HoneyTrap - The Sakala

ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଜଣେ ରାଜନୈତିକ ନେତାଙ୍କ ଦୁଇଟି ଅଶ୍ଳୀଳ ଭିଡିଓ ଇଣ୍ଟରନେଟ୍‌ରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷ ବିନୋଦ ମିଶ୍ର ବୋଲି କୁହାଯାଉଛି । ଏହି ଘଟଣାକୁ ଏକ ହନିଟ୍ରାପ୍ ମାମଲା ଭାବେ ସନ୍ଦେହ କରାଯାଉଛି। ଭିଡିଓ ଭାଇରାଲ ହେବା ପରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି।

ଏହି ଭିଡିଓଗୁଡିକ ରେୱାରେ ସୁଟିଂ ହୋଇଥିବା କୁହାଯାଉଛି। ଭିଡିଓରେ ନେତାଙ୍କୁ ଜଣେ କମ୍ ବୟସର ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭିଡିଓରେ ଥିବା ଉକ୍ତ ଯୁବତୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାର ଏକ ସ୍କ୍ରିନସଟ୍ ମଜାଳିଆ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ସହ ସେୟାର କରିଥିଲେ। ସମାନ ଆଇଡିରୁ ଯୁବତୀଙ୍କ ଅନ୍ୟ ଅନେକ ବ୍ଲଗ୍ ଭିଡିଓ ମଧ୍ୟ ପୋଷ୍ଟ ହୋଇଛି। ଏହା ଏହି ଘଟଣାରେ ହନିଟ୍ରାପ୍ ଆଶଙ୍କାକୁ ଅଧିକ ବଢ଼ାଇ ଦେଇଛି।

ନେତାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ରାଜନୈତିକ ଦଳ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ମଉଗଞ୍ଜର ବିଜେପି ବିଧାୟକ ପ୍ରଦୀପ ପଟେଲ କହିଛନ୍ତି ଯେ ବିନୋଦ ମିଶ୍ର ଜଣେ କଂଗ୍ରେସ ନେତା ଏବଂ ସେ ଏପର୍ଯ୍ୟନ୍ତ ବିଜେପିରେ ଯୋଗ ଦେଇନାହାଁନ୍ତି। ଅବଶ୍ୟ, ଏକ ଜମି ବିବାଦ ମାମଲାରେ ସେ ତାଙ୍କୁ ସାହାଯ୍ୟ କରିଥିଲେ ବୋଲି ବିଧାୟକ ସ୍ୱୀକାର କରିଛନ୍ତି। ଏହା ଏକ ଷଡ଼ଯନ୍ତ୍ର ହୋଇପାରେ ଏବଂ ପ୍ରଶାସନ ଏହାର ଗଭୀର ତଦନ୍ତ କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ପ୍ରଦେଶ କଂଗ୍ରେସ ମୁଖପାତ୍ର ବିନୋଦ ଶର୍ମା ଦାବି କରିଛନ୍ତି ଯେ ଉକ୍ତ ନେତା ଜଣକ ବିଜେପି ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ। ସେ କହିଛନ୍ତି ଯେ ଏହା ହିଁ ବିଜେପିର ପ୍ରକୃତ ଚରିତ୍ର ଏବଂ ଏଭଳି ଲୋକମାନେ କେବଳ କ୍ୟାମେରା ସାମ୍ନାରେ ଧର୍ମ କଥା କହୁଛନ୍ତି।

ଏହି ଘଟଣା ସମ୍ପର୍କରେ ମଉଗଞ୍ଜ ଏସପି ଦିଲୀପ ସୋନି ପ୍ରତିକ୍ରିୟା ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଅଭିଯୋଗ ବା ରିପୋର୍ଟ ତାଙ୍କ ନିକଟରେ ପହଞ୍ଚି ନାହିଁ। ଯଦି ଏ ନେଇ କୌଣସି ରିପୋର୍ଟ ଆସେ, ତେବେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ହନିଟ୍ରାପ୍: ଧନୀ ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ମହିଳା ଫ୍ୟାଶନ ଡିଜାଇନର
ବେଲାଗାଭି: କର୍ଣ୍ଣାଟକର ବେଲାଗାଭି ଅଞ୍ଚଳରେ ଜଣେ ମହିଳା ଫ୍ୟାଶନ ଡିଜାଇନରଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ମାଧ୍ୟମରେ ଧନୀ ବ୍ୟକ୍ତିଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟ୍ କରୁଥିବା ଅଭିଯୋଗରେ ପୋଲିସ ଦୀପା ଅବତାଗୀ ନାମକ ଜଣେ ୩୩ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ସେ ଲୋକଙ୍କୁ ହନିଟ୍ରାପ୍‌ରେ ଫସାଇ ସେମାନଙ୍କ ଠାରୁ ଟଙ୍କା, ସୁନା ଏବଂ ଦାମୀ ଗାଡ଼ି ଲୁଟି ନେଉଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଦୀପା ମୂଳତଃ ବାଗଲକୋଟ ଜିଲ୍ଲାର ବାସିନ୍ଦା। ସେ ଜଣେ ବୃତ୍ତିଗତ ଫ୍ୟାଶନ ଡିଜାଇନର ହୋଇଥିବା ବେଳେ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ। ପ୍ରଥମେ ସେ ପ୍ରଭାବଶାଳୀ ଏବଂ ସମ୍ପନ୍ନ ବ୍ୟକ୍ତିଙ୍କ ସହ ବନ୍ଧୁତା କରୁଥିଲେ ଏବଂ ଧୀରେ ଧୀରେ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମିବା ପରେ ସେ ସେମାନଙ୍କୁ କୌଣସି ଏକ ଲଜ୍ କିମ୍ବା ହୋଟେଲରେ ଦେଖା କରିବା ପାଇଁ ପ୍ରସ୍ତାବ ଦେଉଥିଲେ।

ଗାଧୋଇବାକୁ ପଠାଇ କରୁଥିଲେ ଚମ୍ପଟ

ମୁଲାକାତ ସମୟରେ ଯେତେବେଳେ ପୀଡ଼ିତ ବ୍ୟକ୍ତି ଜଣକ ଲଜ୍ କିମ୍ବା ହୋଟେଲ ରୁମ୍‌ରେ ପହଞ୍ଚୁଥିଲେ, ଦୀପା ସେମାନଙ୍କ ସହ ସାଧାରଣ ଭାବେ କଥାବାର୍ତ୍ତା କରି ନିଜର ଜାଲରେ ପକାଉଥିଲେ। ଏହାପରେ କୌଣସି ବାହାନା କରି ସେମାନଙ୍କୁ ବାଥରୁମ୍‌କୁ ପଠାଇ ଦେଉଥିଲେ। ବ୍ୟକ୍ତି ଜଣକ ଫ୍ରେସ୍ ହେବାକୁ ଯିବା ମାତ୍ରେ ସେ ରୁମ୍‌ରେ ଥିବା ନଗଦ ଟଙ୍କା, ସୁନା ଗହଣା ଏବଂ ଗାଡ଼ିର ଚାବି ଧରି ସେଠାରୁ ଫେରାର ହୋଇଯାଉଥିଲେ। ଅନେକ ସମୟରେ ସେ ପୀଡ଼ିତଙ୍କ କାର୍ ମଧ୍ୟ ନେଇ ପଳାଉଥିଲେ।

ବ୍ଲାକମେଲିଂ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ଲୁଟ୍ କରିବା ପରେ ଦୀପା ପୀଡ଼ିତଙ୍କୁ ଫୋନ୍ କରି ପୁଣି ଟଙ୍କା ମାଗୁଥିଲେ। ଯଦି କେହି ଟଙ୍କା ଦେବାକୁ ମନା କରୁଥିଲେ, ସେ ସେମାନଙ୍କୁ ମିଥ୍ୟା ପୋଲିସ ମାମଲାରେ ଫସାଇ ଦେବାକୁ ଏବଂ ସାମାଜିକ ଭାବେ ବଦନାମ କରିବାକୁ ଧମକ ଦେଉଥିଲେ। ଭୟ ଏବଂ ଲୋକଲଜ୍ଜା କାରଣରୁ ଅନେକ ପୀଡ଼ିତ ପୋଲିସ ନିକଟକୁ ଯାଉନଥିଲେ। ତେବେ ଏକ ଅଭିଯୋଗ ଆଧାରରେ ତିଲକୱାଡି ପୋଲିସ ତଦନ୍ତ କରି ଦୀପାଙ୍କୁ ଗିରଫ କରିଛି। ଏହି ମାମଲାରେ ଶିବାନନ୍ଦ ମାତାପତି ନାମକ ଜଣେ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି, ଯାହାଙ୍କୁ ଧରିବା ପାଇଁ ପୋଲିସ ଖୋଳତାଡ ଜାରି ରଖିଛି।

ଦିଲ୍ଲୀ ଛତିଶଗଡ଼ ସଦନ କ୍ୟାଣ୍ଟିନ୍ ମାଲିକଙ୍କୁ ହନିଟ୍ରାପରେ ହତ୍ୟା: ଯମୁନା ଏକ୍ସପ୍ରେସୱେରୁ ମୃତଦେହ ଉଦ୍ଧାର
ଦିଲ୍ଲୀର ଛତିଶଗଡ଼ ସଦନରେ କ୍ୟାଣ୍ଟିନ୍ ଚଳାଉଥିବା ଜଣେ ବ୍ୟବସାୟୀଙ୍କ ନିଖୋଜ ମାମଲା ଏକ ଭୟଙ୍କର ହତ୍ୟାକାଣ୍ଡରେ ପରିଣତ ହୋଇଛି। ପୋଲିସର ସୂଚନା ଅନୁଯାୟୀ, କ୍ୟାଣ୍ଟିନ୍ ମାଲିକ ଅନରୂପ ଗୁପ୍ତାଙ୍କୁ ହନିଟ୍ରାପ୍ ଜରିଆରେ ଫସାଇ ତାଙ୍କର ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୁନା ଲୋଭ ଏବଂ ହନିଟ୍ରାପର ଜାଲ

ପ୍ରାପ୍ତ ସୂଚନା ମୁତାବକ, ଅନରୂପ ଗୁପ୍ତାଙ୍କୁ ତାଙ୍କର ଜଣେ ବନ୍ଧୁ ଏବଂ ଅନ୍ୟ ସହଯୋଗୀମାନେ ଏକ ଯୋଜନାବଦ୍ଧ ଭାବେ ଫସାଇଥିଲେ। ଶସ୍ତାରେ ସୁନା ଦେବା ଏବଂ ପାର୍ଟି କରିବାର ବାହାନା ଦେଖାଇ ତାଙ୍କୁ ଡକାଯାଇଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ବନ୍ଧକ ବନାଇ ଲୁଟ୍ କରିବା ସହ ହତ୍ୟା କରିଥିଲେ।

ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ

ହତ୍ୟାକାଣ୍ଡର ଭୟାବହତା ଏତିକିରେ ସୀମିତ ନଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ଅନରୂପଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଏହାପରେ ଶରୀରର ଅଂଶଗୁଡ଼ିକୁ ତିନୋଟି ବ୍ୟାଗରେ ଭର୍ତ୍ତି କରି ମଥୁରା ନିକଟସ୍ଥ ଯମୁନା ଏକ୍ସପ୍ରେସୱେ ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ପୋଲିସ ବର୍ତ୍ତମାନ ସୁଦ୍ଧା ମୃତଦେହର କିଛି ଅଂଶ ଉଦ୍ଧାର କରିଛି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ମାମଲାରେ ଦିଲ୍ଲୀ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଦିଗଗୁଡ଼ିକୁ ଯାଞ୍ଚ କରୁଛି।

ସୁନ୍ଦରୀଙ୍କ ମାୟାଜାଲରେ ଫସୁଛନ୍ତି ଅଧିକାଂଶ ବରିଷ୍ଠ ନାଗରିକ; କାହାଠୁ ନେଉଛନ୍ତି ଟଙ୍କା ତ, କାହାଠୁ ନେଉଛନ୍ତି ତଥ୍ୟ
ଭୁବନେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌‌ଡିଓ) କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ ମଧୁଫାଶ ଫାଶରେ ପଡ଼ିଛନ୍ତି। ପାକିସ୍ତାନର ରହସ୍ୟମୟୀ ଯୁବତୀଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୋପନ ତଥ୍ୟ ଦେଇ ପୁଣି ଥରେ ଚର୍ଚ୍ଚାରେ ଡିଆର୍‌‌ଡିଓ। ଦେଢ଼ବର୍ଷ ତଳେ ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ଗୁପ୍ତତଥ୍ୟ ଲିକ୍‌‌ ମାମଲାରେ ଆଇଟିଆର ୪ ଠିକା କର୍ମଚାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମ୍‌‌ବ୍ରାଞ୍ଚ ଓ ଏନ୍‌‌ଆଇଏ ମିଳିତ କରୁଛନ୍ତି। ଏହି ଗୁପ୍ତଚାରୀ ଘଟଣା ଥମି ନ ଥିବା ବେଳେ ପାକିସ୍ତାନ ଯୁବତୀଙ୍କୁ ତଥ୍ୟ ଦେଇ ପୁଲିସ ପଞ୍ଝାରେ ପଡ଼ିଛନ୍ତି ଆଇଟିଆର୍‌‌ର ବରିଷ୍ଠ ଅଧିକାରୀ ବାବୁରାମ ଦେ। ତାଙ୍କୁ ପାକିସ୍ତାନର ରାହୁଲପିଣ୍ଡିରୁ ସୁନ୍ଦରୀ ମଧୁଫାଶ ବିଛାଇ ମିଜାଇଲ ପରୀକ୍ଷଣ ବେଳର ଭିଡିଓ କ୍ଲିପ୍‌‌ ନେଇଥିବା କୁହାଯାଉଛି।

ପୂର୍ବରୁ ଧରାପଡ଼ିଥିବା ୫ଜଣ ବି ଫେସ୍‌‌ବୁକ୍‌‌ରେ ହନିଟ୍ରାପ୍‌‌ରେ ଇସ୍‌‌ଲାମବାଦ ଓ ରାୱଲପିଣ୍ଡିରୁ ଅପରେଟ୍‌‌ କରି ସବୁ ତଥ୍ୟ ନେଇଥିଲେ ବୋଲି କୁହାଯାଉଛି। ଏହି ଘଟଣାରେ ଇଣ୍ଟରପୋଲର ସହାୟତା ଲୋଡ଼ିଥିଲା କ୍ରାଇମ୍‌‌ବ୍ରାଞ୍ଚ। ମାତ୍ର ସେତେବେଳେ ପାକିସ୍ତାନ କିଛି ବି ତଥ୍ୟ ଦେଇ ନ ଥିଲା। ଏମିତିକି ମାୟାବିନୀ ଯୁବତୀଙ୍କ ଆଇଏସ୍‌‌ଆଇ ଲିଙ୍କ୍‌‌ ରହିଥିବା କ୍ରାଇମ୍‌‌ବ୍ରାଞ୍ଚ ସନ୍ଦେହ କରୁଥିଲା। କେବଳ ଏତିକି ନୁହେଁ ଆଇଟିଆର୍‌‌ରେ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ଈଶ୍ୱର ବେହେରା ଗୋପନୀୟ ତଥ୍ୟ ଦେଇ ମଧ୍ୟ ଫସିଥିଲେ। ସେହିପରି କିଛି ଦିନ ତଳେ ଭୁବନେଶ୍ୱରରେ ବି ମଧୁଫାଶ କୁହୁକ ପେଡ଼ି ଖୋଲିଥିଲା ମାୟାବିନୀ ଯୁବତୀ। ରାଜଧାନୀର କିଛି କର୍ପୋରେଟର ମଧୁଫାଶରେ ଫସିଥିଲେ। ଜଣେ ମୟାବିନୀ ଯୁବତୀ ସେମାନଙ୍କ ଠାରୁ ଏକ ସଂସ୍ଥାରେ ଟଙ୍କା ଲଗାଇବାକୁ କହି ଲକ୍ଷାଧିକ ଟଙ୍କା ଅନ୍‌‌ଲାଇନ୍‌‌ରେ ନେଇଥିଲେ। ଯୁବତୀଜଣକ ହ୍ୱାଟ୍ସଆପ୍‌‌ରେ ସୁନ୍ଦର ଚେହେରାର ଫଟୋ ଓ ମିଠାମିଠା କଥା କହି କିଛି କର୍ପୋରେଟରଙ୍କୁ ଚୂନ ଲଗାଇଥିଲେ।

ମଧୁଫାଶ କ’ଣ ?

ଲୋକଙ୍କୁ ଫସାଇବାର ‘ହନିଟ୍ରାପ୍‌‌’ ଏକ ମୁଖ୍ୟ ପ୍ଲାଟଫର୍ମ ପାଲଟିଯାଇଛି। ‘ହନି’ ର ଅର୍ଥ ମହୁ ବା ମିଠା, ଆଉ ଟ୍ରାପ୍‌‌ର ଅର୍ଥ ହେଉଛି ଜାଲ। ଏଣୁ ହନିଟ୍ରାପ୍‌‌ କହିଲେ ଆମେ ଏକ ‘ମିଠା ଜାଲ’କୁ ହିଁ ବୁଝିଥାନ୍ତି। ଯେପରି ଗଭୀର ଜଳରେ ମାଛକୁ ଧରିବାକୁ ଜାଲ ବିଛାଯାଇଥାଏ ଠିକ୍‌‌ ସେହିପରି ଏହି ମିଠାଜାଲରେ ଜଣେ ସୁନ୍ଦରୀ ତରୁଣୀ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନିଜ ଜାଲରେ ଫଶାଇ ଗୁପ୍ତତଥ୍ୟ ଚୋରେଇ ନେଇଥା’ନ୍ତି। ମାୟାବିନୀ ଯୁବତୀ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବା ଭିଡ଼ିଓ ପଠାଇଥା’ନ୍ତି। ବିଶେଷକରି ରାଜନୈତିକ ହେଉ କି ସେନାସ୍ତରରେ ହନିଟ୍ରାପ୍‌‌ ବିଭିନ୍ନ ଉପାୟରେ କରାଯାଇଥାଏ। ମହିଳାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ପୁରୁଷ ଗଣମାଧ୍ୟମରେ ମଧ୍ୟ ନିଜର ଅଶ୍ଳୀଳ ଫଟୋ ଭିଡ଼ିଓ ସେୟାର କରନ୍ତି। ସାଧାରଣତଃ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍‌‌ଆଇ ଭାରତର ସ୍ଥଳସେନା, ବାୟୂସେନା ଏବଂ ନୌସେନା ସହିତ ଜଡ଼ିତ ଲୋକଙ୍କୁ ହନିଟ୍ରାପ୍‌‌ରେ ଫସାଇବାକୁ ଚେଷ୍ଟା କରିଥାନ୍ତି। ଶତ୍ରୁଦେଶର ଗୁପ୍ତଚର ଏଜେନ୍ସି ଏହି କାମ ଲାଗି ମହିଳାଙ୍କୁ ନିଯୁକ୍ତି ଦେଇଥାନ୍ତି। ଏହି ମହିଳାମାନେ ରାଜନେତା, ସେନା ଅଧିକାରୀ କିମ୍ୱା ସୈନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ବନ୍ଧୁତ୍ୱ ସ୍ଥାପନ କରନ୍ତି। ଏମାନେ ଦେଶକୁ ସୁରକ୍ଷା ଦେଉଥବା ବିଭିନ୍ନ ସେନା କର୍ମୀଙ୍କୁ ନିଜ ପ୍ରେମଜାଲରେ ଫସାଲ ସେନା ପ୍ରତିଷ୍ଠାନର ଫଟୋ ସେୟାର କରିବାକୁ ବାଧ୍ୟ କରିଥାନ୍ତି। ଏପରିକି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅତି ସହଜରେ ସଂଗ୍ରହ କରିଥାନ୍ତି। ପ୍ରଥମେ ମାତା-ହରି-ଶୈଳୀ ରୋମାଣ୍ଟିକ୍‌‌ ଅନ୍ଦାଜରେ ସମ୍ପର୍କ ସ୍ଥାପନା କରି ଏହାର ଫାଇଦା ଉଠାଇଥିଲେ। ଏନେଇ ଏହାକୁ ‘ହନିଟ୍ରାପ୍‌‌’ କିମ୍ୱା ‘ହନିପୋଟ’ ଭାବରେ ଜଣାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶତ୍ରୁକୁ ପ୍ରେମ ଜାଲରେ ଫସାଇ ଶେଷରେ ସେହି ବ୍ୟକ୍ତି ଠାରୁ ସବୁକିଛି ଚୋରେଇ ଅଣାଯାଇଥାଏ।

ଅନ୍‌‌ଲାଇନ୍‌‌ରେ ସେକ୍ସଟୋରେସନ୍‌‌

ଅନ୍‌‌ଲାଇନ୍‌‌ରେ ହନିଟ୍ରାପ୍‌‌ ଏବେ ନୂଆଧାରା ଦେଖାଦେଇଛି। ସାଇବର୍‌‌ ଠକ ଫେସ୍‌‌ବୁକ୍‌‌ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ବନ୍ଧୁତା ସ୍ଥାପନ କରୁଛନ୍ତି। କିଛି ମିନିଟ୍‌‌ କଥା ହେବା ପରେ ସୁନ୍ଦରୀ ଯୁବତୀ ଫସାଇବା ଲାଗି ଫୋନ୍‌‌ ନମ୍ବର ଦେଉଛନ୍ତି। ଏହାପରେ ହ୍ୱାଟ୍ସଆପ୍‌‌ କିମ୍ବା ମେସେଞ୍ଜରରେ ସିଧାସଳଖ ଅଶ୍ଲୀଳ ଭିଡିଓ କଲ୍‌‌ ଓ ଚାଟିଂ ଆରମ୍ଭ ହେଉଛି। ଉକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବା ଭିଡ଼ିଓକୁ ସ୍କ୍ରିନ୍‌‌ ରେକର୍ଡିଂ କରି ବ୍ଲାକ୍‌‌ମେଲିଂ କରୁଛନ୍ତି ସାଇବର ଠକ। ସେକ୍ସଟୋରେସନ୍‌‌ ମାଧ୍ୟମରେ ବର୍ଷକ ମଧ୍ୟରେ ରାଜଧାନୀରୁ ଅଢ଼େଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।

ଘଟିଥିବା କିଛି ଘଟଣା:-

ବିଏସ୍‌‌ଏନ୍‌‌ଏଲ୍‌‌ର ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ଅଦୃଶ୍ୟ ସୁନ୍ଦରୀ ଅଶ୍ଲୀଳ ଚାଟିଂ ଓ ଭିଡ଼ିଓ କଲ୍‌‌ କରିଥିଲେ। ପରେ ଉକ୍ତ ଦୃଶ୍ୟକୁ ରେକର୍ଡିଂ କରି ବ୍ଲାକମେଲିଂ କରିଥିଲେ ଡିଜିଟାଲ ସୁନ୍ଦରୀ। ଲୋକଲଜ୍ୟା ଭୟରେ ୨୫ ଲକ୍ଷ ଟଙ୍କା ଦେଇଥିଲେ ବରିଷ୍ଠ ନାଗରିକ।

ମାଟ୍ରିମୋନି ସାଇଟ୍‌‌ରେ ଝିଅ ଖୋଜୁଖୋଜୁ ବିଦେଶିନୀ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର। ମାୟାବିନୀ ସୁନ୍ଦରୀ କାଲିଫର୍ଣ୍ଣିଆର ଏମ୍‌‌ବିବିଏସ୍‌‌ ଡାକ୍ତର ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଉକ୍ତ ଯୁବତୀ ବାଲେଶ୍ୱରର ପ୍ରିୟା ଗୁପ୍ତାର ପରିଚୟ ଦେଇ ୨୪ ଲକ୍ଷ ଚଳୁ କରି ନେଇଥିଲେ।

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ସୁନ୍ଦରୀ ଅଶ୍ଲୀଳ ଚାଟିଂ କରିଥିଲା। ପରେ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇ ୧୫ ଲକ୍ଷ ଟଙ୍କା ଦେଇଥିଲେ ବ୍ୟବସାୟୀ ଜଣକ।

ବିଦେଶିନୀଙ୍କ ମାୟାଜାଲରେ ପଡ଼ିଥିଲେ ଇଲେକ୍ଟ୍ରିକାଲ ଠିକାଦାର ଜ୍ଞାନରଞ୍ଜନ ଦାସ। ଇଂଲଣ୍ଡ ବିଦେଶିନୀ ‘ସିଲାଇନ ଜୁଲି ଆଣ୍ଟ୍ରସନ’ ଫେସ୍‌‌ବୁକ୍‌‌ରେ ଜ୍ଞାନରଞ୍ଜନଙ୍କ ସହ ପରିଚିତ ହୋଇଥିଲା। ବନ୍ଧୁତା ଘନିଷ୍ଠ ହେବା ପରେ ତାଙ୍କୁ କପଡ଼ା ଯୋଗାଇବାକୁ ଲୋଭ ଦେଖାଇ ଅଦୃଶ୍ୟ ସୁନ୍ଦରୀ ୫ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି।

ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସାଢ଼େ ୯ ଲକ୍ଷ ଠକେଇ କରିଛି ଜଣେ ମହିଳା। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଫୋନ୍‌‌ କରିବା ସହ ମିଠାମିଠା କଥା କହି ପ୍ରେମ ଜାଲରେ ଫସାଇଥିଲା ସାଇବର୍‌‌ ସୁନ୍ଦରୀ। ପରେ ତାଙ୍କ ଭିଡ଼ିଓକୁ ଭାଇରାଲ୍‌‌ର ଧମକ ଦେବାରୁ ସୁନା ବିକ୍ରି କରି ସୁନ୍ଦରୀଙ୍କୁ ଟଙ୍କା ଦେଇଥିଲେ ଅବସରପ୍ରାପ୍ତ କର୍ମଚାରୀ।

ବିଦେଶିନୀଙ୍କ ପଞ୍ଝାରେ ପଡ଼ିଥିଲେ ବି-ଟେକ୍‌‌ ଛାତ୍ର କିଶନ କୁମାର ବେହେରା। ଇନ୍‌‌ଷ୍ଟାଗ୍ରାମରେ ବିଦେଶିନୀଙ୍କ ସହ କିଶନଙ୍କ ବନ୍ଧୁତା ହୋଇଥିଲା। ପରେ ସେୟାର ବଜାରରେ ଟଙ୍କା ନିବେଶକୁ କରାଇବାକୁ କହି ୨ ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲା।

ଘରୋଇ ବ୍ୟାଙ୍କର ସେଲ୍‌ସ ମ୍ୟାନେଜରକୁ ସାଇବର୍‌‌ ଠକ ବ୍ଲାକମେଲିଂ କରିଛନ୍ତି। ବିଦେଶରୁ କଲ୍‌‌ କରିବା ସହ ଅସଲି ଫଟୋକୁ ନଗ୍ନ ଫଟୋ ଲଗାଇ ଭାଇରାଲ କରିବେ ବୋଲି ଧମକ ଦେଇ ୨ ଲକ୍ଷ ୩୩ହଜାର ଟଙ୍କା ଠକେଇ ହୋଇଛି।

ଦେଢ଼ବର୍ଷରେ ୧୦ ମାମଲା; ୬ ଗିରଫ

ରାଜଧାନୀର ବିଭିନ୍ନ ଥାନାରେ ଦେଢ଼ବର୍ଷରେ ୧୦ଟି ହନିଟ୍ରାପ୍‌‌ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତି ରହିଥିବା ୬ଜଣଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ଖଣ୍ଡଗିରି ଥାନାର ଜଣେ ୩୫ ବର୍ଷିୟ ମହିଳା ୬୧ ବର୍ଷ ବୟସର ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଏକ ହନିଟ୍ରାପ୍‌‌ରେ ବୋଲି ଜଣାପଡ଼ିଥିଲା। ଟଙ୍କା ନ ଦେବାରୁ ମହିଳା ଜଣକ ଏଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ସେଭଳି କିଛି ଦିନ ତଳେ ସହିଦ ନଗର ଥାନା ପୁଲିସ ଫେସ୍‌‌ବୁକ୍‌‌ ଜରିଆରେ ହନିଟ୍ରାପ୍‌‌ କରୁଥିଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡ଼ା। ସେ ଫେସ୍‌‌ବୁକ୍‌‌ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଯୁବକଙ୍କୁ ଫସାଇ ଲକ୍ଷଲକ୍ଷ ଟଙ୍କା ଚଳୁ କରୁଥିଲା। ସେଭଳି ବାଙ୍କୁଆଳର ଜୟକୃଷ୍ଣ ଦାସଙ୍କ ହ୍ୱାଟ୍ସଆପ୍‌‌ ଜରିଆରେ ଫସାଇ ଟଙ୍କା ନେଇଯାଇଥିବା ପିହୁ ବିଶ୍ୱାସ ପୁଲିସ ପଞ୍ଝାରେ ଧରାପଡ଼ିଥିଲେ।