଓ ୫ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହା ପରେ ଏପ୍ରିଲ ୧୯ ତାରିଖରେ ଏନ୍‌ଏସି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।