INDIA - The Sakala

କମିଲା ଅଶୋଧିତ ତୈଳ ମୂଲ୍ୟ, ପେଟ୍ରୋଲରେ ମିଶିଲା ଇଥାନଲ୍‌; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର...
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ କହିଛନ୍ତି ଯେ ୟୁକ୍ରେନ ସହିତ ଆଲୋଚନାର କୌଣସି ଫଳାଫଳ ମିଳୁନାହିଁ ଏବଂ ରୁଷ ଯୁଦ୍ଧକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି। ଏହା ସତ୍ତ୍ୱେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହର୍ମୁଜ୍ ପ୍ରଣାଳୀରେ ଯୋଗାଣ ପୁନର୍ବାର ଆରମ୍ଭ ଆଶା ଏବଂ ଏହି ଜଳ ମାର୍ଗ ଦେଇ ଜାହାଜ ଚଳାଚଳ ନେଇ ଇରାନ-ଓମାନ ଚୁକ୍ତି ଏହାର ମୁଖ୍ୟ କାରଣ। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୮୩ ଡଲାର ଯାଏ ହ୍ରାସ ଘଟିଛି। ତଥାପି, ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍‌ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ସତ୍ତ୍ବେ ଘରୋଇ ବଜାରରେ ତେଲ ଦର ଖସୁନାହିଁ।

ଅପରପକ୍ଷେ ଭାରତ ରୁଷକୁ ତୈଳ ରପ୍ତାନି କରିବାରେ ବ୍ୟସ୍ତ। ପୂର୍ବରୁ ରୁଷରୁ ଭାରତ ଶସ୍ତା ତେଲ ଆମଦାନୀ ମଧ୍ୟ କରିଥିଲା। ଉଭୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟି ନ ଥିବାବେଳେ ଖାଉଟିଙ୍କୁ ବି ଏହାର କୌଣସି ଲାଭ ମିଳିନାହିଁ। ଏଥିରେ କେବଳ ଶସ୍ତା ତେଲ ଆମଦାନୀ ଏବଂ ରପ୍ତାନି କରି କର୍ପୋରେଟ୍‌ ସଂସ୍ଥା ମାଲେମାଲ ହୋଇଛନ୍ତି। ସେହିପରି ଇଥାନଲ୍‌ ବ୍ଲେଣ୍ଡିଂ ଯୋଜନାରେ କେନ୍ଦ୍ର ସରକାର ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରିଥିଲେ। ହେଲେ ଏହା ପରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବଦଳିନାହିଁ।

ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୩ ଡଲାର ରହିଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୮୮.୧୭୫ ଡଲାରକୁ ହ୍ରାସ ଘଟିଥିବାବେଳେ ଆମେରିକୀୟ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୮୩.୪୪୦ ଡଲାରକୁ ହ୍ରାସ ପାଇଛି। ଏଥିରେ ସାଧାରଣ ଖାଉଟିଙ୍କ ପ୍ରଶ୍ନ, ଯେତେବେଳେ ଦେଶରେ ଇଥାନଲର ବ୍ୟବହାର ବୃଦ୍ଧି ପାଉଛି ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବର୍ତ୍ତମାନ ହ୍ରାସ ପାଉଛି, ସେତେବେଳେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେବେ ହ୍ରାସ  ହେବ ?  ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୯.୧୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୦୦.୮୦ ଟଙ୍କା ଉପରେ ରହିଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର କହିବା ହେଉଛି, ପେଟ୍ରୋଲରେ ଇଥାନଲ ମିଶ୍ରଣର ପ୍ରାଥମିକ ଉଦ୍ଦେଶ୍ୟ ଖୁଚୁରା ଇନ୍ଧନ ମୂଲ୍ୟ ହ୍ରାସ କରିବା ନୁହେଁ, ବରଂ ଆମଦାନୀକୃତ ଅଶୋଧିତ ତେଲ ଉପରେ ଭାରତର ନିର୍ଭରଶୀଳତା କମ୍‌ କରିବା।

ଅପରପକ୍ଷେ ଭାରତରୁ ଯାଉଥିବା ପେଟ୍ରୋଲ ଏବେ ରୁଷର ‘ଜୀବନ ରେଖା’ ପାଲଟିଛି। ୟୁକ୍ରେନର ଡ୍ରୋନ ଆକ୍ରମଣର ପ୍ରଭାବ ଏବେ ରୁଷର ଇନ୍ଧନ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ରୁଷର ଅନେକ ତୈଳ ବିଶୋଧନାଗାର ଉପରେ ଆକ୍ରମଣ ଯୋଗୁଁ ଘରୋଇ ପେଟ୍ରୋଲ ଉତ୍ପାଦନକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ରୁଷ ତା'ର ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଦେଶରୁ ପେଟ୍ରୋଲ ଆମଦାନୀ କରିବାକୁ ବାଧ୍ୟ ହେଉଛି। ଏହି ପରିସ୍ଥିତିରେ, ଭାରତ ରୁଷକୁ ପେଟ୍ରୋଲର ଏକ ପ୍ରମୁଖ ଯୋଗାଣକାରୀ ଭାବରେ ଉଭା ହୋଇଛି। ମାତ୍ର ୨ ମାସରେ ଭାରତ ରୁଷକୁ ୧୦ ଲକ୍ଷ ବ୍ୟାରେଲ୍‌ ତୈଳ ରପ୍ତାନି କରିଛି।

ନେପାଳରେ ଭୟଙ୍କର ବନ୍ୟା: ପ୍ରଥମ ସହାୟକ ଭାବେ ରିଲିଫ୍ କାର୍ଯ୍ୟରେ ଆଗରେ ଭାରତ
ନେପାଳ (Nepal) ରେ ଘଟିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ (ଅଚାନକ ବନ୍ୟା) ପରେ ବିଶ୍ୱ ସ୍ତରରେ ରିଲିଫ୍ ପ୍ରଦାନ କରିବାରେ ଭାରତ (India) ସର୍ବାଗ୍ରେ ରହିଛି। ପଡ଼ୋଶୀ ଦେଶରେ ଘଟିଥିବା ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟରେ ଉଦ୍ଧାର ଏବଂ ସହାୟତା ପାଇଁ ଭାରତ ପ୍ରଥମ ଦେଶ ଭାବେ ସାହାଯ୍ୟର ହାତ ବଢ଼ାଇଛି। ତିବ୍ବତ ସୀମା (Tibet border) ନିକଟରେ ଥିବା ଏକ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ଭୋଟେ କୋଶୀ ନଦୀ (Bhote Koshi River) ରେ ଏହି ବିନାଶକାରୀ ବନ୍ୟା ଆସିଛି, ଯାହା ଫଳରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହ ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ଏବଂ ରିଲିଫ୍ ସାମଗ୍ରୀ ପଠାଇବା ପ୍ରକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା (Balendra Shah) ଙ୍କ ସହ ଟେଲିଫୋନ୍ ଯୋଗେ କଥା ହେବା ପରେ ଭାରତ ସରକାର ତୁରନ୍ତ ମାନବୀୟ ସହାୟତା ପଠାଇଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସବୁ ପ୍ରକାରର ସମ୍ଭାବ୍ୟ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର (S Jaishankar) ସୂଚନା ଦେଇଛନ୍ତି ଯେ, ଭାରତୀୟ ବାୟୁସେନା (IAF) ର ଏକ ଟ୍ରାନ୍ସପୋର୍ଟ ବିମାନ C-130J (ସି-୧୩୦ଜେ) ଯୋଗେ ୧୦ ଟନ୍ (10 tonnes) ରିଲିଫ୍ ସାମଗ୍ରୀ ନେପାଳକୁ ପଠାଯାଇଛି। ଏହି ସାମଗ୍ରୀରେ ଅତ୍ୟାବଶ୍ୟକ ଔଷଧ, ଟେଣ୍ଟ, କମ୍ବଳ, ସୋଲାର୍ ଲ୍ୟାମ୍ପ୍ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସାମଗ୍ରୀ ସାମିଲ ରହିଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖନାଲ (Shisir Khanal) ଭାରତର ଏହି ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ନେପାଳରେ ବ୍ୟାପକ କ୍ଷୟକ୍ଷତି ଏବଂ ସୀମାବର୍ତ୍ତୀ ରାଜ୍ୟରେ ସତର୍କତା

ଅଗଷ୍ଟ ୨୬ (August 26) ରେ ଆସିଥିବା ଏହି ବିପର୍ଯ୍ୟୟରେ ଘରଦ୍ୱାର, ରାସ୍ତାଘାଟ, ବ୍ରିଜ୍, ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୫୯ (359) ରୁ ଅଧିକ ମୃତଦେହ ନଦୀ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ବିଭିନ୍ନ ଦେଶର ତଥା ସ୍ଥାନୀୟ ଅଞ୍ଚଳର ୫୯୬ (596) ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ଅନ୍ୟପଟେ ନେପାଳର ଫ୍ଲାସ୍ ଫ୍ଲଡ୍ ପରେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତର ସୀମାବର୍ତ୍ତୀ ରାଜ୍ୟ ବିହାର (Bihar) ଏବଂ ଉତ୍ତରପ୍ରଦେଶ (Uttar Pradesh) ରେ ହାଇ ଆଲର୍ଟ ଜାରି କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନ୍‌ଡିଆର୍‌ଏଫ୍ (NDRF) ର ପ୍ରାୟ ୨୦ଟି (20) ଟିମ୍‌କୁ ମୁତୟନ କରାଯାଇଛି। ଏନ୍‌ଡିଆର୍‌ଏଫ୍ ଆଇଜି ନରେନ୍ଦ୍ର ସିଂହ ବୁନ୍ଦେଲା (NDRF IG Narendra Singh Bundela) ଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସୀମାବର୍ତ୍ତୀ ଅଞ୍ଚଳରେ ବନ୍ୟାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନାହିଁ, ତଥାପି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଭୟଙ୍କର ବନ୍ୟା ପ୍ରଭାବିତ ନେପାଳକୁ ଭାରତର ସହାୟତା: ପଠାଇଲା ୩୭.୫ ଟନ୍ ରିଲିଫ୍ ସାମଗ୍ରୀ ଥିବା ଦ୍ୱିତୀୟ ବିମାନ
ନୂଆଦିଲ୍ଲୀ: ଭୟଙ୍କର ବନ୍ୟା ଯୋଗୁଁ ଛଟପଟ ହେଉଥିବା ପଡ଼ୋଶୀ ଦେଶ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ଗୁରୁବାର ଦିନ ଭାରତ ପକ୍ଷରୁ ୩୭.୫ ଟନ୍ ମାନବିକ ସହାୟତା, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ନେଇ ଦ୍ୱିତୀୟ ବିମାନ ନେପାଳ ଗସ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ନେପାଳରେ ଆସିଥିବା ଏହି ଭୟଙ୍କର ବନ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏକ୍ସ (X)ରେ ଏକ ପୋଷ୍ଟ କରି ନେପାଳର ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଭାରତର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ନେପାଳ ଅଧିକାରୀଙ୍କ ସହ ଭାରତ ଘନିଷ୍ଠ ଏବଂ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଆମେ ଚାଲିଥିବା ରିଲିଫ୍ ପ୍ରୟାସକୁ ଦୃଢ଼ ସମର୍ଥନ ଜଣାଇବୁ। ଅନ୍ୟପକ୍ଷରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ମଧ୍ୟ କହିଛନ୍ତି ଯେ ଭାରତ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ବୁଧବାର ଦିନ ଭାରତ ପକ୍ଷରୁ ୧୦ ଟନ୍ର ପ୍ରଥମ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ଏହାପରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଏହି ସାମଗ୍ରୀକୁ ନେପାଳର ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଖଡ଼କ ରାଜ ପୌଡ଼େଲଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛନ୍ତି। 'ପଡ଼ୋଶୀ ପ୍ରଥମ' ନୀତି ଅଧୀନରେ ନୂଆଦିଲ୍ଲୀ ଜରୁରୀକାଳୀନ ପରିସ୍ଥିତିରେ ଏହି ପଦକ୍ଷେପ ନେଇଛି।

ସରକାରୀ ରିପୋର୍ଟ ଅନୁଯାୟୀ, ନେପାଳର ଭୋଟେ କୋଶି ନଦୀରେ ଆସିଥିବା ବନ୍ୟାରେ ଭାସିଯାଇଥିବା ୧୬୨ ଜଣ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ସକାଳ ସୁଦ୍ଧା ଉଦ୍ଧାର କରାଯାଇଛି। ରସୁୱା, ନୁୱାକୋଟ୍, ଧାଡିଙ୍ଗ, ଚିତୱାନ ଆଦି ବିଭିନ୍ନ ଜିଲ୍ଲାର ନଦୀକୂଳରୁ ଏହି ଶବଗୁଡ଼ିକୁ ଉଦ୍ଧାର କରାଯାଇଛି। ଭାରୀ ମୌସୁମୀ ବର୍ଷା କାରଣରୁ ନେପାଳରେ ଭିତ୍ତିଭୂମି, ଘର ଏବଂ କୃଷି ଜମିର ବ୍ୟାପକ କ୍ଷତି ହୋଇଛି ଏବଂ ହଜାର ହଜାର ପରିବାର ବାସହୀନ ହୋଇପଡିଛନ୍ତି। ଏବେ ମଧ୍ୟ ବିଭିନ୍ନ ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସିନ୍ଧୁ ଜଳ ଚୁକ୍ତି ଉପରେ ପାକିସ୍ତାନର ବଢ଼ିଲା ଟେନସନ୍: 'ପାଣିକୁ ଅସ୍ତ୍ର କରୁଛି ଭାରତ' କହିଲେ ମନ୍ତ୍ରୀ ଅହସାନ ଇକବାଲ
ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତି (Indus Waters Treaty) କୁ ସ୍ଥଗିତ ରଖାଯିବା ନିଷ୍ପତ୍ତି ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଏହି ପ୍ରସଙ୍ଗରେ ନିଜର ଭୟ ଜାହିର କରିବା ସହ ଭାରତ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ତାଙ୍କ ମତରେ ଭାରତ ଆବଶ୍ୟକ ସମୟରେ ପାଣି ଅଟକାଇ ଏହାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିପାରେ।

ଭାରତର ଭୌଗୋଳିକ ସ୍ଥିତି ଓ ପାକିସ୍ତାନର ଭୟ

ମନ୍ତ୍ରୀ ଅହସାନ ଇକବାଲ କହିଛନ୍ତି ଯେ, ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଉପର ମୁଣ୍ଡରେ ଅବସ୍ଥିତ ଏବଂ ଅନେକ ନଦୀ ସେଠାରୁ ବାହାରି ପାକିସ୍ତାନ ଦେଇ ପ୍ରବାହିତ ହେଉଛି। ଏପରି ପରିସ୍ଥିତିରେ ଭାରତ ପାଣି ବନ୍ଦ କରି ପାକିସ୍ତାନ ଉପରେ ଚାପ ପକାଇବା ପାଇଁ ପ୍ରୟାସ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଦକ୍ଷିଣ ଏସିଆରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ

କେବଳ ସମାଲୋଚନା ନୁହେଁ, ବରଂ ଦକ୍ଷିଣ ଏସିଆରେ ଭାରତର ରଣନୀତିକ ସ୍ଥିତିକୁ ମଧ୍ୟ ଇକବାଲ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଦକ୍ଷିଣ ଏସିଆର ମଧ୍ୟଭାଗରେ ରହିଛି ଏବଂ ଅନ୍ୟ ଦେଶଗୁଡ଼ିକ ଏହାର ଚାରିପାଖରେ ଅଛନ୍ତି। ତେଣୁ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ଯାହା ଦ୍ୱାରା ସମଗ୍ର ଅଞ୍ଚଳର ସ୍ଥିରତା ପ୍ରଭାବିତ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।

ବନ୍ୟା ପାଇଁ ପୂର୍ବରୁ ଭାରତକୁ ଦାୟୀ କରିଥିଲା ପାକିସ୍ତାନ

ସୂଚନାଯୋଗ୍ୟ ଯେ, ଅହସାନ ଇକବାଲ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଉପରେ ଆରୋପ ଲଗାଇବା ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ପଞ୍ଜାବ ପ୍ରଦେଶରେ ହୋଇଥିବା ଭୟଙ୍କର ବନ୍ୟା ପାଇଁ ମଧ୍ୟ ସେ ଭାରତକୁ ଦାୟୀ କରିଥିଲେ। ତେବେ ଭାରତର ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ ରଖିବା ପଦକ୍ଷେପ ପାକିସ୍ତାନର ରାଜନୈତିକ ମହଲରେ ଏକ ବଡ଼ ଧରଣର ଆଲୋଡ଼ନ ସୃଷ୍ଟି କରିଛି ଏବଂ ଜଳ ସୁରକ୍ଷାକୁ ନେଇ ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ
ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣକୁ ନେଇ ପୁଣି ଥରେ ଦେଶରେ ଆରମ୍ଭ ହୋଇଛି ବିତର୍କ।  ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ଦାଖଲ ତଥ୍ୟ ଅନୁଯାୟୀ, ଦେଶର ୫୪୩ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିବା କୁହାଯାଇଛି। ତେବେ ଉଦ୍‌ବେଗଜନକ ବିଷୟଟି ହେଉଛି ଯେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ଓ ଅପରାଧ ହାର ଦୃଷ୍ଟିରୁ ଓଡ଼ିଶା ବି ପଛରେ ନାହିଁ । ୨୧ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୬ ଜଣ, ଅର୍ଥାତ୍‌ ପ୍ରାୟ ୭୬ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଏହି ହାର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସ୍ଥାନ ଦେଇଛି। ରାଜ୍ୟଭିତ୍ତିକ ତାଲିକାରେ କେରଳ ପରେ ତେଲେଙ୍ଗାନା, ଓଡ଼ିଶା ଓ ଝାଡ଼ଖଣ୍ଡର ସ୍ଥିତି ଉଦ୍‌ବେଗଜନକ ରହିଛି ।

୨୦୨୪ ଲୋକସଭା ନିର୍ବାଚନ ସମୟରେ ଦାଖଲ ହୋଇଥିବା ସ୍ୱ-ଘୋଷିତ ଶପଥପତ୍ର ଆଧାରରେ ଏଡ଼ିଆର୍‌ ବିଶ୍ଳେଷଣ ଅନୁଯାୟୀ ଓଡ଼ିଶାର ୧୬ ଜଣ ବିଜୟୀ ସାଂସଦ ବିଭିନ୍ନ ଅପରାଧରେ ଅଭିଯୁକ୍ତ୤ ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ବିଭୁ ପ୍ରସାଦ ତରାଇ, ଜୁଏଲ ଓରାମ, ବଳଭଦ୍ର ମାଝୀ, ନବ ଚରଣ ମାଝୀ, ସଙ୍ଗୀତା କୁମାରୀ ସିଂହଦେଓ, ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ଓ ଅନନ୍ତ ନାୟକ ପ୍ରମୁଖ ନିଜ ସତ୍ୟପାଠରେ ସେମାନଙ୍କ ନାମରେ ରହିଥିବା ଅପରାଧ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ବିରୋଧରେ ଗୁରୁତର ମାମଲା ରହିଥିବା ଜଣାପଡ଼ିଛି। ଅନୁରୂପ ଭାବରେ ପ୍ରତାପ ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସର୍ବାଧିକ ୯ଟି ଲେଖାଏଁ ମାମଲା ରହିଥିବାବେଳେ ପ୍ରଦୀପ ପୁରୋହିତ, ରୁଦ୍ର ନାରାୟଣ ପାଣି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ୮ଟି ଲେଖାଏଁ, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ୫ଟି ଏବଂ ସୁକାନ୍ତ ପାଣିଗ୍ରାହୀଙ୍କ ନାମରେ ୪ଟି ମାମଲା ରହିଥିବା ଜଣାପଡ଼ିଛି ।

ବରିଷ୍ଠ ଆଇନଜୀବୀ ତଥା ଆମିକସ କ୍ୟୁରି ବିଜୟ ହାନସାରିଆଙ୍କ ତଥ୍ୟ ଅନୁସାରେ ୨୫୧ ଜଣ ଲୋକସଭା ସାଂସଦ ଏବଂ ୭୫ ଜଣ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଗୁରୁତର ମାମାଲା ରହିଛି। ଅଭିଯୁକ୍ତ ୨୫୧ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୭୦ ଜଣଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ଯେଉଁଥିରେ ଅତିକମରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସେହିଭଳି ରାଜ୍ୟସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ବିରୋଧରେ ମାମଲା ଥିବାବେଳେ ୪୦ ଜଣଙ୍କ ନାମରେ ଗୁରୁତର ଅଭିଯୋଗ ରହିଛି।  କେରଳ (୯୫%) ଏବଂ ତେଲେଙ୍ଗାନା (୮୨%) ପରେ ଓଡ଼ିଶା (୭୬%)ଦେଶର ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଝାଡ଼ଖଣ୍ଡରେ ୭୧% ଏବଂ ତାମିଲନାଡୁରେ ୬୭% ସାଂସଦଙ୍କ ନାମରେ ମାମଲା ରହିଥିବା ବେଳେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହି ହାର ପ୍ରାୟ ୫୦% ରହିଛି। ଅନୁରୂପ ଭାବରେ ଦେଶର ୨୮ଟି ରାଜ୍ୟ ମଧ୍ୟରୁ ୧୪ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ କୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪,୧୯୨ଟି ମାମଲା ବିଚାରାଧୀନ ରହିଛି। ୨୦୨୫ ବର୍ଷ ମଧ୍ୟରେ ୧,୨୪୩ଟି ମାମଲାର ସମାଧାନ ହୋଇଥିବା ବେଳେ ୧,୦୫୦ଟି ନୂଆ ମାମଲା ରୁଜୁ ହୋଇଛି। ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆମିକସ କ୍ୟୁରି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ସୁପ୍ରିମକୋର୍ଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟଗୁଡ଼ିକୁ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ବି ବହୁ ସଂଖ୍ୟକ ମାମଲା ପଡ଼ି ରହିଥିବାରୁ କୋର୍ଟ ଏହା ଉପରେ କଡ଼ା ନଜର ରଖିବାକୁ ଆବେଦନ କରାଯାଇଛି।

ଦେଶରେ ଖାଦ୍ୟ ସଙ୍କଟ ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
ନୂଆଦିଲ୍ଲୀ: ଦେଶରେ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ବିତର୍କ ଜାରି ରହିଥିବାବେଳେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ ପୁରୁଣା ଗାଡ଼ି ପାଇଁ ଇ-୧୦ ପେଟ୍ରୋଲ ଉପଲବ୍ଧ ଲାଗି ଦେଇଛନ୍ତି ପରାମର୍ଶ। ଇ-୧୦ ପେଟ୍ରୋଲ ଉପଲବ୍ଧ ନ ହେଲେ ଦେଶର ପ୍ରାୟ ୮ କୋଟି ଦୁଇଚକିଆ ଯାନ କ୍ଷତିଗ୍ରସ୍ତ ହେବ ଏବଂ ଏହାର ମରାମତି ଆଦି ନିମନ୍ତେ ଦେଶବାସୀଙ୍କୁ ବିପୁଳ ବ୍ୟୟ ବହନ କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇ-୨୦ ପେଟ୍ରୋଲ ପ୍ରଚଳନ ମଧ୍ୟ ଦେଶରେ ଖାଦ୍ୟ ସଙ୍କଟକୁ ପରୋକ୍ଷରେ ନିମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭରେ ଶ୍ରୀ ନାଗେଶ୍ୱରନ୍‌ କହିଛନ୍ତି ଯେ ଭାରତରେ ଚଳାଚଳ କରୁଥିବା ଦୁଇଚକିଆ ଯାନ ମଧ୍ୟରୁ ପ୍ରାୟ ୭.୫ରୁ ୮ କୋଟି ଦୁଇଚକିଆ ଯାନ ଇ-୧୦ ପେଟ୍ରୋଲ ନିମନ୍ତେ ପ୍ରସ୍ତୁତ କରାଯାଇଛି। ଏହି ଯାନଗୁଡ଼ିକ ଅନେକ ଉଚ୍ଚ ମାତ୍ରାର ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବ୍ୟବହାର ପାଇଁ ନିର୍ମିତ ହୋଇନାହିଁ। ତେଣୁ ଇ-୨୦ ଭଳି ଅଧିକ ଇଥାନଲ୍‌ ମିଶ୍ରଣ ବ୍ୟବହାର କଲେ ସମସ୍ୟା କେବଳ ମାଇଲେଜ୍‌ କମିବାରେ ସୀମିତ ରହିବ ନାହିଁ। ପୁରୁଣା ଇଞ୍ଜିନରେ ରବର ସିଲ୍‌, ଗ୍ୟାସକେଟ୍‌, ଫୁଏଲ ସିଷ୍ଟମର ବିିଭିନ୍ନ ଯନ୍ତ୍ରାଂଶ ଏହାଦ୍ୱାରା ପ୍ରଭାବିତ ହୋଇପାରେ ଏବଂ ଅଧିକ ଇଥାନଲ୍‌ ମିଶ୍ରଣ ସହ ଦୀର୍ଘ ସମୟ ଚାଲିଲେ କେତେକ ପୁରୁଣା ଯାନରେ ଇନ୍ଧନ ବ୍ୟବସ୍ଥାର ଯନ୍ତ୍ରାଂଶର ସ୍ଥାୟୀତ୍ୱ  ନେଇ ମଧ୍ୟ  ପ୍ରଶ୍ନ ଉଠିପାରେ। ସେହିପରି କାର୍ବୁରେଟର୍‌ ଭିତ୍ତିକ ପୁରୁଣା ଦୁଇଚକିଆ ଯାନ ଅଧିକ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ସହ ଅନୁକୂଳ ହେବାରେ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏଥିରେ ଇଞ୍ଜିନ୍‌ ଚାଲିବା, ଷ୍ଟାର୍ଟିଂ ଓ ଇନ୍ଧନ ଦକ୍ଷତା ଭଳି ବିଷୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଏହା ଫଳରେ ଇ-୨୦ ନୀତିକୁ ନେଇ ଆଲୋଚନାରେ ପୁରୁଣା ଯାନ ମାଲିକଙ୍କ ସ୍ୱାର୍ଥ, ଯାନର ଇଞ୍ଜିନ୍‌ କମ୍ପାଟିବିଲିଟି ଓ ଅତିରିକ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଗୁରୁତ୍ୱ ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ପ୍ରତି ଭାରତ ସରକାର ଦେଶରେ ଏଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଜୋରଦାର ଭାବେ ପ୍ରୋତ୍ସାହନ ଦେଉଛନ୍ତି। ପେଟ୍ରୋଲିୟମ ଆମଦାନି ଉପରେ ନିର୍ଭରଶୀଳତା କମାଇବା, ବିଦେଶୀ ମୁଦ୍ରା ସଞ୍ଚୟ କରିବା ଏବଂ ପରିବେଶ ପ୍ରଦୂଷଣ ହ୍ରାସ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।  ଏହି ପରିପ୍ରେକ୍ଷୀରେ ନାଗେଶ୍ୱରନ ଇ-୨୦ ନୀତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ ବିକଳ୍ପ ଆଧାରିତ ବ୍ୟବସ୍ଥା ପାଇଁ ମତ ଦେଇଛନ୍ତି। ନୂଆ ଏବଂ ଇ-୨୦ ଅନୁକୂଳ ଗାଡ଼ି ପାଇଁ ଇ-୨୦ ପେଟ୍ରୋଲ ବିକ୍ରି ଜାରି ରହୁ, କିନ୍ତୁ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଇ-୧୦ କିଣିବାର ସୁଯୋଗ ରହୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ଅପରପକ୍ଷରେ ଏହି ପ୍ରସଙ୍ଗରେ ସେ ଇ-୨୦ ପେଟ୍ରୋଲ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟ କରିପାରେ ବୋଲି ଆଶଙ୍କା କରିଛନ୍ତି। ଭବିଷ୍ୟତରେ ଏଥାନଲ ମିଶ୍ରଣର ମାତ୍ରା ଆହୁରି ବଢ଼ିଲେ କୃଷି କ୍ଷେତ୍ର ଉପରେ ଅତିରିକ୍ତ ଚାପ ପଡ଼ିପାରେ। ଏଥାନଲ ଉତ୍ପାଦନ ପାଇଁ ଖାଦ୍ୟଶସ୍ୟ, ଆଖୁ, ଜମି ଏବଂ ଜଳର ଚାହିଦା ବଢ଼ିଲେ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ଶକ୍ତି ସୁରକ୍ଷା ସହିତ ଖାଦ୍ୟ ସୁରକ୍ଷାର ସନ୍ତୁଳନ ରକ୍ଷା କରିବା ମଧ୍ୟ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ।

ଭାରତ ସହ ରେଳପଥରେ ଯୋଡ଼ିହେବ ରୁଷିଆ, ସୁଦୃଢ଼ ହେବ ବାଣିଜ୍ୟିକ ସମ୍ପର୍କ
ମସ୍କୋ: ସମୁଦ୍ର ପଥରେ ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଇବା ପାଇଁ ରୁଷିଆ ରାଜଧାନୀ ମସ୍କୋରୁ ଭାରତ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ରେଳପଥ ନିର୍ମାଣ ସମ୍ଭାବନା ନେଇ ରୁଷିଆ ସରକାର ପ୍ରସ୍ତାବ ରଖିଛନ୍ତି । ରୁଷିଆର ଉପପ୍ରଧାନମନ୍ତ୍ରୀ ମାରାତ୍‌ ଖୁସନୁଲିନ୍‌ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବୋସଫରସ୍‌ ଏବଂ ହର୍ମୁଜ ପ୍ରଣାଳୀରେ ଦେଖାଦେଉଥିବା ଜଳପଥ ସଙ୍କଟ ଯୋଗୁଁ ବିକଳ୍ପ ସ୍ଥଳପଥ ଆବଶ୍ୟକ ହୋଇପଡ଼ିଛି । ତେଣୁ ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ଭାରତକୁ ସଂଯୋଗ କରିବା ଲାଗି ରେଳପଥ ଯୋଜନା ଉପରେ ବିଚାର କରାଯାଉଛି । ଏଭଳି ବିକଳ୍ପ ରେଳପଥ ବ୍ୟବସାୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇପାରିବ ।

ଇସ୍ରାଏଲ ଯୋଗୁଁ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ହର୍ମୁଜ ପ୍ରଣାଳୀରେ ପରିବହନ ବାଧାପ୍ରାପ୍ତ ହୋଇଛି । ଏହା ବିଶ୍ୱର ୨୫ ପ୍ରତିଶତ ତୈଳ ବ୍ୟବସାୟକୁ ପ୍ରଭାବିତ କରିଛି । ଏହି ସ୍ଥିତିରେ ରୁଷିଆ ଓ ଭାରତ ମଧ୍ୟରେ ସିଧାସଳଖ ସ୍ଥଳ ପରିବହନ ପାଇଁ ଏହି ରେଳ ଯୋଜନା ସହାୟକ ହେବ ବୋଲି ସେ କହିଛନ୍ତି । ସାମ୍ପ୍ରତିକ ବିଶ୍ୱ କୂଟନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ରଖିବା ପାଇଁ ଏହି ସ୍ଥଳ ରେଳପଥ ନିର୍ମାଣ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

ADR ରିପୋର୍ଟ: ୨୦୨୪-୨୫ରେ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧୦୫୧ କୋଟି ଚାନ୍ଦା, ଡିଏମକେକୁ ମିଳିଛି ସର୍ବାଧିକ ଟଙ୍କା
ଭୁବନେଶ୍ୱର: ୨୦୨୪-୨୫ରେ ଦେଶର ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ  ମିଳିଛି ୧,୦୫୧.୫୫ କୋଟି ଚାନ୍ଦା। ନିର୍ବାଚନ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ପକ୍ଷରୁ ୨୦୨୩-୨୦୨୪ରୁ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି।

ରିପୋର୍ଟ ଅନୁଯାୟୀ ୪୦ଟି ଆଞ୍ଚଳିକ ଦଳ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଯେଉଁ ଦାନ ଘୋଷଣା କରିଛନ୍ତି, ସେଥିରୁ ୮୭୨.୫୩୮ କୋଟି ଟଙ୍କା ଅର୍ଥାତ୍‌ ୬୨.୩୬ ପ୍ରତିଶତ ଅର୍ଥ କର୍ପୋରେଟ୍‌ ସଂସ୍ଥାମାନଙ୍କଠାରୁ ଆସିଛି। ସେହିପରି ବ୍ୟକ୍ତିଗତ ଦାତାମାନେ  ମାତ୍ର ୧୯୩.୯୪୬ କୋଟି ଟଙ୍କା (୧୩.୮୬ ପ୍ରତିଶତ) ପ୍ରଦାନ କରିଛନ୍ତି।

ନିର୍ବାଚନ ଆୟୋଗ ନିକଟରେ ଦାଖଲ କରାଯାଇଥିବା ୬୭ଟି ଆଞ୍ଚଳିକ ଦଳ ମଧ୍ୟରୁ ୪୦ଟି ଦଳର ତଥ୍ୟକୁ ବିଶ୍ଳେଷଣ କରାଯାଇଛି। ଏଥିରେ ୨୦ ହଜାର ଟଙ୍କାରୁ ଅଧିକ ଦାନ, ଦାତାଙ୍କ ପ୍ରୋଫାଇଲ୍‌, କେଉଁ କ୍ଷେତ୍ରରୁ ଅର୍ଥ ଆସିଛି, ଦାନର ପଦ୍ଧତି, ରାଜ୍ୟଭିତ୍ତିକ ବଣ୍ଟନ ଏବଂ ପ୍ୟାନ୍‌ ନମ୍ୱର ଉପଲବ୍ଧତା ଭଳି ବିଭିନ୍ନ ଦିଗକୁ ଖତିଆନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ସର୍ବାଧିକ ଦାନ ପାଇଥିବା ଆଞ୍ଚଳିକ ଦଳ ହୋଇଛି। ଡିଏମକେ ୪୬୭ଟି ଦାନ ମାଧ୍ୟମରେ ୩୬୫.୭୮୪ କୋଟି ଟଙ୍କା ସଂଗ୍ରହ କରିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଏଆଇଟିସି) ୧୮୪.୯୬ କୋଟି ଟଙ୍କା ଦାନ ପାଇଛି। ତୃତୀୟ ସ୍ଥାନରେ ୱାଇଏସ୍‌ଆର୍ କଂଗ୍ରେସ ୧୪୦ କୋଟି ଟଙ୍କା ପାଇଥିବା ବେଳେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୮୩ କୋଟି ଟଙ୍କା ସହ ଚତୁର୍ଥ ସ୍ଥାନରେ ରହିଛି।

ସେହିପରି ଶୀର୍ଷ ୧୦ଟି ଆଞ୍ଚଳିକ ଦଳ ମଧ୍ୟରେ ଏଆଇଏଡିଏମ୍‌କେ କୁ ୬୬ କୋଟି, ବିଜୁ ଜନତା ଦଳ (ବିଜେଡି)କୁ ୬୦ କୋଟି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)କୁ ୩୩ କୋଟି, ଜନସେନାକୁ ୨୫ କୋଟି, ଜେଡି(ୟୁ)କୁ ୧୮ କୋଟି ଏବଂ ଇଣ୍ଡିଆନ୍‌ ୟୁନିୟନ୍‌ ମୁସଲିମ୍‌ ଲିଗ୍‌ କୁ ୧୫ କୋଟି ଟଙ୍କା ଦାନ ସୂତ୍‌ରରେ ମିଳିଛି। ଡିଏମ୍‌କେ, ତୃଣମୂଳ କଂଗ୍ରେସ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଏଆଇଏଡିଏମ୍‌କେ, ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ଜେଡି(ୟୁ) ଓ ବିଜେଡି ଭଳି ଦଳଗୁଡ଼ିକର ଦାନର ପରିମାଣ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ  ବୃଦ୍ଧି ପାଇଛି। ଅନ୍ୟପଟେ ବିଆର୍‌ଏସ୍, ଟିଡିପି, ଜନସେନା, ଜେଡି(ଏସ୍‌) ଓ ଏମ୍ଏନ୍ଏସ୍ ଭଳି ଦଳଗୁଡ଼ିକର ଦାନ ପରିମାଣ କମିଛି। ଇଲେକ୍ଟ୍ରୋରାଲ ବଣ୍ଡରେ ତୃଣମୂଳ କଂଗ୍ରେସ ସର୍ବାଧିକ ୬୧୨ କୋଟି ଟଙ୍କା ପାଇଥିବା ବେଳେ ବିଆରଏସକୁ ୪୯୫.୫୨ କୋଟି ମିଳିଛି।

ପିଓକେ ନିର୍ବାଚନକୁ 'ସମ୍ପୂର୍ଣ୍ଣ ପ୍ରହସନ' କହିଲା ଭାରତ: ପାକିସ୍ତାନ ସେନାର ଗୁଳିରେ ଜୁନ୍‌ରୁ ୯୦ ସାଧାରଣ ନାଗରିକଙ୍କ ମୃତ୍ୟୁ
ପାକିସ୍ତାନ ଅଧିକୃତ କଶ୍ମୀର (PoK) ରେ ନିକଟରେ ଅନୁଷ୍ଠିତ ହୋଇଥିବା ତଥାକଥିତ ସ୍ଥାନୀୟ ନିର୍ବାଚନକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ ଏହି ନିର୍ବାଚନକୁ ଏକ 'ସମ୍ପୂର୍ଣ୍ଣ ପ୍ରହସନ' ବୋଲି ଆଖ୍ୟା ଦିଆଯିବା ସହ ପାକିସ୍ତାନୀ ସେନାର ବର୍ବରତାକୁ ନେଇ ଗମ୍ଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଭାରତର କହିବା ଅନୁଯାୟୀ, ଗତ ଜୁନ୍ ମାସରୁ ପିଓକେରେ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅତିକମରେ ୯୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନର ଅତ୍ୟାଚାର ଏବଂ ନିର୍ବାଚନର ପ୍ରହସନ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପିଓକେରେ ହେଉଥିବା ତଥାକଥିତ ସ୍ଥାନୀୟ ନିର୍ବାଚନ କେବଳ ଏକ ଧୋକା ଅଟେ। ସେଠାରେ ବାସ୍ତବରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ ପାକିସ୍ତାନ ସେନା ଦ୍ୱାରା ବେପରୁଆ ଭାବେ ହତ୍ୟାକାଣ୍ଡ ରଚାଯାଉଛି। ଏଭଳି ଖୋଲାଖୋଲି ହିଂସା ଏବଂ ନିର୍ବାଚନ ନାମରେ ଏକ ଖୋଳପା ପିନ୍ଧାଇ ସତ୍ୟକୁ ଲୁଚାଇ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଜୁନ୍‌ରୁ ୯୦ ସାଧାରଣ ନାଗରିକଙ୍କ ମୃତ୍ୟୁ

ମୁଖପାତ୍ର କହିଛନ୍ତି ଯେ, "ଚଳିତ ବର୍ଷ ଜୁନ୍ ମାସରୁ କ୍ରମାଗତ ଭାବେ ଚାଲିଥିବା ଦମନମୂଳକ କାର୍ଯ୍ୟାନୁଷ୍ଠାନରେ ଅତିକମରେ ୯୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ପାକିସ୍ତାନ ସରକାର ଜନଅସନ୍ତୋଷକୁ ଗୁଳି, ଇଣ୍ଟରନେଟ୍ ବନ୍ଦ, ଧମକ ଏବଂ ଅତ୍ୟାଚାର ମାଧ୍ୟମରେ ଦବାଇବାକୁ ଚେଷ୍ଟା କରୁଛନ୍ତି ଏବଂ ବର୍ତ୍ତମାନ ଏହି ଶୂନ୍ୟଗର୍ଭ ନିର୍ବାଚନ ମାଧ୍ୟମରେ ନିଜକୁ ବୈଧ ପ୍ରମାଣିତ କରିବାକୁ ଚାହୁଁଛନ୍ତି।" ଏଥିସହ ସେ ଆନ୍ତର୍ଜାତିକ ସମ୍ପ୍ରଦାୟକୁ ଅପିଲ୍ କରିଛନ୍ତି ଯେ, ମାନବାଧିକାର ପ୍ରସଙ୍ଗରେ ପାକିସ୍ତାନର ପାଖଣ୍ଡକୁ ବିଶ୍ୱ ଦେଖିବା ଉଚିତ୍ ଏବଂ ଇସଲାମାବାଦକୁ ଏହି ଅତ୍ୟାଚାର ପାଇଁ ଉତ୍ତରଦାୟୀ କରିବା ଆବଶ୍ୟକ।

ପିଓକେରେ ଜାରି ରହିଛି ବ୍ୟାପକ ବିକ୍ଷୋଭ

ପ୍ରକାଶ ଥାଉ କି, ଦରଦାମ୍ ବୃଦ୍ଧି, ପ୍ରଶାସନିକ ଅବହେଳା, ରାଜନୈତିକ ଭେଦଭାବ ଏବଂ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ପିଓକେରେ ଗତ ମାସରୁ ବ୍ୟାପକ ବିକ୍ଷୋଭ ଜାରି ରହିଛି। ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି (JAAC) ନେତୃତ୍ୱରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ପାକିସ୍ତାନୀ ସୁରକ୍ଷା ବାହିନୀ ଆନ୍ଦୋଳନକାରୀଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିବା ସହ ଅନେକ ନେତା ଓ ସାଧାରଣ ଲୋକଙ୍କୁ ଗିରଫ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ମିଳିତ ଜାତିସଂଘ ସମେତ ବିଭିନ୍ନ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନର ଦୃଷ୍ଟି ଆକର୍ଷଣ କରାଯାଇଛି।

ଆଜିଠୁ ହେବ ଅନେକ ପରିବର୍ତ୍ତନ: ତତ୍କାଳ ବୁକିଂଠାରୁ ଏଲପିଜି ସିଲିଣ୍ଡର ଯାଏ ସବୁ ନିୟମ ବଦଳିବ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଅଗଷ୍ଟ ମାସ। ଚଳିତ ମାସରୁ ଅନେକ ନିୟମରେ ହେଉଛି ପରିବର୍ତ୍ତନ। ଏଥିରେ ରେଳବାଇ ତତ୍କାଳ ଟିକଟ ବୁକିଂ, ଏଲପିଜି ସିଲିଣ୍ଡର ମୂଲ୍ୟ, ୱିଣ୍ଡ୍‌ଫୁଲ୍ ଟିକସ, ଆଇଟିଆର  ଦାଖଲର ଶେଷ ତାରିଖ, କ୍ରେଡିଟ୍ କାର୍ଡ ଏବଂ ଏଫ୍‌ଡି ନିୟମ ସହିତ ଜଡିତ ନିୟମ ଅନ୍ତର୍ଭୁକ୍ତ। ଏହା ସହିତ, ଆଧାର-ଆଧାରିତ ସିକେୱାଇସି ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ହେବାର ଅଛି।

ତତ୍କାଳ ଟିକଟ ବୁକିଂ: ​​ରେଳବାଇ ଆରକ୍ଷଣ କାଉଣ୍ଟରରେ ତତ୍କାଳ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କୁ ଆଉ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ। ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଅଗଷ୍ଟ ପହିଲାରୁ ଏକ ଟୋକନ୍-ଆଧାରିତ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଏହା ବୁକିଂ ପ୍ରକ୍ରିୟାକୁ ସରଳ କରିବା, ଭିଡ଼କୁ ଭଲ ଭାବରେ ପରିଚାଳନା କରିବା ଏବଂ କାଉଣ୍ଟରରେ ସ୍ୱଚ୍ଛତା ବୃଦ୍ଧି କରିବା ଏହାର ଲକ୍ଷ୍ୟ। ନୂତନ ବ୍ୟବସ୍ଥା ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ବୁକିଂ ଆରମ୍ଭ ହେବା ପୂର୍ବରୁ ଲମ୍ବା ଧାଡିରେ ଠିଆ ହେବା ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏକ ଟୋକନ୍ ପାଇବାକୁ ପଡିବ। ଟୋକନ୍ ପାଇବା ପରେ, ଯାତ୍ରୀମାନେ ଟିକଟ ବୁକିଂ ପ୍ରକ୍ରିୟା ସମାପ୍ତ କରିବା ପାଇଁ ସେମାନଙ୍କ ନିର୍ଦ୍ଧାରିତ ସମୟରେ ଆରକ୍ଷଣ କାଉଣ୍ଟରକୁ ଫେରିପାରିବେ।

ଏଲପିଜି ସିଲିଣ୍ଡର ମୂଲ୍ୟ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି। ଇରାନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ସମ୍ପ୍ରତି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜୁଲାଇ ୧ରେ ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ କରିଥିଲେ। ଏହା ଚଳିତ ବର୍ଷ ପ୍ରଥମ ମୂଲ୍ୟ ହ୍ରାସ ଥିଲା। ୫ କିଲୋଗ୍ରାମ ଛୋଟ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୩ ଟଙ୍କା ହ୍ରାସ କରାଯାଇଥିଲା।

ୱିଣ୍ଡ୍‌ଫୁଲ୍ ଟିକସ: ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସରକାର ପ୍ରତି ୧୫ ଦିନରେ ଏହି ଟିକସକୁ ସଂଶୋଧନ କରିଛନ୍ତି। ଜୁଲାଇ ୧୬ରେ ବର୍ଦ୍ଧିତ ଅଶୋଧିତ ତୈଳ ମୂଲ୍ୟ ମଧ୍ୟରେ ସରକାର ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏମ୍‌) ରପ୍ତାନି ଉପରେ ୱିଣ୍ଡ୍‌ଫୁଲ୍ ଟିକସ ବୃଦ୍ଧି କରିଥିଲେ ଏବଂ ପେଟ୍ରୋଲ ରପ୍ତାନି ଉପରେ ଉପକର ହ୍ରାସ କରିଥିଲେ। ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରୁ ତୁରନ୍ତ ଲାଭ ପାଉଥିବା କମ୍ପାନୀ କିମ୍ବା ଶିଳ୍ପ ଉପରେ ୱିଣ୍ଡ୍‌ଫୁଲ୍ ଟିକସ ଲାଗୁ ହୋଇଥାଏ।

ଆଇଟିଆର୍‌ ଦାଖଲ: ଆଇଟିଆର୍‌ -୧ ଏବଂ ଆଇଟିଆର୍‌-୨ ଫର୍ମ ଦାଖଲ କରୁଥିବା କରଦାତାଙ୍କ ପାଇଁ, ଆର୍ଥିକ ବର୍ଷ ୨୦୨୫-୨୬ (ମୂଲ୍ୟାୟନ ବର୍ଷ ୨୦୨୬-୨୭) ପାଇଁ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧। ଏହି ସମୟସୀମା ହରାଇଲେ ବିଳମ୍ବିତ ଶୁଳ୍କ ଦେବାକୁ ପଡିବ। ଡିସେମ୍ବର ୩୧ ସୁଦ୍ଧା ଜରିମାନା ସହ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ। ଯଦି ମୋଟ ଆୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ପାଞ୍ଚ ହଜାର ଟଙ୍କା ଜରିମାନା ଲାଗିପାରେ। ଯଦି ମୋଟ ଆୟ ୫ ଲକ୍ଷ ଟଙ୍କାରୁ କମ୍ ହୁଏ, ତେବେ ଏକ ହଜାର ଟଙ୍କା ଜରିମାନା ଲାଗିପାରେ।

କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କିଙ୍ଗ ନିୟମ: ଅନେକ ବ୍ୟାଙ୍କ ଅଗଷ୍ଟ ପହିଲାରୁ ଲାଗୁ ହେଉଥିବା ସେମାନଙ୍କର କ୍ରେଡିଟ୍ କାର୍ଡ ନୀତିରେ ପରିବର୍ତ୍ତନ କରୁଛନ୍ତି। ଏଥିରେ ରିୱାର୍ଡ ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ, ବିଳମ୍ବ ପେମେଣ୍ଟ ଫି’ ଏବଂ ସେବା ଚାର୍ଜ ଅନ୍ତର୍ଭୁକ୍ତ। ସ୍ଥାୟୀ  ଜମା ସୁଧ ହାର ଏବଂ ନୂତନ ସିକେୱାଇସି ୨.୦ ନିୟମ ମଧ୍ୟ କାର୍ଯ୍ୟକାରୀ ହୋଇପାରେ।

ବିକ୍ରମ-୧ ରକେଟ୍ ଲଞ୍ଚର ସଫଳତା ପରେ ସ୍କାଇରୁଟ୍ ପ୍ରତିଷ୍ଠାତାଙ୍କୁ ଭେଟିଲେ ପିଏମ୍ ମୋଦୀ, ଭାରତର ଘରୋଇ ମହାକାଶ କ୍ଷେତ୍ରକୁ କଲେ ପ୍ରଶଂସା
ବିକ୍ରମ-୧ ରକେଟର ଐତିହାସିକ ସଫଳତା ପରେ ଭାରତର ପ୍ରଥମ ଘରୋଇ ମହାକାଶ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍ ର ପ୍ରତିଷ୍ଠାତାମାନଙ୍କୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଉଭୟ ପ୍ରତିଷ୍ଠାତା ପବନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଘରୋଇ ମହାକାଶ କ୍ଷେତ୍ରର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଲୋଚନା କରିଛନ୍ତି।

ମୋଦୀଙ୍କ ଏକ୍ସ (X) ପୋଷ୍ଟ ଓ ଆଲୋଚନା

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏହି ସାକ୍ଷାତକାରର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, 'ସ୍କାଇରୁଟ୍ ଏରୋସ୍ପେସର ପବନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହ ଏକ ଚମତ୍କାର ଆଲୋଚନା ହେଲା। ଆମ ଆଲୋଚନାରେ ସ୍ୱାଭାବିକ ଭାବରେ ବିକ୍ରମ-୧ ର ସଫଳତା ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା।' ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ଉତ୍ସାହ, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକତା ଭାରତର ଘରୋଇ ମହାକାଶ ଇକୋସିଷ୍ଟମର ଜୀବନ୍ତ ଭାବନାକୁ ଦର୍ଶାଉଛି।

ସ୍କାଇରୁଟ୍ ଏରୋସ୍ପେସର ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସ୍କାଇରୁଟ୍ ଏରୋସ୍ପେସ୍ ନିଜର ଆନନ୍ଦ ପ୍ରକାଶ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ସହ କମ୍ପାନୀର ଯାତ୍ରା, ବିକ୍ରମ-୧ ର ସଫଳତା ଏବଂ ଭାରତର ମହାକାଶ କ୍ଷେତ୍ର ପାଇଁ ଦୀର୍ଘକାଳୀନ ଲକ୍ଷ୍ୟ ସେୟାର କରିବା ସେମାନଙ୍କ ପାଇଁ ଏକ ଗର୍ବର ବିଷୟ। ଏହାବ୍ୟତୀତ, କମ୍ପାନୀ ଘରୋଇ ଅଂଶଗ୍ରହଣ ପାଇଁ ଦେଶର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଥିବା ସରକାରୀ ସଂସ୍କାରକୁ ଶ୍ରେୟ ଦେଇଥିଲା। ଏହି ସଫଳତା ପାଇଁ ସେମାନେ ଉଭୟ ଇନ-ସ୍ପେସ୍ (IN-SPACe) ଏବଂ ଇସ୍ରୋ (ISRO) କୁ ସେମାନଙ୍କର ସୁବିଧା ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।

ବିକ୍ରମ-୧ ରକେଟର ଐତିହାସିକ ସଫଳତା

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୮ ତାରିଖରେ ସ୍କାଇରୁଟ୍ ଏରୋସ୍ପେସ୍ ନିଜର ପ୍ରଥମ ଅର୍ବିଟାଲ୍-ଶ୍ରେଣୀର ରକେଟ୍ ବିକ୍ରମ-୧ କୁ ଶ୍ରୀହରିକୋଟାରୁ ସଫଳତାର ସହ ଉତକ୍ଷେପଣ କରିଥିଲା। ଏହି ମିଶନର ନାମ ଥିଲା 'ମିଶନ ଆଗମନ'। ଏହି ଐତିହାସିକ ଉଡ଼ାଣରେ ରକେଟ୍ ଅନେକ ପେଲୋଡ୍ ମହାକାଶକୁ ନେଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏକ ସ୍ୱତନ୍ତ୍ର ପୋଷ୍ଟକାର୍ଡ ମଧ୍ୟ ସାମିଲ ଥିଲା। ସେହି ପୋଷ୍ଟକାର୍ଡରେ 'ବନ୍ଦେ ମାତରମ୍' ଉଲ୍ଲେଖ ଥିଲା। ଏହା ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍‌ଏଚ୍‌ଏଆଇ) ଏହାର ମୋବାଇଲ୍ ଆପ୍‌ରେ ଦୁଇଟି ପ୍ରମୁଖ ନାଗରିକ-କୈନ୍ଦ୍ରିକ ବୈଶିଷ୍ଟ୍ୟ ଆରମ୍ଭ କରିଛି। ଏଥିରୁ ଗୋଟିଏ ହେଉଛି ଅନଲାଇନ୍ ‘ଲୋକାଲ୍ ପାସ୍’ ଏବଂ ଅନ୍ୟଟି ହେଉଛି ଏକ ଡିଜିଟାଲ୍ ସକ୍ଷମ ‘ମାର୍ଗମିତ୍ର’ ସହାୟତା କେନ୍ଦ୍ର। ଏହି ବୈଶିଷ୍ଟ୍ୟଗୁଡ଼ିକୁ ପ୍ରଚଳନ କରି ଏନ୍‌ଏଚ୍‌ଏଆଇ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ୍ ଇକୋସିଷ୍ଟମକୁ ମଜବୁତ କରିଛି। ଏହା ଭାରତ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ଏବଂ ଜୀବନଯାପନର ସହଜତା ବୃଦ୍ଧି କରିବାର ଆବଶ୍ୟକତା ସହିତ ସମାନ। ନୂତନ ପଦକ୍ଷେପର ଲକ୍ଷ୍ୟ ହେଉଛି ଉନ୍ନତ ଡିଜିଟାଲ୍ ସେବା ପ୍ରଦାନ କରି ମାନୁଆଲ୍ ଡକ୍ୟୁମେଣ୍ଟେସନ୍ ଦୂର କରିବା ଏବଂ ଯାତ୍ରୀମାନଙ୍କ ପାଇଁ ସହାୟତାର ଦ୍ରୁତ ପହଞ୍ଚିବା ସୁନିଶ୍ଚିତ କରି ଜାତୀୟ ରାଜପଥ ଯାତ୍ରାକୁ ଅଧିକ ସୁଗମ କରିବା।

ନୂତନ ଭାବରେ ଆରମ୍ଭ ହୋଇଥିବା ‘ଲୋକାଲ୍ ପାସ୍’ ବୈଶିଷ୍ଟ୍ୟ ଯୋଗ୍ୟ ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାକୁ ନ ଯାଇ ରାଜମାର୍ଗଯାତ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଡିଜିଟାଲ୍ ଭାବରେ ଟୋଲ୍ ପାସ୍ କିଣିବାକୁ ସକ୍ଷମ କରିଥାଏ। ଡିଜିଟାଲ୍ ଲୋକାଲ୍ ଟୋଲ୍ ପାସ୍ ବୈଶିଷ୍ଟ୍ୟ ପ୍ରଥମେ ଦିଲ୍ଲୀର ଅର୍ବାନ ଏକ୍ସଟେନ୍ସନ୍ ରୋଡ୍-୨ ସ୍ଥିତ ମୁଣ୍ଡକା-ବକ୍କରୱାଲା ଟୋଲ୍ ପ୍ଲାଜାରେ ଆରମ୍ଭ କରିଥିଲା। ଆଗାମୀ ମାସଗୁଡ଼ିକରେ ଏହାକୁ ଦେଶର ଅନ୍ୟ ଟୋଲ୍ ପ୍ଲାଜାରେ ଆରମ୍ଭ କରାଯିବ। ଯୋଗ୍ୟ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବାସିନ୍ଦାମାନେ ରାଜମାର୍ଗଯାତ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଡିଜିଟାଲ୍ ଭାବରେ ‘ଲୋକାଲ୍ ପାସ୍’ କିଣିପାରିବେ। ଏହା ମାସ ମଧ୍ୟରେ ସମ୍ପୃକ୍ତ ଟୋଲ୍ ପ୍ଲାଜା ଦେଇ ଅସୀମିତ ଯାତ୍ରା କରିବାକୁ ଅନୁମତି ଦେବ। ପୂର୍ବରୁ, ଯାତ୍ରୀମାନଙ୍କୁ ସେମାନଙ୍କର ଯୋଗ୍ୟତା ସ୍ଥାପନ କରିବା ଏବଂ ସମର୍ଥନକାରୀ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ ବ୍ୟକ୍ତିଗତ ଭାବରେ ଟୋଲ୍ ପ୍ଲାଜାକୁ ଯିବାକୁ ପଡୁଥିଲା।

ନୂତନ ଡିଜିଟାଲ୍ ଫ୍ରେମୱାର୍କ ଅଧୀନରେ, ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ କିଛି ମିନିଟ୍ ମଧ୍ୟରେ ଡିଜିଟାଲ୍ ଭାବରେ ସମାପ୍ତ କରାଯାଇପାରିବ। ଏହି ପଦକ୍ଷେପ ଯାତ୍ରୀଙ୍କ ଠିକଣା, ଯାନବାହାନ ନମ୍ବର ଏବଂ ଲିଙ୍କ୍ ହୋଇଥିବା ଫାସ୍‌ଟ୍ୟାଗ୍‌ ସହିତ ଜଡିତ ଯାଞ୍ଚିତ ବିବରଣୀକୁ ସ୍ୱୟଂଚାଳିତ ଭାବରେ ପୁନରୁଦ୍ଧାର କରିବା ପାଇଁ ଡିଜିଲକର୍ ଏବଂ ବାହନ ସମେତ ସରକାରୀ ଡିଜିଟାଲ୍ ପ୍ଲାଟଫର୍ମ ସହିତ ସମ୍ମତି-ଆଧାରିତ ସମନ୍ୱୟକୁ ଲାଭ ପ୍ରଦାନ କରେ। ଜିଆଇଏସ୍‌ -ଆଧାରିତ ଯାଞ୍ଚକରଣ ମାଧ୍ୟମରେ ସ୍ଥାନୀୟ ପାସ୍ ପାଇଁ ଯୋଗ୍ୟତା ପ୍ରତିଷ୍ଠା କରାଯାଇଛି, ମାନୁଆଲ୍ ଡକ୍ୟୁମେଣ୍ଟେସନ୍ ଦୂର କରି ଏବଂ ସ୍ୱଚ୍ଛତା ଏବଂ ସଠିକତା ସୁନିଶ୍ଚିତ କରିବା ସହିତ ବ୍ୟବହାରକାରୀଙ୍କ ସୁବିଧାକୁ ଉନ୍ନତ କରି। ‘ଲୋକାଲ୍ ପାସ୍’ ପାଇବା ପରେ ଜଣେ ରାଜମାର୍ଗରେ ଅସୀମିତ ଯାତାୟାତ ସୁବିଧା ହାସଲ କରିବେ। ଏଥ଄ପାଇଁ ମାସିକ ଫି’ ୩୫୦ ଟଙ୍କା ଦେବାକୁ ହେବ।