Exit Polls - The Sakala

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍‌ , କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।  ଡିସେମ୍ବର ୩ ତାରିଖ ରବିବାର ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ।

ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍‌ଜିଟ୍‌ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି। ତେବେ ଟିଭି ୯, ଜନ୍‌କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି।

ଛତିଶଗଡ଼ର ଏକଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ଲାଗି ଯୋଗ୍ୟ ହେବ। ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକି ରହିଛି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ସେହିଭଳି ‘ଏବିପି ନିଉଜ୍-ସି ଭୋଟର’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬-୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନଏକ୍ସ’ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ‘ଜନ୍ କି ବାତ୍’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ତେଲେଙ୍ଗାନାରେ ମଧ୍ୟ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ ଅନୁସାରେ ରାଜ୍ୟରେ କଂଗ୍ରେସ୍ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ତେବେ କଂଗ୍ରେସ ଟିକିଏ ଆଗୁଆ ଥିବା ସଂକେତ ମିଳୁଛି । ରାଜ୍ୟରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ ।

ଟୁଡେସ୍ ଚାଣକ୍ୟର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ । ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ। ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ। ଜନକି ବାତ୍ ରିପୋର୍ଟ ଅନୁସାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ ଓ ବିଆରଏସ ୪୦-୫୫ଟି ଆସନ ଓ ବିଜେପି ୭ରୁ ୧୩ଟି ଆସନ ଜିତିବ।

ଆସିଲା ତିନି ରାଜ୍ୟର ବୁଥ୍ ବାହୁଡ଼ା ମତ: ନାଗାଲାଣ୍ଡ, ତ୍ରିପୁରାରେ ବିଜେପି; ମେଘାଳୟରେ ହୋଇପାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା
ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଉତ୍ତରପୂର୍ବାଞ୍ଚଳର ତିନୋଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଛି। ଚଳିତ ମାସ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ଶେଷ ହୋଇଥିଲା ବେଳେ ସୋମବାର ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ସରିଛି। ଏହାପରେ ଏହି ସବୁ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି ।

ଆସନ୍ତା ମାସ ୨ ତାରିଖରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବାକୁ ରହିଥିଲେ ହେଁ ବିଭିନ୍ନ ଏଜେନ୍ସି ଗୁଡିକର ବୁଥ୍ ବାହୁଡ଼ା ମତାମତ ଆସିବା ଆରମ୍ଭ ହୋଇଛି। ତିନୋଟି ରାଜ୍ୟର ପ୍ରତ୍ୟେକ ୬୦ ଲେଖାଏଁ ବିଧାନସଭା ଆସନକୁ ନେଇ ୧୮୦ ଆସନ ପାଇଁ ନିର୍ବାଚନ ହେବାକୁ ଥିଲା। କିନ୍ତୁ ନାଗାଲାଣ୍ଡରେ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ତିନୋଟି ରାଜ୍ୟରେ ମୋଟ ୧୭୯ ଆସନ ପାଇଁ ମତଦାନ ହୋଇଛି। ତେବେ ତ୍ରିପୁରାରେ ବିଜେପି ଆଗୁଆ ରହିବା ସହିତ ପୁଣି କ୍ଷମତାକୁ ଫେରିବା ନେଇ ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଏଠାରେ ବିଜେପି ୨୯ ରୁ ୩୬ଟି ଆସନରେ ଆଗୁଆ ରହିବା ସହିତ ସିପିଏମ-କଂଗ୍ରେସ ମେଣ୍ଟ ୧୩ ରୁ ୨୧, ‘ ଟପ୍ରା’ ୧୧ ରୁ ୧୬ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ରହିବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ ପକ୍ଷରୁ କୁହାଯାଇଛି। ତ୍ରିପୁରା ଭଳି ନାଗାଲାଣ୍ଡରେ ମଧ୍ୟ ବିଜେପି-ଏନଡିପିପି ଆଗୁଆ ରହିବ ବୋଲି ଏହି ଏଜେନ୍ସି ଆକଳନ କରିଛି। ନାଗାଲାଣ୍ଡର ମୋଟ ୬୦ ଆସନ ମଧ୍ୟରୁ ବିଜେପି-ଏନଡିପିପି ମେଣ୍ଟ ୩୫ ରୁ ୪୩ ଆସନରେ ବିଜୟୀ ହେବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ କହିଛି। ଅନ୍ୟପକ୍ଷରେ ମେଘାଳୟରେ ଏନପିପି ୨୧ ରୁ ୨୬ ଆସନରେ ବିଜୟୀ ହେବା ସହିତ ଏଠାରେ ବିଜେପିକୁ ୬ ରୁ ୧୧ ଆସନ ମିଳିପାରେ ବୋଲି ଏହି ଏଜେନ୍ସି କହିଛି। ଏଠାରେ ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ହେଁ ଦଳକୁ ମାତ୍ର ୩ ରୁ ୬ଟି ଆସନ ମିଳିବା ନେଇ ଜି ନ୍ୟୁଜ୍-ମାଟ୍ରିଜ୍ ଆକଳନ କରିଛି। ତେବେ ଆସନ୍ତା ମାସ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। କିନ୍ତୁ ଚଳିତ ନିର୍ବାଚନରେ ସର୍ବାଧିକ ଯୁବବର୍ଗ ମତଦାନ ପ୍ରକ୍ରିୟାରେ ଭାଗନେଇଥିବାରୁ ସବୁ ଦଳ ନିଜର ବିଜୟ ପାଇଁ ଆଶାବାଦୀ ରହିଛନ୍ତି ବୋଲି କୁହାଯାଉଛି।