Minister of Water Resources - The Sakala

ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାଲିମେଳା ଗ୍ରସ୍ତ
ବାଲିମେଳା :ମାଲକାନଗିରି ଜିଲ୍ଲା ବାଲିମେଳା ପୋଟେରୁ ଜଳ ସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଘା ଲିଫ୍ଟକୁ ଅଚାନକ ଗ୍ରସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଚାନକ ଗ୍ରସ୍ତ କରି ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟରେଜକୁ ଯାଇ ସେଠାରେ ଥିବା ଦୁଇଟି କେନାଲ ଗମ୍ଫାକୋଣ୍ଡା ଓ ତମସା କେନାଲର ଅନୁଧ୍ୟାନ କରିଥିଲେ। ଏହି ସମୟରେ ପୋଟେରୁ ଜଳ ସେଚନ ବିଭାଗର ବିଭାଗୀୟ ଜନ୍ତ୍ରୀ ମାନଙ୍କ ସହ ଜଳ ସେଚନ ଓ ଚାଷୀଙ୍କ ଫସଲ ଉତପାଦନ ଉପରେ ଆଲୋଚନା କରିଥିଲେ ଆଲୋଚନା ମଧ୍ୟରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ପଚାରିଥିଲେ ଯେ କେଉଁ ସବୁ ଅଞ୍ଚଳ ଗୁଡିକୁ ଜଳ ସେଚନ କରାଯାଉଛି ଓ କିଭଳି ସମସ୍ୟା ଅଛି ଏହା ଉପରେ ଆଲୋକପାତ କରିଥିଲେ।

ଏଥିସହ ମେଘାଲିଫ୍ଟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଅଧିକାରୀ ମନ୍ତ୍ରୀଙ୍କୁ ଜଣାଇ ଥିଲେ ଯେ ଏହି ପ୍ରକଳ୍ପ ମାଧ୍ୟମରେ ୨୮ ଟି ଗ୍ରାମ ଯଥା ୫୨୦୦ ହେକ୍ଟର ଚାଷଜମି ରେ ଉଠା ଜଳ ସେଚନ ହୋଇପାରିବ ବା ୨୮ ଗ୍ରାମର ଚାଷୀ ଉପକୃତ ହୋଇପାରିବେ। ଏଥିସହିତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବାଲିମେଳ ସ୍ଥିତ ୮୮ ବାଟାଲିୟନ ସୀମାସୁରକ୍ଷା ବାହିନୀର କମାଣ୍ଡେଣ୍ଟ ଭିନୋଦ ସାରିନ ମନ୍ତ୍ରୀଙ୍କୁ ଜାଣିଥିଲେ ଯେ ଚିତ୍ରକୋଣ୍ଡାର ସ୍ଵାଭିମାନ ଅଞ୍ଚଳରେ ପେଟ୍ରୋଲିଂ ନିମନ୍ତେ ବାଲିମେଳା ଜଳଭଣ୍ଡାରରେ ମଟର ବୋଟର ଅବଶ୍ୟକତାକୁ ଜଣାଇଥିଲେ ଏବଂ ବାଲିମେଳା ବାସିନ୍ଦାଙ୍କ ଦ୍ଵାରା ବାଲିମେଳାରୁ କଟକ ଭାୟା ରାୟଗଡା ଓ ଗଞ୍ଜାମର ଭଞ୍ଜନଗର ଏବଂ ଆସିକା ନିମନ୍ତେ ହାଇଟେକ ବସର ଅବଶ୍ୟକ ବୋଲି କହି ଏକ ଦାବିପତ୍ର ଦେଇଥିଲେ।

ଏହି ଗ୍ରସ୍ତ ସମୟରେ ମାଲକାନଗିରି ଜିଲାପାଲ ବିଶାଳ ସିଂ ,ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଜନ୍ତ୍ରୀ ଚନ୍ଦ୍ର ଶେଖର ମିଶ୍ର, ପୋଟେରୁ ଅଧିକ୍ଷଣ ଜନ୍ତ୍ରୀ ଅଭିରାମ ବେହୁରିୟା ଓ ଅନ୍ୟ ବିଭାଜନର ଜନ୍ତ୍ରୀ ସ୍ଥାନୀୟ ଜନ୍ତ୍ରୀ ଉପସ୍ଥିତ ଥିଲେ । ଏଥିସହ ଉଠା ଜଳସେଚନନ ପ୍ରକଳ୍ପର ନିର୍ବାହୀ ଜନ୍ତ୍ରୀ ବିକାଶ ପ୍ରଧାନ ଓ ତାଙ୍କ କର୍ମଚାରୀ ଉପସ୍ଥିତ ଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲେକ୍ସିଅସ କିସପୋଟାଙ୍କ ନିରୀକ୍ଷଣରେ ସୁରକ୍ଷା କଡାକଡି କରଯାଇଥିଲା ।