Japan - The Sakala
ଉତ୍ତର କୋରିଆର ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ: ସମୁଦ୍ର ଆଡ଼କୁ ମାଡ଼ କଲା ୧୦ଟି ବାଲାଷ୍ଟିକ ମିସାଇଲ୍
ଦକ୍ଷିଣ କୋରିଆ ଏବଂ ଆମେରିକା ସହ ଚାଲିଥିବା ତିକ୍ତତା ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଗୁରୁବାର ଦିନ ଉତ୍ତର କୋରିଆ ପ୍ରାୟ ୧୦ଟି ସର୍ଟ-ରେଞ୍ଜ ବାଲାଷ୍ଟିକ କ୍ଷେପଣାସ୍ତ୍ର (short-range ballistic missiles) ସମୁଦ୍ର ଆଡ଼କୁ ଫାୟାର କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭ୍ୟାସ ହ୍ରାସ କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ମାଡ଼ କରି ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି।
ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼
ଦକ୍ଷିଣ କୋରିଆର ସାମରିକ ବାହିନୀ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପ୍ୟୋଙ୍ଗୟାଙ୍ଗ ଅଞ୍ଚଳରୁ ପ୍ରାୟ ୧୦ଟି କ୍ଷେପଣାସ୍ତ୍ର ପୂର୍ବ ସମୁଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲା। ପ୍ରତ୍ୟେକ କ୍ଷେପଣାସ୍ତ୍ର ପ୍ରାୟ ୩୦୦ କିଲୋମିଟର (୧୮୫ ମାଇଲ) ଦୂରତା ଅତିକ୍ରମ କରି ପୂର୍ବ ଜଳଭାଗରେ ଖସିଥିଲା। ଏହି ଘଟଣା ପରେ ସମଗ୍ର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି।
ଆମେରିକାର ନରମ ମନୋଭାବକୁ ପ୍ରତ୍ୟାଖ୍ୟାନ
ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବର୍ତ୍ତମାନ 'ଉଲଚି ଫ୍ରିଡମ୍ ସିଲ୍ଡ' (Ulchi Freedom Shield) ନାମକ ଏକ ମିଳିତ ସାମରିକ ଅଭ୍ୟାସ ଚାଲିଛି। କୂଟନୈତିକ ଆଲୋଚନା ପୁନଃସ୍ଥାପନ ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସାମରିକ ଅଭ୍ୟାସକୁ କମ କରିବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଏବଂ ତାଙ୍କ ପ୍ରଭାବଶାଳୀ ଭଉଣୀ କିମ୍ ୟୋ ଜୋଙ୍ଗ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। କିମ୍ ୟୋ ଜୋଙ୍ଗ କହିଛନ୍ତି ଯେ, ସାମରିକ ଅଭ୍ୟାସକୁ ଛୋଟ କରାଗଲେ ମଧ୍ୟ ଏହାର ଆକ୍ରମଣାତ୍ମକ ପ୍ରକୃତି ବଦଳିବ ନାହିଁ।
ଦକ୍ଷିଣ କୋରିଆ ଓ ଜାପାନର ତୀବ୍ର ପ୍ରତିକ୍ରିୟା
ଉତ୍ତର କୋରିଆର ଏହି ପଦକ୍ଷେପକୁ ଦକ୍ଷିଣ କୋରିଆ ଏବଂ ଜାପାନ କଡ଼ା ନିନ୍ଦା କରିଛନ୍ତି। ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ ଡାକିବା ସହ ଜାତିସଂଘ ନିରାପତ୍ତା ପରିଷଦର ନିୟମ ଉଲ୍ଲଂଘନ କରୁଥିବା ଏହି କ୍ଷେପଣାସ୍ତ୍ର ମାଡ଼କୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି। ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ଘଟଣାର ପୁଷ୍ଟି କରିବା ସହ ନିଜ ସୀମା ନିକଟସ୍ଥ ସମୁଦ୍ର ଅଞ୍ଚଳରେ କଡ଼ା ନଜର ରଖିଥିବା ସୂଚନା ଦେଇଛି। ବର୍ତ୍ତମାନ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆର ସେନା ମିଳିତ ଭାବେ ଉତ୍ତର କୋରିଆର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ନାଟୋ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଭ୍ରାଟ: ଇରାନକୁ କହିଲେ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ'
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତୁର୍କୀର ଆଙ୍କାରା ଠାରେ ଅନୁଷ୍ଠିତ ନାଟୋ ସମ୍ମିଳନୀ (NATO summit) ସମୟରେ ଟ୍ରମ୍ପ ଏକ ବଡ଼ ଧରଣର ତ୍ରୁଟି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଇରାନକୁ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ' ବୋଲି ସମ୍ବୋଧନ କରିଥିଲେ। ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।
କିପରି ହେଲା ଏହି ବଡ଼ ତ୍ରୁଟି?
ବୁଧବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ସମୟରେ ଟ୍ରମ୍ପ ଏହି ବିଭ୍ରାଟ କରିଥିଲେ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ, ଆମର ବିମାନବାହୀ ଜାହାଜ ୟୁଏସଏସ ଆବ୍ରାହମ୍ ଲିଙ୍କନ୍ (USS Abraham Lincoln) ଉପରକୁ ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ ପକ୍ଷରୁ ୧୧୧ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା ଏବଂ ଏହି ସମସ୍ତ କ୍ଷେପଣାସ୍ତ୍ରକୁ ଆମେ ସଫଳତାର ସହ ନଷ୍ଟ କରିଦେଇଛୁ। ପ୍ରକୃତରେ ସେ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବଦଳରେ ଭୁଲ୍‌ରେ ଆମେରିକାର ପୁରୁଣା ବନ୍ଧୁ ରାଷ୍ଟ୍ର ଜାପାନର ନାମ ନେଇଥିଲେ।
ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟଗତ ଆଶଙ୍କା
୮୦ ବର୍ଷୀୟ ଟ୍ରମ୍ପଙ୍କ ଏହି ବୟାନ ପରେ ତାଙ୍କର ବୟସ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମାନ ସମ୍ମିଳନୀରେ ସେ କେବଳ ଗୋଟିଏ ନୁହେଁ ବରଂ ଏକାଧିକ ଭୁଲ କରିଥିବା ଦେଖିବାକୁ ମିଳିଥିଲା। ସେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭୁଲ୍‌ବଶତଃ 'ରାଷ୍ଟ୍ରପତି ପୁଟିନ' କହିଥିଲେ, ଲୋକପ୍ରିୟ ଆପ୍ ଟିକ୍‌ଟକ୍ (TikTok) କୁ 'ଟିକ୍ ଟାକ୍' (Tic Tac) କହିଥିଲେ ଏବଂ ତୁର୍କୀକୁ ଏକ ଦେଶ ବଦଳରେ ଏକ 'ବଡ଼ କମ୍ପାନୀ' ବୋଲି ବର୍ଣ୍ଣନା କରିଥିଲେ। ପୂର୍ବରୁ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କହିବା ଶୈଳୀକୁ ନେଇ କଡ଼ା ସମାଲୋଚନା କରୁଥିବା ବେଳେ ବର୍ତ୍ତମାନ ନିଜେ ଏପରି ବିଭ୍ରାଟ କରିବା ତାଙ୍କ ସମାଲୋଚକମାନଙ୍କୁ ଏକ ବଡ଼ ସୁଯୋଗ ଦେଇଛି।
ଜାପାନରେ ସାଇବର ଆକ୍ରମଣ: ChatGPT ବ୍ୟବହାର କରି ୪୬ ହଜାରରୁ ଅଧିକ ଆକାଉଣ୍ଟ ଡିଲିଟ୍ କଲା ୧୫ ବର୍ଷର ଛାତ୍ର
ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ସାଇବର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ ଛାତ୍ର କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ChatGPT ର ବ୍ୟବହାର କରି ଏକ ବଡ଼ ଧରଣର ସାଇବର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜାପାନ ପୋଲିସ ଉକ୍ତ ନାବାଳକକୁ ଗିରଫ କରିଛି।
କିପରି ହୋଇଥିଲା ଆକ୍ରମଣ?
ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଛାତ୍ର ଜଣକ Bandai Channel (ଏକ ଲୋକପ୍ରିୟ ଆନିମେ ଷ୍ଟ୍ରିମିଂ ସାଇଟ୍) ର ସର୍ଭରରେ ଥିବା ତ୍ରୁଟିକୁ ଖୋଜି ବାହାର କରିଥିଲେ। ଏହାପରେ ସେ ChatGPT ସାହାଯ୍ୟରେ ଏକ ମାଲିସିୟସ୍ ପ୍ରୋଗ୍ରାମ ତିଆରି କରିଥିଲେ। ଏହି ପ୍ରୋଗ୍ରାମ ଜରିଆରେ ସେ ନଭେମ୍ବର ମାସରେ କମ୍ପାନୀର ସର୍ଭରକୁ ଫେକ୍ ଡାଟା ପଠାଇଥିଲେ ଏବଂ ଅଟୋମେଟିକ୍ ସିଷ୍ଟମ୍ ବ୍ୟବହାର କରି ପ୍ରାୟ ୪୬,୮୧୨ ୟୁଜରଙ୍କ ସବସ୍କ୍ରିପସନ୍ କୁ ବେଆଇନ ଭାବେ ରଦ୍ଦ କରିଦେଇଥିଲେ।
କମ୍ପାନୀ ଉପରେ ପଡ଼ିଥିଲା ବଡ଼ ପ୍ରଭାବ
ଏହି ସାଇବର ଆକ୍ରମଣ ଯୋଗୁଁ Bandai Namco Filmworks କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ହଜାର ହଜାର ଆକାଉଣ୍ଟ ହଠାତ୍ ଡିଲିଟ୍ ହୋଇଯିବା ପରେ କମ୍ପାନୀକୁ ନିଜର ଷ୍ଟ୍ରିମିଂ ସେବାକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏହି ସେବା ପାଖାପାଖି ଗୋଟିଏ ମାସରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ଡିସେମ୍ବର ମାସରେ ପୁନର୍ବାର ଆରମ୍ଭ ହୋଇଥିଲା।
ପୋଲିସର କାର୍ଯ୍ୟାନୁଷ୍ଠାନ
ପୋଲିସ ତଦନ୍ତ ବେଳେ ଛାତ୍ର ଜଣକ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ କମ୍ପାନୀ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। ପ୍ରାଥମିକ ସ୍ତରରେ ତାଙ୍କୁ ଅନ୍ୟ ଜଣଙ୍କ ଆକାଉଣ୍ଟ ହ୍ୟାକ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରୁ ଏହି ବଡ଼ ସାଇବର ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା। ଏହି ଘଟଣା ବର୍ତ୍ତମାନ ଏଆଇ (AI) ର ଅପବ୍ୟବହାରକୁ ନେଇ ସାଇବର ବିଶେଷଜ୍ଞଙ୍କ ମଧ୍ୟରେ ଏକ ବଡ଼ ଉଦବେଗ ସୃଷ୍ଟି କରିଛି。
ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ ହୋଇଛନ୍ତି। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ର ନେତ୍ରୀ ହେଉଛନ୍ତି ସାନାଏ ।
ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି
ଜାପାନ: ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରେକର୍ଡ କରାଯାଇଛି। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ଦୁଇଟି ଭୂମିକମ୍ପ ଝଟ୍‌କା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି।
ଜାପାନ ଆଣିଲା ବିଶ୍ୱର ପ୍ରଥମ ୬ଜି ଡିଭାଇସ୍: ୧ ସେକେଣ୍ଡରେ ଡାଉନଲୋଡ୍ ହେବ ୫ଟି ଏଚ୍‌ଡି ସିନେମା !
ନୂଆଦିଲ୍ଲୀ:  ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ଭାଗ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି। ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ଏବେ ଥିବା ୫ଜି ପ୍ରୋସେସରଠାରୁ ୨୦ ଗୁଣ ଅଧିକ। ଯଦି ଆମେ ସାମଗ୍ରିକ ଗତିକୁ ଦେଖିବା, ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ସ୍ପିଡ୍ ରହିବ।
ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ୍ ସହଭାଗିତା ଭିତ୍ତିରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀଗୁଡିକ ହେଉଛି ଡୋକୋମୋ, ଏନ୍‌ଟିଟି, ଏନ୍‌ଟିଟି କର୍ପୋରେସନ୍‌, ଏନ୍‌ଇସି କର୍ପୋରେସନ୍‌ ଏବଂ ଫିଜିତ୍‌ସୁ। ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି। ତେବେ ବ୍ୟାବସାୟିକ ଭିତ୍ତିରେ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରାଯାଇନାହିଁ । ଉପଭୋକ୍ତାମାନେ ୬ଜିରେ ବହୁତ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି।
୬ଜି ଆସିବା ପରେ କ’ଣ ହେବ
ଟେକ୍ ରିପୋର୍ଟରେ କୁହାଯାଇଛି ଯେ, ୬ଜି ବେଗ ସହିତ ଆପଣ ଗୋଟିଏ ସେକେଣ୍ଡରେ ୫ ଟି ଏଚଡି ଫିଲ୍ମ ଡାଉନଲୋଡ୍ କରିପାରିବେ। ତଥାପି, ଏହି ଟେକ୍ନୋଲୋଜି ସମ୍ବନ୍ଧରେ ଅନେକ କାର୍ଯ୍ୟ କରିବାକୁ ବାକି ରହିଛି। ଏହି ବିଷୟରେ କାର୍ଯ୍ୟ ଭାରତରେ ମଧ୍ୟ ଆରମ୍ଭ ହୋଇସାରିଛି। ୫ଜି ଟେକ୍ନୋଲୋଜି ହେଉଛି ସବୁଠାରୁ ଉନ୍ନତ, ଯାହାର ତତ୍ତ୍ୱିକ ସର୍ବାଧିକ ଗତି ୧୦ଜିବିପିଏସ୍‌।ଗୋଟିଏ କଥା ଧ୍ୟାନ ଦେବା ଉଚିତ ଯେ ବିଭିନ୍ନ ଦେଶରେ ୫ଜି ନେଟୱାର୍କର ଗତି ମଧ୍ୟ ଅଲଗା ହୋଇଥାଏ ।
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ; ସମୁଦ୍ରରେ ଆସିଲା ୧ ମିଟର ଉଚ୍ଚ ଜୁଆର, ବଡ ସୁନାମୀ ଆଲର୍ଟ ଜାରି
ଜାପାନ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାଓ୍ବା ଅଞ୍ଚଳରେ ଝଟକା ଲାଗିଛି । ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା । ତେବେ ଭୂକମ୍ପ ପରେ ସମୁଦ୍ରରେ ୧ ମିଟର ଉଚ୍ଚତାର ଜୁଆର ଉଠିଥିବା ଜଣାପଡିଛି । ଆଗକୁ ଉତ୍ତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ ବୋଲି ଆଶଙ୍କା କରିଛି ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ସତର୍କ କରାଇବା ସହ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।
ଆଜି ସକାଳୁ ସକାଳୁ ରିକ୍ଟର ସ୍କେଲ ୭ ଦଶମିକ୍ ୬ ତ୍ରୀବତ୍ରରେ ଭୂମିକମ୍ପ ହୋଇଥିଲା । ଭୁମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭୀର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି ।
ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ଦୁହେଁ କିଛି ଘଣ୍ଟା ତଥା କିଛି ଦିନ ପାଇଁ ରାଗିକି ପରସ୍ପର ସହ କଥାବାର୍ତ୍ତା ହୋଇ ନ ଥାନ୍ତି। ତେବେ ଜାପାନର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ମାସେ, ଦୁଇମାସ କି ବର୍ଷେ ନୁହେଁ, ବରଂ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇ ନ ଥିଲେ। ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।
ଓତଉ କତାୟାମା ଓ ୟୁମିଙ୍କର ତିନିଜଣ ସନ୍ତାନ। ଏହାପରେ ବି ଓତଉ ତାଙ୍କ ସ୍ତ୍ରୀ ୟୁମିଙ୍କ ସହ ୨୦ ବର୍ଷ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିଥିଲେ। ତେବେ ଓତଉ ତାଙ୍କ ସ୍ତ୍ରୀଙ୍କୁ ମୁଣ୍ଡ ହଲାଇ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ପାଟିରୁ କିନ୍ତୁ ଗୋଟିଏ ଶବ୍ଦ ବାହାର କରନ୍ତି ନାହିଁ। ସେ ତାଙ୍କ ସ୍ତ୍ରୀଙ୍କ ସହ କଥାବର୍ତ୍ତା ନ କଲେ ବି ପିଲାମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିଥାନ୍ତି। ସେହିପରି ସେମାନଙ୍କର ଏହି ନିରବତା ତିନି ପିଲାଙ୍କୁ ଦ୍ବନ୍ଦ୍ବରେ ପକାଇଥାଏ। ମା’ଙ୍କ ସହ ବାପା କଥା ନ ହେବାର କାରଣ କ’ଣ ପିଲାମାନେ ଜାଣିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥିଲେ।
ତେବେ ୨୦୧୬ରେ ତାଙ୍କର ୧୮ ବର୍ଷୀୟ ପୁଅ ଏକ ଟିଭି ଶୋ’କୁ ଏହି ଘଟଣା ବାବଦରେ ଜଣାଇଥିଲେ। ଏହାପରେ ଏହି ଟିଭି ଶୋ’ର ସଦସ୍ୟମାନେ ଓତଉଙ୍କୁ କଥାବାର୍ତ୍ତା ନ କରିବାର କାରଣ ସମ୍ପର୍କରେ ପଚାରି ଥିଲେ। ଏହାର ଉତ୍ତରରେ ଓତଉ ରୁଷିଥିବା କହିଥିଲେ। କାରଣ ୟୁମି ପିଲାଙ୍କ ଅଧିକ ଯତ୍ନ ନେବାରୁ ତାଙ୍କ ପ୍ରତି କୋଉଠି ନା କୋଉଠି ସେ ଅବହେଳା କରୁଥିବା କଥା ଅନୁଭବ କରିଥିଲେ । ଶେଷରେ ୟୁମି ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଥିବା ଗୋଟିଏ ଭିଡିଓକୁ ସେମାନେ ଓତଉଙ୍କୁ ଦେଖାଇଥିଲେ। ଯେଉଁଥିରେ ୟୁମି ନାରା ପାର୍କରେ ତାଙ୍କୁ ଅପେକ୍ଷା କରିଥିବା କହିଥିଲେ। ଏହାପରେ ଦୁହେଁ ପରସ୍ପରକୁ ପାର୍କରେ ଭେଟି କଥାବାର୍ତ୍ତା ହୋଇ ଭୁଲବୁଝାମଣା ଦୂର କରିଥିଲେ। ଅନ୍ୟପଟେ ଦୀର୍ଘବର୍ଷ ପରେ ପିତାମାତା ପରସ୍ପର ସହ କଥା ହେବାର ଦୃଶ୍ୟ ସେମାନଙ୍କର ତିନି ପିଲା ଦୂରରେ ଥାଇ ଦେଖି ଭାବବିହ୍ବଳ ହୋଇଯାଇଥିଲେ।
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ, ସୁନାମୀ ଚେତାବନୀ
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଜାପାନର ଇଜୁ ଚେନ୍ ଦ୍ବୀପରେ ଏହି ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଇଜୁ ଚେନ୍ ଦ୍ୱୀପରେ ୧ ମିଟର ଉଚ୍ଚ ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଜାପାନର ଲୋକାଲ ସମୟ ସକାଳ ୧୧ଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ରସ୍ଥଳି ରହିଛି ।
ଜାପାନ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା, ଭାଷଣ ଦେବା ସମୟରେ ଫିଙ୍ଗାଗଲା ପାଇପ ବମ
ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସଭାରେ ୧୫ ଏପ୍ରିଲ ଅର୍ଥାତ୍‌ ଶନିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଭାଷଣ ଆରମ୍ଭ ହେବାର ଠିକ ପୂର୍ବରୁ ହୋଇଛି। ଏହି ସମୟରେ ଖୁବ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ସୂଚନା ଅନୁଯାୟୀ, ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଉପରେ ସ୍ମୋକ ବମ ଦ୍ୱାରା ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ବିସ୍ଫୋରଣ ଖୁବ ଜୋରରେ ହୋଇଥିଲା। ଯେଉଁ ସ୍ଥାନକୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାଷଣ ଦେବାକୁ ଯାଇଥିଲେ, ସେଠାକାର ଏକ ଭିଡିଓ ଏବେ ଜାରି କରାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ବିସ୍ଫୋରଣ ପରେ ଘଟଣାସ୍ଥଳରେ ଥିବା ଲୋକେ ଦୌଡିବାକୁ ଲାଗିଛନ୍ତି। ଜଣେ ବ୍ୟକ୍ତିଙ୍କୁ କେତେଜଣ ଲୋକେ ତଳେ ପକାଇ ଦେଇ ମାଡି ବସି ଧରିଛନ୍ତି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିବା ସହ ଜଣେ ବ୍ୟକ୍ତିଙ୍କୁ ଧରି ରଖିଛି। ତିନିରୁ ଚାରି ଜଣ ପୋଲିସ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଧରି ନେଇଛନ୍ତି। ଏହି ଘଟଣା ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଜାପାନ ପ୍ରଧାନମନ୍ତ୍ରୀ ଶାସକ ଲିବରଲ ଡୋମୋକ୍ରାର୍ଟିକ ପାର୍ଟିର ଜାଣେ ପ୍ରାର୍ଥୀଙ୍କ ସହ ସ୍ପିଚ ଦେବାର ଥିଲା।
ସମୃଦ୍ଧିର ସୋପାନରେ ଓଡିଶା, ଆଜି ପର୍ଯ୍ଯଟନ ଶିଳ୍ପ ଉପରେ ଆଲୋଚନା
ଟୋକିଓ: ସମୃଦ୍ଧିର ସୋପାନରେ ଓଡିଶା । ପର୍ଯ୍ଯଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଆଜି ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ହେବ । ଜାପାନର ସମୃଦ୍ଧ ସହର କ୍ୟୋଟୋରେ ଜାପାନ ଓ ଓଡ଼ିଶା ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଭାବବିନିମୟ । ଆଲୋଚନାରେ ଓଡ଼ିଶାରେ ପର୍ଯ୍ଯଟନ ଶିଳ୍ପର ବିକାଶ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶ ଉପରେ ଆଲୋଚନା ହେବ।
ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ ନେଇ ମଧ୍ୟ ଜାପାନ ପ୍ରତିନିଧିଙ୍କ ସହ ଓଡ଼ିଶା ପ୍ରତନିଧି କରିବେ ଆଲୋଚନା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରତିନିଧିମଣ୍ଡଳୀ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଓଡ଼ିଶାରେ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଠ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ହୋଇଥିଲା ଆଲୋଚନା । ନିପ୍ପନର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଥିଲେ ନବୀନ ।
ଜାପାନରେ ନବୀନଙ୍କୁ ଭବ୍ୟ ସ୍ବାଗତ: ଆଜି ଟୋକିଓରେ ଓଡ଼ିଶା ବିଜନେସ୍ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ଟୋକିଓ: ସୂର୍ଯ୍ୟୋ ଦୟର ଦେଶରେ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ । ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ପହଞ୍ଚିବା ପରେ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ଓ ଦୂତାବାସର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲେ। ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ। ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ସେହିପରି ଆସନ୍ତା ୧୦ ତାରିଖ ଯାଏ ଶିଳ୍ପପତିଙ୍କ ସହ ପର୍ଯ୍ଯାୟ କ୍ରମେ ଆଲୋଚନା କରିବେ।
ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ୟ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।
ଏହାପରେ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ସହ ରୋଡ୍ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ପୂର୍ବରୁ ରୋମ୍, ଦୁବାଇ ସହ ଦେଶର ସବୁ ରାଜ୍ୟର ରାଜଧାନୀରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ନିମନ୍ତ୍ରଣ କରି ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବାରେ ସଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଦୁବାଇରୁ ୨୧ ହଜାର କୋଟି ଟଙ୍କା ପୁଞ୍ଜି ଆସିଛି । ନବୀନଙ୍କ ଦୃଢ଼ ନେତୃତ୍ବ, ସ୍ଥିର ସରକାର, ପ୍ଲସ ଓ୍ବାନ୍ ସୁବିଧା ଓ ଓଡ଼ିଶା ଶିଳ୍ପ ହବ୍ ହୋଇଥିବାରୁ ନିବେଶକାରୀଙ୍କ ପ୍ରଥମ ପସନ୍ଦ ଏବେ ଓଡ଼ିଶା ସାଜିଛି । ଗତକାଲି ସିଙ୍ଗାପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୂଚନା ଦେବା ସହ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିଲେ ୫ଞ ସଚିବ ଭିକେ ପାଣ୍ଡିଆନ ।