BJD MLA - The Sakala

ବିଧାନସଭାରେ ନବୀନଙ୍କ ପାଠଶାଳା: ଗୃହ ମୁଲତବୀ ପରେ ବିଧାୟକଙ୍କ ସହ ଆଲୋଚନା
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ଅଡ଼ି ବସିଛନ୍ତି। ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ। ଆଜି ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ତେବେ ଗୃହ ଅଚଳାବସ୍ଥା ଭିତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଠଶାଳା ଚର୍ଚ୍ଚା ସୃଷ୍ଟି କରିଛି। ସାଧାରଣତଃ ଅଳ୍ପ କଥା କହୁଥିବା ଓ ସବୁବେଳେ ଗମ୍ଭୀର ରହୁଥିବା ନବୀନ ଗୃହ ମୁଲତବୀ ପରେ ମଧ୍ୟ ଗୃହ ଭିତରେ ଅନେକ ସମୟ ଧରି ବସି ରହିବା ଓ ଦଳର ବିଧାୟକମାନଙ୍କ ସହ ଦୀର୍ଘ ଆଲୋଚନା କରିବା ଦେଖିବାକୁ ମିଳିଥିଲା ।

ଆଜି ଶୂନ୍ୟକାଳରେ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ବିଭିନ୍ନ ଦଳର ସଦସ୍ୟମାନେ ଗୃହ ବାହରକୁ ଚାଲି ଯାଇଥିଲେ। ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଆସନରେ ବସି ରହିଥିଲେ। ଏହା ପରେ ଅନ୍ୟ ବିଧାୟକମାନେ ନବୀନଙ୍କ ଆସନ ନିକଟକୁ ଆସିଥିଲେ। ଧୀରେ ଧୀରେ ନବୀନ ବିଧାୟକମାନଙ୍କ ସହିତ କଥପୋକଥନ ଆରମ୍ଭ କରିଥିଲେ। ଏହି ଆଲୋଚନା ସମୟରେ ହାସ୍ୟରୋଳ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଦଳର ବିଧାୟକ ଓ ବିଧାୟିକାମାନଙ୍କୁ ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ନବୀନ ସୂଚନା ଦେଇଥିଲେ। ବରିଷ୍ଠ ଓ କନିଷ୍ଠ ବିଧାୟକମାନେ ଆଜ୍ଞାଧୀନ ଛାତ୍ରଛାତ୍ରୀଙ୍କ ପରି ଗଭୀର ଆଗ୍ରହରେ ନବୀନଙ୍କ କଥା ଶୁଣୁଥିବା ଦେଖାଯାଇଥିଲା। ଉପସ୍ଥିତ ବିଧାୟକମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲ୍ଲିକ, ଗଣେଶ୍ୱର ବେହେରା, ସାରଦା ପ୍ରସନ୍ନ ଜେନା, ପ୍ରଦୀପ ଦିଶାରୀ, ଅଧିରାଜ ପାଣିଗ୍ରାହୀ, ବର୍ଷା ସିଂ ବରିହା, ଯୋଗେଶ ସିଂହ, ରୂପେଶ ପାଣିଗ୍ରାହୀ, ସୁଜାତା ସାହୁ, ସୁଦର୍ଶନ ହରିପାଲ, ଧ୍ରୁବ ସାହୁ, ରମେଶ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଗୌତମବୁଦ୍ଧ ଦାଶ ପ୍ରମୁଖ ନବୀନଙ୍କ ସିଟ୍‌ ପାଖରେ ଛିଡା ହୋଇ ତାଙ୍କ କଥାକୁ ଧ୍ୟାନର ସହ ଶୁଣୁଥିଲେ। ପ୍ରାୟ ୨୪ ମିନି୍‌ଟ୍‌ ଧରି ନବୀନ ଓ ବିଧାୟକମାନଙ୍କ ସହ ଏହି ଆଲୋଚନା ଚାଲିଥିଲା।

ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ ଗୌତମ ବୁଦ୍ଧ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦରଦୀ ହୃଦୟର ମଣିଷ। ଆମେ ନୂଆ ବିଧାୟକ ହୋଇ ମଧ୍ୟ ସେ ଆମ ସହ ବହୁ ସମୟ କଟାଉଛନ୍ତି। ବିଭିନ୍ନ ବିଷୟରେ ଖୋଲା ଆଲୋଚନା କରୁଛନ୍ତି। ଆଜି ଗୃହ ମୁଲତବୀ ପରେ ଆମ ସହ ମନଖୋଲା ଆଲୋଚନା କଲେ। ଥଟ୍ଟା ମଜା କରି ହସାଇଲେ। ଏହାସହିତ ବର୍ତ୍ତମାନ ପାର୍ଟିରୁ ବାହାରି କିଛି ଲୋକ ବିଜୁ ଲିଗାସୀ କଥା କହୁଥିବା ପ୍ରସଙ୍ଗ ପଡ଼ିବାରୁ ନବୀନ ବାବୁ ହସିଲେ ଓ ବିଜୁ ଲିଗାସୀର ଇତିହାସ ସମ୍ପର୍କରେ ସମସ୍ତଙ୍କୁ ଜାଣିବାକୁ କହିଲେ। କିପରି ସେ ସମୟରେ ମଧ୍ୟ ବିଶ୍ୱାସଘାତକ କରାଯାଇଥିଲା, ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ଦେଇଥିଲେ।

ସେହିପରି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, ନବୀନ ବାବୁ ଆଜି ଅତ୍ୟନ୍ତ ‘ଜଲି ମୁଡ୍‌’ରେ ଥିଲେ। ଆମ ମାନଙ୍କ ସହିତ ଦଳ ଗଠନଠାରୁ ଆରମ୍ଭ କରି ଦଳର ଜୟଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହାସହିତ କେଉଁମାନେ ତାଙ୍କ ପଛରୁ ଛୁରିକାଘାତ କରୁଛନ୍ତି, ସେ ବିଷୟରେ କହିଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି, ନବୀନ ବାବୁ ଦଳ ଗଠନର ପୂର୍ବ କଥା କହିଥିଲେ। ଆମେ ତାଙ୍କଠାରୁ ଅନେକ ପୁରୁଣା କଥା ଜାଣିଲୁ ବୋଲି ସେ କହିଛନ୍ତି।

ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି
ଭୁବନେଶ୍ୱର: 'କିଣା ଘୋଡା କେତେଦିନ ଦୌଡ଼ି ପାରିବ । କିଣା ଘୋଡାକୁ ସବୁଦିନ ଦାନା ଦେଇପାରିବ ତ ? ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ । ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି କିଛି ବିଜେଡି ବିଧାୟକ । ସେମାନେ ମୋଟା ଅଙ୍କର ଟଙ୍କା ନେଇ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।' ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ୍‌ ଭୋଟିଂକୁ ନେଇ ପ୍ରେସ୍‌ମିଟ୍‌ କରି ବିଜେଡି ବର୍ଷୀଛି । କାଲି ଏକ ସ୍ମରଣୀୟ ଦିବସ ନୁହେଁ କଳା ଦିବସ ଥିଲା ବୋଲି କହିଛି ବିଜେଡି ।

ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ସାରା ଓଡ଼ିଶାବାସୀ ବ୍ୟଥିତ ହୋଇଛନ୍ତି । ପ୍ରେସମିଟ କରି ବିଜେଡି କହିଛି, ବିଜୁ ପ୍ରେମୀ ନିଜ ନିର୍ବାଚନ ମଣ୍ଡଳୀରେ ବିକ୍ରି ହୋଇଥିବା ବିଧାୟକଙ୍କୁ ବିରୋଧ କରିବା ଦରକାର । ଦେବୀ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀ ୧୯୯୬ରେ କଂଗ୍ରେସର ଜୟନ୍ତୀ ପଟ୍ଟନାୟକଙ୍କ ପାଇଁ କ୍ରସ ଭୋଟିଙ୍ଗ କରି ଦଳରୁ ବିଦା ହୋଇଥିଲେ । କ୍ରସ ଭୋଟର ଟ୍ରେଣ୍ଡ ତାଙ୍କ ବାପା ଆରମ୍ଭ କରିଥିଲେ । ପୁଅ ଅନୁସରଣ କଲେ । ସବୁ ଦଳକୁ ବ୍ୟବହାର କରି ବି 23-23 ଭୋଟ ପଡିଲା । ବିକ୍ରି ହୋଇଥିବା ବିଧାୟକଙ୍କୁ ବିଜେଡି ନିନ୍ଦା କରୁଛି ।

୮୦ ବର୍ଷ ବୟସରେ ଗତକାଲି ନବୀନ ପଟ୍ଟନାୟକ ନେତୃତ୍ୱ ନେଇଛନ୍ତି ।  ଯେଉଁମାନେ ତାଙ୍କୁ ଧୋକା ଦେଲେ ଭଗବାନ ସେମାନଙ୍କୁ କ୍ଷମା ଦେବେନି । ନବୀନ ପଟ୍ଟନାୟକଙ୍କ ଅଭିଶାପ ସେମାନଙ୍କ ଉପରେ ପଡିବ ବୋଲି କହିଛି ବିଜେଡି । ୨୦୨୬ ଜାନୁଆରୀ ୧୫ ରେ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବନ କରିଥିଲେ । ସମସ୍ତେ କାରଣ ପଚାରୁଥିଲେ । ଯାହାର ଉତ୍ତର ଗତକାଲି ବିଜୟ ମହାପାତ୍ର କହିଲେ । ୬ ମାସରୁ ଏହି ବ୍ଲୁ ପ୍ରିଣ୍ଟ ହେଉଥିବା ସେ କହିଛନ୍ତି । ନବୀନ ନିଲମ୍ବନ କରି ଠିକ କରିଛନ୍ତି ବୋଲି ବିଜେଡି କହିଛି । ଘୋଡା ହୋଇଛନ୍ତି ବିଧାୟକ, ନିର୍ବାଚନମଣ୍ଡଳିରେ ଉଚିତ ଜବାବ ମିଳିବ । ରେଙ୍ଗାଲି ବିଧାୟକଙ୍କୁ ୧୫ କୋଟି ଯଚା ଯିବା ସହ ପରିବାର ପ୍ରତି ଭୟ କରାଯାଇଥିଲା । ହେଲେ ତାଙ୍କୁ ସାଧୁବାଦ ସେ ଆସି ନବୀନଙ୍କ ନିର୍ଦ୍ଦେଶରେ ଭୋଟ ଦେଲେ । ନବୀନ ପଟ୍ଟନାୟକ ଉଦାର. ଯିଏ ତାଙ୍କୁ ଗାଡିକୁ ଟେକା ପକାଇଥିଲେ, ତାଙ୍କୁ ଆଣି ବିଧାୟକ, ପୁଅକୁ ବିଧାୟକ ଓ ପତ୍ନୀଙ୍କୁ ଜିଲ୍ଲା ପରିଷଦ କରାଇଥିଲେ. କଣ ସବୁ ଭୁଲି ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମେଡିକାଲରେ ଲୋକ ପୋଡି ପାଉଁଶ ହେଲେ. ପାରାଦ୍ୱୀପରେ ବିଜେପି ବିଧାୟକ ମୌଜ କରୁଥିଲେ । ଲୁଟିକି ଓଡ଼ିଶା ଶାସନ ଚଳିବ ନାହିଁ ବୋଲି ବିଜେଡି କଟାକ୍ଷ କରିଛି ।

ବିଜେଡିର ରାଜ୍ୟସଭା ନିର୍ବାଚନ କସରତ: ନବୀନ ନିବାସରେ ବିଧାୟକଙ୍କୁ ତାଲିମ
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ। ଏହା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ନିଜନିଜର ଗୋଟି ଚାଳନା। ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କ ପାଇଁ ୩ ଧାଡ଼ିଆ ହ୍ୱିପ୍‌ ଜାରି କରିଥିବାବେଳେ ଆଜି ବିଜେପି ବି ନିଜ ଦଳର ବିଧାୟକଙ୍କ ପାଇ ଦୁଇ ଧାଡ଼ିଆ ହ୍ୱିପ୍‌ ଜାରି କରିଛି।  ସେହିପରି ବିଜେଡି ବିଧାୟକମାନେ ଆଜି ନବୀନ ନିବାସରେ ରାଜ୍ୟସଭା ଭୋଟ ସଂକ୍ରାନ୍ତରେ ତାଲିମ୍‌ ନେଇଛନ୍ତି। ଆସନ୍ତାକାଲି ଓ ରବିବାର ମଧ୍ୟ ନବୀନ ନିବାସ ଡ଼କରା ହୋଇଛି ଏବଂ କିପରି ଠିକ୍‌ଭାବରେ ବିଧାୟକମାନେ ଭୋଟ ଦେବେ ସେ ସମ୍ପର୍କରେ ପୁଣି ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ସେପଟେ ବେଙ୍ଗାଲୁରୁ ଗସ୍ତରେ ଥିବା  କଂଗ୍ରେସର ୮ଜଣ ବିଧାୟକଙ୍କ ସହ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡ଼ି.କେ.ଶିବକୁମାର ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆଜି ସନ୍ଧ୍ୟା ସାଢେ଼ ୫ଟାରେ ନବୀନ ନିବାସରେ ବିଧାୟକମାନଙ୍କୁ ରାଜ୍ୟସଭା ନିର୍ବାଚନରେ ମତଦାନ ନିମନ୍ତେ ତାଲିମ ଦିଆଯାଇଛି। ପ୍ରାରମ୍ଭରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ନିର୍ବାଚନ ଓ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଧାୟକମାନଙ୍କୁ ଭୋଟଦାନ ସମ୍ପର୍କରେ ଅଭ୍ୟାସ କରାଇଥିଲେ। ଦଳୀୟ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଜେଡି ପକ୍ଷରୁ ଘୋଷିତ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଯଦି ସେମାନେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ରାଜ୍ୟସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେବେ ଏବଂ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ। ଶେଷରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଟ୍ରେନିଂ ସମ୍ପର୍କରେ ସୂଚନା ଦେଇ ବିଧାୟକ ଡ. ସାହୁ କହିଛନ୍ତି ଯେ ଆଜି ଦଳର ବିଧାୟକମାନଙ୍କୁ ରାଜ୍ୟସଭା ଭୋଟଦାନ ସମ୍ପର୍କରେ ଅବଗତ କରାଗଲା। ବିଧାୟକମାନେ ଭୋଟଦାନ କେନ୍ଦ୍ରକୁ ଯାଇ କେମିତି ବାଲାଟ ପେପର ଓ ପେନ୍‌ ନେବେ, କିପରି ଭୋଟ ଦେବେ, ଦଳୀୟ ଏଜେଣ୍ଟଙ୍କୁ କିପରି ଭୋଟ ଦେଖାଇବେ ଓ ବାଲାଟବକ୍ସରେ କିପରି ଭୋଟ କାଗଜ ପକାଇବେ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ୫ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡି ପାଖରେ ନିଜ ପ୍ରାର୍ଥୀ ପାଇଁ ଆବଶ୍ୟକୀୟ ଭୋଟ ଥିବା ବେଳେ ବଳକା ଭୋଟ କିପରି ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଯିବ, ସେଥିପାଇଁ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଛି। ଖଣ୍ଡିଏ ଭୋଟ ଯେପରି ଏପଟ ସେପଟ ନହୁଏ, ତଥା ଆମର ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ସପକ୍ଷରେ ସମସ୍ତ ଭୋଟ ପଡ଼ିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଶନିବାର ଏବଂ ରବିବାର ମଧ୍ୟ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁମାନେ ଆଜିର ବୈଠକରେ ଉପସ୍ଥିତ ନ ଥିଲେ, ସେମାନେ ନିଜର କାରଣ ସମ୍ପର୍କରେ ଦଳକୁ ଅବଗତ କରାଇଛନ୍ତି। ଆସନ୍ତାକାଲି ଏବଂ ରବିବାର ଟ୍ରେନିଂରେ ସେମାନେ ଯୋଗଦେବେ ବୋଲି ଡ. ସାହୁ ସୂଚନା ଦେଇଛନ୍ତି।

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା; ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ ଟାରେ ବସିବ ବଡ଼ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମହିଳା ନିର୍ଯାତନା ଯାଏ ସମସ୍ୟା ଲାଗି ରହିଛି l ଏହାକୁ କିପରି ଦଳ ଶାଣିତ ଭାବେ ଉଠାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ସେ ନେଇ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ l ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ହୋଇପାରେ ମାନସ ମନ୍ଥନ ।

ମହାନଦୀ ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ । ଲୋକେ ଧୀରେ ଧୀରେ ତାତିଲେଣି । ବର୍ତମାନ ଟ୍ରିପଲ ଇଂଜିନ ସରକାର ଚାଲିଛି l ସବୁଠି ବିଜେପି ସରକାର । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ । ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ । ବିଜେପି ସରକାର ଆସିବା ପରେ ଛତିଶଗଡ ଓଡିଶାକୁ ବାଲିବନ୍ଧ କରି ପାଣି ଅଟକାଇଛି । ଆଗକୁ ଲୋକେ ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ପ୍ରସ୍ତୁତ ହେଲେଣି । କାଲି ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି କହିଛନ୍ତି ଅରୁଣ ।

ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌‌ଘାଟନ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ବିଧାୟକ ଏବଂ ନେତୃବୃନ୍ଦ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ନବାଗତ ବିଧାୟକମାନଙ୍କୁ ବିଷଦ ସୂଚନା ଦେବେ।

ଏ ସମ୍ପର୍କରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ ବିଜେଡିର ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କହିଛନ୍ତି, ଜଣେ ବିଧାୟକ ଭାବେ କେମିତି କାର୍ଯ୍ୟ କରିବାକୁ ହୁଏ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରକ୍ରିୟା, ଗୃହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନେ ପ୍ରଶିକ୍ଷଣ ନେବେ। କେମିତି ଜଣେ ପ୍ରଭାବଶାଳୀ ଓ ଦକ୍ଷ ବିଧାୟକ ହେବେ ବୋଲି ଏକ ବିଷୟବସ୍ତୁ ରଖାଯାଇଛି। ସେହିପରି ପ୍ରାଇଭେଟ ମେମ୍ବର ବିଲ, ବିଶେଷାଧିକାର ପ୍ରସ୍ତାବ ତାହା ଉପରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ୮ଥର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ ଦେବେ। ବିଧାନସଭାରେ ଶୂନ୍ୟକାଳ, ପ୍ରଶ୍ନକାଳ, ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣ ନୋଟିସ୍‌‌ ଭଳି ଜରୁରୀ ପ୍ରକ୍ରିୟା ସମ୍ପର୍କରେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ବିଧାୟକମାନଙ୍କୁ ସୂଚନା ଦେବେ। ଅପରପକ୍ଷେ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ କିପରି ଉତ୍‌‌ଥାପନ କରାଯିବ ସେ ସମ୍ପର୍କରେ ବରିଷ୍ଠ ନେତା ଡଃ ସନ୍ତୃପ୍ତ ମିଶ୍ର ପ୍ରଶିକ୍ଷଣ ଦେବେ। ଓଡ଼ିଶା ବିଧାନସଭାର ପୂର୍ବତନ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ବିଧାନସଭାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିଧାୟକମାନଙ୍କ ମାର୍ଗଦର୍ଶନ କରିବେ। ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟଧାରା ବିଷୟରେ ୬ ଥର ବିଧାୟକ ଥିବା ବିକ୍ରମ କେଶରୀ ଆରୁଖ ପ୍ରଶିକ୍ଷଣ ଦେବେ।

ସେହିପରି ବରିଷ୍ଠ ନେତା ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ସଞ୍ଜୟ କୁମାର ଦାସବର୍ମାଙ୍କ ଭଳି ବରିଷ୍ଠ ନେତୃବୃନ୍ଦ ସୂଚନା ଦେବେ। ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣକାରୀ ନୋଟିସ୍‌‌, ମୁଲତବୀ ପ୍ରସ୍ତାବ ବିଷୟରେ କଳିକେଶ ନାରାୟଣ ସିଂଦେଓ କହିବେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, କ୍ୟାପଟେନ୍‌‌ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଧାୟକମାନଙ୍କୁ ସୂଚନା ଦେବେ। ସଂଯୋଜନା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବେ। ସକାଳ ୧୦ରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବିଧାୟକ ଏବଂ ନେତୃବୃନ୍ଦ ସାମିଲ ହେବେ ବୋଲି ଡ଼ ସାହୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ ଯେ ବିଧାୟକମାନଙ୍କର ପ୍ରଣିକ୍ଷଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭା, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦା ହାନୀ ହେବା ଭଳି ବ୍ୟବସ୍ଥା ହୋଇଥିଲା। ଓଡିଆ ଜାତିର ଅସ୍ମିତା କ୍ଷୂର୍ଣ୍ଣ ହେବା ଭଳି କାର୍ଯ୍ୟ ହୋଇଥିଲା। ବିଧାନସଭାର ପରମ୍ପରା ଭଙ୍ଗ ହୋଇଥିଲା। ତେଣୁ ସେହି କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଉଚିତ ମଣି ନଥିଲା। ସେଥିପାଇଁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ବୋଲି ଡଃ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ।

ବିଧାନସଭା ଅଧିବେଶନର ୪ର୍ଥ ଦିନ: ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ଯାୟରେ ଗୃହକାର୍ଯ୍ଯ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ୟ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା ।

ସେପଟେ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ଆପତ୍ତି ଉଠାଇଥିଲେ ବିଧାୟକ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କେମିତି ପ୍ରକାଶ ପାଇଲା ? ସେହିପରି ‘ଓଟିଭି’ ବି କିପରି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ଯାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।