FBI - The Sakala

FBI ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି ଜଣେ ଭାରତୀୟଙ୍କ ନାଁ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି । FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ସୋସିଆଲ ମିଡିଆ ‘ଏକ୍ସ’ ରେ FBI ଏହି ସୂଚନା ଦେଇଛି।

The #FBI offers a reward of up to $250,000 for info leading to the arrest of Ten Most Wanted Fugitive Bhadreshkumar Chetanbhai Patel, wanted for allegedly killing his wife while they were working at a donut shop in Hanover, Maryland, on April 12, 2015: https://t.co/tCZ0Fde7WQ pic.twitter.com/GGLK4dBLhA

— FBI Most Wanted (@FBIMostWanted) April 12, 2024

ସୂଚନା ଅନୁଯାୟୀ, FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲଙ୍କ ନାମ ରହିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ୨୦୧୫ ମସିହାରୁ ଭଦ୍ରେଶ ଫେରାର ଅଛନ୍ତି।

ସୂଚନା ଅନୁଯାୟୀ, ମେରିଲ୍ୟାଣ୍ଡ ରାଜ୍ୟ ହାନୋବରରେ ଥିବା ଡଙ୍କିନ୍ ଡୋନାଟ୍ସ କଫି ସପ୍ ଭିତରେ ଭଦ୍ରେଶ ତାଙ୍କର ୨୧ ବର୍ଷିୟା ସ୍ତ୍ରୀ ପଲକକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣା ସମୟରେ ଗ୍ରାହକମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

WTOP ରିପୋର୍ଟ ଅନୁଯାୟୀ, ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡା ହେଉଥିଲା। ପଲକ ପଟେଲ ଭାରତକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭଦ୍ରେଶ ସ୍ତ୍ରୀ ପଲକକୁ ହତ୍ୟା କରିଥିଲା। ଏହାପରେ ଭଦ୍ରେଶ ଫେରାର ହୋଇ ଯାଇଥିଲେ। FBI ଭଦ୍ରଶ ପଟେଲଙ୍କୁ ଜଣେ ହତ୍ୟାକାରୀ ତଥା ବପଜ୍ଜନକ ଅପରାଧୀ କହିଛି। ଏହା ପୂର୍ବରୁ FBI ଭଦ୍ରେଶକୁ ଧରିବା ପାଇଁ ତାଲିକା ଏବଂ ପୁରଷ୍କାର ରାଶି ଘୋଷଣା କରିଥିଲା ।

୧୨ ବର୍ଷ ପରେ ଭାରତ ଆସୁଛନ୍ତି ଆମେରିକାର ଗୁପ୍ତଚର ସଂସ୍ଥା (FBI)ର ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଓ ସୁରକ୍ଷା ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ର ମୁଖ୍ୟ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ଏହି ଗସ୍ତ ବେଶ ଗୁରୁତ୍ବ ବହନ କରିପାରେ। ସେ ଏପରି ଏକ ସମୟର ଆସିବାକୁ ଯାଉଛନ୍ତି ଯେତେବେଳେ ନିକଟରେ ଆମେରିକା ପ୍ରଶାସନ ଜଣେ ଭାରତୀୟ ନାଗରିକ ତଥା ଜଣେ ଭାରତୀୟ ଏଜେନ୍ସିର ଜଣେ ଅଧିକାରୀଙ୍କ ବିରୋଧରେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ଆସିଛି।

FBI ନିର୍ଦ୍ଦେଶକ କ୍ରିଷ୍ଟୋଫର୍ ଏ. ରୟ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ରୟ ୧୧ ଏବଂ ୧୨ ଡିସେମ୍ବରରେ ଭାରତ ଗସ୍ତରେ ଆସୁଛନ୍ତି। ୨୦୧୭ ମସିହାରେ  FBIର ନିର୍ଦ୍ଦେଶକ ହେବା ପରେ ଏହା କ୍ରିଷ୍ଟୋଫରଙ୍କ ହେଉଛି ପ୍ରଥମ ଭାରତ ଗସ୍ତ। ୧୨ବର୍ଷ ପରେ FBI ର ମୁଖ୍ୟ ଭାରତ ଗସ୍ତରେ ଆସୁଛନ୍ତି।

ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି FBI ମୁଖ୍ୟଙ୍କ ଭାରତ ଗସ୍ତକୁ ନିଶ୍ଚିତ କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଗାର୍ସେଟ୍ଟି ମଧ୍ୟ ଆମେରିକା-ଭାରତ ସମ୍ପର୍କର ଶକ୍ତି ଏବଂ ବାଇଡେନ୍ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନୂଆଦିଲ୍ଲୀ ଗସ୍ତ ବିଷୟରେ ସୂଚନା ଦେଇଥିଲେ।

FBI ନିର୍ଦ୍ଦେଶକ ଭାରତ ଗସ୍ତ ସମୟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମୁଖ୍ୟ ଦିନକର ଗୁପ୍ତାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହା ବ୍ୟତୀତ କ୍ରିଷ୍ଟୋଫର୍ ଭାରତୀୟ ଗୁପ୍ତଚର ଏଜେନ୍ସି ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିପାରନ୍ତି।  ଏହା ବ୍ୟତୀତ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ମାମଲା ଏଫବିଆଇ ଦ୍ୱାରା ଆଲୋଚନାରେ ଅନ୍ତର୍ଭୁକ୍ତ କରାଯାଇପାରେ ବୋଲି ଜଣାପପଡିଛି। ବ୍ରିଟେନର ଏକ ଦୈନିକ ଖବର କାଗଜ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ହତ୍ୟା କରିବା ଷଡଯନ୍ତ୍ରକୁ ଆମେରିକା ପଣ୍ଡ କରିଥିଲା। ଏହି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଅଭିଯୋଗରେ ଭାରତକୁ ଚେତାବନୀ ମଧ୍ୟ ଦେଇଥିଲା। ତେବେ ଏହି ଘଟଣା କେବେ ଘଟିଥିଲା ସେନେଇ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍‌ବିଆଇକୁ ସହାୟତା ମଗାଯାଇଥିଲା । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏଭଳି ଖବର ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କ୍ରାଇମବ୍ରାଞ୍ଚ ଶନିବାର ସ୍ପଷ୍ଟ କରିଛି।

ଫେବ୍ରୁଆରୀ ୨୨ରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା ଗୃହ ବିଭାଗ । ୧୮୭/ସି/୨୨.୦୨.୨୦୨୩ ନମ୍ବର ଚିଠିରେ କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । କିଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଛ କହିବା ସହ ଅସମର୍ଥିତ ଖବର ପ୍ରସାରଣ ନକରିବାକୁ କ୍ରାଇମବ୍ରାଞ୍ଚ ଅନୁରୋଧ କରିଛି ।

ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା FBI, ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯିବନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଉଛନ୍ତି। ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି। ତେବେ ରାଜ୍ୟର ବିରୋଧୀ ଦଳ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ନେଇ ଗତ କିଛି ଦିନ ହେବ ରାଜନୀତିର ରୁଟି ସେକୁଥିବା ବେଳେ, ଆଜି, ଏନେଇ ବିଧାନସଭାରେ ନିଜ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି ।

ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି। ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି । ଅଭିଯୁକ୍ତ ଠାରୁ ସତ୍ୟ କାଢିବା ତଥା ଅଧିକ ତଥ୍ୟ ବାହାର କରିବାପାଇଁ ଗୁଜୁରାଟ ଗାନ୍ଧିନଗରରେ ରାଜ୍ୟ ଫରେନସିକ୍‌ ଲ୍ୟାବରେ ବିଶେଷଜ୍ଞଙ୍କ ଦ୍ବାରା  ଗାନ୍ଧିନଗର କରାଯାଇଅଛି । ହତ୍ୟା କାଣ୍ଡର ପକୃତ ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି।

ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଏଫବିଆଇର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ। ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଯାହା ବି କିଛି ଆବଶ୍ୟକ ତାହା ନିଶ୍ଚିତ କରାଯିବ। ମୁଖ୍ୟମନ୍ତ୍ରୀ ଗୃହକୁ ପୁନଃ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା। ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।