skipping - The Sakala
ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଜିମ୍‌ ଯାଇ କଷ୍ଟକର ବ୍ୟାୟାମ କରିବା ବଦଳରେ ୨୦ ମିନିଟ୍‌ ସ୍କିପିଂ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ। ସ୍କିପିଂ କରିବା ସମୟରେ ଅଣ୍ଟା, କାନ୍ଧ, ଛାତି, ମୁଣ୍ଡ ଓ ଗୋଡ଼କୁ ସିଧା କରି ଠିଆ ହୁଅନ୍ତୁ। ସ୍ପ୍ରିଙ୍ଗ୍‌ ଦଉଡ଼ି ପରିବର୍ତ୍ତେ ସାଧାରଣ ସ୍କିପିଂ ଦ୍ବାରା ବ୍ୟାୟାମ କରିବା ଉତ୍ତମ। କାରଣ ସାଧାରଣ ଦଉଡ଼ିକୁ ହାତରେ ଧରି ମୁଣ୍ଡ ଉପରୁ ତଳକୁ ଆଣିବା ଦ୍ବାରା ହାତର ମାଂସପେଶୀ ଓ କାନ୍ଧର ବ୍ୟାୟାମ ମଧ୍ୟ ହୁଏ। ସ୍କିପିଂକରିବା ଦ୍ବାରା ଅନ୍ୟାନ୍ୟ ସ୍ବାସ୍ଥ୍ୟଲାଭ ସମ୍ପର୍କରେ ଆସନ୍ତୁ ଜାଣିବା।
-ଶରୀରରେ ଥିବା କ୍ୟାଲୋରି ଖୁବ୍‌ ଶୀଘ୍ର ହ୍ରାସ ପାଇଥାଏ। କ୍ୟାଲୋରି ହ୍ରାସ ପାଇବା ଦ୍ବାରା ମେଦ ବହୁଳତା କମିଥାଏ ଏବଂ ଶରୀରର ଓଜନ ନିୟନ୍ତ୍ରଣ ହେବ। କାରଣ ଏହି ଗୋଟିଏ ବ୍ୟାୟାମ ଦ୍ବାରା ସମ୍ପୂର୍ଣ୍ଣ ଶରୀର କାର୍ଯ୍ୟକ୍ଷମ ହୋଇଥାଏ।
-ସ୍କିପିଂ ହେଉଛି ଏକ କାର୍ଡିଓ ଭାସ୍କୁଲାର୍‌ ବ୍ୟାୟାମ, ଯାହାଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା ବୃଦ୍ଧି ହୋଇଥାଏ। ଏହାଦ୍ବାରା ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ। ହୃତ୍‌ପିଣ୍ଡ ସୁସ୍ଥ ରହିବା ଦ୍ବାରା ରକ୍ତ ସଞ୍ଚାଳନ ଠିକ୍‌ ରହେ ଏବଂ ଶରୀର ସୁସ୍ଥ ରହିଥାଏ।
-ସ୍କିପିଂ ଦ୍ବାରା ଶରୀରର ପ୍ରତ୍ୟେକ ଅଙ୍ଗ ଓ ମାଂସପେଶୀ କାର୍ଯ୍ୟକ୍ଷମ ହେବା ଦ୍ବାରା ଶରୀର ସୁଦୃଢ଼ ହୋଇ ଶକ୍ତି ଆସିଥାଏ। ମାଂସପେଶୀ ଓ ସ୍ନାୟୁ ମଜଭୁତ ହୋଇଥାଏ।
-ଶରୀରର ମାଂସପେଶୀ ଓ ସ୍ନାୟୁ ମଜଭୁତ୍ ହେବା ଦ୍ବାରା ହାଡ଼ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ହାଡ଼ ମଧ୍ୟ ମଜଭୁତ ହୋଇଥାଏ।
-ସ୍କିପିଂ ଦ୍ବାରା ଶରୀର ଗଠନ ଆକର୍ଷଣୀୟ ହୋଇଥାଏ ଏବଂ ପାଦ ଓ ଗୋଇଠି ମଜଭୁତ ହୋଇଥାଏ।