Chennai Super King - The Sakala

IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ।

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

ଧୋନି ଫଟୋସୁଟରେ ଯୋଗ ଦେଇନଥିଲେ

ପ୍ରତିଥର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ଅବସର ନେଇ ପାରନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।

ଅନ୍ୟପଟେ ଚେନ୍ନାଇର ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜନରେ ଖେଳୁଥିବା ଦେଖିବାକୁ ମିଳିବେ।  ଅଧିନାୟକତ୍ୱରେ ହଠାତ୍ ପରିବର୍ତ୍ତନ ପରେ, ଏହି ସିଜିନ୍‌ ପରେ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ୪୨ ବର୍ଷୀୟ ଧୋନି  ୨୧୨ ଟି ମ୍ୟାଚରେ ଚେନ୍ନାଇକୁ ଅଧିନାୟକ କରିଛନ୍ତି।

ବାଜିଲା ଆଇପିଏଲ୍‌ ବିଗୁଲ୍‌ : ମାର୍ଚ୍ଚ ୩୧ରେ ଆରମ୍ଭ, ମେ ୨୮ରେ ଫାଇନାଲ, ଗୁଜୁରାଟ-ଚେନ୍ନାଇ ପ୍ରଥମ ମ୍ୟାଚ୍
ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ବାଜିଛି ବିଗୁଲ୍‌। ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ ପାଇଁ ବିସିସିଆଇ ଘୋଷଣା କରିଛି ମ୍ୟାଚ ସୂଚୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ ୨୮ ତାରିଖରେ ଫାଇନାଲ ଖେଳାଯିବ।  ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ  ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଓପନିଂ ଏବଂ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ଆଇପିଏଲ ୨୦୨୩ରେ ୧୦ଟି ଟିମ୍‌ ମଧ୍ୟରେ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ। ଚଳିତ ଥର ଦର୍ଶକ ମାନେ ୧୮ଟି ଡବଲ୍ ହେଡର ମ୍ୟାଚ ଦେଖିବେ । ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ । ଏହିପରି ଚଳିତ ଆଇପିଏଲରେ ମୋଟ ୭୪ ଟି ମ୍ୟାଚ୍ ହେବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ। ଗୌହାଟି, ଧର୍ମଶାଳା, ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟି, ଧର୍ମଶାଳା ଷ୍ଟାଡିୟମରେ ଆଇପିଏଲ ମ୍ୟାଚଗୁଡିକ ଖେଳାଯିବ।

ଆଇପିଏଲ ୨୦୨୩ ପାଇଁ ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ଗ୍ରୁପ୍ ଷ୍ଟେଜରେ ୧୪-୧୪ ମ୍ୟାଚ୍ ଖେଳିବେ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ ୭ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ବାକି ୭ଟି ମ୍ୟାଚ୍ ବିପକ୍ଷ ଦଳଙ୍କ ମାଟିରେ ଖେଳିବେ ।

ଆଇପିଏଲ୍ ୨୦୨୩ ଗ୍ରୁପ୍

ଗ୍ରୁପ୍-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ଗ୍ରୁପ୍-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ