oriya engineer - The Sakala

ଯୁବ ବୈଜ୍ଞାନିକରୁ ସାନିଟାଇଜର ମ୍ୟାନ୍‍
ଭୁବନେଶ୍ୱର : କରୋନା ମହାମାରୀ କାହାର ଜୀବିକା ଉଜାଡ଼ି ଦେଇଛି ତ ଆଉ କାହାର ଜୀବନ ନେଇଛି। ପେଟକୁ ଦାନ ଲାଗି କିଏ ପରିବା ବିକ୍ରି କରିଛି ତ ଆଉ କିଏ ମାସ୍କ ବିକ୍ରି କରିଛି। କିନ୍ତୁ କିଛି ବ୍ୟକ୍ତିଙ୍କୁ କରୋନା ଭୂତାଣୁ ଜନମାନସରେ ହିରୋ ମଧ୍ୟ ସଜାଇ ଦେଇଛି। ଏଭଳି ଜଣେ ଯୁବ ବୈଜ୍ଞାନିକଙ୍କୁ ନୂଆ ପରିଚୟ ଦେଇଛି। ସେ ହେଲେ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ନୟାଗଡ଼ର ଶକ୍ତିପ୍ରସାଦ ସାହୁ। କରୋନା କରାଳ କାଳରେ କିଏ ରୋଜଗାର ହରାଇ ଜୀବନ ହରାଇଛନ୍ତି। ହେଲେ ଶକ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ସ୍ୱାବଲମ୍ବୀ ହୋଇଛନ୍ତି। ପୂର୍ବରୁ ସେ ବ୍ୟାଟେରୀ ଚାଳିତ ଗାଡି, ସୋଲାର କାର୍‍ ଆଦି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। କରୋନା ସମୟରେ ସେ ସ୍ୱୟଞ୍ଚାଳିତ ସାନିଟାଇଜର ମେସିନ୍‍ ଉଦ୍ଭାବନ କରି ଲୋକଙ୍କ ଅଦୃଶ୍ୟ ଭୂତାଣୁ ଠାରୁ ଲୋକଙ୍କ ଜୀବନକୁ ରକ୍ଷା କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏଥିଲାଗି ସେ ସାନିଟାଇଜର ମ୍ୟାନ୍‍ ଭାବେ ବେଶ୍‍ ପରିଚୟ ହୋଇଛନ୍ତି।

ସେହିପରି କରୋନାର ଦ୍ୱିତୀୟ ଲହରି ଆସିଛି। ଏହା ଅତ୍ୟନ୍ତ ସାଂଘାତିକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତେଣୁ ପୁଣି ଶକ୍ତିଙ୍କ କାମ ଦ୍ୱିଗୁଣିତ ହୋଇଯାଇଛି। ସେ ଏବେ ନୂଆ ଜ୍ଞାନକୌଶଳର ଗୋଟିଏ ସ୍ୱଂୟଚାଳିତ ସାନିଟାଇଜର ମେସିନ୍‍ରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି। ଗୋଟିଏ ମେସିନ୍‍ରେ ହାତ ସାନିଟାଇଜର ହେବା ସହ ଶରୀରର ତାପମାତ୍ରା ମଧ୍ୟ ମାପି ହେବ। ତେଣୁ ଗୋଟିଏ ମେସିନ୍‍ କିଣି ଦୁଇଟି ଲେଖାଏଁ ଉପଯୋଗୀ ବ୍ୟବସ୍ଥା ରହିଥିବାରୁ ଏହାକୁ କିଣିବା ଲାଗି ଅନେକ ବ୍ୟକ୍ତି ଅଧିକ ପସନ୍ଦ କରୁଛନ୍ତି।

ସେପଟେ ଗତବର୍ଷ କରୋନା ଭୂତାଣୁ ହଠାତ୍‍ ଓଡ଼ିଶାରେ ପଶିଗଲା। ଭୂତାଣୁ ଶତ୍ରୁରୁ ବଞ୍ଚାଇବା ଲାଗି ଉଦ୍ଭାବନ କରିଥିଲେ ସ୍ୱୟଞ୍ଚାଳିତ ସାନଟାଇଜର ମେସିନ। ସେ ପ୍ରଥମେ ପ୍ଲାଷ୍ଟିକ ସହାୟତାରେ ଏକ ଘର ଭଳି ଚାମ୍ବର କରିଥିଲେ। ଏହି ଚାମ୍ବର ଭିତରେ ବିଭିନ୍ନ କୋଣରେ ୪ଟି ସ୍ପିଙ୍କଲର ଲଗାଯାଇଛି। ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିବା ମାତ୍ରେ ସ୍ୱୟଞ୍ଚାଳିତ ସାନିଟାଇଜର ଚାମ୍ବର ଖୋଲିବା ସହ ସ୍ପିଙ୍କଲର କାମ କରିବ। ପ୍ରାୟ ୧୦ ସେକେଣ୍ଡ ପାଣି ଛିଞ୍ଚନ ପରେ ସ୍ୱୟଞ୍ଚାଳିତ ଭାବେ ବନ୍ଦ ହେଉଯାଇଥିଲା। ଏହାକୁ ବିଭିନ୍ନ ଛକରେ ରଖି ପୁଲିସ କର୍ମଚାରୀଙ୍କ ଠାରୁ ସାଧାରଣଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯାଇଥିଲା। କିନ୍ତୁ ସବୁଠାରୁ ବଡ଼କଥା ହେଲା ଏଗୁଡ଼ିକ ସୋଲର୍‍ ଦ୍ୱାରା ଚାଲୁଥିଲା। ତେଣୁ ଏହି ମେସିନ୍‍ ବେଶ୍‍ ଅଦୃତ ହୋଇଥିଲା। ଏହାପରେ ନୂଆ ନୂଆ ଜ୍ଞାନକୌଶଳରେ ଗୋଟିଏ ପରେ ଗୋଟିଏ ସ୍ୱୟଞ୍ଚାଳିତ ସାନିଟାଇଜର ମେସିନ୍‍ ଉଦ୍ଭାବନ କରିଥିଲେ। ବସ୍‍, ଟ୍ରେନ୍‍, ସରକାରୀ ଅଫିସ, ପାର୍କ ଓ ଦୋକାନ, ଘରେ ମଧ୍ୟ ବ୍ୟବହାର କରିବା ଲାଗି ନୂଆନୂଆ ଷ୍ଟାଇଲିସ୍‍ର ସ୍ୱଂୟଚାଳିତ ମେସିନ୍‍ ନିର୍ମାଣ କରିଥିଲେ। ଗୋଟିଏ ବର୍ଷରେ ସେ ଛୋଟ ଓ ବଡ଼ ୧୫ହଜାରରୁ ଊର୍ଦ୍ଧ୍ବ ମେସନ୍‍ ବିକ୍ରି କରିଛନ୍ତି। ୧ହଜାର ଟଙ୍କାରୁ ଆରମ୍ଭ କରି ୧୬ହଜାର ଟଙ୍କାରେ ସ୍ୱଂୟଚାଳିତ ମେସନ୍‍ ବିକ୍ରି କରାଯାଉଛି। ଗୋଟିଏ ବର୍ଷରେ ସେ ଅଢ଼େଇରୁ ୩ କୋଟି ଟଙ୍କା କାରବାର କରିଛନ୍ତି। ଅନ୍ୟପଟେ କରୋନାରେ ଟଙ୍କା ରୋଜଗାର କରିବା ଲାଗି ସଂଘର୍ଷ ଚାଲୁଥିବା ସମୟରେ ସେ ୭ରୁ ୮ଜଣ ଯୁବକଙ୍କ ତାଙ୍କ ନିକଟରେ ରଖିଛନ୍ତି। ସେମାନଙ୍କୁ ମଧ୍ୟ ମାସିକ ଦରମା ଦେଇ ନିଜେ ସ୍ୱାବଲମ୍ବୀ ହେବା ସହ ଯୁବକଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି।

ଅନ୍ୟପଟେ ଶକ୍ତିଙ୍କ ଏଭଳି ସ୍ୱୟଞ୍ଚାଳିତ ମେସିନ୍‍ ଭୁବନେଶ୍ୱର ସମେତ ସାରାଓଡ଼ିଶାରେ କୋଣ ଅନୁକୋଣରୁ ଲୋକେ ଆସି କିଣି ନେଉଛନ୍ତି। ଖାଲି ଓଡ଼ିଶାରେ ସୀମିତ ନାହିଁ ତାଙ୍କର ନୂତନ ଉଦ୍ଭାବନା ମେସିନ୍‍। କୋଲକାତା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଭଳି ରାଜ୍ୟକୁ ସେଗୁଡ଼ିକ ଯାଉଛି। ସେଠାର କିଛି କମ୍ପାନୀ ଆସି ତାଙ୍କ ଠାରୁ ଏସବୁ ସାମଗ୍ରୀ କିଣୁଛନ୍ତି। ଆଗକୁ ଅନ୍‍ଲାଇନ୍‍ରେ ଏହାକୁ ବିକ୍ରି କରିବା ଲାଗି ଯୋଜନା କରୁଥିବା ଶକ୍ତି କହିଛନ୍ତିି। ସେହିପରି କରୋନା ସମୟରେ ଏହି ସ୍ୱୟଞ୍ଚାଳିତ ମେସିନ୍‍ ବିକି ଲାଭବାନ ହେବା ବଦଳରେ କମ୍‍ ଟଙ୍କାରେ ବିକ୍ରିକରି କିଛି ମାତ୍ରାରେ କରୋନା ବିରୋଧୀ ଯୁଦ୍ଧରେ ନିଜକୁ ସାମିଲ କରିଥିବାରୁ ସେ ବେଶ୍‍ ଖୁସି ଅଛନ୍ତି ବୋଲି କୁହନ୍ତି।

ସହାୟତାର ହାତ ବଢାଇଲେ ପ୍ରଣବ ପ୍ରକାଶ, ନେଦରଲ୍ୟାଣ୍ଡରୁ ଫେରିବ ଓଡ଼ିଆ ଇଞ୍ଜିନିୟରଙ୍କ ମୃତଦେହ
ବାରିପଦା, ୨୨ା୩(ସମିସ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନୂଆଗାଁ-ଶର୍ବଣା ଗ୍ରାମର ପ୍ରଫୁଲ୍ଲ କୁମାର ଦାସଙ୍କର ପୁତ୍ର ଲଳିତ କୁମାର ଦାସ(୩୬)ଙ୍କର ନେଦରଲ୍ୟାଣ୍ଡରେ ଅକାଳ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି। ସ୍ୱର୍ଗତଃ ଲଳିତ ହାଇଦ୍ରାବାଦର ଏକ ସଫ୍ଟୱୟାର କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ସମୟରେ ଗତ ଅକ୍ଟୋବର ମାସରେ ତାଙ୍କୁ ଏକ ବର୍ଷ ପାଇଁ ନେଦରଲ୍ୟାଣ୍ଡ ପଠାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଖବର ପାଇବା ପରେ ପୂର୍ବତନ ଏସଡିସି ଚେୟାରମ୍ୟାନ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡ. ଦେବାଶିଷ ମାର୍ଣ୍ଡି ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ‘ଓଡିଶା ମୋ ପରିବାର’ ସହାୟତାରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଲଳିତଙ୍କର ମରଶରୀର ନିଜ ପୈତୃକ ଗ୍ରାମକୁ ଆଣିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ମଧ୍ୟ ଘଟଣା ବାବଦରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କର ନିର୍ଦ୍ଦେଶରେ ‘ଓଡିଶା ମୋ ପରିବାର’ର ମୟୂରଭଞ୍ଜ ଜିଲା ସଂଯୋଜକ ଦେବାଶିଷ ମହାନ୍ତି ଏବଂ ପୂର୍ବତନ ଏସଡିସି ଚେୟାରମ୍ୟାନ ଡ. ଦେବାଶିଷ ମାର୍ଣ୍ଡି କଲକାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସ୍ୱର୍ଗତ ଲଳିତଙ୍କର ମରଶରୀରକୁ ‘ଓଡିଶା ମୋ ପରିବାର’ ଦ୍ୱାରା ପଠାଯାଇଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମଙ୍ଗଳବାର ଲଳିତଙ୍କ ପୈତୃକ ଗ୍ରାମକୁ ଆଣିବେ ବୋଲି ଜଣାପଡ଼ିଛି। ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଏବଂ ‘ଓଡିଶା ମୋ ପରିବାର’ର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ମଙ୍ଗଳବାର ସ୍ୱର୍ଗତ ଲଳିତଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ସୂଚନା ଦେଇଛନ୍ତି।