tourist places - The Sakala

ପୁଣି ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ; ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ; ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ !
ବ୍ରହ୍ମଗିରି: ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ତେବେ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ବି ମୁହଁ ଖୋଲୁନି। ତେବେ ବ୍ରହ୍ମଗିରି ଏବଂ ସଦର ଥାନା ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର୍‌ ଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ପ୍ରେମୀଯୁଗଳ ବାଲିହରଚଣ୍ଡୀ ବୁଲିବାକୁ ଆସିଥିଲେ। ସେମାନେ ମା’ଙ୍କୁ ଦର୍ଶନ କରିସାରିବା ପରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟ‌ରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ସମୁଦ୍ର କୂଳକୁ ଯିବାକୁ ହେଲେ ଏକ ନଦୀ ପାର୍‌ ହେବାକୁ ପଡ଼ିଥାଏ। ସମ୍ପୃକ୍ତ ଯୁବକମାନେ ଉଭୟଙ୍କୁ ଡଙ୍ଗାରେ ନଦୀ ପାର୍‌ କରାଇଥିଲେ। କିନ୍ତୁ ନଦୀ ଅପରପାର୍ଶ୍ବରେ ପହଞ୍ଚିବା ପରେ ଯୁବକମାନଙ୍କ ସ୍ୱଭାବ ବଦଳି ଯାଇଥିଲା। ସେମାନେ ପ୍ରେମିକୁ ଏକ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ କରିଥିଲେ। ପ୍ରେମୀଯୁଗଳ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ପ୍ରାୟ ଅଧଘଣ୍ଟା ଧରି ୪ ଯୁବକ ପାଶବିକ ଅତ୍ୟାଚାର କରିଥିଲେ। ଏହାପରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ପରେ ପ୍ରେମୀଯୁଗଳ ବାଲିହରଚଣ୍ଡୀ ପୀଠକୁ ଆସି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ସ୍ପେଶାଲ ସ୍କ୍ୱାଡ୍‌, ବ୍ରହ୍ମଗିରି ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର୍‌ ହୋଇଯାଇଛି। ତେବେ ଲୋକଲଜ୍ଜା ଭୟରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଶୁଣିବାକୁ ମିଳୁଛି। ପୁଲିସ ମଧ୍ୟ ଯଥାସମ୍ଭବ ଏହାକୁ ଚାପିଦେବାକୁ ଉଦ୍ୟମ କରୁଛି। ଗଣମାଧ୍ୟମକୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଉନାହିଁ।

ଅପରପକ୍ଷେ, ସୋମବାର ଗଣମାଧ୍ୟମ ପ୍ରତିନିଧିମାନେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ଏବଂ ସଦର ଏସ୍‌ଡିପିଓ ପ୍ରାୟ ୨ ଘଣ୍ଟା ଧରି ବ୍ରହ୍ମଗିରି ଥାନା ଭିତରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ବାହାରେ ଗଣମାଧ୍ୟମ ପ୍ରତିନିଧିମାନେ ଜଗି ରହିଥିଲେ। ବୈଠକ ପରେ ଉଭୟଙ୍କୁ ପ୍ରଶ୍ନ କରିବାରୁ ସେମିତି କିଛି ଅଭିଯୋଗ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ।

ଆରମ୍ଭ ହେବ ପର୍ଯ୍ୟଟନ ସମ୍ପଦ ମାନଚିତ୍ରଣ: ୫୦ ନୂଆ ପର୍ଯ୍ୟଟନସ୍ଥଳୀର ବିକାଶ ଲକ୍ଷ୍ୟ
ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗ ସାରା ରାଜ୍ୟରେ ପର୍ଯ୍ୟଟନ ସମ୍ପଦ ମାନଚିତ୍ରଣ( ଟୁରିଜିମ ରିସୋର୍ସ ମ୍ୟାପିଂ) କରିବ। ନୂଆନୂଆ ପର୍ଯ୍ୟଟନସ୍ଥଳୀ ସବୁର ଅନୁସନ୍ଧାନ କରାଯାଇ ସେଗୁଡ଼ିକର ବିକାଶ କରାଯିବ। ଏହା ଫଳରେ ରାଜ୍ୟର ପର୍ଯ୍ୟଟନ ମାନଚିତ୍ର ଆହୁରି ବିସ୍ତାରିତ ହେବ। ଏଥିରୁ ନିଯୁକ୍ତି ବୃଦ୍ଧି ସହ ଅର୍ଥନୀତିର ସମୃଦ୍ଧି ମଧ୍ୟ ହେବ। ଆସନ୍ତା ପର୍ଯ୍ୟଟନ ଋତୁ ବେଳକୁ ଆଉ କିଛି ନୂଆ ସ୍ଥାନ ଏହି ମାନଚିତ୍ରରେ ସ୍ଥାନ ପାଇଥିବ। ସବୁଜିମାରେ ପରିପୂର୍ଣ୍ଣ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ୫୦ଟି ପର୍ଯ୍ୟଟନ କ୍ଷେତ୍ର ବିକାଶ କରିବାକୁ ସରକାର ଯୋଜନା ରଖିଛନ୍ତି। ଲୋକପ୍ରିୟ ହୋଇ ପାରିନଥିବା ଯୋଗ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର କ୍ଷମତା ବୃଦ୍ଧି ସହ ତାହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ପର୍ଯ୍ୟଟନ ବିଭାଗ ପ୍ରୟାସ ଆରମ୍ଭ କରିଛି।

ପର୍ଯ୍ୟଟନ ବିଭାଗରକୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସମ୍ପ୍ରତି ୪୮ଟି ଜଳପ୍ରପାତ ପର୍ଯ୍ୟଟନର ମାନ୍ୟତା ପାଇଛି। ଏହି ତାଲିକାରେ ନୃସିଂହନାଥ, ହରିଶଙ୍କର, ଦେଓଝର, ପ୍ରଧାନପାଟ୍‌‌, ଗଣ୍ଡାହାତୀ, ବୁଢ଼ାଖୋଲ, ଗୁଣ୍ଡିଚାଘାଇ, ସାନଘାଗରା ଓ ବଡ଼ଘାଗରା ପ୍ରମୁଖ ସାମିଲ ରହିଛନ୍ତି। ପର୍ଯ୍ୟଟନ ବିଭାଗ ୧୨ଟି ନୂଆ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ ଭାବେ ସ୍ଥାନିତ କରିବାକୁ ଯୋଜନା କରୁଛନ୍ତି। ସେଠାରେ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ସୁବିଧା ଯୋଗାଇ ଦିଆଯିବ। ସେହିଭଳି କୋରାପୁଟରେ ଅନେକ ଜଳପ୍ରପାତ ସମ୍ପର୍କରେ ପର୍ଯ୍ୟଟକମାନେ ଅବଗତ ନାହାଁନ୍ତି। ଏହି ସ୍ଥଳୀଗୁଡ଼ିକର ବିକାଶ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି। ତେବେ ଏହି ଟୁରିଜିମ୍‌‌ ରିସୋର୍ସ ମ୍ୟାପିଂ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ସବୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀମାନଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟନପ୍ରେମୀମାନଙ୍କ ସହାୟତାରେ ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଉଛି।

ବିକଶିତ ହୋଇପାରି ନ ଥିବା ଧାର୍ମିକ ସ୍ଥଳୀ, ଗୁମ୍ପା, ଜଳପପ୍ରାତ ଓ ସବୁଜିମାରେ ଭରା ସ୍ୱତନ୍ତ ସ୍ଥଳୀଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏହି ତାଲିକା ପର୍ଯ୍ୟଟନ ବିଭାଗ ନିକଟରେ ପହଞ୍ଚିବା ପରେ ଏହି ସବୁ ସ୍ଥାନକୁ ବିଭାଗୀୟ ଯାଞ୍ଚ କମିଟି ଗସ୍ତ କରିବେ। ସମ୍ପୃକ୍ତ ସ୍ଥଳୀର ଲୋକପ୍ରିୟତା ଓ ସାମାଜିକ ଆର୍ଥିକ ଦିଗକୁ ଧ୍ୟାନ ଦେଇ ଭିତ୍ତିଭୂମି ବିକାଶ ଉପରେ ନିଷ୍ପତ୍ତି ନିଆଯିବ। ପର୍ଯ୍ୟଟନ ବିଭାଗ କମିଟିରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ସେଠାକୁ ପ୍ରତିବର୍ଷ ଆନୁମାନିକ କେତେ ପର୍ଯ୍ୟଟକଙ୍କର ଆଗମନ ହେଉଛି ତାହା ଜାଣିବାକୁ ଚେଷ୍ଟା କରାଯିବ। ସେହିଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ହୋଇପାରିବ। ସେହିଭଳି ରାଜ୍ୟର ଅନେକ ଅଭୟାରଣ୍ୟରେ ଜବରଦଖଲ କ୍ରମାଗତ ଭାବେ ବଢ଼଼ିବାରେ ଲାଗିଛି। ସେହି ସବୁ ସ୍ଥାନରେ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ବିଭାଗ ସହ ଆଲୋଚନା କରି ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀ ବିକାଶ କରିବ। ଯାହା ଫଳରେ ସମ୍ପୃକ୍ତ ସ୍ଥାନ ଅଧିକ ଗହଳଚହଳ ହୋଇପାରିବ। ଅନ୍ୟ ଏକ ଟିମ୍‌‌ ସୋସିଆଲ୍‌‌ ମିଡିଆ ଓ ବିଭିନ୍ନ ସର୍ଭେରୁ ତଥ୍ୟ ସଂଗ୍ରହ କରିବ। ଗଲା ୫ରୁ ୬ ବର୍ଷ ମଧ୍ୟରେ କେଉଁ ପର୍ଯ୍ୟଟନ ସ୍ଥଳୀର ଚାହିଦା ଅଧିକ ରହିଛି, ତାହା ଚିହ୍ନଟ କରିବେ। ଏସବୁର ଏକ ତାଲିକା କରି ସରକାରଙ୍କୁ ହସ୍ତାନ୍ତର କରିବେ। ବିଭାଗର ଜନୈକ ଅଧିକାରୀ ଉଦାହରଣ ଦେଇ କହିଛନ୍ତି ଯେ, ମହେନ୍ଦ୍ରଗିରି ଭଳି ସ୍ଥାନକୁ ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୫ ଗୁଣାରୁ ଅଧିକ ହୋଇଯାଇଥିବା ଦେଖିବାକୁ ମିଳୁଛି। ମାତ୍ର ସେଠାରେ ପର୍ଯ୍ୟଟନ ବିଭାଗର ଅନୁପସ୍ଥିତି ହେତୁ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି। ଏଭଳି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସରକାର ପ୍ରାଥମିକତା ଦେଇ ବିକାଶ କରିବେ। ସେହିଭଳି ଚିଲିକା ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି ଓ ଭିତରକନିକାରେ ବନ୍ୟଜନ୍ତୁ ଫଟୋଗ୍ରାଫି ଭଳି ବ୍ୟବସ୍ଥା ଉପରେ ମଧ୍ୟ ବିଭାଗ ଆଲୋଚନା କରୁଥିବା ସୂଚନା ମିଳିଛି।