International Mother Language Day - The Sakala

ମାତୃଭାଷା ଆମର ଗୌରବ: ଓଡ଼ିଆର ସୁରକ୍ଷା ଓ ପ୍ରସାର ପାଇଁ ଆଜି ନିଅନ୍ତୁ ଶପଥ
ଆଜି ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଏହା ଗୋଟିଏ ଜାତିର ପରିଚୟ, ଅସ୍ମିତା ଏବଂ ସ୍ୱାଭିମାନର ପ୍ରତୀକ। ଏହି ବିଶେଷ ଦିବସରେ ଓଡ଼ିଶାବାସୀ ନିଜର ପ୍ରିୟ ମାତୃଭାଷା 'ଓଡ଼ିଆ'ର ଗୌରବଗାଥାକୁ ମନେ ପକାଇବା ସହ ଏହାର ସମୃଦ୍ଧି କାମନା କରୁଛନ୍ତି।

ବରେଣ୍ୟ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ଭାଷାର ସୁରକ୍ଷା, ବିକାଶ ଓ ପ୍ରସାର କ୍ଷେତ୍ରରେ ଅନେକ ମହାପୁରୁଷଙ୍କ ଅମୂଲ୍ୟ ଅବଦାନ ରହିଛି। ସେମାନଙ୍କର ନିରলস ଉଦ୍ୟମ ଯୋଗୁଁ ଆଜି ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଆଜିର ଏହି ପବିତ୍ର ଦିବସରେ ସେହି ବରେଣ୍ୟ ସାଧକମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ।

ଭାଷାର ପ୍ରସାର ପାଇଁ ଆହ୍ୱାନ

ଭାଷା ହିଁ ସମୃଦ୍ଧିର ମୂଳ ଆଧାର। ମାତୃଭାଷାକୁ ଭଲପାଇବା ଏବଂ ଏହାର ବ୍ୟବହାରକୁ ଦୈନନ୍ଦିନ ଜୀବନରେ ଗୁରୁତ୍ୱ ଦେବା ଆବଶ୍ୟକ। କେବଳ ଦିବସ ପାଳନରେ ସୀମିତ ନ ରହି, ଆମ ମାତୃଭାଷାକୁ ଆହୁରି ସୁଦୂରପ୍ରସାରୀ କରିବା ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଛି। ନିଜ ଭାଷାକୁ ସମ୍ମାନ ଦେଲେ ହିଁ ଆମର ସଂସ୍କୃତି ଓ ପରମ୍ପରା ବଞ୍ଚିରହିବ।

ଆଜି ବିଶ୍ୱ ମାତୃଭାଷା ଦିବସ: ବନ୍ଦ କୋଠରିରେ ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ଦେଉଥିବା ‘ବର୍ଣ୍ଣବୋଧ’
ଭୁବନେଶ୍ୱର: ଆଜି ବିଶ୍ୱ ମାତୃଭାଷା ଦିବସ। ମାତୃଭାଷାକୁ ଉପଲବ୍ଧି କରିବାର ଦିନଟିଏ। କିନ୍ତୁ ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ଦେଉଥିବା ‘ବର୍ଣ୍ଣବୋଧ’ ଏବେ ବନ୍ଦ କୋଠରିରେ। ଯେଉଁ ବର୍ଣ୍ଣବୋଧରୁ ଓଡ଼ିଆର ‘ଅ’ଠାରୁ ଲ’ ଶିଖିବାର ପ୍ରକ୍ରିୟା ଆରମ୍ଭ ହୁଏ, ମାତୃଭାଷାର ମୂଳଦୁଆ ପଡ଼େ; ଏବେ ସେହି ବହିଟି ନିଖୋଜ। ବର୍ଣ୍ଣବୋଧ ଛପାଗଲା; କିନ୍ତୁ ଭୁଲ ଛପାଗଲା। ପୁଣି ସଂଶୋଧନ କରି ଛାପିବା ପାଇଁ ନିଷ୍ପତ୍ତି ନେବା ପରେ ଏବେ ଅନିଶ୍ଚିତା ଭିତରେ ‘ଛବିଳ ମଧୁ ବର୍ଣ୍ଣବୋଧ’। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମୟରେ ୨୦୧୨ରେ ଶୁଦ୍ଧ ଓଡ଼ିଆ ବନାନ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଭକ୍ତକବି ମଧୁସୂଦନ ରାଓଙ୍କ ଏହି ବର୍ଣ୍ଣବୋଧକୁ ପୁନଃ ପ୍ରକାଶ କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ବୋର୍ଡର ଏକ ବୈଠକରେ ସ୍ଥିର ହୋଇଥିଲା। ଏହାର ଛପା ଦାୟିତ୍ୱ ସଂସ୍କୃତି ବିଭାଗ ଅଧୀନସ୍ଥ ଭାଷା ପ୍ରତିଷ୍ଠାନ ଉପରେ ନ୍ୟସ୍ତ ରହିଛି। ମାତ୍ର ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ବର୍ଣ୍ଣବୋଧ ଛପା ନ ଯାଇ ଅଟକି ରହିଛି।

୨୦୧୪ ମସିହାରେ ୧ଲକ୍ଷ ୫ହଜାର ବହି ଛପାଯାଇଥିଲା। କିନ୍ତୁ ନୂଆ ରୂପରେ ଏହା ଆସିବା ପରେ ବିବାଦ ହୋଇଥିଲା। ୨୦୧୪ରେ ଅଭିଯୋଗ ଉଠିଲା ଯେ ଏହି ନୂଆ ପ୍ରକାଶନ ବିକୃତ ହୋଇଛି। ବର୍ଣ୍ଣବୋଧର ‘ବିଲେଇ’ ଚିତ୍ରଟି ପ୍ରଥମ ପୃଷ୍ଠାରେ ନ ଥିଲା। ପୁଣି ‘ଛବିଳ ମଧୁ ବର୍ଣ୍ଣବୋଧ’ର ନାଁ ପରିବର୍ତ୍ତନ ହୋଇ ତାହା ହୋଇଯାଇଥିଲା ‘ଛବିଳ ବର୍ଣ୍ଣବୋଧ’। ‘ମଧୁ’ ନାଁ ବହିରୁ କାଟିଦେବା ଯୋଗୁଁ ବହୁ ବାଦ ବିବାଦ ହୋଇଥିଲା। ବର୍ଣ୍ଣମାଳାରୁ ଈ,ଋ,ଶ,ଷ ଉଠାଇଦେବା ଯୋଗୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲ ଏହାକୁ ଗ୍ରହଣ କରାଯାଇନଥିଲା। ଏତେ ସବୁ ବାଦବିବାଦ ପରେ କୋର୍ଟ ଏହାକୁ ଛାପିବା ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏବେ ବି ଅନିଶ୍ଚିତା ଭିତରେ ରହିଛି। ସରକାର ନିଷ୍ପତ୍ତି ନେଇଥିଲେ ଯେ ବିଚ୍ଛିନ୍ନାଞ୍ଚଳରେ ୫୨ହଜାର ପ୍ରାଥମିକ ବିଦ୍ୟାଳୟରେ ଏହି ବହି ବଣ୍ଟାଯିବ।

ନୂଆ ବର୍ଣ୍ଣବୋଧର ଉନ୍ମୋଚନ ପାଇଁ ଦିନ ଧାର୍ଯ୍ୟ କରାଯାଇ ପ୍ରତିଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ୨ଟି ଲେଖାଏଁ ବହି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ବହୁ ବିଶିଷ୍ଟ ସାହିତ୍ୟିକ ପୁସ୍ତକରେ ଅନେକ ତ୍ରୁଟି ଥିବା ଦର୍ଶାଇ ଏହାକୁ ବିରୋଧ କରିବା ପରେ ମାମଲା କୋର୍ଟକୁ ଚାଲିଯାଇଥିଲା। ଏହାପରେ ବର୍ତ୍ତମାନ ଭାଷା ପ୍ରତିଷ୍ଠାନ ପକ୍ଷରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚରେ ଛପା ଯାଇଥିବା ୧ଲକ୍ଷ ୫ହଜାର ବହିର ଏବେ ଯାଏଁ ବି ଫିଟିପାରିନି ଭାଗ୍ୟ। ଏବେ ଭାଷା ପ୍ରତିଷ୍ଠାନ ସଂସ୍କୃତି ବିଭାଗ ଅଧୀନରେ ଅଛି। ଏହି ପ୍ରକାଶନକୁ ବର୍ଷ ପରେ ବର୍ଷ ବିତିଚାଲିଥିଲେ ସୁଦ୍ଧା କିନ୍ତୁ ଭୁଲ୍‌‌କୁ ସଂଶୋଧନ କରାଯାଇପାରିନି। ଏସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି, ଛବିଳ ବର୍ଣ୍ଣବୋଧ ଛପା ହେବା ନିଷ୍ପତ୍ତି ନେଇ କୌଣସି ସୂଚନା ନାହିଁ। ଏ ନେଇ ବୁଝାବୁଝି କରିବା ପରେ ଅବଗତ କରିବେ। ସେପଟେ ଛବିଳ ବର୍ଣ୍ଣବୋଧକୁ ଉଦ୍ଧାର କରାଯାଇ ସବୁ ବିଦ୍ୟାଳୟମାନଙ୍କରେ ବାଣ୍ଟିବା ପାଇଁ ସାହିତ୍ୟିକମାନେ କହିଛନ୍ତି। ବର୍ଣ୍ଣବୋଧରେ ଯେଉଁ ଭୁଲ ଭ୍ରାନ୍ତି ରହିଛି, ସେସବୁ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରି ଭୁଲ ସଂଶୋଧନ କରାଯିବା ଆବଶ୍ୟକ। ଏହାଦ୍ୱାରା ଓଡ଼ିଆ ଭାଷାର ଉନ୍ନତି ହେବ। ଏହାସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବର୍ଣ୍ଣବୋଧ ପୁସ୍ତକ ଛପା ଯାଇ ବଜାରରେ ବିକ୍ରି କରାଯାଉଥିବାବେଳେ ସଂସ୍କୃତି ବିଭାଗ ପକ୍ଷରୁ ଛପା ଯିବାକୁ ଥିବା ଏହି ବର୍ଣ୍ଣବୋଧ ପୁସ୍ତକ ଏବେ ବି ଅନିଶ୍ଚିତା ଭିତରେ ରହିଛି।