Gold Mines - The Sakala

ରାଜ୍ୟରେ ରହିଛି ମାଳ ମାଳ ସୁନା ଖଣି: ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ୱର: ରାଜ୍ୟରେ ରହିଛି ମାଳ ମାଳ ସୁନା ଖଣି । ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ଖଣି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି । ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।

ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ବିଭିନ୍ନ ସ୍ଥାନ ଗୁଡିକରେ ସୁନା ଥିବା ଅନୁମାନ କରାଯାଉଛି । ସେଗୁଡିକ ହେଲା କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ ବା ଧୂସୁରା ପାହାଡ ଏବଂ ବାଦାମ ପାହାଡ ଅଞ୍ଚଳରେ ସୁନା ଥିବା ଅନୁମାନ କରାଯାଉଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା, କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରି ଜିଲ୍ଲାର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳ ଜିଲ୍ଲାର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ, ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ , ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ଥିବା ମହାନଦୀ ଶଯ୍ୟାରେ ଗଛିତ ରହିଛି ବହୁ ମୂଲ୍ୟବାନ ରତ୍ନ ପଥର !
ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ):  ଓଡ଼ିଶାର ଆଧୁନିକ ସଭ୍ୟତାକୁ ପରିପୁଷ୍ଟ କରିଛି ମହାନଦୀ। ରାଜ୍ୟର ପଶ୍ଚିମରୁ ପୂର୍ବକୁ ଚିରପ୍ରବହମାନ ଧାରା ମହାନଦୀ ପାଇଁ ପଶ୍ଚିମରୁ ଉପକୂଳ ଯାଏ ଜମିରେ ସୁନା ଫଳୁଛି। ଓଡ଼ିଶାର କୃଷିକୁ ସମୃଦ୍ଧ କରିଥିବା ମହାନଦୀର ରତ୍ନଭଣ୍ଡାରକୁ ନେଇ ଅନେକ ଲିଖିତ ଓ ଲୋକଶ୍ରୁତି ରହିଛି। ସେଥିପାଇଁ ମହାନଦୀ ଓ ତେଲ ନଦୀର ସଂଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡାଠାରୁ ମଣିଭଦ୍ରା ଯାଏ ମହାନଦୀର ଗର୍ଭରେ ହୀରା ଓ ଅନ୍ୟ ମଣି ପଥର ଖୋଜିବାରେ ଏବେ ବି ଲୋକେ ବ୍ୟସ୍ତ।

ବୌଦ୍ଧ ଜିଲ୍ଲାରେ ପ୍ରାୟ ଏକ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ମହାନଦୀ ଶଯ୍ୟାରେ ଏହି ମୂଲ୍ୟବାନ ବସ୍ତୁ ଗଛିତ ଥିବା କୁହାଯାଏ। ମହାନଦୀ ଶଯ୍ୟାରେ ରତ୍ନ ପଥର ମହଜୁଦ ଥିବା ସମ୍ପର୍କରେ କେତେକ ଐତିହାସିକ ତଥ୍ୟ ବିଶେଷ ଗୁରୁତ୍ୱ ବହନ କରେ। ଚାଣକ୍ୟ ଶାସ୍ତ୍ରରୁ ଉଦ୍ଧୃତ ବିଶିଷ୍ଟ ଭୂ ତତ୍ତ୍ୱବିତ୍‌‌ ତଥା ସ୍ତମ୍ଭକାର ସାହିଦ ଉମରଙ୍କ ଦ୍ୱାରା ପ୍ରକାଶିତ ଲେଖା ଅନୁସାରେ ମହାନଦୀ ଏବଂ ତେଲନଦୀର ସଙ୍ଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ମହାନଦୀ ଶଯ୍ୟାରେ ମୂଲ୍ୟବାନ ରତ୍ନ ପଥର ଗଛିତ ରହିଛି।

ସେହିପରି ମଗଧ ସାମ୍ରାଜ୍ୟର ରାଜକୋଷ ଶୂନ୍ୟ ହୋଇଗଲେ ମଣିମୁଣ୍ଡ ଠାରୁ ମହାନଦୀ ଶଯ୍ୟା ଖନନ କଲେ ଧନ ରତ୍ନ ପ୍ରାପ୍ତି ହେବ ବୋଲି ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଛନ୍ତି। ମଣିମୁଣ୍ଡ ଠାରୁ ବୌଦ୍ଧର ସମଦୂରତ୍ୱରେ ମହାନଦୀର ତଳମୁଣ୍ଡରେ ମଣିଭଦ୍ରା ଅବସ୍ଥିତ। ବୌଦ୍ଧ ନିକଟରେ ମହାନଦୀ ଶଯ୍ୟା ଅତ୍ୟନ୍ତ ପ୍ରସାରିତ ଏବଂ ଅଗଭୀର ହୋଇଥିବା ସ୍ଥଳେ ମଣିଭଦ୍ରା ନିକଟରେ ଏହା ଅତିଶୟ ସଙ୍କୁଚିତ ଏବଂ ସୁଗଭୀର ହୋଇଛି। ଲୋକେ ବିଶ୍ୱାସ କରନ୍ତି, ମଣିଭଦ୍ରା ହିଁ ସେତେବେଳର ଗୁପ୍ତ ହୀରାଖଣି ସ୍ଥଳ।

ସମ୍ରାଟ ଅଶୋକ ସମ୍ଭବତଃ ଆଚାର୍ଯ୍ୟଙ୍କ ବର୍ଣ୍ଣନାରେ ପ୍ରଭାବିତ ହୋଇ କଳିଙ୍ଗ ଯୁଦ୍ଧ ପରେ ଏହି ଗୁପ୍ତ ହୀରା ଖଣିରୁ ହୀରା ସନ୍ଧାନ କରିଥିବା କୁହାଯାଏ। ନବେ ଦଶକରେ ମହାନଦୀ କୂଳରେ ବସବାସ କରୁଥିବା ଝରା ସମ୍ପ୍ରଦାୟର ଲୋକ ମହାନଦୀ ବାଲିରୁ ପାରମ୍ପରିକ ପଦ୍ଧତିରେ ସୁନା ଉତ୍ତୋଳନ କରୁଥିବା ସମୟରେ ପୁଣି ମହାନଦୀ ଶଯ୍ୟାରେ ରତ୍ନ ପଥର ମିଳୁଥିବା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ କିଛି ବ୍ୟବସାୟୀଙ୍କ ପ୍ରୋତ୍ସାହନ ଯୋଗୁଁ ରତ୍ନ ପଥର ପାଇବା ଆଶାରେ ନଦୀ ଶଯ୍ୟା ଖନନ ଚାଲିଥିଲା। ହୀରା ସମେତ ନିଲମ, ସଫାୟାର, କ୍ୟାଟ୍ସ ଆଇ, ମୁନ ଷ୍ଟୋନ, ରୁବି, ଆକ୍ୱାମାରିନ, ଆଲେକଜାଣ୍ଡରାଇଟ, ଏମେରାଲଡ଼, ଟୋପାଜ, ଟୁର୍ମାଲାଇନ, କ୍ରାଇସୋପ୍ରେଜ ଭଳି ଅନେକ ପ୍ରକାରର ରତ୍ନ ପଥର ନଦୀ ଗର୍ଭରୁ ସଂଗୃହୀତ ହୋଇଥିଲା। ନବେ ଦଶକର ଶେଷ ଭାଗରେ ଏଠାରୁ ଏକ ବୃହତ ନୀଳ ହୀରା ମିଳିଥିବା ସେ ସମୟରେ ଚର୍ଚ୍ଚା ହୋଇଥିଲା।

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ମହାନଦୀ ଶଯ୍ୟାରୁ ରତ୍ନ ପଥର ଉତ୍ତୋଳନ ଏବଂ ବ୍ୟବସାୟ ଅନେକ ଧିମେଇ ଯାଇଥିଲେ ହେଁ ଏବେ ମଧ୍ୟ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଖନନ କାର୍ଯ୍ୟ ଲୁଚାଛପାରେ ଚାଲିଥିବା ଅଭିଯୋଗ ହେଉଛି।

ପ୍ରାଚୀନ ପରିତ୍ୟକ୍ତ ହୀରା ଖଣି ହିଁ ବିଶାଳ ସାତକୋଶିଆ ଗଣ୍ଡ। ମହାନଦୀର ପ୍ରବଳ ସ୍ରୋତରେ ଭାସି ଆସୁଥିବା ସମସ୍ତ ହୀରା ଏବଂ ରତ୍ନ ଏହି ଗଣ୍ଡ ମଧ୍ୟରେ ଗଛିତ ହୋଇ ରହିବା ନିମିତ୍ତ ପ୍ରକୃଷ୍ଟ ସ୍ଥାନ ହୋଇଥାଇପାରେ ବୋଲି ଲୋକେ କହନ୍ତି।

ଓଡ଼ିଶାର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ: ଇସ୍ପାତ ଓ ଖଣି ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ରହିଛି ସୁନାଖଣି । ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ଏ ନେଇ ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେବଗଡ଼ ଜିଲ୍ଲାର ଅଡ଼ାସ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ଥିବା ଜଣାଯାଇଛି।