Bill Gates - The Sakala
ଇସ୍ରାଏଲ ମୁଠାରେ ଟ୍ରମ୍ପ! ଏପଷ୍ଟାଇନ ଫାଇଲରୁ ବଡ଼ ଖୁଲାସା, ଆମେରିକା ରାଜନୀତିରେ ଭୂକମ୍ପ
ଆମେରିକାରେ ଜେଫ୍ରି ଏପଷ୍ଟାଇନ ଫାଇଲ ସହ ଜଡିତ ଲକ୍ଷ ଲକ୍ଷ ନୂଆ ପୃଷ୍ଠା, ଫଟୋ ଏବଂ ଭିଡିଓ ସାର୍ବଜନୀନ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ନୂଆ ଖୁଲାସା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୂତନ ଅଡୁଆ ସୃଷ୍ଟି କରିଛି। ରାଜନୈତିକ ସ୍ତରରେ ବିସ୍ଫୋରକ ସାବ୍ୟସ୍ତ ହୋଇଥିବା ଏହି ଫାଇଲଗୁଡ଼ିକରେ ଇସ୍ରାଏଲ, ମୋସାଦ ଏବଂ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ଅନେକ ଚାଞ୍ଚଲ୍ୟକର ଦାବି କରାଯାଇଛି।
ଇସ୍ରାଏଲ ନିୟନ୍ତ୍ରଣରେ ଟ୍ରମ୍ପ?
ପ୍ରକାଶିତ ତଥ୍ୟ ଅନୁଯାୟୀ, ଟ୍ରମ୍ପ ଇସ୍ରାଏଲର 'ମୁଠା'ରେ ଅଛନ୍ତି ବୋଲି ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କ ବିଷୟରେ କିଛି ଗୁପ୍ତ ତଥ୍ୟ ଇସ୍ରାଏଲ ପାଖରେ ରହିଛି, ଯେଉଁ କାରଣରୁ ସେ ପ୍ରଭାବିତ ହୋଇପାରନ୍ତି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ଫାଇଲରେ ପ୍ରାୟ ୧ ଲକ୍ଷ ୮୦ ହଜାର ଫଟୋ ଏବଂ ୨୦୦୦ରୁ ଅଧିକ ଭିଡିଓ ରହିଛି। ତେବେ ଟ୍ରମ୍ପଙ୍କ ପୂର୍ବତନ ଓକିଲ ଏହି ଦାବିଗୁଡ଼ିକୁ ଖଣ୍ଡନ କରିଛନ୍ତି।
ବିଲ୍ ଗେଟ୍ସ ଏବଂ କ୍ଲିଣ୍ଟନଙ୍କ ନାମ ସାମିଲ
ଏହି ବିବାଦୀୟ ତାଲିକାରେ କେବଳ ଟ୍ରମ୍ପ ନୁହଁନ୍ତି, ବରଂ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ, ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ଚଳଚ୍ଚିତ୍ର ନିର୍ମାତା ଉଡି ଆଲେନଙ୍କ ଭଳି ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ନାମ ମଧ୍ୟ ସାମିଲ ଅଛି। ଏପଷ୍ଟାଇନଙ୍କ ସହ ବିଲ୍ ଗେଟ୍ସଙ୍କ ସମ୍ପର୍କ ନେଇ କିଛି ଗୁରୁତର ଅଭିଯୋଗ ଆସିଥିଲେ ମଧ୍ୟ ଗେଟ୍ସ ଫାଉଣ୍ଡେସନ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି। ସେହିପରି ବିଲ୍ କ୍ଲିଣ୍ଟନଙ୍କ ନାମ ମଧ୍ୟ ରେକର୍ଡରେ ପ୍ରମୁଖ ଭାବେ ସ୍ଥାନ ପାଇଛି।
ଟ୍ରମ୍ପଙ୍କ ଜ୍ୱାଇଁଙ୍କ ଉପରେ ସଙ୍ଗୀନ ଆରୋପ
ଜାନୁଆରୀ ୨୦୨୬ରେ ଜାରି କରାଯାଇଥିବା ଏକ ଏଫବିଆଇ ରିପୋର୍ଟରେ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ କୁଶନରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଛି। ଜଣେ ଗୋପନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୁଶନର ଟ୍ରମ୍ପଙ୍କ ବ୍ୟବସାୟ ଏବଂ ରାଷ୍ଟ୍ରପତି ପଦବୀର କାର୍ଯ୍ୟକଳାପ ଉପରେ ଅତ୍ୟଧିକ ପ୍ରଭାବ ପକାଉଥିଲେ। ତାଙ୍କର ରୁଷୀୟ ଅର୍ଥ କାରବାର ଏବଂ ଦୁର୍ନୀତି ସହ ସମ୍ପର୍କ ଥିବା ନେଇ ମଧ୍ୟ ଦାବି କରାଯାଇଛି।
ସୂଚନାଯୋଗ୍ୟ ଯେ, ଜେଫ୍ରି ଏପଷ୍ଟାଇନ ବିଶ୍ୱର ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପାଇଁ ଯୌନ ତସ୍କରୀ କରୁଥିଲେ। ୨୦୧୯ରେ ଜେଲରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା, ଯାହାକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା।
ପୂର୍ବ ସରକାରଙ୍କ ‘କୃଷକ ଓଡ଼ିଶା ପୋର୍ଟାଲ’କୁ ବିଲ୍‌ ଗେଟ୍ସଙ୍କ ପ୍ରଶଂସା
ଭୁବନେଶ୍ୱର: କୃଷକଙ୍କୁ ଆତ୍ମନିର୍ଭର, ସଶକ୍ତ ଭାବେ ଗଢ଼ିତୋଳିବା ପାଇଁ ବିଦାୟୀ ବିଜେଡି ସରକାର କାଳିଆଠାରୁ କୃଷକ ଓଡ଼ିଶା ପୋର୍ଟାଲ ପରି ଅଭିନବ ଯୋଜନା ଏବଂ କାର୍ଯ୍ୟକ୍ରମମାନ ପ୍ରଣୟନ କରି ଆସିଛନ୍ତି। ଯାହା କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି। ବିଶେଷକରି କୃଷି କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ପ୍ରୟୋଗ କରି ଓଡ଼ିଶା ଏ ଦିଗରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାକୁ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ ସରକାରଙ୍କ କୃଷକ ଓଡ଼ିଶା ପୋର୍ଟାଲ ପରି ପଦକ୍ଷେପ ଅନନ୍ୟ ଓ ପ୍ରଥମଥର ସେ ଏପରି କାର୍ଯ୍ୟ ଦେଖିଛନ୍ତି ବୋଲି ବିଲ୍‌ ଗେଟ୍ସ କହିଛନ୍ତି ।
ନିଜ ଭାରତ ଗସ୍ତ ସମ୍ପର୍କରେ ନିକଟରେ ଏକ ଆଲୋଚନାରେ ସେ କହିଛନ୍ତି ଯେ ଓଡ଼ିଶାରେ କୃଷି କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ବେଶ୍‌ ଭଲଭାବେ ପ୍ରୟୋଗ କରାଯାଉଛି। ଏଥିରେ କୃଷକଙ୍କ ବର୍ଗୀକରଣ ସହ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଏଥିରେ ବିଶଦ୍‌ ତଥ୍ୟ ରହିଛି। ଯଦି କୌଣସି ସମୟରେ ଫସଲରେ ରୋଗପୋକ ଲାଗୁଛି, ସେତେବେଳେ କୃଷକମାନଙ୍କୁ ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସୂଚନା ପ୍ରଦାନ କରାଯାଇପାରୁଛି। ସେହିପରି ଖରାପ ପାଣିପାଗ ସମ୍ବନ୍ଧରେ ମଧ୍ୟ କୃଷକମାନଙ୍କୁ ସଠିକ୍‌ ସମୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଉଛି। ଏହାସହ କୃଷିଜାତ ଦ୍ରବ୍ୟର ବଜାର ମୂଲ୍ୟରେ ପରିବର୍ତ୍ତନ ସମୟରେ ମଧ୍ୟ ରାଜ୍ୟ ସରକାର ଏହି କୃଷକ ଓଡ଼ିଶା ପୋର୍ଟାଲ ମାଧ୍ୟମରେ କୃଷକମାନଙ୍କୁ ଆବଶ୍ୟକୀୟ ସହାୟତା ଏବଂ ପରାମର୍ଶ ପ୍ରଦାନ କରିପାରୁଛନ୍ତି। କୃଷି କ୍ଷେତ୍ରରେ ଏପରି ପଦକ୍ଷେପକୁ ବିଲ ଗେଟ୍ସ ଡିଜିଟାଲ ବିପ୍ଳବ ଭାବେ ଅଭିହିତ କରିବା ସହ ଏ ଧରଣର ପଦକ୍ଷେପକୁ ସେ ପ୍ରଥମଥର ଦେଖିଥିବା ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି କୃଷକ ଓଡ଼ିଶା ପୋର୍ଟାଲରେ ରାଜ୍ୟର ୮୦ ଲକ୍ଷ କୃଷକଙ୍କ ସମସ୍ତ ତଥ୍ୟ ଉପଲବ୍ଧ ରହିଥିବା ବେଳେ ସେମାନଙ୍କୁ ରିୟଲ ଟାଇମ ସୂଚନା ପ୍ରଦାନ କରାଯାଇପାରୁଛି। ଫସଲର ସ୍ୱାସ୍ଥ୍ୟ, ପାଣିପାଗ ଏବଂ ବଜାର ମୂଲ୍ୟ ଉପରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଉଛି। ଯାହାଫଳରେ ଫସଲହାନୀ ପରି ସମସ୍ୟାକୁ ବହୁମାତ୍ରାରେ ହ୍ରାସ କରାଯାଇପାରୁଛି।
ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ଡଲି ଚାଏ ୱାଲା !
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଖବର। ବିଶ୍ୱର କୋଟିପତି ତାଲିକାରେ ଥିବା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ସାକ୍ଷାତ ପରେ ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର କାରଣ ପାଲଟିଛି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ସତ୍ୟତା ବିଷୟରେ…
ସକାଳ ହେଉ କି ସନ୍ଧ୍ୟା, ଗ୍ରୀଷ୍ମର ଦାଉ ଦାଉ ତାତି ହେଉ କି ଶୀତ ଭାରତୀୟମାନଙ୍କ ପ୍ରଥମ ପସନ୍ଦ ଚା’। ରାସ୍ତାକଡ଼ର ଚା’ ଦୋକାନରେ ଧନୀ ଗରିବ ସମସ୍ତେ ସମାନ। ତେବେ ନିଆରା ଢ଼ଙ୍ଗରେ ଚା’ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାନ୍ତି ନାଗପୁରର ଚା’ ଦୋକାନୀ ଡଲି ଚାଏୱାଲା। ନିକଟରେ ତାଙ୍କ ଚା’ ଦୋକାନରେ ଚାହା ପିଇଥିଲେ ସୁଦୂର ଆମେରିକାରୁ ଆସିଥିବା ବିଶ୍ୱର କୋଟିପତି ବିଲ ଗେଟ୍ସ। ଯାହାକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା। ନିକଟରେ ଭାରତ ଗସ୍ତରେ ଆସି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟ୍ସ ନାଗପୁରର ଏକ ଚା’ ଦୋକାନରେ ଚା’ ପିଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହି ଚା’ ଦୋକାନୀ ଜଣଙ୍କ ହେଉଛନ୍ତି ନାଗପୁରର ଡଲି ଚାଏୱାଲା। ବିଲ୍‌ ଗେଟ୍ସଙ୍କ ସହ ଡଲିର ଏକ ଫଟୋକୁ ନେଇ ଜାତୀୟ ଗଣମାଧ୍ୟମର ଏକ ବ୍ୟାଙ୍ଗାତ୍ମକ ନ୍ୟୁଜ ଆକାଉଣ୍ଟ ଦି ବିନ୍ଦୁ ଟାଇମ୍ସ ଦ୍ୱାରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି।
ଇନ୍‌ଷ୍ଟାଗ୍ରାମରେ କରାଯାଇଥିବା ଏହି ପୋଷ୍ଟରେ ଦି ବିନ୍ଦୁ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ମାଇକ୍ରୋସଫ୍ଟ ଉଇଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏୱାଲା। ଏହି ଖବର ପୋଷ୍ଟ ହେବା କ୍ଷଣି ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏହା ସହ ଏହି ଖବର ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ବାସ୍ତବରେ ବିନ୍ଦୁ ଟାଇମ୍ସ ପକ୍ଷରୁ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଏଭଳି ବ୍ୟାଙ୍ଗାତ୍ମକ ପୋଷ୍ଟ କରାଯାଇଥିବାବେଳେ ଅନେକ ଉପଭୋକ୍ତା ପୋଷ୍ଟର ବ୍ୟଙ୍ଗାତ୍ମକ ପ୍ରସଙ୍ଗକୁ ଅଣଦେଖା କରି ଏହାକୁ ସତ ଭାବିବା ସହ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏହି ଗୁଜବକୁ ନେଇ ମାଇକ୍ରୋସଫ୍ଟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ କରାଯାଇନାହିଁ। ଦି ବିନ୍ଦୁ ଟାଇମ୍ସ ଦ୍ୱାରା କରାଯାଇଥିବା ଏହି ବ୍ୟଙ୍ଗାତ୍ମକ ପୋଷ୍ଟରର ଭୁଲ ବ୍ୟାଖା ପାଇଁ ଏହି ଗୁଜବ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଫେବ୍ରୁଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ସଂସ୍ଥାପକ ବିଲ୍‌ ଗେଟ୍ସ
ଭୁବନେଶ୍ବର : ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ  ଓଡ଼ିଶା ଆସିବେ। ଫେବ୍ରୁଆରୀ ୨୮ରେ ଭୁବନେଶ୍ବରରେ ପହଞ୍ଚି ବିଲ୍ ଗେଟ୍ସ କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷି କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଚାଲିଛି ସେ ଦିଗରେ ବିଲ୍ ଗେଟ୍ସ  ଅବଗତ ହେବା ସହ  ଭବିଷ୍ୟତରେ ନୂତନ ଜ୍ଞାନକୌଶଳର ବ୍ୟବହାର କରି କିପରି କୃଷିରେ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା କରିବେ।
ଉଲ୍ଲେଖଯୋଗ୍ୟ ୨୦୧୭ ମସିହା ଏପ୍ରିଲ ମାସରେ ବିଲ୍‌ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଏମଓୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କ୍ଷୁଦ୍ର ଚାଷୀଙ୍କ ଜୀବନ ଧାରାରେ ଉନ୍ନତି ଏବଂ ଅର୍ନ୍ତଭୁକ୍ତୀ କରଣ ଚାଷ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୭ରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।
ନୂଆଦିଲ୍ଲୀ: ସାରା ବିଶ୍ବ ପାଇଁ ଭାରତ ଏବେ ଉଦାହରଣ ହୋଇଛି। କେବଳ ସେତିକି ନୁହେଁ ; ଭବିଷ୍ୟତ ପାଇଁ ଭରସା ମଧ୍ୟ ହୋଇଛି। ବିଶ୍ବ ଦୃଶ୍ୟପଟ୍ଟରେ ଦେଖାଯାଉଥିବା ବଡ଼ ବଡ଼ ଆହ୍ବାନକୁ କିଭଳି ସଫଳତାର ସହ ସମାଧାନ କରାଯାଇପାରିବ ତାହା ଭାରତ ଠାରୁ ଶିକ୍ଷା କରିବା ଆବଶ୍ୟକ ବୋଲି ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ କହିଛନ୍ତି। ସେ ନିଜ ବ୍ଲଗ ‘ଗେଟ୍ସ ନୋଟିସ’ରେ ଉଲ୍ଲେଖ କରି ଏଭଳି ଲେଖିବା ସହିତ ଭାରତ ଭବିଷ୍ୟତ ପାଇଁ ଆଶା ସଂଚାର ସୃଷ୍ଟି କରିଛି ବୋଲି କହିଛନ୍ତି। ବିଶେଷକରି ବିଭିନ୍ନ କ୍ଷେତ୍ରରେ ଦେଖାଯାଇଥିବା ଉତ୍କଟ ସମସ୍ୟାର ସମାଧାନ ଦିଗରେ ଭାରତ ଯେଭଳି ନିପୂଣତା ଦେଖାଇଛି ତାହାକୁ ସେ ଭୁରି ପ୍ରଶଂସା କରିଛନ୍ତି।
ବିଲ୍ ଗେଟ୍ସରେ ଲେଖିଛନ୍ତି ଯେ, କରୋନା କାଳରେ ସାରା ବିଶ୍ବ ସଂକଟରେ ଯୁଝିଥିଲା। ହେଲେ ଭାରତ ଏହି ସଂକଟର ସମାଧାନ ଦିଗରେ ଯେଭଳି ପଦକ୍ଷେପ ନେଇଥିଲା ତାହା ସମସ୍ତଙ୍କ ପାଇଁ ଉଦାହରଣ। କେବଳ ନିଜ ପାଇଁ ନୁହେଁ, ‘ଇନୋଭେସନ ଓ ଡେଲିଭରୀ ଚ୍ୟାନେଲସ’ ସହିତ ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ବଜାୟ ରଖିପାରିଛି ବୋଲି ଗେଟ୍ସ କହିଛନ୍ତି। ଏହାଦ୍ବାରା ବିଭିନ୍ନ ଦେଶର ସମସ୍ୟାର ସମାଧାନ ଦିଗରେ ପଥ ସୃଷ୍ଟି ହୋଇପାରିଛି। ସମସ୍ୟା ସମାଧାନ ଦିଗରେ ଯେ ବେକଳ ସମୟ ଏବଂ ପର୍ଯ୍ୟାପ୍ତ ଅର୍ଥ ଦରକାର ତାହାକୁ ଭାରତ ଭୂଲ ପ୍ରମାଣିତ କରିଛି । ବିଶେଷକରି ଜଳବାୟୁ ସଙ୍କଟ, ସ୍ବାସ୍ଥ୍ୟ, ଦାରଦ୍ର୍ୟ ଦୂରୀକରଣ ଏବଂ ନବଉନ୍ମେଷ ଦିଗରେ ଭାରତର ଭୂମିକା ଏବେ ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଗେଟ୍ସ କହିଛନ୍ତି। ଏଥିପାଇଁ ଭାରତ ମୋ ପାଇଁ ଭବିଷ୍ୟତର ଭରସା ପାଲଟିଛି ବୋଲି ଗେଟ୍ସ କହିଛନ୍ତି। ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ। ଏଠାରେ ଅନେକ ସମସ୍ୟା ରହିଛି ଯାହାକୁ ଏକସଙ୍ଗରେ ସମାଧାନ କରିବା ସମ୍ଭବ ନୁହେଁ । ହେଲେ ଏହାକୁ ଭାରତ ଭୁଲ ପ୍ରମାଣିତ କରିଛି। ସବୁ ଆହ୍ବାନକୁ କିଭଳି ସକାରାତ୍ମକ ଭାବେ ଗ୍ରହଣ କରି ଏହାର ସମାଧାନ କରାଯାଇପାରିବ ତାହା ଭାରତ ବିଶ୍ବବାସୀଙ୍କୁ ଦେଖାଇଛି । ଭାରତରେ ଏବେ ଗରିବୀ ହ୍ରାସ ପାଇଥିବା ବେଳେ ଏଚଆଇଭି ଭଳି ମାରାତ୍ମକ ରୋଗ ମଧ୍ୟ କମିଛି। ସେହିପରି ଶିଶୁ ମୃତ୍ୟୁହାର ହ୍ରାସ ପାଇବା ସହିତ ସ୍ବଚ୍ଛତାରେ ମଧ୍ୟ ଭାରତ ଅଗ୍ରଗତି କରୁଛି ବୋଲି ବିଲ୍ ଗେଟ୍ସ କହିଛନ୍ତି । ବିଲ ଗେଟ୍ସ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଥିଲା ବେଳେ ଏହାପୂର୍ବରୁ ତାଙ୍କ ବ୍ଳଗ୍ରେ ଏଭଳି ଉଲ୍ଲେଖ କରି ବିଭିନ୍ନ ମହଲକୁ ଚମକାଇ ଦେଇଛନ୍ତି।