IPL 2023 - The Sakala
ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୩ ଟାଇଟଲ୍ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌ଏସ୍ ମେଥଡରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା ଧୋନୀଙ୍କ ଚେନ୍ନାଇ। ତେବେ ଚେନ୍ନାଇର ବିଜୟ ପରେ ଗତ କିଛି ଦିନ ଧରି ଲାଗି ରହିଥିବା ଧୋନୀଙ୍କ ଅବସର ସସପେନ୍ସ ଉପରୁ ମଧ୍ୟ ପରଦା ଉଠିଛି। ଗତକାଲି ଚେନ୍ନାଇ ସୁପରକିଙ୍ଗ୍‌ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଅବସର ନେବେ ନାହିଁ ବୋଲି କହିଛନ୍ତି। ସେ ଆଇପିଏଲର ଆସନ୍ତା ସିଜିନ ଖେଳିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ହେବ ବୋଲି ଧୋନି କହିଛନ୍ତି।
ଗତକାଲି ମ୍ୟାଚପରେ ଭାରତୀୟ ଉପସ୍ଥାପକ ହର୍ସ ଭୋଗଲେ ଧୋନୀଙ୍କୁ ଏହା ତାଙ୍କର ଶେଷ ସିଜନ୍ କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଧୋନୀ କହିଥିଲେ ପରିସ୍ଥିତିକୁ ଦେଖି ମୋର ଅବସର ଘୋଷଣା କରିବାର ଏହା ହେଉଛି ସର୍ବୋତ୍ତମ ସମୟ । କିନ୍ତୁ ମୋ ପ୍ରଶଂସକଙ୍କ ପାଇଁ ଏହା କଷ୍ଟଦାୟକ। ମୁଁ ବର୍ତ୍ତମାନ ବିଦାୟ ନେଉଛି ବୋଲି କହିବା ମୋ ପାଇଁ ବହୁତ ସହଜ। ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ କହିବା ସହଜ। କିନ୍ତୁ ୯ ମାସ ପୁଣି ପରିଶ୍ରମ କରି ଟିମ୍‌କୁ ଫେରିବା ଓ ଅତିକମ୍‌ରେ ଆଇପିଏଲର ଆଉ ଏକ ସିଜିନ ଖେଳିବା ତାଙ୍କ ପାଇଁ ବହୁତ କଷ୍ଟକର। ତଥାପି ସେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହା କରିବାକୁ ପ୍ରସ୍ତୁତ। ଏହା ସେମାନଙ୍କ ପାଇଁ ତାଙ୍କ ତରଫରୁ ଏକ ଉପହାର ହେବ। ସେ ସତରେ ଏଭଳି କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ତାଙ୍କ ଶରୀରର ଫିଟନେସ ଉପରେ ନିର୍ଭର କରେ। ଏହା ଉପରେ ନିଷ୍ପତ୍ତି ନେବା ପାଇଁ ୬/୭ ମାସ ଲାଗିଯିବ ବୋଲି ଧୋନୀ କହିଛନ୍ତି।
The interaction you were waiting for 😉
MS Dhoni has got everyone delighted with his response 😃 #TATAIPL | #Final | #CSKvGT | @msdhoni pic.twitter.com/vEX5I88PGK
— IndianPremierLeague (@IPL) May 29, 2023
ଧୋନୀ କହିଛନ୍ତି  ଶରୀର ଉପରେ ଅନେକ କିଛି ନିର୍ଭର କରେ। ମୋର ନିଷ୍ପତ୍ତି ନେବାକୁ ୬ ରୁ ୭ ମାସ ଅଛି। ଏହା ମୋ ପକ୍ଷରୁ ମୋ ପ୍ରଶଂସକଙ୍କ ପାଇଁ ଉପହାର ପରି ହେବ। ଏହା ମୋ ପାଇଁ ସହଜ ନୁହେଁ, କିନ୍ତୁ ପ୍ରଶଂସକଙ୍କ ପାଇଁ ଏହା ଏକ ଉପହାର। ସେ ଯେପରି ତାଙ୍କର ପ୍ରେମ ଏବଂ ସ୍ନେହ ଦେଖାଇଛନ୍ତି, ମୁଁ ଅନୁଭବ କରୁଛି ଯେ ମୁଁ ତାଙ୍କ ପାଇଁ କିଛି କରିବା ଉଚିତ୍। ମୁଁ ଭାବପ୍ରବଣ କାରଣ ଏହା ମୋର କ୍ୟାରିୟରର ଶେଷ ଅଂଶ। ସବୁକିଛି ଏଠାରୁ ଆରମ୍ଭ ହୋଇଥିଲା। ଯେତେବେଳେ ମୁଁ ଚଳିତ ସିଜିନ୍‌ର ପ୍ରଥମ ମ୍ୟାଚ୍ ରେ ଗ୍ରାଉଣ୍ଡକୁ ଆସିଲି, ସମସ୍ତ ପ୍ରଶଂସକ ମୋ ନାଁ ଧରି ପାଟି କରୁଥିଲେ। ତା’ପରେ ମୋ ଆଖି ପାଣିରେ ଭରିଗଲା ଏବଂ ମୁଁ ସେଠାରେ କିଛି ସମୟ ପାଇଁ ଖୋଲା ସ୍ଥାନରେ ଠିଆ ହେଲି। ମୁଁ ଅନୁଭବ କଲି ଯେ ମୁଁ ଏହାକୁ ଉପଭୋଗ କରିବାକୁ ଚାହୁଁଛି। ଚେନ୍ନାଇରେ ଏହା ସମାନ ଅନୁଭବ ଥିଲା, ଏହା ମୋର ଶେଷ ମ୍ୟାଚ୍ ଥିଲା, କିନ୍ତୁ ମୁଁ ଫେରି ଆସିଲି ସେମାନଙ୍କ ପାଇଁ (ପ୍ରଶଂସକ) ଏବଂ ଖେଳିବାକୁ ଚାହେଁ । ମାଁ ଆଜି ଯାହାବି ହୋଇଛି, ମୋ ପ୍ରଶଂସକଙ୍କ ଭଲ ପାଇବା ଯୋଗୁଁ। ଏଣୁ ସେମାନଙ୍କ ପାଇଁ ମୁଁ ଚେଷ୍ଟା କରିବି ଆଉ ଗୋଟେ ସିଜିନ ଖେଳିବା ପାଇଁ । ମୁଁ ଫେରିବି ଓ ଯେତେ ଦୂର ସମ୍ଭବ ଖେଳିବାକୁ ଚେଷ୍ଟା କରିବି ବୋଲି ଧୋନୀ କହିଛନ୍ତି।
ଆଇପିଏଲରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିଲେ ଧୋନୀ
ଆଇପିଏଲ ଇତିହାସରେ ଏମଏସ ଧୋନୀ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ୨୫୦ଟି ମ୍ୟାଚ ଖେଳିଛନ୍ତି। ଆଇପିଏଲରେ ୨୫୦ଟି ମ୍ୟାଚ୍‌ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି। ତା’ମଧ୍ୟରୁ ୨୨୬ଟି ମ୍ୟାଚ୍‌ରେ ସେ ନେତୃତ୍ୱ ନେଇଛନ୍ତି। ଆଉ ଏହା ମଧ୍ୟ ଏକ ରେକର୍ଡ। ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ଧୋନିଙ୍କ ପଛରେ ରହିଛନ୍ତି ରୋହିତ ଶର୍ମା। ସେ ୨୪୩ଟି ମ୍ୟାଚ୍ ଖେଳିଥିବା ବେଳେ ଦୀନେଶ କାର୍ତ୍ତିକ ୨୪୨, ବିରାଟ କୋହଲି ୨୩୭ ଓ ରବୀନ୍ଦ୍ର ଜାଡ଼େଜା ୨୨୬ଟି ମ୍ୟାଚ୍ ଖେଳିଛନ୍ତି। ଧୋନି ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ୨୦୧୬ ଓ ୨୦୧୭ ସିଜିନରେ ସେ ରାଇଜିଂ ପୁନେ ସୁପର ଜାଏଣ୍ଟସ ପକ୍ଷରୁ ଖେଳିଥିବା ବେଳେ ବାକି ସବୁ ସିଜିନ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳିଛନ୍ତି।
ଧୋନୀ ଏପର୍ଯ୍ୟନ୍ତ ୨୫୦ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ୨୧୮ ଇନିଂସରେ ୩୯.୦୯ ହାରରେ ୫ ହଜାର ୮୨ ରନ୍‌ ସଂଗ୍ରହ କରିଛନ୍ତି। ୨୧୮ ଇନିଂସରେ ଧୋନୀଙ୍କ ୨୪ ଅର୍ଦ୍ଧଶତକ ସାମିଲ ରହିଛି। । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ୨୨୦ ମ୍ୟାଚ ଖେଳିଛନ୍ତି। ୧୯୧ ଇନିଂସରେ୨୨ଟି ଅର୍ଦ୍ଧଶତକ ଧୋନୀ ୪୫୦୮ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି, ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଧୋନୀ ୨୦୧୬-୧୭ରେ ୩୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ବର୍ଷରେ ୨୭ ଇନିଂସ ଖେଳି ୫୭୪ ରନ୍‌ ସଂଗ୍ରହ କରିଛନ୍ତି।
ଅଧିନାୟକ ଭାବରେ ଧୋନୀଙ୍କ ରେକର୍ଡ
ଏମଏସ ଧୋନୀ ଆଇପିଏଲରେ ଅଧିନାୟକ ଭାବରେ ୨୨୬ ଟି ମ୍ୟାଚ ଖେଳିଛନ୍ତି। ଯାହାକି ଆଇପିଏଲ ଇତିହାସରେ କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ଅଧିନାୟକ ଭାବେ ଧୋନୀ ଆଇପିଏଲରେ ୧୩୩ଟି ମ୍ୟାଚ ଜିତିଥିବା ବେଳେ ୯୧ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥି ସହିତ ଧୋନୀ ଅଧିନାୟକ ଭାବେ ୫ ଟି ଆଇପିଏଲ ଟାଇଟଲ ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧, ୨୦୨୩ ରେ ଚାମ୍ପିୟନ ହେବାରେ ସଫଳ ହୋଇଛି।
ଶେଷ ବଲରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗସ, ୫ମ ଥର ପାଇଁ ଜିତିଲା ଆଇପିଏଲ ଟାଇଟଲ
ଅହମ୍ମଦାବାଦ: ଆଇପିଏଲ-୨୦୨୩ ର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ । ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ । ବର୍ଷା ବାଧାପ୍ରାପ୍ତ ଆଇପିଏଲ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଚେନ୍ନାଇ ଟିମ DLS ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ ହୋଇଛି ଚେନ୍ନାଇ।
ଶେଷ ବଲ ପର୍ଯ୍ୟନ୍ତ ସଂଘର୍ଷ କରି ଅତି ରୋମାଞ୍ଚକର ରୋମାଞ୍ଚକର ମୁକାବିଲାରେ ଗୁଜରାଟକୁ ୫ ବିକେଟରେ ହରାଇ ୫ ଥର ପାଇଁ IPL ଚାମ୍ପିୟନ ହୋଇଛି ଧୋନି ବାହିନୀ । ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ଛକା ଓ ଚୌକା ମାରି ସାର ଜାଡେଜା ଚେନ୍ନାଇକୁ ଆଇପିଏଲ ଟାଇଟଲର ଚାମ୍ପିଅନ ବନାଇଛନ୍ତି ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କ ୯୬ ରନ ଏବଂ ଋଦ୍ଧିମାନ ଶାହାଙ୍କ ୫୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୪ ରନ କରିଥିଲା। ଜବାବରେ ଚେନ୍ନାଇ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶେଷ ୨ଟି ବଲରେ ଛକା ଏବଂ ଚୌକା ମାରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ଅବିସ୍ମରଣୀୟ ବିଜୟ ଦେବା ସହ ଦଳକୁ ଚାମ୍ପିଅନ କରାଇଛନ୍ତି।
ଆଇପିଏଲ୍‌‌ ଗ୍ରାଣ୍ଡ୍‌ ଫାଇନାଲ-୨୦୨୩: ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇକୁ ୨୧୫ ରନର ଟାର୍ଗେଟ ଦେଲା ଗୁଜରାଟ
ଅହମ୍ମଦାବାଦ: ଆଜି ରିଜର୍ଭ ଡେ’ରେ ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି।  ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୧୪ରନ କରିଛି। ଫଳରେ ଆଜିର ଫାଇନାଲ ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗସକୁ ୨୧୫ ରନର ଆବଶ୍ୟକତା ରହିଛି।
ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୨୦ ବଲରେ ୩୯ ରନ କରି ଆଉଟ ହୋଇଥିବା ବେଳେ ପାରିକୁ ଋଦ୍ଧିମାନ ଶାହା ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ । ପରେ ଋଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ସାଇ ସୁଦର୍ଶନଙ୍କ ସାଥ ଦେବା ପାଇଁ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। ସାଇ ସୁଦର୍ଶନ ୪୬ ବଲରେ ୯୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୧ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ଖାନ ୨ ବଲରେ ଶୂନ କରି ଶେଷ ବଲରେ ଆଉଟ ହୋଇଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମଥିଶା ପାଥିରାଣା ୨ଟି ୱିକେଟ ନେଇଥିବାବ ବେଳେ ରବୀନ୍ଦ୍ର ଜାଡ଼େଜା ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ସ୍ଥିର ପ୍ରଦର୍ଶନର ୬ ମୁଖ୍ୟ କାରଣ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌‌କେ) ଅନ୍ୟତମ ଶ୍ରେଷ୍ଠ ତଥା ସଫଳ ଦଳ ବିବେଚିତ ହେଉଛି। ଚାମ୍ପିଅନ ହେବାରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ପଛରେ ରହିଛି। ଅର୍ଥାତ ମୁମ୍ବାଇ ୫ଥର ଟାଇଟଲ ହାସଲ କରିଥିବା ବେଳେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଛି। କିନ୍ତୁ ବିଜୟ ପ୍ରତିଶତ ଓ ଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଚେନ୍ନାଇ ଶୀର୍ଷରେ ରହିବ। ୪ଥର ଟାଇଟଲ ଜିତିଥିବା ଚେନ୍ନାଇ ୧୦ଥର ଫାଇନାଲରେ ପ୍ରବେଶ କରିଛି। ଦୁର୍ନୀତି ମାମଲାରେ ଚେନ୍ନାଇ ଦୁଇଟି ସଂସ୍କରଣ ଖେଳିପାରି ନଥିଲା। ଏହା ଅର୍ଥ ଚେନ୍ନାଇ ମୋଟ୍‌‌ ୧୬ଟି ସଂସ୍କରଣରୁ ୧୪ଟି ଖେଳି ୧୦ଥର ଫାଇନାଲ ଟିକଟ ହାସଲ କରିଛି।
ସେହିପରି ମୁମ୍ବାଇ ୧୬ଟି ସଂସ୍କରଣରୁ ୬ଥର ଫାଇନାଲରେ ପ୍ରବେଶ କରି ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ୭୧ ପ୍ରତିଶତ ସିଜନର ଫାଇନାଲରେ ପ୍ରବେଶ କରିଛି। ଅନ୍ୟ କୋଣସି ଦଳ ଆଇପିଏଲରେ ଏଭଳି ସ୍ଥିର ପ୍ରଦର୍ଶନ କରିପାରି ନାହାନ୍ତି। ଚେନ୍ନାଇ ଯେତେଥର ଫାଇନାଲରେ ପ୍ରବେଶ କରିଛି ଅନ୍ୟ ଦଳଗୁଡିକ ସେତେଥର ପ୍ଲେ-ଅଫ୍‌‌ରେ ପ୍ରବେଶ କରିପାରିନାହାନ୍ତି। ଚେନ୍ନାଇର ଏହି ସଫଳତା ପଛରେ ଅଧିନାୟକ ଧୋନିଙ୍କ ଭୂମିକାକୁ ଅଣଦେଖା କରିହେବ ନାହିଁ। ଚେନ୍ନାଇର ଏହି ସ୍ଥିର ପ୍ରଦର୍ଶନ ତଥା ସଫଳତା ପଛରେ ୬ଟି ମୁଖ୍ୟ କାରଣ ବା ଫ୍ୟାକ୍ଟର ରହିଛି। ଏହି କାରଣଗୁଡିକୁ ହେଲା ନେତୃତ୍ୱ, ଦଳ, ମ୍ୟାନେଜମେଣ୍ଟ, କୋଚିଂ, ରଣନୀତି ଓ ଲିଗାସି ବା ସଫଳତାର ଅଭ୍ୟାସଗତ ପରମ୍ପରା।
୧. ଧୋନୀଙ୍କ ଅସାଧାରଣ ନେତୃତ୍ୱ
ଚେନ୍ନାଇ ସଫଳତା ପଛରେ ମହେନ୍ଦ୍ର ସିଂ ଧୋନୀଙ୍କ ଦୃଷ୍ଟାନ୍ତମୂଳକ ନେତୃତ୍ୱକୁ ଶ୍ରେୟ ଦିଆଯାଇପାରେ। ଆରମ୍ଭରୁ ଏପର୍ଯ୍ୟନ୍ତ ଧୋନୀ ଚେନ୍ନାଇର ଅଧିନାୟକ ରହିଛନ୍ତି। ସେ ଏକାଧାରାରେ ଚେନ୍ନାଇର ମେଣ୍ଟର, ଡିସିସନ ମେକର, ୱିକେଟକିପର ଓ ଫିନିଶର ଭୂମିକା ନିର୍ବାହ କରିଆସିଛନ୍ତି। ମୋଟ ଉପରେ କହିବାକୁ ଗଲେ ଧୋନୀ ହିଁ ଚେନ୍ନାଇର ମାଷ୍ଟର ମାଇଣ୍ଡ। ପଡ଼ିଆ ଭିତରେ ଓ ବାହାରେ ଧୋନୀ ହିଁ ଦଳର ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସିଛନ୍ତି। ନୀଲାମି ପୂର୍ବରୁ ଧୋନୀ ହିଁ ଖେଳାଳିଙ୍କୁ କିଣିବା ନେଇ ଯୋଜନା କରିଥାନ୍ତି। ୨୦୦୮ରୁ ଏପର୍ଯ୍ୟନ୍ତ ୨୨୪ରୁ ୨୧୧ଟି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ନେଇଛନ୍ତି। ଏଥିରୁ ଚେନ୍ନାଇ ୧୨୭ଟି ମ୍ୟାଚ୍‌‌ ଜିତିଥିବା ବେଳେ ୮୨ଟି ମ୍ୟାଚ୍‌‌ରେ ପରାସ୍ତ ହୋଇଛି। ୨ଟିର ଫଳାଫଳ ମଳିପାରିନାହିଁ। ବାକି ୧୩ ମ୍ୟାଚ୍‌‌ରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ନେତୃତ୍ୱ ନେଇଥିଲେ। ଧୋନୀଙ୍କୁ ବାଦଦେଲେ ଆଇପିଏଲରେ ଅନ୍ୟ କୌଣସି ଅଧିନାୟକ ୧୦୦ରୁ ଅଧିକ ବିଜୟ ହାସଲ କରିପାରି ନାହାନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୧୫୮ ମ୍ୟାଚ୍‌‌ରୁ ୮୭ଟି ବିଜୟ ହାସଲ କରିଛନ୍ତି।
୨. ସାଧାରଣ ଦଳକୁ ସ୍ୱତନ୍ତ୍ର ଭାବେ ଗଢି ତୋଳଥାନ୍ତି ଧୋନୀ
ଧୋନୀ ସାଧାରଣ ମନେ ହେଉଥିବା ଦଳକୁ ସ୍ୱତନ୍ତ୍ର ଭାବେ ଗଢି ତୋଳିବାରେ ସିଦ୍ଧହସ୍ତ। ବାକି ଦଳଗୁଡିକ ତାରକା ତଥା ମ୍ୟାଚ୍‌‌ ୱିନର ଖେଳାଳିଙ୍କୁ କ୍ରୟ କରିବା ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଚେନ୍ନାଇ ଓ ଧୋନି ଅଭିଜ୍ଞ, ଅଜଣାଥିବା ଓ ଘରୋଇ କ୍ରିକେଟରଙ୍କୁ କିଣି ସେମାନଙ୍କଠାରୁ ଉନ୍ନତ ଖେଳ ଆଦାୟ କରିବା ଉପରେ ଫୋକସ କରିଥାଏ। ଉଦାହଣର ସ୍ୱରୂପ ଏଥର ଦଳ ପାଇଁ ତୁଷାର ଦେଶପାଣ୍ଡେ, ମଥିସ ପତିରାଣା, ମହିଶ ଥିକାନା, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ଦୀପକ ଚହର, ଋତୁରାଜ ଗାଏକ୍ୱାଡ ଓ ଡେଭନ କନ୍‌‌ୱେଙ୍କ ଭଳି ଖେଳାଳି ଦମ୍‌‌ଦାର ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିମାନେ ଅପେକ୍ଷାକୃତ କମ୍‌‌ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌‌ ଖେଳିଛନ୍ତି। ଏହା ସତ୍ତ୍ବେ ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା।
୩. ଧୋନୀଙ୍କ ଧିର, ଶାନ୍ତ ସ୍ୱଭାବ ସଫଳତାର ଅନ୍ୟତମ କାରଣ
ଧୋନୀ ମ୍ୟାଚ୍‌‌ ଅବରସରେ ଅତ୍ୟନ୍ତ କଷ୍ଟକର ମୂହୂର୍ତ୍ତରେ ମଧ୍ୟ ଧିର ଓ ଶାନ୍ତ ସ୍ୱଭାବ ବଜାୟ ରଖିଥାନ୍ତି। ଫଳରେ ସାଥି ଖେଳାଳି ତାଙ୍କର ନିଷ୍ପତ୍ତିକୁ ହୃଦୟର ସହ ଗ୍ରହଣ କରିଥାନ୍ତି। ଯାହାଦ୍ୱାରା ପ୍ରତିକୂଳ ସ୍ଥିତିରେ ମଧ୍ୟ ଚେନ୍ନାଇ ଜିତିବାକୁ ସକ୍ଷମ ହୋଇଥାଏ। ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି (୨୦୧୦, ୨୦୧୧, ୨୦୧୮, ୨୦୨୧) ଓ ୨ଥର ଚାମ୍ପିଅନ୍ସ ଲିଗ୍‌‌ ଟାଇଟଲ (୨୦୧୦, ୨୦୧୪) ହାସଲ କରିଛି।
୪. ବାସନ୍ଦ ପରେ ଧୋନୀ ଚେନ୍ନାଇକୁ ଚାମ୍ପିଅନ କରାଇଥିଲେ
ଦୁର୍ନୀତି କାରଣରୁ ୨୦୧୬ ଓ ୨୦୧୭ରେ ଚେନ୍ନାଇ ୨ ବର୍ଷ ବାସନ୍ଦ ହୋଇଥିଲା। ଏହାପରେ ପ୍ରତ୍ୟାବର୍ତ୍ତନ କରି ୨୦୧୮ରେ ଚେନ୍ନାଇ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ ହୋଇଥିଲା ଓ ଦଳର ସ୍ଥିର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା। ଏହାପରେ ୨୦୧୯ ଫାଇନାଲରେ ମୁମ୍ବାଇଠାରୁ ମାତ୍ର ୧ ରନରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ୨୦୨୨ରେ ଚେନ୍ନାଇ ୯ମ ସ୍ଥାନରେ ରହି ଖରାପ ପ୍ରଦର୍ଶନ କରିଥିଲ। କିନ୍ତୁ ଏଥର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।
୫. ଧୋନୀ ଦଳକୁ ଆଗରେ ରଖିଥାନ୍ତି
ଅଧିନାୟକ ହୋଇଥିଲେ ମଧ୍ୟ ଧୋନୀ ନିଜଠାରୁ ଦଳକୁ ଆଗରେ ରଖଥାନ୍ତି ଅର୍ଥାତ ଦଳକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନେତୃତ୍ୱ ନେବା ସହ ଧୋନୀ ଅଘୋଷିତ ପ୍ରଶିକ୍ଷକ ଭୂମିକା ନିର୍ବାହ କରିଛନ୍ତି। ବିଭିନ୍ନ ପ୍ରକାର ସ୍ଥିତିରେ ଧୋନୀ ଦଳର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥାନ୍ତି। ଖାସ୍‌‌ କରି ବ୍ୟାଟିଂ କ୍ରମରେ ସେ ନିଜକୁ ପଛରେ ରଖିଥାନ୍ତି ଓ ଫିନିସର ଭୂମିକା ନିର୍ବାହ କରିବାକୁ ପସନ୍ଦ କରିଥାନ୍ତି। ଖେଳାଳି ନୀଲାମିରେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ଟିମ୍‌‌ ମ୍ୟାନେଜମେଣ୍ଟ ଯଥେଷ୍ଟ ଗୁରୁତ୍ୱ ଦେଇଥାଏ।
୬. ଧୋନୀ ଦଳରେ ଅଧିକ ପରିବର୍ତ୍ତନ କରି ନ ଥାନ୍ତି
ଆଇପିଏଲ ଇତିହାସରେ ଧୋନୀ ଏକମାତ୍ର ଅଧିନାୟକ ଭାବେ ଦଳର ଚୂଡାନ୍ତ ଏକାଦଶରେ ଅଧିକ କିମ୍ବା ଅନାବଶ୍ୟକ ପରିବର୍ତ୍ତନ କରିବାକୁ ପସନ୍ଦ କରି ନଥାନ୍ତି। ଚଳିତ ସଂସ୍କରଣରେ ୧୫ରୁ ୧୦ଟି ମ୍ୟାଚ୍‌‌ରେ ସେ ନିଜର ଅନ୍ତିମ ଏକାଦଶ ଓ ଇମ୍ପାକ୍ଟ ଖେଳାଳିରେ ପରିବର୍ତ୍ତନ କରିନାହାନ୍ତି। ଏହା ଦ୍ୱାରା କୌଣସି ଖେଳାଳି ଅସୁରକ୍ଷିତ ଅନୁଭବ କରି ନଥାନ୍ତି। ଗୋଟିଏ କିମ୍ବା ୨ଟି ଖରାପ ପ୍ରଦର୍ଶନ ପରେ କୌଣସି ଖେଳାଳିଙ୍କୁ ସେ ବାହର କରିନଥାନ୍ତି। ଫଳରେ ଖେଳାଳିମାନେ ଖୋଲିକରି ଖେଳିଥାନ୍ତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି।
ଆଜି ଖେଳାଯିବ ଆଇପିଏଲ ଫାଇନାଲ : ବର୍ଷା ପାଇଁ ଖେଳ ନ ହେଲେ ଗୁଜରାଟ ହେବ ଚାମ୍ପିଅନ
ଅହମ୍ମଦାବାଦ୍‌‌ : କ୍ରମାଗତ ବର୍ଷା ଯୋଗୁ ଏଠାରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌‌-୨୦୨୩ ଫାଇନାଲ ସ୍ଥଗିତ ରହିଥିଲା। ଆଇପିଏଲ୍‌‌ ନିୟମ ଅନୁଯାୟୀ ସୋମବାର ଅର୍ଥାତ ଆଜି ରିଜର୍ଭ ଦିବସରେ ଫାଇନାଲ ମ୍ୟାଚ ପୁନଃମୁକାବିଲା ହେବ। ତେବେ ଯଦି ଆଜିବି ବର୍ଷା ଯୋଗୁ ଖେଳ ସମ୍ଭବ ନ ହୁଏ, ତେବେ ଲିଗ୍‌‌ ପଏଣ୍ଟ ଟେବଲରେ ପ୍ରଥମ ସ୍ଥାନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଟାଇଟଲ ବିଜୟୀ ହେବ। ବର୍ଷା ଯୋଗୁ ଏହି ଫାଇନାଲ ମୁକାବିଲାର ଆକର୍ଷଣ କମିଯାଇଛି। ଦର୍ଶକ, ଆୟୋଜକ, ପ୍ରତିଦ୍ୱନ୍ଦ୍ୱୀ, କର୍ମକର୍ତ୍ତା ଏହି ବର୍ଷା ଯୋଗୁ ନିରାଶ ହୋଇନ୍ତି। ଆଇପିଏଲ୍‌‌ର ଗତ ୧୫ଟି ସଂସ୍କରଣର ଇତିହାସରେ ପ୍ରଥମଥର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍‌‌ ଆୟୋଜିତ ହୋଇ ପାରି ନାହିଁ।
ରବିବାର ହେବାକୁ ଥିବା ଫାଇନାଲ ମୁକାବିଲା ୪ଥରର ଚାମ୍ପିଅନ୍‌‌ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ସନ୍ଧ୍ୟା ୭ଟା ପୂର୍ବରୁ ଟିଭିରେ ମାଥ୍ୟୁ ହେଡେନ ପିଚ୍‌‌ ରିପୋର୍ଟ ଦେବା ପରେ ସମସ୍ତେ ଟସ୍‌‌ ପଡ଼ିବାକୁ ଅପେକ୍ଷା କରିଥିଲେ। କିନ୍ତୁ ହଠାତ୍‌‌ ଘଡଘଡ଼ି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ହେବାରୁ ଟସ୍‌‌ ପଡ଼ି ପାରି ନଥିଲା। ସମୟ ଗଡ଼ିଚାଲିବା ସାଙ୍ଗକୁ ବର୍ଷାର ପରିମାଣ ମଧ୍ୟ ବଢ଼଼ିଥିଲା। ବର୍ଷା ଛାଡ଼ିବାର ଆଶା ଦେଖା ନହେବାରୁ ଖେଳ ନିୟମର ତର୍ଜମା ଆରମ୍ଭ ହୋଇଯାଇଥିଲା। ଏଭଳି ଚିନ୍ତା ସମୟରେ ରାତି ୯ଟା ୧୧ ବେଳକୁ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଇଥିଲା। ପିଚ୍‌‌ ଉପରୁ କଭର କାଢ଼ିନିଆଯାଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କିଛି ଖେଳାଳି ପଡ଼ିଆକୁ ଆସି ସ୍ଥିତି ତଦାରଖ କରିଥିଲେ। ଆୟୋଜକ, ପ୍ରାୟୋଜକ, ଦର୍ଶକ, ଖେଳାଳି ଓ କର୍ମକର୍ତ୍ତା ମ୍ୟାଚ୍‌‌ ଆରମ୍ଭ ନେଇ ଅଙ୍କ କଷୁଥିଲାବେଳେ ୯ଟା ୨୦ ମିନିଟ୍‌‌ ବେଳକୁ ପୁଣିଥରେ ଜୋରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ସମସ୍ତଙ୍କୁ ପୁଣିଥରେ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ବର୍ଷା ଆଉ କମି ନଥିଲା। ଫଳରେ ରାତି ୧୧ଟାରେ ମ୍ୟାଚ୍‌‌ ରେଫରୀ ଜାଭାଗଲ ଶ୍ରୀନାଥ, ଦୁଇ ଫିଲ୍ଡ ଅମ୍ପାୟାର ନୀତୀନ ମେନନ ଓ ରଡ ଟକର ଆଲୋଚନା କରିବା ପରେ ମ୍ୟାଚ୍‌‌କୁ ସ୍ଥଗିତ ରଖିଥିଲେ। ଆଇପିଏଲ୍‌‌ ନିୟମ ଅନୁଯାୟୀ ଆଜି ଏହି ମ୍ୟାଚ୍‌‌ ପୁଣିଥରେ ଖେଳାଯିବ। ସୋମବାର ରାତି ୭ଟା ୩୦ମିନିଟ୍‌‌ରେ ଖେଳାଯିବ।
ଫାଇନାଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌‌ସର ଭେଟେରାନ ବ୍ୟାଟର ଅମ୍ବତି ରାୟୁଡୁ ଅବସର ନେବାକୁ ଘୋଷଣା କରି ଚମକ ସୃଷ୍ଟି କରିଥିଲେ। ଚଳିତ ଆଇପିଏଲ୍‌‌ରେ ସେ ୧୫ଟି ମ୍ୟାଚ୍‌‌ ଖେଳି ମାତ୍ର ୧୩୯ ରନ୍‌‌ କରିଥିବାରୁ ଫର୍ମରେ ନଥିଲେ। ଏଣୁ ତାଙ୍କ ଅବସର ଖବର ନେଇ କେହି ବିସ୍ମିତ ହୋଇ ନଥିଲେ। ଏହା ପରେ ଚେନ୍ନାଇ ଦଳର ଦୁଇ ପ୍ରମୁଖ ଖେଳାଳି ମାହୀଶ ଥିକସାନା ଓ ମାଥିଶ ପତିରାଣା ଫାଇନାଲ ମ୍ୟାଚ୍‌‌ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିବା ପରେ ଚେନ୍ନାଇ ସମର୍ଥକଙ୍କ ମଧ୍ୟରେ ନିରାଶ ସୃଷ୍ଟି ହୋଇଥିଲା। ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ଏକ ଦୁର୍ବଳ ଦଳ ଭାବେ ଗୁଜରାଟ ସହ ମୁକାବିଲା କରିବ। ଶ୍ରୀଲଙ୍କାର ଉପରୋକ୍ତ ଦୁଇ ଖେଳାଳି ଚଳିତ ଆଇପିଏଲ୍‌‌ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ନିଶ୍ଚିତ ଭାବେ ଅଡ଼ୁଆରେ ପଡ଼ିବ। ସମ୍ଭବତଃ ନିଜ ଖେଳ ଜୀବନର ଶେଷ ଆଇପିଏଲ୍‌‌ ମ୍ୟାଚ୍‌‌ ଖେଳୁଥିବା ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଲାଗି ଏହା କଷ୍ଟଦାୟକ ହେବ।
ଫାଇନାଲରେ ବର୍ଷା ବାଧକ : ରାତି ୧୨.୦୬ ପର୍ଯ୍ୟନ୍ତ ବର୍ଷା ନ‘ଛାଡିଲେ କାଲି ହେବ ମ୍ୟାଚ୍‌
ଅହମ୍ମଦାବାଦ: ଆଇପିଏଲ ଫଇନାଲରେ ବର୍ଷା ବାଧକ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ବର୍ଷା ଯୋଗୁଁ ଟସ୍‌ ମଧ୍ୟ ପଡିପାରିନାହିଁ। ଶନିବାର ଠାରୁ ଅହମ୍ମଦାବାଦରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା । ଆଉ ଆଜି ତାହା ହୋଇଛି। ସନ୍ଧ୍ୟା ୭.୩୦ ରେ ଫାଇନାଲ ମ୍ୟାଚ ଆରମ୍ଭ ହେବାକୁ ଥିଲା, କିନ୍ତୁ ବର୍ଷା ହେତୁ ଏହା ହୋଇପାରିଲା ନାହିଁ । ତଥାପି, ବର୍ଷା ବନ୍ଦ ହେବା ପରେ ଖେଳ ଆରମ୍ଭ ହେବ ଏବଂ ଆଇପିଏଲ ୨୦୨୩ର ଟାଇଟଲ ବିଜେତା ମିଳିବ ବୋଲି ପ୍ରଶଂସକ ଆଶା କରୁଛନ୍ତି। କିନ୍ତୁ ବର୍ଷା ଛାଡୁନଥିବାରୁ ଆଜିର ମ୍ୟାଚ ଉପରେ ଆଶଙ୍କା ପ୍ରକାଶ ପାଇଛି।
ଯଦି ମ୍ୟାଚ୍ ଆଜି ଖେଳ ହୋଇନପାରେ ତେବେ କଣ ହେବ?
ଯଦି ଆଇପିଏଲରେ ଲିଗ୍ ରାଉଣ୍ଡରେ ଏକ ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳକୁ ଗୋଟିଏ ପଏଣ୍ଟ ଦିଆଯାଏ। ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଯଦି ବର୍ଷା ହେତୁ ଫାଇନାଲ୍ ବାତିଲ ହୁଏ, ତେବେ କେଉଁ ଦଳ ଚଳିତ ସିଜିନରେ ଚାମ୍ପିଅନ୍ ହେବ।  ଆଇପିଏଲ୍ ନିୟମ ଅନୁଯାୟୀ ଆଇପିଏଲ ଫାଇନାଲ ପାଇଁ ଏକ ରିଜର୍ଭ ଡେ ରଖାଯାଏ। ଏଭଳି ପରିସ୍ଥିତିରେ ଆଜି ଶେଷ ପର୍ଯ୍ୟନ୍ତ ଯଦି ୫ ଓଭର ମ୍ୟାଚ୍ ମଧ୍ୟ ଖେଳାଯାଏ ନାହିଁ, ତେବେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଏହି ମ୍ୟାଚ୍ ଖେଳାଯିବ ।
ଯଦି ବର୍ଷା ବନ୍ଦ ନହୁଏ ତେବେ କ’ଣ ହେବ?
ବର୍ଷାକୁ ନେଇ ଆଇପିଏଲ ପରିଚାଳନା କମିଟି ପକ୍ଷରୁ ଆସିଥିବା ଅପଡେଟ୍‌ ଅନୁସାରେ ଯଦି ଆଜି ରାତି ୯.୩୫ରେ ମ୍ୟାଚ ଆରମ୍ଭ ହୋଇଥାନ୍ତା, ତେବେ ସମ୍ପୂର୍ଣ୍ଣ ୪୦ ଓଭର ମ୍ୟାଚ ଖେଳାଯାଇଥାନ୍ତା। ଅର୍ଥାତ ଉଭୟ ଦଳ ୨୦-୨୦ ଓଭର ମ୍ୟାଚ ଖେଳିଥାନ୍ତା। କିନ୍ତୁ ବର୍ତ୍ତମାନ ତାହା ସମ୍ଭବ ହୋଇନାହିଁ। କାରଣ ବର୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ଛାଡିନାହିଁ। ଅର୍ଥାତ ଆଇପିଏଲ ପରିଚାଳନା କମିଟି ନିୟମ ଅନୁସାରେ ୯.୩୫ ପରେ ମ୍ୟାଚ ହେଲେ ଓଭର କଟାଯିବ।
ଆଜି ରାତି ୯.୩୫ ପରେ ମ୍ୟାଚ୍ ଆରମ୍ଭ ହେଲେ ପ୍ରତି ଘଣ୍ଟାରେ ୧୪ ଓଭର ହ୍ରାସ ହେବ। ଯଦି ରାତି ୧୦.୩୦ରେ ମ୍ୟାଚ ହୁଏ ତେବେ ୨୬ ଓଭର ବିଶିଷ୍ଟ ମ୍ୟାଚ ହେବ । ଅର୍ଥାତ ଉଭୟ ଦଳ ୧୪ ଓଭର ଲେଖାଏଁ ଖେଳିବେ। ଯଦି ରାତି ୧୨.୦୬ରୁ ମ୍ୟାଚ ଆରମ୍ଭ ହୁଏ ତେବେ ୧୦ ଓଭର ଖେଳ ହେବ। ଅର୍ଥାତ ଉଭୟ ଦଳ ୫ ଓଭର ଲେଖାଏଁ ଖେଳିବେ। ଯଦି ଏହି ସମୟ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ନହୁଏ, ତେବେ ରିଜର୍ଭ ଡେ ଅର୍ଥାତ କାଲି ମ୍ୟାଚ ଖେଳାଯିବ। ରିଜର୍ଭ ଡେ ରେ ମଧ୍ୟ ବର୍ଷା ହେଲେ ଅତି କମରେ ପାଞ୍ଚ ଓଭର ମ୍ୟାଚ୍ କରିବାକୁ ଉଦ୍ୟମ କରାଯିବ। ଏଥିରେ ବିଫଳ ହେଲେ ବିଜେତା ଏକ ସୁପର ଓଭର ମାଧ୍ୟମରେ ସ୍ଥିର ହେବ। ଯଦି ପିଚ୍‌ ଓଦା ରହିଥାଏ ଏବଂ ସୁପର ଓଭର ହେବାର କୌଣସି ସମ୍ଭାବନା ନଥାଏ, ତେବେ ଗୁଜୁରାଟ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲ ଉପରେ ଥିବାରୁ ଚାମ୍ପିୟନ ହେବ।
ଅମ୍ବାତି ରାଇଡୁଙ୍କ ବଡ ଘୋଷଣା : ଆଜିର ଫାଇନାଲ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌
ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲ ମ୍ୟାଚ। ବର୍ଷା ଯୋଗୁଁ ମ୍ୟାଚରେ କିଛି ସମୟ ବିଳମ୍ବ ହେଉଛି। ତେବେ ଆଜି ମ୍ୟାଚ ପୂର୍ବରୁ ଚେନ୍ନାଇର ବରିଷ୍ଠ ଖେଳାଳୀ ଅମ୍ବାତି ରାଇଡୁ ବଡ ଘୋଷଣା କରିଛନ୍ତି । ସେ ଆଇପିଏଲରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି । ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ ।
ରାୟୁଡୁ ଆଜି ଟ୍ୱିଟ କରି କହିଛନ୍ତି ଯେ “ ଦୁଇ ବଡ଼ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୦୪ ମ୍ୟାଚ୍‌, ୧୪ଟି ସିଜିନ, ୧୧ ପ୍ଲେଅଫ, ୮ ଫାଇନାଲ ଓ ୫ ଟ୍ରଫି ଜିତିଛି। ଆଶା ଆଜି ରାତିରେ ଏହି ସଂଖ୍ୟା ୬ରେ ପହଞ୍ଚିବ। ଏହା ଏକ ଭଲ ଯାତ୍ରା ଥିଲା। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ ମୋ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ଏହି ମହାନ ଟୁର୍ଣ୍ଣାମେଣ୍ଟରେ ଖେଳି ମୁଁ ବେଶ ଆନନ୍ଦ ପାଇଛି। ଧନ୍ୟବାଦ। ଆଉ ୟୁ-ଟର୍ଣ୍ଣ ନେବିନି।”
ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ ୨୦୨୩ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ପ୍ରକାଶଥାଉକି, ଅନ୍ତର୍ଜାତୀୟ କ୍ରିକେଟରୁ ସେ ୨୦୧୯ରେ ହିଁ ସନ୍ନ୍ୟାସ ନେଇଥିଲେ, ଯେବେ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ତାଙ୍କର ଆଇପିଏଲ୍ କ୍ୟାରିଅର କଥା ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଲିଛନ୍ତି । ସେଥିମଧ୍ୟରୁ ୩୩ ଅପରାଜିତ ଇନିଂସ ରହିଛି । ସେ ଆଇପିଏଲ୍ କ୍ୟାରିଅରରେ ୪୩୨୯ ରନ୍ କରିଛନ୍ତି, ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।
ରାଇଡୁ ଖେଳୁଥିବା ଦଳ ୫ଥର ଆଇପିଏଲ ଟ୍ରଫି ଜିତିଛି
ଅମ୍ବାତି ରାଇଡୁ ୫ଥର ଆଇପିଏଲ ବିଜେତା ଦଳର ସଦସ୍ୟ ରହିଛନ୍ତି। ରାୟୁଡୁଙ୍କୁ ୨୦୧୩ରେ ପ୍ରଥମଥର ଏହି ସୁଯୋଗ ମିଳିଥିଲା। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରେ ଖେଳୁଥିଲେ।  ଏହା ମୁମ୍ବାଇର ମଧ୍ୟ ପ୍ରଥମ ଟ୍ରଫି ଥିଲା। ରାୟୁଡୁ ଏହି ସିଜିନର ସବୁ ମ୍ୟାଚ୍‌ ଖେଳିଥିଲେ। ୨୦୧୫ ଓ ୨୦୧୭ରେ ମଧ୍ୟ ରାୟୁଡୁ ମୁମ୍ବାଇରେ ଥିବା ବେଳେ ଦଳ ଆଇପିଏଲ ଚାମ୍ପିୟନ ହୋଇଥିଲା। ଏହାପରେ ଯେତେବେଳେ ଚେନ୍ନାଇ ସୁପର ୨୦୧୮ ଏବଂ ୨୦୨୧ରେ ଟାଇଟଲ ଜିତିଲା ସେହି ସମୟରେ ଅମ୍ବାତି ରାଇଡୁ ଚେନ୍ନାଇ ଟିମ୍‌ରେ ଖେଳୁଥିଲେ।
ଆଜି ଇତିହାସ ସୃଷ୍ଟି କରିବେ ଏମ୍‌ଏସ୍‌ ଧୋନୀ, ଆଇପିଏଲରେ ପ୍ରଥମ ଖେଳାଳି ଭାବେ କରିବେ ଏହି ରେକର୍ଡ
ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି। ପାଖାପାଖି ଦୁଇମାସ ଅର୍ଥାତ ୫୮ ଦିନ ପରେ ୭୪ଟି ମ୍ୟାଚ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ନିଶ୍ଚିତ ହେବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଟାଇଟଲ ମୁକାବିଲାର ବେଶ୍‌‌ ଗୁରୁତ୍ୱ ରହିଛି।
ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ। ଏମଏସ ଧୋନୀ ମଧ୍ୟ ଜଣେ ଖେଳାଳି ଭାବରେ ବହୁତ ସଫଳ ହୋଇଛନ୍ତି। ଆଇପିଏଲ ଇତିହାସରେ ଧୋନୀ ମଧ୍ୟ ସବୁଠୁ ସଫଳ ଅଧିନାୟକ, ତେବେ ଧୋନୀଙ୍କ ପାଇଁ ମେ ୨୮ଏକ ବିଶେଷ ଦିନ ହେବାକୁ ଯାଉଛି। ସେ ଆଜି ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବେ ଖେଳିବେ। ଏଥି ସହିତ ଜଣେ ଖେଳାଳି ଭାବରେ ଏମଏସ ଧୋନୀ ଆଜି ଆଇପିଏଲରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଫାଇନାଲ ମ୍ୟାଚରେ ପାଦ ଦେବା ମାତ୍ରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ।
ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ  ମଧ୍ୟରେ ଆଇପିଏଲ୍ ୨୦୨୩ର ଫାଇନାଲ ଧୋନୀ ପାଇଁ ଆଜି ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ ହେବ।  ଆଇପିଏଲ ଇତିହାସରେ ଏମଏସ ଧୋନୀ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ୨୫୦ଟି ମ୍ୟାଚ ଖେଳିଛନ୍ତି। ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଛନ୍ତି।
ଆଇପିଏଲରେ ଧୋନୀଙ୍କ ରେକର୍ଡ
ଧୋନୀ ଏପର୍ଯ୍ୟନ୍ତ ୨୪୯ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ୨୧୭ ଇନିଂସରେ ୩୯.୦୯ ହାରରେ ୫ ହଜାର ୫୨ ରନ୍‌ ସଂଗ୍ରହ କରିଛନ୍ତି। ୨୧୭ ଇନିଂସରେ ଧୋନୀଙ୍କ ୨୪ ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ଧୋନୀ ହେଉଛନ୍ତି ଆଇପିଏଲ ଇତିହାସର ସପ୍ତମ ସର୍ବାଧିକ ରନ୍‌ ସ୍କୋରର। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ୨୧୯ ମ୍ୟାଚ ଖେଳିଛନ୍ତି। ୧୯୦ ଇନିଂସରେ୨୨ଟି ଅର୍ଦ୍ଧଶତକ ଧୋନୀ ୪୫୦୮ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି, ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଧୋନୀ ୨୦୧୬-୧୭ରେ ୩୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ବର୍ଷରେ ୨୭ ଇନିଂସ ଖେଳି ୫୭୪ ରନ୍‌ ସଂଗ୍ରହ କରିଛନ୍ତି।
ଅଧିନାୟକ ଭାବରେ ଧୋନୀଙ୍କ ରେକର୍ଡ
ଏମଏସ ଧୋନୀ ଆଇପିଏଲରେ ଅଧିନାୟକ ଭାବରେ ୨୨୫ ଟି ମ୍ୟାଚ ଖେଳିଛନ୍ତି। ଯାହାକି ଆଇପିଏଲ ଇତିହାସରେ କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ଅଧିନାୟକ ଭାବେ ଧୋନୀ ଆଇପିଏଲରେ ୧୩୨ଟି ମ୍ୟାଚ ଜିତିଥିବା ବେଳେ ୯୧ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥି ସହିତ ଧୋନୀ ଅଧିନାୟକ ଭାବେ ୪ଟି ଆଇପିଏଲ ଟାଇଟଲ ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ରେ ଚାମ୍ପିୟନ ହେବାରେ ସଫଳ ହୋଇଛି।
ଆଜି ଆଇପିଏଲ୍‌‌ ଗ୍ରାଣ୍ଡ୍‌ ଫାଇନାଲ: ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଗୁଜରାଟ ଓ ଚେନ୍ନାଇ
ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲରେ ମୁହାଁମୁହିଁ ହେବେ। ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ବିଶ୍ୱର ସବୁଠାରୁ ଏହି ଧନୀ ତଥା ଶ୍ରେଷ୍ଠ ଟି-୨୦ ଲିଗ୍‌‌ ଫାଇନାଲ ମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି। ଗୁଜରାଟ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଚେନ୍ନାଇ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ଭାବ୍ୟ ଅନ୍ତିମ ଆଇପିଏଲ ଟ୍ରଫି ଉପହାର ସ୍ୱରୂପ ପ୍ରଦାନ କରିବା ଲକ୍ଷ୍ୟରେ ରହିଛି। ପାଖାପାଖି ଦୁଇମାସ ଅର୍ଥାତ ୫୮ ଦିନ ପରେ ୭୪ଟି ମ୍ୟାଚ ଖେଳାଯିବା ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ନିଶ୍ଚିତ ହେବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଟାଇଟଲ ମୁକାବିଲାର ବେଶ୍‌‌ ଗୁରୁତ୍ୱ ରହିଛି।
ପୂର୍ବରୁ ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ଭେଟିଥିଲେ ଓ ଏଥିରେ ଚେନ୍ନାଇ ୧୫ ରନରେ ଗୁଜରାଟକୁ ପରାସ୍ତ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଗୁଜରାଟ ଏଲିମିନେଟର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଥିବା ବେଳେ ଗୁଜରାଟ ଗତ ସଂସ୍କରଣରେ ପଦାର୍ପଣ କରି ଟାଇଟଲ ହାସଲ କରିଥିଲା। ତେଣୁ ଚେନ୍ନାଇର ଆଇପିଏଲ୍‌‌ ଇତିହାସ ପୁରୁଣା ହୋଇଥିବା ବେଳେ ଗୁଜରାଟ ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି। ଚେନ୍ନାଇ ପଞ୍ଚମଥର ପାଇଁ ଓ ଗୁଜରାଟ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି।
ଫୋକସ୍‌‌ରେ ଗିଲ୍‌‌, ଋତୁରାଜ, ରସିଦ
ସବୁ ଦୃଷ୍ଟିକୋଣରୁ ଉଭୟ ଦଳ ବେଶ୍‌‌ ସନ୍ତୁଳିତ ମନେ ହେଉଛି। ଦୁଇ ଦଳର ମୁଖ୍ୟତଃ ୪ଜଣ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୪ଟି ମ୍ୟାଚ୍‌‌ରେ ୩ଟି ଶତକ ହାସଲ କରିଥିବା ଗୁଜରାଟଟ ଯୁବ ଓପନର ଶୁବମାନ ଗିଲ ଓ ଅଧିନାୟକ ପାଣ୍ଡ୍ୟା ଫାଇନାଲ ମ୍ୟାଚ୍‌‌ରେ ଦଳ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅଲରାଣ୍ଡର ଭୂମିକା ସହିତ ନେତୃତ୍ୱରେ ପାଣ୍ଡ୍ୟା ଚ୍ୟାଲେଞ୍ଜ ଓ ଚାପର ସମ୍ମୁଖୀନ ହେବେ। ଗିଲ ଏପର୍ଯ୍ୟନ୍ତ ୧୬ ମ୍ୟାଚ୍‌‌ ଖେଳି ୩ ଶତକ, ୪ ଅର୍ଦ୍ଧଶତକ ସହ ୬୦.୭୯ ହାରରେ ସର୍ବାଧିକ ୮୫୧ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌‌ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ସେହିପରି ବୋଲିଂରେ ସର୍ବାଧିକ ୨୮ ୱିକେଟ ନେଇ ପର୍ପଲ କ୍ୟାପ ଦୌଡ଼ରେ ସବୁଠାରୁ ଆଗରେ ଥିବା ଗୁଜରାଟ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି, ୨୭ଟି ୱିକେଟ ନେଇଥିବା ତାରକା ସ୍ପିନର ରସିଦ ଖାନ୍‌ ଓ ୨୪ଟି ୱିକେଟ ନେଇଥିବା ଦ୍ରୁତ ବୋଲ ମୋହିତ ଶର୍ମା ପୁଣି ଥରେ ଏହି ମ୍ୟାଚ୍‌‌ରେ କମାଲ କରିବେ ବୋଲି ଆଶା କରାଯାଉଛି।
ସେହିପରି ଚେନ୍ନାଇ ପାଇଁ ବ୍ୟାଟିଂରେ ଓପର ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ବୋଲିଂରେ ଯୁବ ଦ୍ରୁତ ବୋଲର ମଥିସା ପତିରାଣା ଓ ସ୍ପିନର ରବୀନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଚାମ୍ପିଅନ ହେବାର ସୁଯୋଗ ସୃଷ୍ଟି କରିବେ। ଉଭୟ ଦଳରେ ଏକାଧିକ ମ୍ୟାଚ୍‌‌ ବିଜେତା ରହିଛନ୍ତି। ତେଣୁ ଯେକୌଣସି ଖେଳାଳି ଦମ୍‌‌ଦାର ପ୍ରଦର୍ଶନ କରି ଦଳ ପାଇଁ ସୁଯୋଗ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧୋନି ପୁଣିଥରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ପ୍ରଥମ କ୍ୱାଲିଫାୟରର ତ୍ରୁଟି ସୁଧାରି ଗୁଜରାଟ ଚେନ୍ନାଇକୁ ଚକ୍‌‌ମା ଦେବା ଲକ୍ଷ୍ୟରେ ରହିଛି। ପାଣ୍ଡ୍ୟାଙ୍କ ତୁଳନାରେ ଅଭିଜ୍ଞତା ଦୃଷ୍ଟିକୋଣରୁ ଧୋନି ଦୁଇପାଦ ଆଗରେ ରହିଛନ୍ତି। ତେଣୁ ସେ ଚାପକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ।
ମ୍ୟାଚ୍‌‌ ହେବ ହାଇସ୍କୋରିଂ: ଟସ୍‌‌ ଜିତିବା ଦଳ ବ୍ୟାଟିଂ କରିବ
ଆଇପିଏଲ ଫାଇନାଲ ଏଥର ହାଇ ସ୍କୋରିଂ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏଠାରେ ଖେଳାଯାଇଥିବା ମ୍ୟାଚ୍‌‌ଗୁଡିକରେ ଛକା ଓ ଚୌକା ବର୍ଷା ହୋଇଛି। ପ୍ରଥମ ଇନିଂସର ହାରିହାରି ସ୍କୋର ରହିଛି ୧୯୩। ଏଥିମଧ୍ୟରୁ ୫ଟି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଚଳିତ ଆଇପିଏଲ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୦ଟିରେ ବିଜୟୀ ହୋଇଥିବା ବେଳେ ୩୨ଟିରେ ପରାସ୍ତ ହୋଇଛି। ଏଠାରେ କାକର ସମସ୍ୟା ସୃଷ୍ଟି କରିବ ନାହିଁ। ତେଣୁ ଟସ୍‌‌ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ପାଗ ମେଘୁଆ ହେବ ବୋଲି ଅନୁମାନ କରାଯାଉଛି। ତେବେ ବର୍ଷା ବାଧକ ହେବ ନାହିଁ। ମୋଟ ଉପରେ ରବିବାର ଏକ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌‌ ସାରା ବିଶ୍ୱ ଦେଖିବ। ସୁପର ସଣ୍ଡେରେ ଏକ ସୁପର ମ୍ୟାଚ୍‌‌ କ୍ରିକେଟ ପ୍ରଶଂସକଙ୍କୁ ମନୋରଞ୍ଜରନ ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।
ଚେନ୍ନାଇ ସୁପର କିଙ୍ଗସ
ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଆକାଶ ସିଂ, ମୋଇନ ଅଲି, ଭଗତ ବର୍ମା, ଦୀପକ ଚହର, ଡେଭନ କନୱେ, ତୁଷାର ଦେଶପାଣ୍ଡେ, ଶିବମ ଦୁବେ, ଋତୁରାଜ ଗାଏକ୍ୱାଡ, ରାଜବର୍ଦ୍ଧନ ହଙ୍ଗରଗେକର, ରବୀନ୍ଦ୍ର ଜାଡେଜା, ସିସାନ୍ଦା ମାଗାଲା, ଅଜୟ ମଣ୍ଡଲ, ମାଥିସା ପତିରାଣା, ଡ୍ୱେନ ପ୍ରିଟୋରିୟସ, ଆଜିଙ୍କ୍ୟ ରାହାଣେ, ସେଖ ରସିଦ, ଅମ୍ବାତି ରାୟୁଡୁ, ମିଚେଲ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରନଜିତ ସିଂ, ନିଶାନ୍ତ ସିନ୍ଧୁ, ପ୍ରଶାନ୍ତ ସୋଲାଙ୍କି ଓ ମହିଶା ଥିକସାନା।
ଗୁଜରାଟ ଟାଇଟନ୍ସ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ, ଡେଭିଡ ମିଲର, ଅଭିନବ ମନୋହର, ସାଇ ସୁଦର୍ଶନ, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌‌, ରସିଦ ଖାନ, ରାହୁଲ ତେୱାତିଆ, ବିଜୟ ଶଙ୍କର, ମହମ୍ମଦ ସାମି, ଅଲଜାରି ଜୋଶେଫ୍‌‌, ୟଶ ଦୟାଲ, ପ୍ରଦୀପ ସାଙ୍ଗୱାନ, ଦର୍ଶନ ନାଲକନ୍ଦେ, ଜୟନ୍ତ ଯାଦବ, ଆର ସାଇ କିଶୋର, ନୁର ଅହମ୍ମଦ, ଦସୁନ ସନକା, ଓଡେନ ସ୍ମିଥ୍‌‌, କେଏସ୍‌‌ ଭରତ, ଶିବମ ମାଭି, ଉର୍ଭିଲ ପଟେଲ, ଜୋଶୁଆ ଲିଟଲ ଓ ମୋହିତ ଶର୍ମା।
ଆଇପିଏଲ ୨୦୨୩ ଦ୍ବିତୀୟ କ୍ବାଲିଫାୟର: ଗିଲଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇକୁ ୨୩୪ ରନର ଟାର୍ଗେଟ ଦେଲା ଗୁଜରାଟ
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲା ଜିତି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଛନ୍ତି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୩୩ ରନ କରିଛି। ଏହି ମ୍ୟଚକୁ ଜିତି ଫାଇନାଲକୁ ପ୍ରେବଶ କରିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୪୪ ରନର ଆବଶ୍ୟକତା ରହିଛି।
ଗୁଜରାଟ ଟାଇଟନ୍ସ ପକ୍ଷରୁ ଋଦ୍ଧିମାନ ଶାହା ୧୬ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ। ଶୁଭମନ ଗିଲ୍ ଏକ ଦମଦାର ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୬୦ ବଲରେ ୧୨୯ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ଶତକୀୟ ଇଂନିସରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ରହିଛି। ପରେ ସାଇ ସୁଦର୍ଶନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଆସି ମ୍ୟାଚକୁ ସମ୍ଭାଳିଥିଲେ। ସାଇ ସୁଦର୍ଶନ ୩୧ ବଲରେ ୪୩ ରନ କରି ରାଟର୍ଡ ଆଉଟ ହୋଇଥିଲେ। ପରେ ରଶିଦ ଖାନ ପାରିକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୮ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ୨ ଖାନ ବଲରେ ୫ ରନ କରି ଅପରାଜିତ ରହିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପୀୟୂଷ ଚାଓ୍ଵଲା ଓ ଆକାଶ ମଧବାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଚେନ୍ନାଇ ସହ କିଏ ଖେଳିବ ଫାଇନାଲ : ଆଜି ଦ୍ବିତୀୟ କ୍ବାଲିଫାୟରରେ ମୁହାଁମୁହିଁ ହେବେ ଗୁଜରାଟ-ମୁମ୍ବାଇ
ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚର‌ ବିଜେତା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ। ଆକାଶ ମାଧୱାଲଙ୍କ ଚମତ୍କାର ବୋଲିଂ ବଳରେ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ବିଜୟ ହାସଲ କରିଥିଲା । ତେବେ ଦ୍ବିତୀୟ କ୍ବାଲିଫାୟରରେ ରୋହିତଙ୍କ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ।
ମାଧୱାଲ ୫ ରନରେ ପାଞ୍ଚ ୱିକେଟ୍ ନେଇଥିବା ବେଳେ ବୁଧବାର ଚେନ୍ନାଇରେ ଖେଳାଯାଇଥିବା ଏଲିମିନେଟରରେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା । ଜସପ୍ରୀତ ବୁମରା ଏବଂ ଜୋଫ୍ରା ଆର୍ଚରଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ମୁମ୍ବାଇର ବଡ଼ ବିଜୟ ଅନ୍ୟ ଦଳ ପାଇଁ ଏକ ସତର୍କ ଘଣ୍ଟି ଜ୍ଝ ଚଳିତ ସିଜନରେ ମୁମ୍ବାଇର ପ୍ରଦର୍ଶନ ଅସ୍ଥିର ରହିଛି । କିନ୍ତୁ ଏବେ ଦଳ ଠିକ୍ ସମୟରେ ଫର୍ମକୁ ଫେରିଥିବା ମନେ କରାଯାଉଛି ।
କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ ଏବଂ ଟିମ୍ ଡେଭିଡ ଏପର୍ଯ୍ୟନ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରିଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ନେହଲ ଓ୍ବାଧେରା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ଏବଂ ଇଶାନ କିଶନଙ୍କ ଓପନିଂ ଯୋଡି ମଧ୍ୟ ଲୟକୁ ଫେରିଛନ୍ତି । ଏହା ସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ରେକର୍ଡ ଷଷ୍ଠ ଟାଇଟଲ ଆଡକୁ ଅଗ୍ରସର ହେଉଛି । ଏହି ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ଗୁଜରାଟର ବୋଲରମାନଙ୍କୁ କଡ଼ା ପରୀକ୍ଷା ହେବ, ଯାହାର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ।
ଲକ୍ଷ୍ନୌ ବିପକ୍ଷ ଗତ ମ୍ୟାଚରେ ବୋଲିଂରେ ମାଧୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩.୫ ଓଭରରେ ପାଞ୍ଚ ରନ୍ ବିନିମୟରେ ପାଞ୍ଚ ୱିକେଟ୍ ନେଇଥିଲେ। ଦଳ ତାଙ୍କଠାରୁ ପୁଣି ଏହିପରି ପ୍ରଦର୍ଶନ ଆଶା କରିବ। ମୁମ୍ବାଇର ଅନ୍ୟ ବୋଲରଙ୍କ ମଧ୍ୟରେ ଭେଟେରାନ୍ ଲେଗ୍ ସ୍ପିନର ପୀୟୁଷ ଚାୱଲା ଏବଂ ଦ୍ରୁତ ବୋଲର ଜେସନ୍ ବେହେରେଣ୍ଡର୍ଫ ମଧ୍ୟ ଚମତ୍କାର ବୋଲିଂ କରିଛନ୍ତି। ଗତ କିଛି ମ୍ୟାଚ୍‌ରେ ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନ୍ ଲକ୍ଷ୍ନୌ ବିପକ୍ଷରେ ଦୁଇଟି ଓଭରରେ ସାତ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, ଯାହା ମୁମ୍ବାଇ ପାଇଁ ଏକ ଭଲ ସଙ୍କେତ।
ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପ୍ରଥମ କ୍ବାଲିଫାୟରରେ ପରାଜୟ ପରେ ଗୁଜରାଟ ଟାଇଟନ୍ସ ଏହି ମ୍ୟାଚରେ ପ୍ରବେଶ କରିବ। ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିବା ପାଇଁ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।
ଗୁଜରାଟର ସମସ୍ତ ଖେଳାଳି ଏପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବ୍ୟାଟିଂରେ ଶୁଭମାନ ଗିଲ ଏବଂ ବିଜୟ ଶଙ୍କର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ବିପକ୍ଷରେ ଗିଲ୍ ଆଶାନୁରୂପ ପ୍ରଦର୍ଶନ କରିନଥିଲେ । କିନ୍ତୁ ଲିଗ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଶତକ ହାସଲ କରିଥିବା ଏହି ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ମୁମ୍ବାଇ ପାଇଁ ସବୁଠାରୁ ବଡ ବିପଦ ସାଜିପାରନ୍ତି ।
ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଦାୟିତ୍ୱକୁ ଗିଲ ବହୁତ ଭଲ ଭାବେ ତୁଲାଇଛନ୍ତି । ସେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚରେ ୭୨୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ପରେ ଗୁଜରାଟ ପାଇଁ ବିଜୟ ଶଙ୍କର ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ଏଯାବତ ୪୨୧ ରନ୍ କରିଛନ୍ତି। ଶଙ୍କର ବର୍ତ୍ତମାନ ୧୨ଟି ମ୍ୟାଚରେ ୩୦୧ ରନ୍ କରିଛନ୍ତି। ଚଳିତ ସିଜନରେ ଟପ୍ ରନ୍ ସ୍କୋରର ଥିବା ଆରସିବିର ଫାଫ୍ ଡୁପ୍ଲେସିଙ୍କ ଠାରୁ ଅରେଞ୍ଜ କ୍ୟାପ୍ ପାଇବା ପାଇଁ ଗିଲଙ୍କୁ କେବଳ ଆଠ ରନ୍ ଆବଶ୍ୟକ।
ଗୁଜରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ପ୍ରଦର୍ଶନ ଚିନ୍ତାର ବିଷୟ। ସେ ଗତ ପାଞ୍ଚଟି ମ୍ୟାଚ୍‌ରେ ମାତ୍ର ୪୫ ରନ୍ ସଂଗ୍ରହ କରିଛନ୍ତି। ଡେଭିଡ ମିଲର ମଧ୍ୟ ମଧ୍ୟ କ୍ରମରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଗତ ତିନୋଟି ମ୍ୟାଚ୍‌ରେ ସେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ। ଚଳିତ ସିଜନରେ ମୁମ୍ବାଇ ଏବଂ ଗୁଜରାଟ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।
ଆଇପିଏଲ୍‌- ୨୦୨୩ ଏଲିମିନେଟର: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ ଲକ୍ଷ୍ନୌ
ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଏଲିମିନେଟରରେ ବୁଧବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପରସ୍ପରକୁ ଭେଟିବେ । ସ୍ଥାନୀୟ ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ପ୍ଲେ ଅଫ୍‌ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି । ଗତ ସଂସ୍କରଣରେ ନିହାତି ମାମୁଲି ପ୍ରଦର୍ଶନ କରି ମୁମ୍ବାଇ ୮ ପଏଣ୍ଟ ସହ ତାଲିକାର ନିମ୍ନରେ ରହି ଅଭିଯାନ ଶେଷ କରିଥିଲା । ଏଥର କିନ୍ତୁ ମୁମ୍ବାଇ ନାଟକୀୟ ଢଙ୍ଗରେ ପ୍ଲେ – ଅଫ୍‌ରେ ପ୍ରବେଶ କରିଛି । ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ଗୁଜରାଟଠାରୁ ପରାସ୍ତ ହେବା ପରେ ମୁମ୍ବାଇ ପ୍ଲେ- ଅଫ୍‌କୁ ଉଠିଥିଲା । ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜେତା ଦ୍ୱିତୀୟ କ୍ୱାଲିଫାୟରରେ ପ୍ରଥମ କ୍ୱାଲିଫାୟର ପରାଜିତ ଦଳକୁ ଭେଟିବ । ଦ୍ୱିତୀୟ କ୍ୱାଲିଫାୟରର ବିଜେତା ଫାଇନାଲରେ ପ୍ରବେଶ କରିବ ।
ଏଲିମିନେଟରରେ ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ଲକ୍ଷ୍ନୌ ୧୪ଟି ମ୍ୟାଚ୍‌ ଖେଳି ୮ ବିଜୟ ଓ ୫ ପରାଜୟ ସହ ୧୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ସେହିପରି ମୁମ୍ବାଇ ୧୪ଟି ମ୍ୟାଚ୍‌ ଖେଳି ୮ ବିଜୟ, ୬ ପରାଜୟ ସହ ୧୬ ପଏଣ୍ଟ ପାଇଁ ତାଲକାର ଚତୁର୍ଥ ସ୍ଥାନରେ ରହି ପ୍ଲେ- ଅଫ୍‌ରେ ପ୍ରବେଶ କରିଥିଲା । ଗତ ସଂସ୍କରଣରେ ଲକ୍ଷ୍ନୌ ଏଲିମିନେଟରରେ ବାଙ୍ଗାଲୋରଠାରୁ ପରାସ୍ତ ହୋଇ ଫାଇନାଲ ଦୌଡ଼ରୁ ବାଦ ପଡିଥିଲା । ପୂର୍ବରୁ ଲକ୍ଷ୍ନୌ ଥରେମାତ୍ର ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା ଓ ପରାସ୍ତ ହୋଇ ବାଦ୍‌ ପଡିଥିଲା । ଏହାପୂର୍ବରୁ ଦୁଇଦଳ ୩ଥର ପରସ୍ପରକୁ ଭେଟିଥିଲେ ଓ ଲକ୍ଷେ୍ନø ସବୁଥର ମୁମ୍ବାଇକୁ ପରାସ୍ତ କରିଥିଲା । ଦୁଇଦଳ ପ୍ରଥମଥର ପାଇଁ ଚେପକ୍‌ରେ ପରସ୍ପରକୁ ଭେଟିବେ । ଅବଶ୍ୟ ଅଭିଜ୍ଞତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୁମ୍ବାଇ ଦୁଇ ପାଦ ଆଗରେ ରହିବ ।
ପ୍ଲେ- ଅଫ୍‌ରେ ମୁମ୍ବାଇର ଭଲ ରେକର୍ଡ
ରୋହିତ ଶର୍ମାଙ୍କ ମୁମ୍ବାଇ ପୂର୍ବରୁ ୫ଥର ଟାଇଟଲ ଜିତି ଆଇପିଏଲ୍‌ର ସଫଳତମ ଦଳ ବିବେଚିତ ହେଉଛି । ତେଣୁ ମୁମ୍ବାଇ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି । ପ୍ଲେ ଅଫ୍‌ରେ ଲକ୍ଷେ୍ନøର ରେକର୍ଡ ଖରାପ ରହିଛି । ତେବେ ପ୍ଲେ- ଅଫ୍‌ରେ ମୁମ୍ବାଇରେ ରେକର୍ଡ ଜବରଦସ୍ତ ରହିଛି । ଆଇପିଏଲ୍‌ରେ ମୁମ୍ବାଇ ଏପର୍ଯ୍ୟନ୍ତ ୯ଥର ପ୍ଲେ ଅଫ୍‌ରେ ପ୍ରବେଶ କରିଛି । ପ୍ଲେ ଅଫ୍‌ରେ ମୁମ୍ବାଇ ୧୮ଟି ମ୍ୟାଚ୍‌ ଖେଳି ୧୨ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଅର୍ଥାତ ମୁମ୍ବାଇର ବିଜୟ ହାର ୬୬.୬୭ ପ୍ରତିଶତ ରହିଛି । ମୁମ୍ବାଇ ଏପର୍ଯ୍ୟନ୍ତ ୩ଥର ଏଲିମିନେଟର ଖେଳିଛି । ଏଥିରେ ଦୁଇଥର ପରାସ୍ତ ହୋଇଥିବା ବେଳେ ମୁମ୍ବାଇ ଥରେ ବିଜୟୀ ହୋଇଛି । ମୁମ୍ବାଇ ଯେତେବେଳେ ଲିଗ ପର୍ଯ୍ୟାୟରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିଛି ସେତେବେଳେ ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଯେତେବେଳେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିଛି ଫାଇନାଲକୁ ଉଠିପାରି ନାହିଁ ।
ଫୋକସ୍‌ରେ ସୂର୍ଯ୍ୟ, ଷ୍ଟୋଇନିସ୍‌
ଉଭୟ ଦଳରେ ମ୍ୟାଚ୍‌ ୱିନର ରହିଛନ୍ତି । ବ୍ୟାଟିଂରେ ଲକ୍ଷେ୍ନø ପାଇଁ ମାର୍କସ ଷ୍ଟୋଇନିସ, କାଏଲ ମାୟର୍ସ ଓ ମୁମ୍ବାଇ ପାଇଁ ରୋହିତଙ୍କ ସମେତ ସୂର୍ଯ୍ୟକୁମାର ଯାଦବ ଓ କାମେରନ ଗ୍ରୀନ୍‌ ନିର୍ଣ୍ଣାୟକ ଭୂମିକା ନେବେ । ସେହିପରି ବୋଲିଂରେ ଲକ୍ଷେ୍ନø ପାଇଁ ରବି ବିଷ୍ଣୋଇ ଓ ୟଶ ଠାକୁର ପ୍ରତିପକ୍ଷ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ । ମୁମ୍ବାଇ ପାଇଁ ବୋଲିଂରେ ଅଭିଜ୍ଞ ସ୍ପିନର ପୀୟୂଷ ଚାୱଲା ଓ ଜାସନ ବେହେରେନଡୋର୍ଫ ମୁଖ୍ୟ ଭୂମିକା ନେବେ ।
ବ୍ୟାଟର ଓ ବୋଲର ସମାନ ଭାବେ ଏଠାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଚେପକ୍‌ ଷ୍ଟାଡିୟମର ପିଚ୍‌ ଧିମା ଥିବାରୁ ସ୍ପିନରଙ୍କ ପାଇଁ  ସାମାନ୍ୟ ଉପଯୋଗୀ ସାବ୍ୟସ୍ତ ହେବ । ଟସ୍‌ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ । ଏଠାରେ ଖେଳାଯାଇଥିବା ୭୪ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୪ ଓ ବୋଲିଂ କରିଥିବା ଦଳ ୩୦ଟି ମ୍ୟାଚ୍‌ ଜିତିଛି । ଏଠାରେ ବୁଧବାର ପାଗ ଭଲ ଓ ଖେଳ ଉପଯୋଗୀ ରହିବ ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌: କ୍ରୁନାଲ ପାଣ୍ଡ୍ୟା (ଅଧିନାୟକ), ଆୟୁଷ ବାଦୋନୀ, କରନ ଶର୍ମା, ମନନ ଭୋରା, କ୍ୱିଣ୍ଟନ ଡିକକ, ମାର୍କସ ଷ୍ଟୋଇନିସ୍‌, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, କାଏଲ ମାୟର୍ସ, ଆଭେସ ଖାନ୍‌, ମୋହସିନ ଖାନ୍‌, ମାର୍କ ଉଡ୍‌, ମୟଙ୍କ ଯାଦବ, ରବି ବିଷ୍ଣୋଇ, ନିକୋଲାସ ପୁରନ, ୟଶ ଠାକୁର, ରୋମାରିଓ ଶେଫର୍ଡ, ଡାନିଏଲ ସାମ୍ସ, ଅମିତ ମିଶ୍ରା, ପ୍ରେରକ ମଙ୍କଡ, ସ୍ୱପ୍ନୀଳ ସିଂ, ନବୀନ-ଉଲ-ହକ, ୟୁଧବୀର ଚରକ ଓ କରୁନ ନାୟାର ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନ।ୟକ), କ୍ରିସ୍‌ ଜୋର୍ଡାନ, ଅର୍ଶଦ ଖାନ, ଜାସନ ବେହରେନଡୋର୍ଫ, ଡେୱାଲ୍ଡ ବ୍ରେଭିସ୍‌, ପୀୟୂଷ ଚାୱଲା, ଟିମ୍‌ ଡେଭିଡ୍‌, ରାଘବ ଗୋଏଲ, କାମେରନ ଗ୍ରୀନ, ଇଶାନ କିସାନ, ଡୁଆନ ଜାନସେନ, କ୍ରିସ ଜୋର୍ଡର୍ାନ, କୁମାର କାର୍ତ୍ତିକେୟ, ଆକାଶ ମାଧୱାଲ, ରିଲେ ମେରିଡିଥ୍‌, ଶାମ୍ସ ମୁଲାନି, ରମନଦୀପ ସିଂ, ସନ୍ଦୀପ ୱାରିୟର, ହିତ୍ରିକ ସୋକିନ୍‌, ତ୍ରିସ୍ତାନ ଷ୍ଟବ୍ସ, ଅର୍ଜୁନ ତେନ୍ଦୁଲକର, ତିଲକ ବର୍ମା, ବିଷ୍ଣୁ ବିନୋଦ, ନେହାଲ ୱାଧେରା ଓ ସୂର୍ଯ୍ୟକୁମାର ଯାଦବ ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଚେପକ ଷ୍ଟାଡିମୟମ, ଚେନ୍ନଇ
ସିଧା ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱର୍କ, ଜିଓ ସିନେମା ଆପ୍‌