Hindenburg Research - The Sakala

ବନ୍ଦ ହେଲା ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନୀଙ୍କୁ ଘାଇଲା କରୁଥିବା ହିଣ୍ଡେନ୍‌ବର୍ଗ
ନୂଆଦିଲ୍ଲୀ: ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଟ୍ ଡାଉନ୍‌। ଯେଉଁ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟର ନାମ ଶୁଣିବା ମାତ୍ରେ ପୁଞ୍ଜି ବଜାରରେ ହେଉଥିଲା ହଲଚଲ, ଆଉ କମ୍ପାନୀମାନଙ୍କ ମଧ୍ୟରେ ପଶୁଥିଲା ଛନକା। ରିସର୍ଚ୍ଚ ରିପୋର୍ଟରେ ବଡ଼ ବଡ଼ କମ୍ପାନୀଙ୍କୁ ଘାଇଲା କରୁଥିବା ହିଣ୍ଡନବର୍ଗର ବନ୍ଦ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥନ୍‌ ଆଣ୍ଡରସନ୍‌। ସୋସିଆଲ୍ ମିଡିଆ ଏକ୍ସରେ ଏକ ଭାବ ବିହ୍ୱଳ ପୋଷ୍ଟ ଜରିଆରେ ଆଣ୍ଡରସନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ବଡ ସର୍ଟ ସେଲିଂ କମ୍ପାନୀ ରାତାରାତି କାହିଁକି ବନ୍ଦ ହେଲା। କମ୍ପାନୀ ଉପରେ ବନ୍ଦ ନେଇ କାହାର ଚାପ ପଡିନାହିଁ ତ ?

ହିଣ୍ଡେନ୍‌ବର୍ଗର ରିସର୍ଚ୍ଚ ରିପୋର୍ଟରେ ଫସିଛନ୍ତି ବହୁ ବିଦେଶୀ କମ୍ପାନୀ। ହେଲେ ନିଜ ରିସର୍ଚ୍ଚର ବୁଡ଼ିଆଣୀ ଜାଲରେ ଅନ୍ୟକୁ ଛନ୍ଦୁଥିବା ଏହି ସର୍ଟ ସେଲିଂ କମ୍ପାନୀରେ ପଡ଼ିବାକୁ ଯାଉଛି ସଟ୍ଟର। ହିଣ୍ଡେନ୍‌ବର୍ଗ ସେୟାର ବଜାରରେ ଠକେଇର ଗୁମର ଖୋଲିବା ସହ ସାମ୍ନାକୁ ଆଣୁଥିଲା ଆର୍ଥିକ ହେରଫେରର କଳା ଚିଠା।

କେବଳ ଛୋଟ କମ୍ପାନୀ ନୁହେଁ ଶିଳ୍ପପତି ଗୌତମ ଆଦାନୀଙ୍କ ସମେତ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ଭଳି ବଡ଼ ବଡ଼ ଭାରତର ପ୍ରତିଷ୍ଠିତ ବ୍ୟକ୍ତି ହିଣ୍ଡେନ୍‌ବର୍ଗର ଶିକାର ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ରେ ଆମେରିକାରେ ପ୍ରତିଷ୍ଠା ହୋଇଥିଲା ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ। ସଂସ୍ଥାପକ ନାଥନ ଆଣ୍ଡରସର ଏହାର ନାଁ ରଖିଥିଲେ ହିଣ୍ଡନବର୍ଗ ରିସର୍ଚ୍ଚ। ପୁଞ୍ଜି ବଜାରରେ ହେଉଥିବା ବଡ଼ ବଡ଼ ଠକେଇ ଏବଂ କୁପରିଚାଳନାକୁ କମ୍ପାନୀ ଅନେକ ତଥ୍ୟ ଖୁଲାସା କରୁଥିଲା। ଏକ୍ସରେ ଆଣ୍ଡରସନ୍‌ କହିଛନ୍ତି ଯେ, ଆମର ପ୍ରତିଶ୍ରୁତିବଦ୍ଧତା ପୂର୍ଣ୍ଣ ହୋଇଛି। ଏବେ କମ୍ପାନୀକୁ ବନ୍ଦ କରିବାର ସମୟ ଆସିଯାଇଛି। ହିଣ୍ଡନବର୍ଗ ରିସର୍ଚ୍ଚ ଜାଲରେ ଛନ୍ଦି ହୋଇଥିଲା ଆଦାନୀ ଗ୍ରୁପ୍‌। ୨୦୨୩ ଜାନୁଆରୀରେ ଆଦାନୀ ଗ୍ରୁପର ଷ୍ଟକ୍ ସର୍ଟ ସେଲିଂ କରିଥିଲା। ହେଲେ କମ୍ପାନୀ ନିଜ ଷ୍ଟକକୁ ଉଚିତ୍ ମୂଲ୍ୟାଙ୍କନ ଅପେକ୍ଷା ୮୫ ପ୍ରତିଶତ ମହଙ୍ଗାରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଥିଲା ହିଣ୍ଡେନ୍‌ବର୍ଗ।

ହିଣ୍ଡେନ୍‌ବର୍ଗ’ର ନୂଆ ରିପୋର୍ଟକୁ ନେଇ ହଇଚଇ : ସେବି ଅଧ୍ୟକ୍ଷା କହିଲେ ସବୁ ମିଛ, କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି
ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନରେ ପୁଣି ଥରେ ଭାରତରେ ଫୁଟିଛି ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ବୋମା। ଏଥର ସଦ୍ୟତମ ରିପୋର୍ଟରେ କମ୍ପାନୀ ଯାହା ଖୁଲାସା କରିଛି ତାହା ପୂର୍ବଥର ଭଳି ଆଦାନୀ ଗ୍ରୁପର ନିଦ ହଜାଇଦେବା ଭଳି ହୋଇଛି। ଏହି ରିପୋର୍ଟରେ ହିଣ୍ଡେନ୍‌ବର୍ଗ ଭାରତୀୟ ପୁଞ୍ଜି ବଜାର ନିୟାମକ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ବୁଚ୍‌ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରିପୋର୍ଟରେ ସେବି ଅଧ୍ୟକ୍ଷା ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ନାମ ଆଦାନୀ ସ୍କାମ ସହ ଜଡିତ ଅଛି। ଶନିବାର ବିଳମ୍ବିତ ରାତିରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପର ଅସ୍ପଷ୍ଟ ବିଦେଶ ଜାଲ କମ୍ପାନୀରେ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କର ଅଂଶଧନ ରହିଥିଲା। ତେଣୁ ଆଦାନୀ ମାମଲାରେ ସେବି ସେଭଳି କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

ବିଲିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଉପରେ ପୂର୍ବ ରିପୋର୍ଟର ପ୍ରକାଶର ଦୀର୍ଘ ୧୮ମାସ ପରେ ହିଣ୍ଡେନ୍‌ବର୍ଗ ଏହି ରିପୋର୍ଟ ଉନ୍ମୋଚନ କରିଛି। କମ୍ପାନୀ ଶନିବାର ଭାରତରେ କିଛି ଭଗୋଟିଏ ବଡ଼ ଘଟଣା ଘଟିବାକୁ ଯାଉଥିବା ନେଇ ଢ଼େର ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲା। ଶେଷରେ କମ୍ପାନୀ ବିଳମ୍ବିତ ରାତ୍ରିରେ ଏଭଳି ରିପୋର୍ଟ ପ୍ରକାଶ କରି ହଟ୍ଟଚମଟ ସୃଷ୍ଟି କରିଛି। ମରିସସ୍‌ରେ ଆଦାନୀ ଗ୍ରୁପର କଳା ଟଙ୍କା ନେଟ୍‌ୱାର୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗୁପ୍ତ ଡକ୍ୟୁମେଣ୍ଟଗୁଡିକୁ ଦର୍ଶାଇ ହିଣ୍ଡେନବର୍ଗ ରିସର୍ଚ୍ଚ କହିଛି ଯେ ଆଦାନୀ ସ୍କାମ୍‌ରେ ବ୍ୟବହୃତ ବିଦେଶୀ ସଂସ୍ଥାଗୁଡ଼ିକରେ ସେବି ଅଧ୍ୟକ୍ଷ ଏବଂ ତାଙ୍କ ସ୍ୱାମୀଙ୍କ ଅଂଶଧନ ରହିଛି। ଏହି ସଂସ୍ଥାଗୁଡିକ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବଡ ଭାଇ ବିନୋଦ ଆଦାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ରିପୋର୍ଟରେ କୁହାଯାଇଛି।

NEW FROM US:

Whistleblower Documents Reveal SEBI’s Chairperson Had Stake In Obscure Offshore Entities Used In Adani Money Siphoning Scandalhttps://t.co/3ULOLxxhkU

— Hindenburg Research (@HindenburgRes) August 10, 2024

ରିପୋର୍ଟରେ ଦର୍ଶାଯାଇଛି ଯେ ମାଧବୀ ତାଙ୍କ ଅଂଶଧନକୁ ତାଙ୍କ ସ୍ୱାମୀଙ୍କୁ ନିକଟକୁ ହସ୍ତାନ୍ତର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୦୧୭ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାଧବୀ ସେବିର ଅଧ୍ୟକ୍ଷ ରହିଥିଲେ। ସିଙ୍ଗାପୁରର ଆଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ରହିଥିଲା। ମାର୍ଚ୍ଚ ୧୬, ୨୦୨୨ରେ ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବାର ଦୁଇ ସପ୍ତାହ ପୂର୍ବରୁ ସେ କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ୱାମୀଙ୍କ ନାମକୁ ସ୍ଥାନାନ୍ତର କରିଥିଲେ। ହିଣ୍ଡେନ୍‌ବର୍ଗ ପକ୍ଷରୁ କଥିତ ଏହି ବିଦେଶୀ ଜାଲ କମ୍ପାନୀରେ ଏହି ଜାଲ କମ୍ପାନୀରେ ମାଧବୀଙ୍କର ଅଂଶଧନର ମୂଲ୍ୟ ୮୭୨,୭୬୨.୨୫ ଆମେରିକୀୟ ଡଲାର ହେବ।

ତେବେ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ତାଙ୍କ ସ୍ୱାମୀ ଓ ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଛନ୍ତି । ସେ ଏହି ରିପୋର୍ଟକୁ ମିଛ, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ତାଙ୍କ ଜୀବନ ଓ ଆର୍ଥିକ ଅବସ୍ଥା ଏକ ଖୋଲା ପୁସ୍ତକ ବୋଲି କହିଛନ୍ତି । ସେପଟେ ଘଟଣାର ତୁରନ୍ତ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ରାତିରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛନ୍ତି, ଆଦାନୀ ମେଗାସ୍କାମର ଅନୁସନ୍ଧାନ କରିବାକୁ ସେବିର ଅନିଚ୍ଛା ଦୀର୍ଘ ଦିନ ଧରି ବିଶେଷ କରି ସୁପ୍ରିମକୋର୍ଟର ବିଶେଷଜ୍ଞ କମିଟି ଦ୍ୱାରା ଦେଖାଯାଇଥିଲା। ସେହି କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ ସେବି ୨୦୧୮ରେ ବିଦେଶୀ ପାଣ୍ଠିର ଲାଭଦାୟକ ମାଲିକାନା ସମ୍ବନ୍ଧୀୟ ରିପୋର୍ଟ ଆବଶ୍ୟକତାକୁ ଦୁର୍ବଳ କରିଦେଇଛି ଏବଂ ୨୦୧୯ ରେ ସେଗୁଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି।ଜୟରାମ ରମେଶଙ୍କ ଅନୁଯାୟୀ, ହିଣ୍ଡେନବର୍ଗ ଅନୁସନ୍ଧାନର ସଦ୍ୟତମ ଅଭିଯୋଗ ଗୌତମ ଆଦାନୀଙ୍କ କ୍ରମାଗତ ୨୦୨୨ ମାଧବୀଙ୍କ ସହ ସେବି ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପରେ ନୂତନ ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପଟେ ଟିଏମସି ସାଂସଦ ମହୁଆ ମୋଇତ୍ର କହିଛନ୍ତି ଆଦାନୀଙ୍କ ଶୈଳୀରେ ସେବି ଅଧ୍ୟକ୍ଷ ମଧ୍ୟ ତାଙ୍କ ଦଳରେ ନିବେଶକ ଅଟନ୍ତି। କ୍ରୋନି ପୁଞ୍ଜିବାଦ ଶିଖରରେ ଅଛି । ଏହି ଅର୍ଥ ହେରଫେର ଅଭିଯୋଗର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଯାଞ୍ଚ କରିବାକୁ ମୋଇତ୍ର ଦାବି କରିଛନ୍ତି।

ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଭାବ: ମାସକରେ ଆଦାନୀଙ୍କ କ୍ଷତି ୭.୨୮ ଲକ୍ଷ କୋଟି
ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟର ପ୍ରଭାବ ଶିଳ୍ପପତି ଗୌତମ ଆଦାନୀଙ୍କୁ ବେଶ ଭାରି ପହିଛି। ଫଳରେ ତାଙ୍କର ସମ୍ପତ୍ତି କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏକଦା ବିଶ୍ବର ୩ ନମ୍ବର ଧନୀ ଥିବା ଆଦାନୀ ଏବେତାଲିକାରେ ୨୫ ନମ୍ବର ସ୍ଥାନକୁ ଖସିଆସିଛନ୍ତି। ଏପରିକି ମାତ୍ର ମାସକ ମଧ୍ୟରେ ହିଁ ଆଦାନୀଙ୍କ ସମ୍ପତ୍ତି ପରିମାଣରେ ବଡ ଧରଣର ହ୍ରାସ ହୋଇଛି। ବ୍ଲୁମ୍‌ବର୍ଗ ବିଲିନୟେର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୪୯.୧ ବିଲିୟନ ଡଲାର (୪ ଲକ୍ଷ ୫ ହଜାର କୋଟି ଟଙ୍କା)ରେ ହିଁ ସୀମିତ ରହିଯାଇଛି। ସୂଚନା ଯୋଗ୍ୟ ଯେ, ମାତ୍ର ମାସକ ପୂର୍ବରୁ ଆଦାନୀ ବିଶ୍ବର ୩ ନମ୍ବର ଧନୀ ଥିଲେ। କିନ୍ତୁ ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଏକ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ରସାତଳ କରିଦେଇଛି । ଗୋଟିଏ ମାସ ପୂର୍ବରୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୨୦ ବିଲିୟନ ଡଲାର ରହିଥିବାବେଳେ ଏବେ ତାହା ୫୦ ବିଲିୟନ୍‌ ଡଲାର ଅର୍ଥାତ୍‌ ମାତ୍ର ୪୯.୧ ବିଲିୟନ ଡଲାର ରହିଛି।

ହିଣ୍ଡେନବର୍ଗ ରିପୋର୍ଟ କେବଳ ଆଦାନୀ ଗ୍ରୁପ୍‌ ନୁହେଁ ପୂରା ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଆଦାନୀ ଗ୍ରୁପର ଯେତେ ବି କମ୍ପାନୀ ସେୟାର ବଜାରରେ ପଞ୍ଜିକୃତ ହୋଇଛନ୍ତି ସେଗୁଡିକର ସେୟାର ମୂଲ୍ୟ ୫୦%ରୁ ବି ଅଧିକ ହ୍ରାସ ପାଇଛି , ଯାହାକି ଇତିହାସରେ ବିରଳ ଘଟଣା। ଆଦାନୀ ଗ୍ରୁପ୍‌ର ୭ଟି ପ୍ରମୁଖ ସେୟାର ମୂଲ୍ୟ ପାଖାପାଖି ୧୨୦ ବିଲିୟନ ଡଲାର (୭ ଲକ୍ଷ ୨୮ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଅପରପକ୍ଷେ ଆଦାନୀ ଗ୍ରୁପ୍‌ ପକ୍ଷରୁ ବାରମ୍ବାର ହିଣ୍ଡେନବର୍ଗ ରିପୋର୍ଟକୁ ଖଣ୍ଡନ କରାଯାଉଛି। ଅନ୍ୟପଟରେ ନିବେଶକମାନେ ବି ଆଦାନୀଙ୍କ ସଫେଇକୁ ବିଶ୍ବାସ କରିବାକୁ ପ୍ରସ୍ତୁତ ନାହଁାନ୍ତି। ଅର୍ଥାତ୍ ସିଧାସଳଖ କହିବାକୁ ଗଲେ, ଆଦାନୀ ଗ୍ରୁପ୍‌ର କୌଣସି ସେୟାରରେ ନିବେଶ କରିବାକୁ ଆଗ ଭଳି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ନିବେଶକ। ଯାହାଫଳରେ ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଗୌତମ ଆଦାନୀଙ୍କ ସମ୍ପତ୍ତି ଉପରେ ପଡିଛି। ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତି ପରିମାଣ ୭୧ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୫ ଲକ୍ଷ ୮୭ ହଜାର କୋଟି ଟଙ୍କା) ହ୍ରାସ ପାଇଛି ।